ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି। ଏହି ଘଟଣାରେ ଘଟଗାଁ ଥାନା ଅନ୍ତର୍ଗତ ଧୋବାପିଟଣା ଗ୍ରାମର ଅଭିଯୁକ୍ତ ପିଣ୍ଟୁ ମୁଣ୍ତା(୨୪)ଙ୍କୁ ୨୧ସି ଧାରା ୩୭୬(୨)(ଏ) ରେ ୧୦ବର୍ଷ ସଶ୍ରମ କାରାଦଣ୍ତ ଶୁଣାଇବା ସହ ୧୦ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ଅଧିକ ୬ମାସ ସଶ୍ରମ କାରାଦଣ୍ତରେ ଦଣ୍ତିତ କରି ପୀଡ଼ିତାଙ୍କୁ ୮ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ରାଶି ପ୍ରଦାନ କରିବା ପାଇଁ ସରକାରଙ୍କୁ ସୁପାରିସ କରିଛନ୍ତି।

ସୂଚନାନୁଯାୟୀ, ୧୫ବର୍ଷର ପୀଡ଼ିତାଙ୍କୁ ବଡ଼ବାପାର ପୁଅ ଭାଇଙ୍କ ମୃତ୍ୟୁ ପରେ ତାଙ୍କୁ ତାଙ୍କ ଭାଉଜ ଡାକି ନେଇଥିଲେ। କିଛିଦିନ ପରେ ପୀଡ଼ିତା ଭାଇ ଭାଉଜଙ୍କ ଅପା ପୁଅ ପିଣ୍ଟୁ ଆସି ପୀଡ଼ିତାଙ୍କ ଭାଉଜଙ୍କ ଘରେ ରହି ଭାଉଜଙ୍କ ଅନୁପସ୍ଥିତିରେ ପୀଡ଼ିତାଙ୍କୁ ଧମକଦେଇ ବାରମ୍ବାର ବଳାତ୍କାର କରି ଏକଥା କାହାକୁ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲା। ତେବେ ତାଙ୍କର ଶରୀର ପରିବର୍ତ୍ତନ ହେବାରୁ ଭଉଣୀ ଡାକ୍ତରଙ୍କ ପାଖରେ ପରୀକ୍ଷା କରାଇବାରୁ ଅନ୍ତସତ୍ତ୍ୱା ଥିବା ଜଣାପଡ଼ିଥିଲା। ଏହି ଘଟଣା ସମ୍ପର୍କରେ ପୀଡ଼ିତାଙ୍କୁ ପଚାରିବାରୁ ପିଣ୍ଟୁ ଜରଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିବା ପ୍ରକାଶ କରିଥିଲେ। ଏହି ଖବର ଲୋକଲୋଚନକୁ ଆସିବା ପରେ ପିଣ୍ଟୁ ଚମ୍ପଟ ମାରିଥିଲେ। ସେ ବିବାହିତ ଥିବାବେଳେ ତାଙ୍କର ସ୍ତ୍ରୀ ଓ ୩ଟି ପିଲା ଥିଲେ। ପ୍ରସବ ଯନ୍ତ୍ରଣା ହେବାରୁ ଅଙ୍ଗନଓ୍ବାଡି କର୍ମୀଙ୍କ ସହିତ ପୀଡ଼ିତାଙ୍କ ବାପା ମା’ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ପ୍ରସୂତି ବିଭାଗରେ ଆଣି ଭର୍ତ୍ତି କରିଥିଲେ। ସେଠାରେ ପୀଡ଼ିତା ଏକ ଶିଶୁକନ୍ୟା ଜନ୍ମଦେଇଥିଲେ। ଚାଇଲ୍ଡ ଲାଇନର ଗୀତାଞ୍ଜଳି ମିଶ୍ର ଜାଣିବା ପରେ ପୀଡ଼ିତାଙ୍କୁ ଥଇଥାନ କରି କୋର୍ଟ ମାଧ୍ୟମରେ ୨୦୧୮ନଭେମ୍ବର ୧୬ରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏହି ଘଟଣାରେ କେସ୍‌ ନଂ ୩୨୯/୧୮ ଏକ ବଳାତ୍କାର ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତ ପିଣ୍ଟୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ବୁଧବାର ପୋକ୍ସୋ କୋର୍ଟ କେନ୍ଦୁଝର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ୨୦ଜଣ ସାକ୍ଷୀଙ୍କ ବୟାନ ଓ ପୋଲିସ ତଦନ୍ତ ରିପୋର୍ଟକୁ ଭିତ୍ତି କରି ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଜ୍ଞାନେନ୍ଦ୍ରନାଥ ଜେନା କେସ୍‌ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ମଦ ବୋଝେଇ ଭ୍ୟାନ୍‌: ଚାପି ହୋଇ ଚାଲିଗଲା ହେଲପରଙ୍କ ଜୀବନ

କୁଜଙ୍ଗ,୧୮।୨(ମନୋଜ ପ୍ରଧାନ): ଜଗତସିଂହପୁର ଜିଲା କୁଜଙ୍ଗ ବଜାର କୃଷି ଫାର୍ମ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ମଦ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌(ନଂ,ଓଆର୍‌୦୫ଏଏସ୍‌-୬୧୨୫) ଦୁର୍ଘଟଣା ଗ୍ରସ୍ତ...

ଏସ୍‌ସିବିରେ ଶିଶୁ ବଦଳ ଅଭିଯୋଗ: ଅଭିଭାବକଙ୍କୁ ଧରାଇଦେଲେ ମୃତ ଶିଶୁ

କଟକ,୧୮।୨: ପୁଣି ଚର୍ଚ୍ଚାରେ ଏସ୍‌ସିବି। ଏସ୍‌ସିବି ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରେ ଜନ୍ମିତ ସନ୍ତାନ ଏସ୍‌ଏନ୍‌ସିୟୁରେ ଚିକିତ୍ସାଧୀନ ବେଳେ ବଦଳ ହୋଇଥିବା ଅଭିଯୋଗ ହୋଇଛି।...

ଗ୍ରୀଷ୍ମ ପ୍ରବାହ ପାଇଁ ସକାଳୁଆ ପାଠପଢ଼ା ସହ ପରୀକ୍ଷା କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୮ା୨(ସୁଚିସ୍ମିତା ସାହୁ): ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି। ଖରା ତାତି ଅସହ୍ୟ ହେଉଥିବାରୁ ଏହା ଛାତ୍ରୀଛାତ୍ରଙ୍କ ପାଠପଢ଼ାକୁ ପ୍ରଭାବିତ କରୁଛି। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି...

ଆଜିଠାରୁ ଯୁକ୍ତ୨ ପରୀକ୍ଷା

ଭୁବନେଶ୍ୱର,୧୮ା୨(ସୁଚିସ୍ମିତା ସାହୁ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ପରିଚାଳିତ ଯୁକ୍ତ୨ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହେବ। ପ୍ରଥମଥର କଳା, ବାଣିଜ୍ୟ, ବିଜ୍ଞାନ ଓ...

ଛାତ୍ରୀଙ୍କୁ ଶିକ୍ଷକଙ୍କ ଅଶ୍ଳୀଳ ଇଙ୍ଗିତ ,ପରେ…

ନିରାକାରପୁର,୧୭ା୨(ମାନାସ ଚନ୍ଦ୍ର ପଟ୍ଟନାୟକ): ଟାଙ୍ଗୀ ବ୍ଲକ ଅଧୀନ ଡିଆ ପଞ୍ଚାୟତର ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟର ଜଣେ ବରିଷ୍ଠ ଶିକ୍ଷକ ଛାତ୍ରୀମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିବା...

ବ୍ୟବସାୟୀଙ୍କୁ ଜିଏସ୍‌ଟି ଅଧିକାରୀଙ୍କ ଦୁର୍ବ୍ୟବହାର ଅଭିଯୋଗ: କାର୍ଯ୍ୟାନୁଷ୍ଠାନ ଦାବିକଲା ସିଏଆଇଟି

ବରଗଡ଼,୧୭।୨(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହରର ବ୍ୟବସାୟୀଙ୍କ ସଞ୍ଜୟ ଅଗ୍ରୱାଲଙ୍କ ବାସଭବନରେ ସିଜିଏସ୍‌ଟି ଏବଂ ଏସ୍‌ଜିଏସ୍‌ଟିର ଏକ ଟିମ୍‌ ଅତର୍କିତ ଚଢ଼ାଉ କରି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ...

୧୦୧ ଅଭିଯୋଗ ଶୁଣିଲେ ଏଡିଏମ୍‌

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲାପାଳ ପ୍ରମୋଦ ପୃଷ୍ଟି, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜନ ଦେ, ଉପଜିଲାପାଳ ଉମାଶଙ୍କର ବେହେରା ସୋମବାର ଭଞ୍ଜନଗର ଠାରେ...

ଜିଲାପାଳଙ୍କ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ

ନୂଆପଡ଼ା,୧୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲାପାଳ ମଧୁସୂଦନ ଦାଶ ବିଜ୍ଞାପିତ ଅଞ୍ଚଳ ପରିଷଦ ଖରିଆର ରୋଡ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri