
ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ପଥର ଫାନ୍ଦରେ ଫଶି ରହିଥିବା ଗୋଟିଏ କଇଁଛକୁ ଜଣେ ଯୁବକ ଉଦ୍ଧାର କରୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ଦେଖାଯାଇଛି, ସମୁଦ୍ର କୂଳରେ ଥିବା ପଥର ଫାନ୍ଦରେ ଗୋଟିଏ କଇଁଛ ଫଶି ରହିଛି। ପରେ ଜଣ ଯୁବକ ସେଠାକୁ ଆସି ଉକ୍ତ କଇଁଛକୁ ସୁରକ୍ଷିତ ଭାବେ ଉଦ୍ଧାର କରି ସମୂଦ୍ରରେ ଛାଡି ଦେଉଥିବା ଦେଖାଯାଇଛି। ଏହି ଭିଡିଓକୁ ଆଇଏଫଏସ ସୁଶାନ୍ତ ନନ୍ଦ ଟୁଇଟ କରି ଶେୟାର କରିଛନ୍ତି। ଏହି ଭିଡିଓକୁ ଅନେକ ଲୋକ ଲାଇକ୍ କରିଥିବାବେଳେ ଅନେକ ଭିନ୍ନ ମତ ଦେଇଛନ୍ତି।
Be kind wherever possible 💕
Watch the reunion at the end. Shared by Ramblings. pic.twitter.com/hKqcHssZv6
— Susanta Nanda IFS (@susantananda3) September 19, 2020