Posted inଫୁରସତ

ଷ୍ଟେଶନରେ ବାୟୋଡାଟା ଟାଙ୍ଗିଦେଲେ ଯୁବକ, ମାତ୍ର ୩ ଘଣ୍ଟାରେ ମିଳିଗଲା ଚାକିରି; ଜାଣନ୍ତୁ କେମିତି

ଲଣ୍ଡନ,୨୭ା୧୧: ଲଗାତର ଇଣ୍ଟରଭ୍ୟୁ ଦେବା ପରେ ଜଣେ ଯୁବକଙ୍କୁ ଚାକିରି ମିଳୁ ନ ଥିଲା। ପରେ ସେ ଚାକିରି ଖୋଜିବା ପାଇଁ ଏକ ନୂଆ ତରିକା ଆପଣାଇଥିଲେ। ଯାହା ପରେ ତାଙ୍କୁ ଚାକିରିଟିଏ ମିଳିଯାଇଛି।

ଏକ ରିପୋର୍ଟ ଅନୁଯାୟୀ, ଲଣ୍ଡନର ୨୪ ଜଣେ ବର୍ଷୀୟ ଯୁବକ ହାଇଦର ମଲିକଙ୍କର କରୋନା ସମୟରେ ଚାକିରି ଚାଲିଯାଇଥିଲା। ସେ ମିଡିଲସେକ୍ସ ୟୁନିଭର୍ସିଟିରୁ ବ୍ୟାଙ୍କିଙ୍ଗ୍‌ ଏବଂ ଫାଇନାନ୍ସରେ ପାଷ୍ଟ ଡିଭିଜନ ପାଇବା ପରେ ଲଗାତର ଚାକିରି ପାଇଁ ଇଣ୍ଟରଭ୍ୟୁ ଦେଉଥିଲେ। ମାତ୍ର ସଫଳତା ମିଳୁ ନ ଥିଲା। ଏହା ପରେ ଚାକିରି ପାଇବା ପାଇଁ ନୂଆ ଉପାୟ ଚିନ୍ତା କଲେ। ଏକ ଷ୍ଟେଶନରେ ଗୋଟିଏ ବୋର୍ଡରେ ମମସ୍ତ ବାୟୋଡାଟା ଟାଙ୍ଗି ତାଙ୍କ ଲିଙ୍କ୍‌ଦିନ୍‌ ପ୍ରୋଫାଇଲର କ୍ୟୁଆର୍‌ କୋର୍ଡ ଶେୟାର କରିଥିଲେ।

ହାଇଦର କହିଛନ୍ତି, ପ୍ରଥମେ ସେ ଷ୍ଟେଶନରେ ଠିଆ ହୋଇ ଲୋକଙ୍କୁ କେବଳ ଗୁଡ୍‌ ମର୍ନିଂ କହିବା ସହ ସିଭି ବା ବାୟୋଡାଟା ଦେଖାଉଥିଲେ। ଏହି ସମୟରେ ବହୁତ ଲୋକ ନିଜ ନିଜ ଅଫିସ୍‌ର କାର୍ଡ ଦେଇଥିଲେ। ସେମାନେ ଏହି କାର୍ଡରେ ସେମାନଙ୍କର ଫୋନ୍‌ ନମ୍ବର ବି ଦେଇଥିଲେ। ଯେଉଁମାନେ ଦେଇଥିଲେ ମୁଁ ସେମାନଙ୍କ ସହ କଥା ହୋଇଥିଲି। କିଏ ମୋର ଏହି କାର୍ଯ୍ୟ ଦେଖି ଫଟୋ ଭାଇରାଲ କରିଦେଇଥିଲେ। ଶେଷରେ ଗୋଟିଏ ଅଫିସରୁ ମୋତେ ଫୋନ୍‌ ଆସିଥିଲା। ଏହାର ନିର୍ଦ୍ଦେଶକ ମୋତେ ସକାଳେ ଭେଟିବାକୁ କହିଥିଲେ। ପରେ ମୁଁ ଯିବା ପରେ ସେ ମୋ ସାର୍ଟିଫିକେଟ ଯାଞ୍ଚ କରି ଦ୍ୱିତୀୟ ରାଉଣ୍ଡରେ ଚୟନ କରିଥିଲେ। ଏହା ପରେ ଏବେ ମୋତେ ଚାକିରି ମିଳିଯାଇଛି। ଯେଉଁଥିପାଇଁ ମୁଁ ବହୁତ ଖୁସି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri