Posted inଫୁରସତ

ବିଲ୍‌ରେ ୫୦ ପଇସା ଅଧିକ ନେବା ପଡ଼ିଲା ମହଙ୍ଗା, ରେଷ୍ଟୁରାଣ୍ଟକୁ ୧୦ ହଜାର ଟଙ୍କା ଜରିମାନା

ରେଷ୍ଟୁରାଣ୍ଟରେ ଖାଇବା ପରେ ବିଲ୍‌ରେ ଅଳ୍ପ କିଛି ଟଙ୍କା ଅଧିକ ନିଆଗଲେ ଅନେକ ଗ୍ରାହକ ଏହାକୁ ସାମାନ୍ୟ କଥା ଭାବି ଅଣଦେଖା କରିଦିଅନ୍ତି । କିନ୍ତୁ ରାଜସ୍ଥାନର ଜୟପୁରରେ ଏକ ରେଷ୍ଟୁରାଣ୍ଟକୁ ମାତ୍ର ୫୦ ପଇସା ଅଧିକ ନେବା ମହଙ୍ଗା ପଡ଼ିଛି । ଗ୍ରାହକଙ୍କ ଅଭିଯୋଗ ପରେ ମାମଲା ଉପଭୋକ୍ତା ଆୟୋଗରେ ପହଞ୍ଚିଥିଲା। ଏବେ ରେଷ୍ଟୁରାଣ୍ଟକୁ ଅତିରିକ୍ତ ନିଆଯାଇଥିବା ୫୦ ପଇସା ଫେରାଇବା ସହ ୧୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ହୋଇଛି ।

ଏକ ରିପୋର୍ଟ ଅନୁଯାୟୀ, ଜୟପୁର ଜିଲା ଉପଭୋକ୍ତା ବିବାଦ ସମାଧାନ ଆୟୋଗ ରେଷ୍ଟୁରାଣ୍ଟକୁ ୫୦ ପଇସା ଫେରାଇବା ସହ ଗ୍ରାହକଙ୍କୁ ୭ ହଜାର ଟଙ୍କା କ୍ଷତିପୂରଣ ଏବଂ ମାମଲାର ଖର୍ଚ୍ଚ ବାବଦକୁ ୩ ହଜାର ଟଙ୍କା ଦେବାକୁ ଆଦେଶ ଦେଇଛନ୍ତି। ଘଟଣାଟି ଫେବ୍ରୁଆରୀ ୧୪ ତାରିଖ ଅର୍ଥାତ୍‌ ଭାଲେଣ୍ଟାଇନ୍ସ ଡେ’ର। ଜୟପୁରର ଜଣେ ୫୦ ବର୍ଷୀୟ ବ୍ୟକ୍ତି ନିଜ ବିବାହ ବାର୍ଷିକୀ ଓ ଭାଲେଣ୍ଟାଇନ୍ସ ଡେ’ ପାଳନ କରିବା ପାଇଁ ପରିବାର ସହ ଏକ ରେଷ୍ଟୁରାଣ୍ଟକୁ ଯାଇଥିଲେ । ସେଠାରେ ଖାଇବା ପରେ ବିଲ୍‌ ହୋଇଥିଲା ୧,୬୪୮ ଟଙ୍କା ୫୦ ପଇସା। କିନ୍ତୁ ରେଷ୍ଟୁରାଣ୍ଟ କର୍ମଚାରୀ ତାଙ୍କଠାରୁ ୧,୬୪୯ ଟଙ୍କା ନେଇଥିଲେ।

ବିଲ୍‌ରେ ଅତିରିକ୍ତ ୫୦ ପଇସା ଯୋଡ଼ାଯିବାକୁ ଗ୍ରାହକ ବିରୋଧ କରିଥିଲେ । ସେ UPI ମାଧ୍ୟମରେ ପେମେଣ୍ଟ କରୁଥିବାରୁ ପ୍ରକୃତ ବିଲ୍‌ ଅନୁଯାୟୀ ଟଙ୍କା ଦେଇପାରିବେ ବୋଲି କହିଥିଲେ । ତଥାପି ରେଷ୍ଟୁରାଣ୍ଟ କର୍ମଚାରୀ ନିଜ ପଲିସିର ଦ୍ୱାହି ଦେଇ ବିଲ୍‌କୁ ରାଉଣ୍ଡ ଅଫ୍‌ କରି ସମ୍ପୂର୍ଣ୍ଣ ଟଙ୍କା ଦେବାକୁ କହିଥିଲେ । ଏପରିକି ତାଙ୍କ ସହ ଠିକ୍‌ ବ୍ୟବହାର କରାଯାଇନଥିବା ଏବଂ ଅଧିକ ଟଙ୍କା ଦେବାକୁ ବାଧ୍ୟ କରାଯାଇଥିବା ଗ୍ରାହକ ଅଭିଯୋଗ କରିଥିଲେ।

ଏହାକୁ ଅନୁଚିତ ବ୍ୟବସାୟିକ ଆଚରଣ ଏବଂ ସେବାରେ ଅବହେଳା ଦର୍ଶାଇ ଗ୍ରାହକ ଜିଲା ଉପଭୋକ୍ତା ଆୟୋଗରେ ଅଭିଯୋଗ କରିଥିଲେ । ଅକ୍ଟୋବର ୨୭ ତାରିଖରେ ଆୟୋଗ ଏହି ମାମଲାରେ ରାୟ ଶୁଣାଇଥିଲେ । ଗ୍ରାହକଙ୍କ ଅନୁମତି ବିନା ବିଲ୍‌ର ରାଶି ବଢ଼ାଇବା ଅନୁଚିତ ବ୍ୟବସାୟିକ ଆଚରଣ ବୋଲି ଆୟୋଗ କହିଥିଲେ। ଶୁଣାଣି ସମୟରେ ରେଷ୍ଟୁରାଣ୍ଟ ପକ୍ଷରୁ କେହି ଉପସ୍ଥିତ ନଥିବାରୁ ଆୟୋଗ ଏକତରଫା ଭାବେ ମାମଲାର ଶୁଣାଣି କରିଥିଲେ । ଶେଷରେ ଅତିରିକ୍ତ ନିଆଯାଇଥିବା ୫୦ ପଇସା ଫେରାଇବା ସହ ୭ ହଜାର ଟଙ୍କା କ୍ଷତିପୂରଣ ଓ ୩ ହଜାର ଟଙ୍କା ମାମଲା ଖର୍ଚ୍ଚ ଦେବାକୁ ରେଷ୍ଟୁରାଣ୍ଟକୁ ନିର୍ଦ୍ଦେଶ ଦେଇଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିରଳ ସଂଯୋଗ: ୧୧୮ ବର୍ଷ ହେବ ଗୋଟିଏ ତାରିଖରେ ଜନ୍ମନେଇଛନ୍ତି ପରିବାରର ୫ ପିଢ଼ି

ୱାଶିଂଟନ,୧୬।୧୧: ଜନ୍ମଦିନକୁ ନେଇ ଏକ ଅଦ୍ଭୁତ ସଂଯୋଗ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଆମେରିକାର ଏକ ପରିବାରର ପାଞ୍ଚ ପିଢ଼ିର ସଦସ୍ୟଙ୍କ ଜନ୍ମ ଗୋଟିଏ…

ବିବାହ ପାଇଁ କୋର୍ଟ କିମ୍ବା ପୁରୋହିତଙ୍କ ନିକଟକୁ ଯିବାର ଆବଶ୍ୟକତା ନାହିଁ! Self-Respect Wedding)କ’ଣ? ଯାହା ଏବେ ଟ୍ରେଣ୍ଡ କରୁଛି?

ନୂଆଦିଲ୍ଲୀ,୧୬।୧୧: ଆଜିକାଲିର ଆଧୁନିକ ଯୁଗରେ, ବିବାହ କେବଳ ପାରମ୍ପରିକ ‘ସାତ ଫେରା’ କିମ୍ବା ରୀତିନୀତି ମଧ୍ୟରେ ସୀମିତ ହୋଇ ରହିନାହିଁ; ବିବାହ କରିବାର ଧାରାରେ ପରିବର୍ତ୍ତନ ଆସୁଛି।…

ଡାଲିରେ ୨୪ କ୍ୟାରେଟ ସୁନାର ଛୁଙ୍କ! ଦାମ ଶୁଣିଲେ ଉଡ଼ିଯିବ ଆପଣଙ୍କ ହୋସ୍‌

ଡାଲି କହିଲେ ଆମ ମନକୁ ଆସେ ଜିରା, ରସୁଣ, ଶୁଖିଲା ଲଙ୍କା ଆଉ ଘିଅର ବାସ୍ନାଭରା ଛୁଙ୍କ। ହେଲେ ଯଦି ଡାଲିରେ ଘିଅ ସହ ମିଶିଥିବା ୨୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?