ବନ୍ଧୁକ ମୁନରେ ଧମକ ଦେଇ ଯୁବକ ଗିରଫ

ଝରିଗାଁ,୩୧।୩(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଧୀନ ଅଞ୍ଚଳା ଗ୍ରାମରେ ଜଣେ ନିଶାସକ୍ତ ବ୍ୟକ୍ତି ରାତିରେ ଜଣଙ୍କ ଘରକୁ ଯାଇ ବନ୍ଧୁକ ମୁନରେ ଧମକାଇଛନ୍ତି। ଏହି ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କର ୨ ସହଯୋଗୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁଯାୟୀ, ୟୁଭି-୨୩(ଅଞ୍ଚଳା) ଗ୍ରାମର ଜଣେ ଯୁବକ ସୋମବାର ରାତି ସାଢ଼େ ୯ଟାରେ ଝରିଗାଁ ବ୍ଲକ ଭରଣ୍ଡିପାରା ଗ୍ରାମର ଜଣେ ପରିଚିତଙ୍କ ଘରକୁ ଯାଇ କବାଟ ଖୋଲିବାକୁ କହିଥିଲେ। କବାଟ ଖେଲିବା ପରେ ସେ ପିଇବା ପାଇଁ ପାଣି ମାଗିଥିଲେ। ସମ୍ପୃକ୍ତ ଯୁବକ ନିଶାସକ୍ତ ଅବସ୍ଥାରେ ଥିବା ଜାଣିପାରି ଘର ମାଲିକ ତାଙ୍କୁ ଘରୁ ବାହାରକୁ ଯିବାକୁ କହିଥିଲେ। କିନ୍ତୁ ଯୁବକ ଜଣକ ଘରୁ ବାହାରି ନ ଥିଲେ। ଘର ମାଲିକ ମୋବାଇଲରେ ଭିଡିଓ କରିବାକୁ ଚେଷ୍ଠା କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ସମ୍ପୃକ୍ତ ଯୁବକ ପାଖରେ ରଖିଥିବା ବନ୍ଧୁକ ବାହାର କରି ଘର ମାଲିକଙ୍କ ମୁଣ୍ଡରେ ଲଗାଇ ମାରିଦେବାକୁ ଧମକ ଦେବା ସହ କାହାକୁ ନ ଜଣାଇବାକୁ ଚେତାବନି ଦେଇ ଚାଲିଯାଇଥିଲେ। ମଙ୍ଗଳବାର ଏ ନେଇ ଘର ମାଲିକ ଝରିଗାଁ ଥାନାରେ ଏତଲା ଦେଇଥିଲେ। ପୋଲିସ ୫୦/୨୨ରେ ଏକ ମାମଲା ରୁଜୁକରି ଅଞ୍ଚଳା ଗ୍ରାମର ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିସହ ଘରଠାରୁ କିଛି ଦୂରରେ ଥିବା ଗଛ ନିକଟରେ ମାଟିତଳେ ପୋତିଥିବା ବନ୍ଧୁକ ମଧ୍ୟ ଜବତ କରାଯାଇଛି। ଏସ୍‌ଆଇ ପ୍ରମୋଦ କୁମାର ଖଣ୍ଡୁଆଳ ତଦନ୍ତ ଚଳାଇଛନ୍ତି। କିଛି ଦିନ ପୂର୍ବରୁ ଅଭିଯୁକ୍ତ ଜିଲା ବାହାରୁ ୯ ଏମ୍‌ଏମ୍‌ ପିସ୍ତଲ କିଣିଥିବା ଜଣାପଡ଼ିଛି। କିଣିଥିବା ମୂଲ୍ୟରୁ ଅଧିକରେ ବିକ୍ରି କରି ଲାଭବାନ ହେବାକୁ ଆଶା ରଖିଥିବା ଅଭିଯୁକ୍ତ ପୋଲିସ ନିକଟରେ ପ୍ରକାଶ କରିଛନ୍ତି। ତେବେ ଏଥିରେ କେତେ ସତ୍ୟତା ରହିଛି ସେ ନେଇ ତଦନ୍ତ ଚାଲିଛି। ପିସ୍ତଲର ମୂଲ୍ୟ ୪୫ ହଜାର ଟଙ୍କା ହୋଇଥିବା ବେଳେ ୨୮ ହଜାର ଟଙ୍କା ଦେଇ ଆଣିଥିଲେ। ବଳକା ୧୭ ହଜାର ଟଙ୍କା ଦେଲେ ୧୦ଟି ଗୁଳି ମିଳିବ ବୋଲି ଅଭିଯୁକ୍ତ କହିଛନ୍ତି। ଅନ୍ୟପକ୍ଷରେ ବନ୍ଧୁକ କିଣିବାରେ ସହେଯାଗ କରିଥିବା ଉମରକୋଟର ଦୁଇ ଯୁବକଙ୍କୁ ପୋଲିସ ଅଟକ ରଖ ପଚରାଉଚରା ଥାନା ଅଧିକାରୀ ନଟବର ନନ୍ଦ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ଏବଂ ଅଟକ ବ୍ୟକ୍ତିଙ୍କ ବିଷୟରେ ପୋଲିସ ସୂଚନା ଦେଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ବିଧାୟକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ନାଏବ ସରପଞ୍ଚ

ନବରଙ୍ଗପୁର,୧୨।୪(ସଦାଶିବ ପ୍ରହରାଜ):ଋଣ ଦେବାକୁ କହି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଏସ୍‌ଏଚ୍‌ଜି ମହିଳାଙ୍କୁ ବିଜେଡିରେ ମିଶାଉଥିବା ଅଭିଯୋଗ କରିଛନ୍ତି ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି ପଞ୍ଚାୟତ ନାଏବ...

ମେ’, ଜୁନ୍‌ରେ ୪ ଦିନ ଡ୍ରାଏ ଡେ

ନବରଙ୍ଗପୁର,୭।୪(ସଦାଶିବ ପ୍ରହରାଜ)ନବରଙ୍ଗପୁର ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ, ସ୍ବଚ୍ଛ ଓ ଶାନ୍ତିଶୃଙ୍ଖଳାର ସହିତ ସୁଚାରୁରୂପେ ପରିଚାଳନା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ...

ଆଡ୍‌ମିଟ୍‌ କାର୍ଡ ପାଇଁ ଟଙ୍କା

ଚନ୍ଦାହାଣ୍ଡି, ୬।୪(ଦିଲୀପ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ସରକାରୀ ପାନାବେଡ଼ା ନୂତନ ହାଇସ୍କୁଲ ଛାତ୍ରୀଛାତ୍ରଙ୍କଠାରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆଡ୍‌ମିଟ୍‌ କାର୍ଡ ଦେବା...

ଭାଜପା ଲୋକସଭା ପ୍ରାର୍ଥୀଙ୍କ ଗାଡ଼ିକୁ ଅଣ୍ଡା ମାଡ଼

ପାପଡ଼ାହାଣ୍ଡି, ୨୮।୩(ସ୍ବପ୍ନଜିତ ପଟ୍ଟନାୟକ)ନବରଙ୍ଗପୁର ଜିଲା ମଇଦଲପୁର ହାଟପଦାଠାରେ ବୁଧବାର ଭାଜପାର ନବରଙ୍ଗପୁର ଲୋକ ସଭା ପ୍ରାର୍ଥୀ ବଳଭଦ୍ର ମାଝିଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି। ବଳଭଦ୍ର...

ସିସି କ୍ୟାମେରାରେ କାଦୁଅ ଲଗାଇ କରୁଥିଲେ ବ୍ୟାଙ୍କ ଚୋରି: ସାଇରନ ବାଜିବାରୁ…

ଉମରକୋଟ, ୨୨।୩(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ସହର ମାଁ ପେଣ୍ଡ୍ରାଣୀ ମନ୍ଦିର ନିକଟରେ ଥିବା ଉତ୍କର୍ଷ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କରେ କିଛି ଦୁର୍ବୁତ୍ତ ଲୁଟ୍‌...

ପିଇବା ପାଣି ପାଇଁ ପ୍ରକୃତି ସାହା

ତେନ୍ତୁଳିଖୁଣ୍ଟି,୨୨।୩(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ପାତ୍ରପୁଟ ପଞ୍ଚାୟତ କଳାହାଣ୍ଡି ସୀମାନ୍ତ ପାହାଡ଼ ତଳି ଗାଁ ଝରଣଗୁଡ଼ା। ଗ୍ରାମବାସୀଙ୍କ ପିଇବା ପାଣି ପାଇଁ ପ୍ରକୃତି...

ଶିକ୍ଷକଙ୍କ ମାଡ଼ରେ ନର୍ସରି ଛାତ୍ର ଲହୁଲୁହାଣ

ରାଇଘର,୨୨ା୩(କିରଣ ପଟ୍ଟନାୟକ):ନବରଙ୍ଗପୁର ଜିଲା କୁନ୍ଦେଇ ଥାନା ଅଧୀନ କାନାଡିହି ଗ୍ରାମର ଜଣେ ଛାତ୍ର ସ୍କୁଲ ଶିକ୍ଷକଙ୍କ ମାଡ଼ରେ ଲହୁଲୁହାଣ ହୋଇଛନ୍ତି। ସମ୍ପୃକ୍ତ ଶିକ୍ଷକଙ୍କ ନାମରେ ଛାତ୍ରଙ୍କ...

କେନ୍ଦ୍ର ସରକାରଙ୍କ ଯୋଜନାର ପ୍ରଚାରକଲେ

ଉମରକୋଟ, ୨୦।୩(ସନ୍ତୋଷ ଶତପଥୀ): ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ମଙ୍ଗଳବାର ଉମରକୋଟ ଗସ୍ତ କରିଥିଲେ। ସେ ପ୍ରଥମେ ସ୍ଥାନୀୟ ଏକ ଚା’ ଦୋକାନରେ ଦଳୀୟ କର୍ମୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri