ନିଖୋଜ ଝିଅକୁ ଖୋଜିବା ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ

ନବରଙ୍ଗପୁର,୩୧।୩ (ବି.ପ୍ର): ଝିଅ ନିଖୋଜ ନେଇ ବାରମ୍ବାର ଥାନାକୁ ଯିବା ପରେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏଏସ୍‌ଆଇ ଦୁର୍ବ୍ୟବହାର କରିବା ସହ ଧମକ ଦେଉଛନ୍ତି। ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଘୁଷୁରାବେଡ଼ା ଗ୍ରାମର ଅମରନାଥ ସିଂ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇ ଏଭଳି ଅଭିଯୋଗ କରିଛନ୍ତି। ଗତ ଫେବୃୟାରୀରେ ଝିଅ ବବିତା(୧୮) ନିଖୋଜ ହୋଇଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ଝିଅକୁ ନ ପାଇବାରୁ ଡାବୁଗାଁ ଥାନାରେ ନିଖୋଜ ନେଇ ଏତଲା ଦେଇଥିଲେ। ପରେ ଅନୁସନ୍ଧାନ କରି କୋରାପୁଟ ଜିଲା ହାଟ ମୁନିଗୁଡ଼ା ଚିଲିକାତରି ଗାଁର ମିଥୁନ କାଡ୍ରାକା ଝିଅକୁ ନେଇ ପଳାଇଥିବା ଅମରନାଥ ଥାନାରେ ଜଣାଇଥିଲେ। ଝିଅର ମୋବାଇଲ ନମ୍ବର ଡାବୁଗାଁ ଥାନା ମହିଳା ଏଏସ୍‌ଆଇଙ୍କୁ ଦେଇଥିଲେ। ମହିଳା ଏଏସ୍‌ଆଇ ଥାନା ଖର୍ଚ୍ଚ ଦିଅ ଓ ଗାଡ଼ି ଗୋଟିଏ ବାହାର କରିଦିଅ ତମ ଝିଅକୁ ଖୋଜି ବାହାର କରିବୁ ବୋଲି କହିଥିବା ସେ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ଗରିବ ଲୋକ ଟଙ୍କା କେଉଁଠୁ ଆଣିବି କହିବାରୁ ଏଏସ୍‌ଆଇ ଅମରନାଥଙ୍କୁ ଘରକୁ ପଳାଅ ଖବର ପାଇଲେ ଜଣାଇବାକୁ କହିଥିବା ସେ ଅଭିଯୋଗ କରିଛନ୍ତି। ପରବର୍ତ୍ତି ସମୟରେ ଏସ୍‌ଆଇ ଝିଅକୁ ଫୋନ୍‌ କରି ବିଭିନ୍ନ ପ୍ରକାର କଥା ଶିଖାଉଥିବା ଫୋନ୍‌ ରେକର୍ଡ ମଧ୍ୟ ଶୁଣିବାକୁ ମିଳିଥିଲା। ଚିନ୍ତିତ ଅବସ୍ଥାରେ ଥାନାକୁ ଆସି ପଚାରିବାରୁ ଏଏସ୍‌ଆଇ ଧମକ ଦେଇ ତମ ଝିଅର ବୟସ ହେଇଯାଇଛି ଆମେ କିଛି କରିପାରିବୁ ନାହିଁ ବୋଲି କହିଥିଲେ। ତବେ ଯାହା କରିବ କର ବୋଲି କହିଥିବା ଅମରନାଥ ଏସ୍‌ପିଙ୍କୁ ଜଣାଇଛନ୍ତି। ଜଣେ ପୋଲିସ ଅଧିକାରୀଙ୍କ ଏଭଳି ବ୍ୟବହାରକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ଝିଅକୁ ବିପଦରୁ ରକ୍ଷା କରି ନ୍ୟାୟ ପ୍ରଦାନ ନିମନ୍ତେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷାରେ ବେହାଲ ଝରିଗାଁ: ହଷ୍ଟେଲ ଭିତରେ ୨ ଫୁଟ୍ ପାଣି, ଭୟରେ ରାତି ବିତାଇଲେ ଛାତ୍ର

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଲଗାଣ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସଦର ମହକୁମାରେ ଅବସ୍ଥିତ ସରକାରୀ ଏକ୍ସ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?