ନିଖୋଜ ଝିଅକୁ ଖୋଜିବା ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ

ନବରଙ୍ଗପୁର,୩୧।୩ (ବି.ପ୍ର): ଝିଅ ନିଖୋଜ ନେଇ ବାରମ୍ବାର ଥାନାକୁ ଯିବା ପରେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏଏସ୍‌ଆଇ ଦୁର୍ବ୍ୟବହାର କରିବା ସହ ଧମକ ଦେଉଛନ୍ତି। ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଘୁଷୁରାବେଡ଼ା ଗ୍ରାମର ଅମରନାଥ ସିଂ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇ ଏଭଳି ଅଭିଯୋଗ କରିଛନ୍ତି। ଗତ ଫେବୃୟାରୀରେ ଝିଅ ବବିତା(୧୮) ନିଖୋଜ ହୋଇଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ଝିଅକୁ ନ ପାଇବାରୁ ଡାବୁଗାଁ ଥାନାରେ ନିଖୋଜ ନେଇ ଏତଲା ଦେଇଥିଲେ। ପରେ ଅନୁସନ୍ଧାନ କରି କୋରାପୁଟ ଜିଲା ହାଟ ମୁନିଗୁଡ଼ା ଚିଲିକାତରି ଗାଁର ମିଥୁନ କାଡ୍ରାକା ଝିଅକୁ ନେଇ ପଳାଇଥିବା ଅମରନାଥ ଥାନାରେ ଜଣାଇଥିଲେ। ଝିଅର ମୋବାଇଲ ନମ୍ବର ଡାବୁଗାଁ ଥାନା ମହିଳା ଏଏସ୍‌ଆଇଙ୍କୁ ଦେଇଥିଲେ। ମହିଳା ଏଏସ୍‌ଆଇ ଥାନା ଖର୍ଚ୍ଚ ଦିଅ ଓ ଗାଡ଼ି ଗୋଟିଏ ବାହାର କରିଦିଅ ତମ ଝିଅକୁ ଖୋଜି ବାହାର କରିବୁ ବୋଲି କହିଥିବା ସେ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ଗରିବ ଲୋକ ଟଙ୍କା କେଉଁଠୁ ଆଣିବି କହିବାରୁ ଏଏସ୍‌ଆଇ ଅମରନାଥଙ୍କୁ ଘରକୁ ପଳାଅ ଖବର ପାଇଲେ ଜଣାଇବାକୁ କହିଥିବା ସେ ଅଭିଯୋଗ କରିଛନ୍ତି। ପରବର୍ତ୍ତି ସମୟରେ ଏସ୍‌ଆଇ ଝିଅକୁ ଫୋନ୍‌ କରି ବିଭିନ୍ନ ପ୍ରକାର କଥା ଶିଖାଉଥିବା ଫୋନ୍‌ ରେକର୍ଡ ମଧ୍ୟ ଶୁଣିବାକୁ ମିଳିଥିଲା। ଚିନ୍ତିତ ଅବସ୍ଥାରେ ଥାନାକୁ ଆସି ପଚାରିବାରୁ ଏଏସ୍‌ଆଇ ଧମକ ଦେଇ ତମ ଝିଅର ବୟସ ହେଇଯାଇଛି ଆମେ କିଛି କରିପାରିବୁ ନାହିଁ ବୋଲି କହିଥିଲେ। ତବେ ଯାହା କରିବ କର ବୋଲି କହିଥିବା ଅମରନାଥ ଏସ୍‌ପିଙ୍କୁ ଜଣାଇଛନ୍ତି। ଜଣେ ପୋଲିସ ଅଧିକାରୀଙ୍କ ଏଭଳି ବ୍ୟବହାରକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ଝିଅକୁ ବିପଦରୁ ରକ୍ଷା କରି ନ୍ୟାୟ ପ୍ରଦାନ ନିମନ୍ତେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ବିଧାୟକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ନାଏବ ସରପଞ୍ଚ

ନବରଙ୍ଗପୁର,୧୨।୪(ସଦାଶିବ ପ୍ରହରାଜ):ଋଣ ଦେବାକୁ କହି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଏସ୍‌ଏଚ୍‌ଜି ମହିଳାଙ୍କୁ ବିଜେଡିରେ ମିଶାଉଥିବା ଅଭିଯୋଗ କରିଛନ୍ତି ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି ପଞ୍ଚାୟତ ନାଏବ...

ମେ’, ଜୁନ୍‌ରେ ୪ ଦିନ ଡ୍ରାଏ ଡେ

ନବରଙ୍ଗପୁର,୭।୪(ସଦାଶିବ ପ୍ରହରାଜ)ନବରଙ୍ଗପୁର ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ, ସ୍ବଚ୍ଛ ଓ ଶାନ୍ତିଶୃଙ୍ଖଳାର ସହିତ ସୁଚାରୁରୂପେ ପରିଚାଳନା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ...

ଆଡ୍‌ମିଟ୍‌ କାର୍ଡ ପାଇଁ ଟଙ୍କା

ଚନ୍ଦାହାଣ୍ଡି, ୬।୪(ଦିଲୀପ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ସରକାରୀ ପାନାବେଡ଼ା ନୂତନ ହାଇସ୍କୁଲ ଛାତ୍ରୀଛାତ୍ରଙ୍କଠାରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆଡ୍‌ମିଟ୍‌ କାର୍ଡ ଦେବା...

ଭାଜପା ଲୋକସଭା ପ୍ରାର୍ଥୀଙ୍କ ଗାଡ଼ିକୁ ଅଣ୍ଡା ମାଡ଼

ପାପଡ଼ାହାଣ୍ଡି, ୨୮।୩(ସ୍ବପ୍ନଜିତ ପଟ୍ଟନାୟକ)ନବରଙ୍ଗପୁର ଜିଲା ମଇଦଲପୁର ହାଟପଦାଠାରେ ବୁଧବାର ଭାଜପାର ନବରଙ୍ଗପୁର ଲୋକ ସଭା ପ୍ରାର୍ଥୀ ବଳଭଦ୍ର ମାଝିଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି। ବଳଭଦ୍ର...

ସିସି କ୍ୟାମେରାରେ କାଦୁଅ ଲଗାଇ କରୁଥିଲେ ବ୍ୟାଙ୍କ ଚୋରି: ସାଇରନ ବାଜିବାରୁ…

ଉମରକୋଟ, ୨୨।୩(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ସହର ମାଁ ପେଣ୍ଡ୍ରାଣୀ ମନ୍ଦିର ନିକଟରେ ଥିବା ଉତ୍କର୍ଷ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କରେ କିଛି ଦୁର୍ବୁତ୍ତ ଲୁଟ୍‌...

ପିଇବା ପାଣି ପାଇଁ ପ୍ରକୃତି ସାହା

ତେନ୍ତୁଳିଖୁଣ୍ଟି,୨୨।୩(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ପାତ୍ରପୁଟ ପଞ୍ଚାୟତ କଳାହାଣ୍ଡି ସୀମାନ୍ତ ପାହାଡ଼ ତଳି ଗାଁ ଝରଣଗୁଡ଼ା। ଗ୍ରାମବାସୀଙ୍କ ପିଇବା ପାଣି ପାଇଁ ପ୍ରକୃତି...

ଶିକ୍ଷକଙ୍କ ମାଡ଼ରେ ନର୍ସରି ଛାତ୍ର ଲହୁଲୁହାଣ

ରାଇଘର,୨୨ା୩(କିରଣ ପଟ୍ଟନାୟକ):ନବରଙ୍ଗପୁର ଜିଲା କୁନ୍ଦେଇ ଥାନା ଅଧୀନ କାନାଡିହି ଗ୍ରାମର ଜଣେ ଛାତ୍ର ସ୍କୁଲ ଶିକ୍ଷକଙ୍କ ମାଡ଼ରେ ଲହୁଲୁହାଣ ହୋଇଛନ୍ତି। ସମ୍ପୃକ୍ତ ଶିକ୍ଷକଙ୍କ ନାମରେ ଛାତ୍ରଙ୍କ...

କେନ୍ଦ୍ର ସରକାରଙ୍କ ଯୋଜନାର ପ୍ରଚାରକଲେ

ଉମରକୋଟ, ୨୦।୩(ସନ୍ତୋଷ ଶତପଥୀ): ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ମଙ୍ଗଳବାର ଉମରକୋଟ ଗସ୍ତ କରିଥିଲେ। ସେ ପ୍ରଥମେ ସ୍ଥାନୀୟ ଏକ ଚା’ ଦୋକାନରେ ଦଳୀୟ କର୍ମୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri