ଷ୍ଟେଶନ ପ୍ଲାଟଫର୍ମରେ ପହଞ୍ଚିବା ପୂର୍ବରୁ ମିଳିଯିବ ଟିକେଟ, ଏହି ଟ୍ରିକ୍‌ ବନ୍ଧୁଙ୍କୁ ବି କୁହନ୍ତୁ ନାହିଁ…

ନୂଆଦିଲ୍ଲୀ,୨୬।୮: ଯଦି ଆପଣ କାହାକୁ ଷ୍ଟେଶନରେ ଛାଡ଼ିବାକୁ ଯାଉଛନ୍ତି, ତେବେ ପ୍ଲାଟଫର୍ମ ଟିକେଟ କିଣିବା ବାଧ୍ୟତାମୂଳକ। କିନ୍ତୁ ଏବେ ପ୍ଲାଟଫର୍ମ ଟିକେଟ କିଣିବା ପାଇଁ ଲମ୍ବା ଲାଇନରେ ଛିଡ଼ା ହେବାର ଆବଶ୍ୟକତା ନାହିଁ, କାରଣ ଆପଣ ନିଜ ସ୍ମାର୍ଟଫୋନ୍‌ ମାଧ୍ୟମରେ ଏହା କରିପାରିବେ। ଏଠାରେ ଆମେ ଆପଣଙ୍କୁ ମୋବାଇଲ ସାହାଯ୍ୟରେ ପ୍ଲାଟଫର୍ମ ଟିକେଟ କିଣିବାର ପ୍ରକ୍ରିୟା ବିଷୟରେ କହୁଛୁ।

ମୋବାଇଲ ଆପ୍‌ରୁ ପ୍ଲାଟଫର୍ମ ଟିକେଟ କିଣନ୍ତୁ:
ଭାରତୀୟ ରେଳବାଇ “UTS ଅନ୍‌ ମୋବାଇଲ” ଆପ୍‌ ମାଧ୍ୟମରେ ପ୍ଲାଟଫର୍ମ ଟିକେଟ କିଣିବାର ସୁବିଧା ପ୍ରଦାନ କରିଛି। ଏହା ବ୍ୟତୀତ ଆପଣ ରେଳବାଇର ସୁପର ଆପ RailOne ମାଧ୍ୟମରେ ମଧ୍ୟ ଟିକେଟ କିଣିପାରିବେ। ଯାତ୍ରୀମାନେ ଏହି ଆପ୍‌ଗୁଡ଼ିକୁ ଆଣ୍ଡ୍ରଏଡ ଏବଂ iOS ପ୍ଲାଟଫର୍ମରୁ ଡାଉନଲୋଡ୍‌ କରିପାରିବେ। ଆପ୍‌ରେ ଲଗଇନ୍‌ କରି ନିକଟତମ ଷ୍ଟେଶନ ବାଛି କିଛି ସେକେଣ୍ଡ ମଧ୍ୟରେ ଟିକେଟ କିଣିହେବ।

୧. UTS ଅନ ମୋବାଇଲ ଆପ୍‌ରେ ପ୍ଲାଟଫର୍ମ ଟିକେଟ କିଣିବାର ପ୍ରକ୍ରିୟା:
-ପ୍ରଥମେ Google Play Store କିମ୍ବା iOS Storeରୁ UTS on Mobile App ଡାଉନଲୋଡ୍‌ କରନ୍ତୁ।
-ଆପ ଖୋଲି ନୂଆ ଆକାଉଣ୍ଟ ରେଜିଷ୍ଟର କରନ୍ତୁ (ମୋବାଇଲ ନମ୍ବର ଓ OTP ମାଧ୍ୟମରେ)।
-ଲଗଇନ ପରେ “Platform Ticket” ଅପ୍ସନ ବାଛନ୍ତୁ।
-ଆପ ଆପଣଙ୍କ GPS ଲୋକେସନ ଅନୁସାରେ ନିକଟତମ ଷ୍ଟେଶନ ଦେଖାଇବ। ଷ୍ଟେଶନ ଚୟନ କରନ୍ତୁ।
-ଟିକେଟ ସଂଖ୍ୟା ଦିଅନ୍ତୁ ଏବଂ ପେମେଣ୍ଟ ମୋଡ ବାଛନ୍ତୁ (UPI, ଡେବିଟ/କ୍ରେଡିଟ କାର୍ଡ, ନେଟ ବ୍ୟାଙ୍କିଙ୍ଗ, ୱାଲେଟ)।
-ପେମେଣ୍ଟ ପରେ ଆପଣଙ୍କ ମୋବାଇଲରେ ଇ-ପ୍ଲାଟଫର୍ମ ଟିକେଟ ଆସିଯିବ।
-ପ୍ଲାଟଫର୍ମରେ ପ୍ରବେଶ ସମୟରେ ଏହି ଟିକେଟ ରେଳବାଇ କର୍ମଚାରୀଙ୍କୁ ଦେଖାଇବାକୁ ପଡ଼ିବ

୨. RailOne ଆପ୍‌ରୁ ପ୍ଲାଟଫର୍ମ ଟିକେଟ କିଣିବାର ପ୍ରକ୍ରିୟା?

-Play Store କିମ୍ବା App Storeରୁ RailOne App ଡାଉନଲୋଡ କରନ୍ତୁ।
-ନିଜ ମୋବାଇଲ ନମ୍ବର ଦେଇ ରେଜିଷ୍ଟ୍ରେସନ/ଲଗଇନ୍‌ କରନ୍ତୁ।
-ହୋମ ପେଜରେ Platform Ticket ଅପ୍ସନ ବାଛନ୍ତୁ।
-ଷ୍ଟେଶନ ନାମ ଖୋଜି ଚୟନ କରନ୍ତୁ।
-ଟିକେଟ ସଂଖ୍ୟା ଦିଅନ୍ତୁ ଏବଂ ଆଗକୁ ବଢ଼ନ୍ତୁ।
-ପେମେଣ୍ଟ ଅପ୍ସନ ବାଛି (UPI, ୱାଲେଟ, ନେଟ୍‌ ବ୍ୟାଙ୍କିଙ୍ଗ, କାର୍ଡ) ପେମେଣ୍ଟ କରନ୍ତୁ।
-ତୁରନ୍ତ ଆପଣଙ୍କ ଆପ୍‌ ଓ SMSରେ ପ୍ଲାଟଫର୍ମ ଟିକେଟ ଜେନେରେଟ ହୋଇଯିବ।

ଡିଜିଟାଲ ପେମେଣ୍ଟରେ ସହଜ ଦେୟ

ଟିକେଟ କିଣିବା ସମୟରେ ଯାତ୍ରୀମାନେ UPI, ଡେବିଟ କାର୍ଡ, କ୍ରେଡିଟ କାର୍ଡ ଏବଂ ମୋବାଇଲ ଓ୍ୱାଳେଟ ଭଳି ଡିଜିଟାଲ ମାଧ୍ୟମରେ ଦେୟ ଦେଇପାରିବେ। ଅର୍ଥାତ ଆପଣଙ୍କୁ ନଗଦ ଆବଶ୍ୟକତା ନାହିଁ ଏବଂ ତୁରନ୍ତ ଇ-ଟିକେଟ ମିଳିଯାଏ, ଯାହା ପ୍ଲାଟଫର୍ମରେ ପ୍ରବେଶ ସମୟରେ ଦେଖାଇଲେ ଚଳେ।

ଲମ୍ବା ଲାଇନରୁ ମୁକ୍ତି
ପୂର୍ବରୁ ଯାତ୍ରୀମାନଙ୍କୁ ପ୍ଲାଟଫର୍ମ ଟିକେଟ ପାଇଁ ଟିକେଟ କାଉଣ୍ଟରରେ ଲମ୍ବା ଲାଇନରେ ଛିଡ଼ା ହେବାକୁ ପଡ଼ୁଥିଲା। କିନ୍ତୁ ମୋବାଇଲରୁ ଟିକେଟ କିଣିବାର ସୁବିଧା ପରେ ଯାତ୍ରୀମାନଙ୍କର ସମୟ ଓ ଶକ୍ତି ଉଭୟ ବଞ୍ଚିବ। ଏହି ପଦକ୍ଷେପକୁ ରେଳବାଇର ଡିଜିଟାଲ ଇଣ୍ଡିଆ ଯୋଜନାର ଏକ ବଡ଼ ପଦକ୍ଷେପ ବୋଲି ବିବେଚନା କରାଯାଉଛି।

Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri