
ସୋର,୮ା୨(ଜନ୍ମେଜୟ ମିଶ୍ର): ସୋର ଥାନା ବାଗୁଡ଼ି ଶିକ୍ଷକ ପ୍ରଶିକ୍ଷଣ ବିଦ୍ୟାଳୟ(ସିଟି ସ୍କୁଲ)ର ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର ସେଠୀଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି। ପ୍ରକାଶ ଯେ, ଅଧ୍ୟକ୍ଷ ସେଠୀ ଉକ୍ତ ଛାତ୍ରୀଙ୍କୁ ବିଭିନ୍ନ ସମୟରେ ଆଶ୍ଳୀଳ ଇଙ୍ଗିତ କରିବା ସହିତ ତାଙ୍କ ମୋବାଇଲକୁ ଆଶ୍ଳୀଳ ମେସେଜ ଦେଉଥିଲେ। ତାଙ୍କ ସହ ଶାରୀରୀକ ସମ୍ପର୍କ ନ ରଖିଲେ ପରୀକ୍ଷାରେ ଫେଲ କରିଦେବେ ବୋଲି କହିଥିଲେ।ଏଥିରେ ଅତିଷ୍ଠ ହୋଇ ଛାତ୍ରୀ ଜଣଙ୍କ ସୋର ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ ମାମଲା(ନଂ.୧୨୩/୨୫) ରୁଜ୍ଜୁ କରିିଛି।