ଏସିଡିଟି ପାଇଁ ଯୋଗ

ଦୈନନ୍ଦିନ ଜୀବନରେ ଖାଇବା ପିଇବା ସମୟରେ ପରିବର୍ତ୍ତନ ଯୋଗୁଁ ଏସିଡିଟି ବା ଗ୍ୟାସ୍‌ଷ୍ଟ୍ରିକ ସମସ୍ୟା ଦେଖାଯାଏ। ଅତ୍ୟଧିକ ତେଲ ଏବଂ ମସଲାଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଏପରି ସମସ୍ୟାର ସମ୍ମୁଖୀନ ହେବାର ଯଥେଷ୍ଟ ଆଶଙ୍କା ରହିଛି। ନିଶାଦ୍ରବ୍ୟ ସେବନ ଏବଂ ଖାଇବା ସଙ୍ଗେ ସଙ୍ଗେ ଶୋଉଥିଲେ ତାହା ଏସିଡିଟି ସମସ୍ୟାକୁ ପରୋକ୍ଷରେ ଆମନ୍ତ୍ରଣ କରିଥାଏ। ତେବେ କେତୋଟି ଯୋଗ ମାଧ୍ୟମରେ ଆପଣ ଏହାଠାରୁ ନିଜକୁ ଅନେକାଂଶରେ ଦୂରେଇ ରଖିପାରିବେ। ତେବେ ଏସବୁ ବିଷୟରେ ଯୋଗ ବିଶେଷଜ୍ଞ ସହ ବିଶଦ ଭାବରେ ଆଲୋଚନା କରନ୍ତୁ।

ମାର୍ଜରୀ ଆସନ : ମାର୍ଜରୀ ଆସନ ଅଭ୍ୟାସ କରିବା ଦ୍ୱାରା ଏସିଡିଟି ସମସ୍ୟାରୁ ମୁକ୍ତି ପାଇପାରିବେ। ଶରୀରରେ ରକ୍ତ ସଞ୍ଚାଳନ ସମସ୍ୟା ଦୂର କରିବା ସହ ହଜମ ଶକ୍ତି ବଢ଼ାଇଥାଏ। ଏଥିସହ ଆପଣଙ୍କ ପେଟରେ ଚର୍ବି ବଢୁଥିଲେ ସେହି ସମସ୍ୟା ମଧ୍ୟ ଦୂର ହେବ।
ପବାମୁକ୍ତାସନ : ଏହି ଆସନ କରିବା ଦ୍ୱାରା ପାକସ୍ଥଳୀରୁ ବର୍ଜ୍ୟବସ୍ତୁ ଏବଂ ବିଷାକ୍ତ ପଦାର୍ଥ ବାହାରିଥାଏ। ଏହାଦ୍ୱାରା ବଦହଜମି, ଗ୍ୟାସ୍‌ଷ୍ଟ୍ରିକ ଏବଂ କୋଷ୍ଠକାଠିନ୍ୟ ସମସ୍ୟାରୁ କେତେକାଂଶରେ ଉପଶମ ମିଳିଥାଏ। ତା’ସହ ହଜମକ୍ରିୟା ସନ୍ତୁଳିତ ରହିଥାଏ।
ବଜ୍ରାସନ : ଏହି ଆସନ କରିବା ଦ୍ୱାରା ଅନ୍ତନଳୀରେ ରକ୍ତ ସଞ୍ଚାଳନ ହେବା ସହ ଖାଦ୍ୟ ହଜମ ହେବାରେ ସାହାଯ୍ୟ କରେ। ଗ୍ୟାସ୍‌ଷ୍ଟ୍ରିକ ସମସ୍ୟାରେ ପୀଡ଼ିତ ଲୋକମାନେ ଏହାକୁ ନିୟମିତ ଅଭ୍ୟାସ କରିପାରନ୍ତି। ଏହାବ୍ୟତୀତ ପିଠି ଯନ୍ତ୍ରଣା ଏବଂ ନିଦ୍ରାହୀନତାରୁ ମଧ୍ୟ ଉପଶମ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅବିବାହିତ ବ୍ୟକ୍ତି ସ୍ବପ୍ନରେ ଏହି ୪ ଜିନିଷ ଦେଖିବା ଶୁଭ; ବୁଝିନିଅନ୍ତୁ ଯେ ଶୀଘ୍ର ହେବ ବିବାହ…

ମନୁଷ୍ୟ ଜୀବନରେ ବିବାହ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ। ହିନ୍ଦୁ ଧର୍ମରେ ବିବାହ ବିନା ଜୀବନ ଅସମ୍ପୂର୍ଣ୍ଣ ବୋଲି ଧରାଯାଏ। ବିଶ୍ୱାସ କରାଯାଏ ଯେ ଯଦି ଜଣେ...

ଫୋନ ଚୋରି ହୋଇଗଲେ କେମିତି ବନ୍ଦ କରିବେ ଗୁଗଲ ପେ, ଫୋନ ପେ…ଜାଣନ୍ତୁ

ଆଜିକାଲି ଭାରତରେ ଅନଲାଇନ ପେମେଣ୍ଟ ସାଧାରଣ ହୋଇଗଲାଣି। ଲୋକମାନେ ନିଜ ପାଖରେ ନଗଦ ଟଙ୍କା ରଖିବା ଅପେକ୍ଷା, ୟୁପିଆଇ ମାଧ୍ୟମରେ ଦେୟ ଦେବାକୁ ପସନ୍ଦ କରୁଛନ୍ତି।...

ନିଃଶବ୍ଦ ଘାତକ : ଉଚ୍ଚ ରକ୍ତଚାପ

ରକ୍ତଚାପ କ’ଣ : ସାଧାରଣ ଭାବରେ କହିଲେ ରକ୍ତ ସ୍ରୋତ ଦ୍ୱାରା ଧମନୀଗୁଡ଼ିକର ପାଚେରି ଉପରେ ପଡୁଥିବା ଚାପକୁ ‘ରକ୍ତଚାପ’ କହନ୍ତି। ଡାକ୍ତରୀ ଭାଷାରେ କହନ୍ତି...

ସ୍ବାସ୍ଥ୍ୟବର୍ଦ୍ଧକ କନ୍ଦମୂଳ: ଖାଇବାକୁ ଯେମିତି ସୁସ୍ବାଦୁ, ଶରୀର ପାଇଁ ସେମିତି ଉପକାରୀ

କନ୍ଦମୂଳ ଖାଇବାକୁ ଯେମିତି ସୁସ୍ବାଦୁ ଲାଗେ ସେମିତି ଶରୀର ପାଇଁ ବେଶ୍‌ ଉପକାରୀ ମଧ୍ୟ ହୋଇଥାଏ। କାରଣ ଏଥିରେ ଭରି ରହିଥାଏ ଭିଟାମିନ୍‌ ଏ, ବିଟା...

ଛୋଟ ଛୋଟ କଥାକୁ ନେଇ କଳହ ଉପୁଜୁଛି କି? ସୁଖି ଦାମ୍ପତ୍ୟ ପାଇଁ ବାସ୍ତୁଟିପ୍ସ ଜାଣିରଖନ୍ତୁ…

ବେଳେବେଳେ ଛୋଟ ଛୋଟ କଥାକୁ ନେଇ ପତ୍ନୀପତିଙ୍କ ଭିତରେ କଥା କଟାକଟି ହୋଇଥାଏ। ଏହା ସାଧାରଣ ଲାଗିଲେ ବି ଏହା ପଛରେ ମଧ୍ୟ ବାସ୍ତୁଦୋଷର କିଛିଟା...

ଆପଣବି ହୋଇ ପାରିବେ ଭାଗ୍ୟଶାଳୀ, ଘରେ ଲଗାନ୍ତୁ ଏହି ଗଛ

ଏକ ସାମଞ୍ଜସ୍ୟପୂର୍ଣ୍ଣ ଏବଂ ସମୃଦ୍ଧ ଜୀବନ୍ତ ପରିବେଶ ସୃଷ୍ଟି କରିବାର ପ୍ରୟାସରେ, ଉଦ୍ଭିଦଗୁଡିକୁ ଏକୀକୃତ କରିବା କେବଳ ଆପଣଙ୍କ ଘରର ସୌନ୍ଦର୍ଯ୍ୟ ବୃଦ୍ଧିରେ ସାହାଯ୍ୟ କରେନାହିଁ...

ପୃଥିବୀ ବାହାରେ ଡାଇନୋସର

ବିଭିନ୍ନ ଜାତିର ଜୀବମାନଙ୍କ ଭିତରୁ ସରୀସୃପ ଅନ୍ୟତମ। ସାପ, ଝିଟିପିଟି, ଏଣ୍ଡୁଅ, କଇଁଛ, ଗୋଧି ଓ କୁମ୍ଭୀର ଭଳି କାତି ରହିଥିବା ଟାଣ ଓ ଶୁଖିଲା...

ବାସ୍ତୁରେ ଶୋଇବାକୁ ନେଇ ରହିଛି ନିୟମ, ଜାଣିଲେ ଶରୀର ସହ ନିଦ୍ରା ଉପରେ ପଡ଼ିବନି କୁପ୍ରଭାବ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଶୋଇବା ସମୟରେ ମଧ୍ୟ କିଛିଟା ନିୟମ ମାନିବାକୁ ହୁଏ। ନଚେତ୍‌ ଏହାର କୁପ୍ରଭାବ ଆମର ଶରୀର ଓ ମନ ସହିତ ନିଦ୍ରା ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri