ଏସିଡିଟି ପାଇଁ ଯୋଗ

ଦୈନନ୍ଦିନ ଜୀବନରେ ଖାଇବା ପିଇବା ସମୟରେ ପରିବର୍ତ୍ତନ ଯୋଗୁଁ ଏସିଡିଟି ବା ଗ୍ୟାସ୍‌ଷ୍ଟ୍ରିକ ସମସ୍ୟା ଦେଖାଯାଏ। ଅତ୍ୟଧିକ ତେଲ ଏବଂ ମସଲାଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଏପରି ସମସ୍ୟାର ସମ୍ମୁଖୀନ ହେବାର ଯଥେଷ୍ଟ ଆଶଙ୍କା ରହିଛି। ନିଶାଦ୍ରବ୍ୟ ସେବନ ଏବଂ ଖାଇବା ସଙ୍ଗେ ସଙ୍ଗେ ଶୋଉଥିଲେ ତାହା ଏସିଡିଟି ସମସ୍ୟାକୁ ପରୋକ୍ଷରେ ଆମନ୍ତ୍ରଣ କରିଥାଏ। ତେବେ କେତୋଟି ଯୋଗ ମାଧ୍ୟମରେ ଆପଣ ଏହାଠାରୁ ନିଜକୁ ଅନେକାଂଶରେ ଦୂରେଇ ରଖିପାରିବେ। ତେବେ ଏସବୁ ବିଷୟରେ ଯୋଗ ବିଶେଷଜ୍ଞ ସହ ବିଶଦ ଭାବରେ ଆଲୋଚନା କରନ୍ତୁ।

ମାର୍ଜରୀ ଆସନ : ମାର୍ଜରୀ ଆସନ ଅଭ୍ୟାସ କରିବା ଦ୍ୱାରା ଏସିଡିଟି ସମସ୍ୟାରୁ ମୁକ୍ତି ପାଇପାରିବେ। ଶରୀରରେ ରକ୍ତ ସଞ୍ଚାଳନ ସମସ୍ୟା ଦୂର କରିବା ସହ ହଜମ ଶକ୍ତି ବଢ଼ାଇଥାଏ। ଏଥିସହ ଆପଣଙ୍କ ପେଟରେ ଚର୍ବି ବଢୁଥିଲେ ସେହି ସମସ୍ୟା ମଧ୍ୟ ଦୂର ହେବ।
ପବାମୁକ୍ତାସନ : ଏହି ଆସନ କରିବା ଦ୍ୱାରା ପାକସ୍ଥଳୀରୁ ବର୍ଜ୍ୟବସ୍ତୁ ଏବଂ ବିଷାକ୍ତ ପଦାର୍ଥ ବାହାରିଥାଏ। ଏହାଦ୍ୱାରା ବଦହଜମି, ଗ୍ୟାସ୍‌ଷ୍ଟ୍ରିକ ଏବଂ କୋଷ୍ଠକାଠିନ୍ୟ ସମସ୍ୟାରୁ କେତେକାଂଶରେ ଉପଶମ ମିଳିଥାଏ। ତା’ସହ ହଜମକ୍ରିୟା ସନ୍ତୁଳିତ ରହିଥାଏ।
ବଜ୍ରାସନ : ଏହି ଆସନ କରିବା ଦ୍ୱାରା ଅନ୍ତନଳୀରେ ରକ୍ତ ସଞ୍ଚାଳନ ହେବା ସହ ଖାଦ୍ୟ ହଜମ ହେବାରେ ସାହାଯ୍ୟ କରେ। ଗ୍ୟାସ୍‌ଷ୍ଟ୍ରିକ ସମସ୍ୟାରେ ପୀଡ଼ିତ ଲୋକମାନେ ଏହାକୁ ନିୟମିତ ଅଭ୍ୟାସ କରିପାରନ୍ତି। ଏହାବ୍ୟତୀତ ପିଠି ଯନ୍ତ୍ରଣା ଏବଂ ନିଦ୍ରାହୀନତାରୁ ମଧ୍ୟ ଉପଶମ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri