ଇମ୍ରାନ୍‌ଙ୍କ ଧମକ, ପଦରୁ ହଟାଇଲେ ହେବି ଭୟଙ୍କର…

ଇସଲାମାବାଦ୍‌, ୨୪।୧ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ବିରୋଧି ଦଳମାନଙ୍କୁ ଧମକ ଦେଇଛନ୍ତି ଯେ ଯଦି ସେ ଇସ୍ତଫା ଦେବାକୁ ବାଧ୍ୟ ହୁଅନ୍ତି ତେବେ ଭୟଙ୍କର ହେବେ। ଏହା ବିରୋଧି ଦଳଙ୍କ ପାଇଁ ବିପଜ୍ଜନକ ହେବ। ଏହା ସହିତ ଇମ୍ରାନ୍‌ ବିରୋଧିଙ୍କ କୌଣସି ପରାମର୍ଶ ଗ୍ରହଣ କରିବାକୁ ମନା କରିଦେଇଥିଲେ।

ପାକିସ୍ତାନ ଡେମୋକ୍ରାଟିକ ମୁଭମେଣ୍ଟ (ପିଡିଏମ) ଯୋଜନା ଉପରେ ଏକ ପ୍ରଶ୍ନର ଉତ୍ତରରେ ଇମ୍ରାନ୍‌ କହିଛନ୍ତି ଯେ ଏହି ପଦକ୍ଷେପ ବିଫଳ ହେବ। ପ୍ରଧାନମନ୍ତ୍ରୀ ବିରୋଧିଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ମୁଁ ଯଦି ରାସ୍ତାରେ ବାହାରକୁ ଆସେ, ତେବେ ତୁମେ ଲୁଚିବାକୁ ବି ସ୍ଥାନ ପାଇବ ନାହିଁ।

ଆଫଗାନିସ୍ତାନରେ କାର୍ଯ୍ୟ କରୁଥିବା ଇସଲାମିକ ଷ୍ଟେଟ ଖୋରାସାନ (ଆଇଏସ-କେ), ନିଷିଦ୍ଧ ତେହେରିକ-ଇ-ତାଲିବାନ ପାକିସ୍ଥାନ (ଟିଟିପି) ତୁଳନାରେ ପାକିସ୍ତାନର ଶାନ୍ତି ଏବଂ ଅଖଣ୍ଡତା ପାଇଁ ଅଧିକ ବିପଦ ସୃଷ୍ଟି କରିଛି। ଖାଇବର ପସ୍ତୁନଖ୍ବାରେ ଆଇଏସ୍‌-କେ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି ବୋଲି ସେ କହିଛନ୍ତି।

ଗତ ବର୍ଷ ଅଗଷ୍ଟରେ କାବୁଲରେ ତାଲିବାନ କ୍ଷମତାକୁ ଆସିବା ପରେ ଆଫଗାନିସ୍ତାନର ଅନେକ ସହରରେ ଆକ୍ରମଣକୁ ଜୋରଦାର କରିଥିବା ଆଇଏସ-କେଖାଇବର ପସ୍ତୁନଖ୍ବା ପ୍ରଦେଶରେ ପାକିସ୍ତାନୀ ସୁରକ୍ଷା ଅଧିକାରୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ କରିଥିଲା।

ଆଇଏସ-କେ ଦେଶର ନିରାପତ୍ତା ପାଇଁ ଅଧିକ ବିପଦ ସୃଷ୍ଟି କରିଛି। ଏହାକୁ ଦୃଢ଼ଭାବେ ଦମନ କରାଯିବାର ଯୋଜନା ପ୍ରସ୍ତୁତ ହୋଇଥିବା ଇମ୍ରାନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ସହିତ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ବନ୍ଦ କଲା କାନାଡା, ପ୍ରଧାନମନ୍ତ୍ରୀ ଟ୍ରୁଡେ କହିଲେ ଏହି ପ୍ରକ୍ରିୟା ବହୁତ ଜଟିଳ

ଓଟାଓ୍ବା,୨।୯: କାନାଡା ଶୁକ୍ରବାର ଅପ୍ରତ୍ୟାଶିତ ଭାବରେ କହିଛି ଯେ ଭାରତ ସହ ଏକ ପ୍ରସ୍ତାବିତ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ବନ୍ଦ କରିଛି। ତିନିମାସ ପୂର୍ବେ...

ଜି-୭ ସମ୍ମିଳନୀ ସ୍ଥଗିତ: ପ୍ରଥମେ ଭାରତକୁ ନିମନ୍ତ୍ରଣ କରିବେ ଟ୍ରମ୍ପ

ଓ୍ବାଶିଂଟନ,୩୧।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ସୂଚନା ଦେଇଛନ୍ତି କି ଜି-୭ ସମ୍ମିଳନୀ ସେପ୍ଟେମ୍ବର ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା। ତେବେ ଏହା ପୂର୍ବରୁ ସେ...

ଆଦାନୀଙ୍କ କ୍ଷତି ୨.୮୩ ଲକ୍ଷ କୋଟି

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୮।୧: ଆଦାନୀ ଗ୍ରୁପ୍‌ ବିରୋଧରେ ଆମେରିକାର ଆକ୍ଟିଭିଷ୍ଟ ଇନ୍‌ଭେଷ୍ଟର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ପକ୍ଷରୁ ରିପୋର୍ଟ ପ୍ରଘଟ ପରେ କମ୍ପାନୀ ମୁଖ୍ୟ ଗୌତମ ଆଦାନୀ ବିଶ୍ୱର ଧନୀ...

ତୁର୍କୀରେ ଭୂକମ୍ପ ମୃତ୍ୟୁସଂଖ୍ୟା ୧୩୦୦ ଟପିଲାଣି

ଆଙ୍କରା,୬ା୨: ସୋମବାର ତୁର୍କୀ ଏବଂ ସିରିଆରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହା ତୁର୍କୀର ନୁରଦାଗି ଠାରୁ ୨୩ କିଲୋମିଟର ପୂର୍ବରେ ହୋଇଛି। ଏହାର ତୀବ୍ରତା...

ଶ୍ରୀଲଙ୍କାରେ ନିର୍ବାଚନୀ ହିଂସା

କଲମ୍ବୋ,୧୬।୧୧: ଶ୍ରୀଲଙ୍କାରେ ଶନିବାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଏହି ସମୟରେ ଏକ ହିଂସା ହୋଇଥିବା ଖବର ମିଳିଛି। ଶ୍ରୀଲଙ୍କାର ଉତ୍ତର-ପଶ୍ଚିମରେ...

କାର୍‌ ଭିତରେ ବସିଥିଲେ ଦମ୍ପତି, ହଠାତ୍‌ ୫୦ ଫୁଟ ଉପରୁ ଖସିଲା ବରଫଖଣ୍ଡ; ଆଉ ତା’ ପରେ…

ସେଣ୍ଟପିଟରସବର୍ଗ,୧।୪: କ୍ୟାମେରାରେ କଏଦ ହୋଇଥିବା ଏକ ଭିଡିଓ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଭିଡିଓରେ ଦେଖିବାକୁ ମିଳିଛି ଏକ ଦମ୍ପତି କାର୍‌ରେ ଯାଉଥିଲେ। ହଠାତ୍‌...

ଏଫ୍‌ଏଟିଏଫ୍‌ର ଗ୍ରେ’ ତାଲିକାରୁ ହଟିଲା ପାକିସ୍ତାନର ନାମ

ଇସ୍‌ଲାମାବାଦ,୧୭।୬: ପାକିସ୍ତାନକୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଏଫ୍‌ଏଟିଏଫ୍‌ ଗ୍ରେ’ ତାଲିକାରୁ ବର୍ତ୍ତମାନ ପାକିସ୍ତାନର ନାମକୁ ହଟାଇ ଦିଆଯାଇଛି। ଶୁକ୍ରବାର ଜର୍ମାନୀର ବର୍ଲିନରେ ଚାଲିଥିବା ଏକ...

ଖାଦ୍ୟ ସୁରକ୍ଷାର ସମାଧାନ ଉପରେ ଗୁରୁତ୍ୱାରୋପ କଲେ ବିଶ୍ୱ ନେତା…

ନ୍ୟୁୟର୍କ,୨୨।୯ : ୟୁରୋପ, ଆମେରିକା ଏବଂ ଆଫ୍ରିକାର ଅନେକ ନେତା ରୁଷିଆ-ୟୁକ୍ରେନ ଯୁଦ୍ଧ ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବୃଦ୍ଧି ପାଉଥିବା ବିଶ୍ୱ ଖାଦ୍ୟ ସଙ୍କଟର...

Advertisement
Archives

Model This Week