ହଁ ଆଜ୍ଞା

ତାମିଲନାଡୁ ବିଧାନସଭାରେ ୯ ଜାନୁୟାରୀ ୨୦୨୩ରେ ଏକ ଅସାମ୍ବିଧାନିକ ଘଟଣା ଘଟିଯାଇଛି। ବିଧାନସଭା ଆରମ୍ଭ ହେବା ମାତ୍ରେ ରାଜ୍ୟପାଳ ଆର୍‌. ଏନ୍‌. ରବି ଅଭିଭାଷଣ ଦେଇଥିଲେ। ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଭାଷଣକୁ ସେ ପଢ଼ୁଥିବା ବେଳେ କିଛି ଅଂଶକୁ ଡେଇଁଯାଇଥିଲେ। ଏହା ପରିବର୍ତ୍ତେ ସେ ନିଜ ମନରୁ ଯୋଡ଼ି କିଛି କହିଥିଲେ। ଫଳରେ ସରକାରୀ ସ୍ତରରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ୍‌ ଗୃହରେ ଏକ ସଂକଳ୍ପ ଆଣିଥିଲେ ଓ ସେଥିରେ ସରକାରୀ ପ୍ରସ୍ତୁତ ଭାଷଣକୁ କେବଳ ରେକର୍ଡ କରାଯିବ ଏବଂ ରାଜ୍ୟପାଳ ମନରୁ ଦେଇଥିବା ଭାଷଣକୁ ବାଦ୍‌ ପକାଇବାକୁ କହିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ରାଜ୍ୟପାଳ କକ୍ଷ ତ୍ୟାଗ କରିଥିବା ଦେଖାଯାଇଛି। ଭାରତୀୟ ଗଣତାନ୍ତ୍ରିକ ଇତିହାସରେ ଏଭଳି ଅସ୍ବାଭାବିକ ସ୍ଥିତି ଉପୁଜିବା ପରେ ଦୀର୍ଘବର୍ଷ ଧରି କେତେକ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଦେଖାଦେଇ ଆସୁଥିବା ଦ୍ୱନ୍ଦ୍ୱ ସର୍ବୋଚ୍ଚରେ ପହଞ୍ଚତ୍ଛି।
ନିକଟ ଅତୀତକୁ ଦେଖିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍‌ କେଜରିଓ୍ବାଲଙ୍କ ସରକାରରେ ଯେକୌଣସି ରାଜ୍ୟପାଳ ନିଯୁକ୍ତି ପାଇଛନ୍ତି ସେମାନେ ବିନା କାରଣରେ କଣ୍ଟାବାଡ଼ରେ ଲୁଗା ପକାଇଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତତ୍କାଳୀନ ରାଜ୍ୟପାଳ ତଥା ଏବର ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କ ଦ୍ୱାରା ରଚାଯାଇଥିବା ନାଟକ ମନେପଡ଼େ। କେରଳ ରାଜ୍ୟପାଳ ଅରିଫ୍‌ ମହମ୍ମଦ ଖାନ୍‌ ସେଠାକାର ସରକାରଙ୍କ ବିଭିନ୍ନ କାର୍ଯ୍ୟକୁ ବିରୋଧ କରିଚାଲିଛନ୍ତି। ଦୁଇ ସାମ୍ବିଧାନିକ ପଦବୀ ମଧ୍ୟରେ କଳହ ତାଲିକାକୁ ପ୍ରସ୍ତୁତ କଲେ ତାହା ଲମ୍ବି ଚାଲିବ। ରାଜ୍ୟପାଳମାନେ କେନ୍ଦ୍ର ଦ୍ୱାରା ରାଜ୍ୟଗୁଡ଼ିକରେ ଅବସ୍ଥାପିତ ହୋଇଥାଆନ୍ତି। କେନ୍ଦ୍ରରେ ଯେଉଁ ସରକାର ଚାଲିଥାଏ, ତାହାର ବିପରୀତ ଦଳ କୌଣସି ରାଜ୍ୟରେ ଶାସନ କରୁଥିଲେ ସେଠାରେ ଅନେକ କ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜୁଥିବା ଦେଖାଯାଉଛି। ତାମିଲନାଡୁ ରାଜ୍ୟପାଳ ଆର୍‌. ଏନ୍‌. ରବି ଭାରତୀୟ ପୋଲିସ ସେବା (ଆଇପିଏସ୍‌) ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି। ସେ ୫ ଅକ୍ଟୋବର ୨୦୧୮ରେ ଭାରତର ଉପ-ସୁରକ୍ଷା ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିଲେ। ୨୦୧୯ରେ ସେ ନାଗାଲାଣ୍ଡର ରାଜ୍ୟପାଳ ମଧ୍ୟ ରହିଥିଲେ। ୯ ସେପ୍ଟେମ୍ବର ୨୦୨୧ରେ ରବି ତାମିଲନାଡୁର ରାଜ୍ୟପାଳ ହୋଇଥିଲେ। ରାଜ୍ୟପାଳ ଭାବେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ରବି ତାଙ୍କର ପୋଲିସ ମନୋଭାବ ଛାଡ଼ି ନ ଥିବା ଭଳି ମନେହେଉଛି। ସେ ସମ୍ଭବତଃ ନିଜର କାଟ୍‌ତି ଦେଖାଇବାକୁ ଯାଇ ତାମିଲନାଡୁ ସରକାରଙ୍କୁ ପ୍ରଶଂସା କରାଯିବାର କିଛି ଅଂଶ ଜାଣିଶୁଣି ପଢ଼ି ନ ଥିଲେ। ଦେଖିବାକୁ ଗଲେ ପ୍ରଥା ରହିଛି ଯେ ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଭାଷଣକୁ ରାଜ୍ୟପାଳମାନେ ପଢ଼ିଥାଆନ୍ତି। ୨୦୨୧ରୁ ସେ ତାମିଲନାଡୁ ରାଜ୍ୟପାଳ ନିଯୁକ୍ତ ହୋଇଥିବାରୁ ନିଶ୍ଚିତ ଭାବେ ପୂର୍ବରୁ ସରକାରଙ୍କ ଅମଲାଙ୍କ ଦ୍ୱାରା ଲେଖାଯାଇଥିବା କାଗଜକୁ ପଢ଼ିଥିବେ। କୁହାଯାଉଛି ସରକାରଙ୍କୁ ପ୍ରଶଂସା କରାଯାଇ ଉଲ୍ଲେଖ କରାଯାଇଥିବା ଶବ୍ଦ ରବିଙ୍କୁ ଭଲ ନ ଲାଗିବାରୁ ସେ ମନରୁ ଯୋଡ଼ି ଭାଷଣ ଦେଇଥିଲେ। କିନ୍ତୁ ଜଣେ ରାଜ୍ୟପାଳ ସେଭଳି କରିବା ଅନୁଚିତ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରବି ତାଙ୍କ ପୂର୍ବପ୍ରସ୍ତୁତ ଭାଷଣରେ ଥିବା କେତୋଟି ବିନ୍ଦୁକୁ ନ ପଢ଼ି ଛାଡ଼ିଦେଇଥିଲେ। ତନ୍ମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ଥିଲା ରାଜ୍ୟ ସରକାରଙ୍କ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଟିପ୍ପଣୀ, ଯେଉଁଥିରେ କୁହାଯାଇଥିଲା ଯେ ରାଜ୍ୟରେ ଶାନ୍ତି ବଜାୟ ରଖାଯାଇପାରିଛି। ତତ୍‌ସହିତ ମହିଳା ସଶକ୍ତୀକରଣ, ସାମାଜିକ ନ୍ୟାୟ ଦିଗରେ ଅଗ୍ରଗତି ଘଟିଛି। ତେବେ ସବୁଠାରୁ ଅଧିକ ବିରକ୍ତି ସୃଷ୍ଟି ହୋଇଥିଲା ଯେତେବେଳେ ରାଜ୍ୟପାଳ ତାଙ୍କ ଭାଷଣରେ ‘ତାମିଲନାଡ଼ୁ’ ଶବ୍ଦକୁ ବାରମ୍ବାର ଡେଇଁ ଯାଇଥିଲେ। ଏଥିସହିତ ଦ୍ରାବିଡ଼ ନେତାମାନଙ୍କର ନାମ ପଢ଼ି ନ ଥିଲେ କିମ୍ବା ଦ୍ରାବିଡ଼ ପ୍ରଶାସନିକ ବ୍ୟବସ୍ଥାକୁ ପ୍ରଶଂସା କରି ନ ଥିଲେ। ଏହାବ୍ୟତୀତ ଗୃହରେ ସବୁ ଦଳ ତରଫରୁ ରାଜ୍ୟପାଳଙ୍କ ବିରୋଧରେ ସ୍ବର ଉତ୍ତୋଳନ କରାଯାଇଥିଲା। କାରଣ ରବିଙ୍କ କହିବା ଅନୁଯାୟୀ ତାମିଲନାଡୁର ନାମକୁ ପରିବର୍ତ୍ତନ କରାଯିବା ଉଚିତ।
ରାଜ୍ୟପାଳ ରବି ତାଙ୍କ ବ୍ୟବହାର ଦ୍ୱାରା ପ୍ରମାଣ କରିଦେଲେ ଯେ, ଉତ୍ତରଭାରତର ମାନସିକତାକୁ ନେଇ ତାମିଲନାଡ଼ୁରେ ଅଶାନ୍ତ ବାତାବରଣ ସୃଷ୍ଟି କରିବା ପାଇଁ ନିର୍ଦ୍ଦେଶ ପାଇଛନ୍ତି। ପୋଲିସ ଚାକିରି ସମୟରେ ଏହିଭଳି ବ୍ୟକ୍ତିବିଶେଷ ନିଜର ଚାକର ମାନସିକତା ପୋଷଣ କରିଆସିଥାଆନ୍ତି। ସେଥିପାଇଁ ଅବସର ପରେ ସେମାନେ କେବଳ ‘ହଁ ଆଜ୍ଞା’ କରୁଥିବାରୁ ସେମାନଙ୍କୁ ରାଜ୍ୟପାଳ ପଦବୀ ମିଳିଥାଏ। ଅର୍ଥାତ ତାଙ୍କ ଯୋଗ୍ୟତା ସେହି ଦୁଇଟି ଶବ୍ଦରେ ସୀମିତ। ନିଜ ବୁଦ୍ଧି କିମ୍ବା ବିବେକ ବ୍ୟବହାର କରି ଦେଶର ମଙ୍ଗଳ ପାଞ୍ଚିବା ପାଇଁ ରବିଙ୍କ ଭଳି ନାଗରିକ ଅସମର୍ଥ। ଯେତେ ଅଯୋଗ୍ୟ ହେବ ସେତେ ବଡ଼ ଆସନ ପାଇବା ପାଇଁ ଯୋଗ୍ୟ ହେବେ ରବିଙ୍କ ଭଳି ଲୋକ।

ରାଜ୍ୟପାଳ ରବି ତାଙ୍କ ବ୍ୟବହାର ଦ୍ୱାରା ପ୍ରମାଣ କରିଦେଲେ ଯେ, ଉତ୍ତରଭାରତର ମାନସିକତାକୁ ନେଇ ତାମିଲନାଡ଼ୁରେ ଅଶାନ୍ତ ବାତାବରଣ ସୃଷ୍ଟି କରିବା ପାଇଁ ନିର୍ଦ୍ଦେଶ ପାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?