ଆଜି ୮ ଜିଲାକୁ ବର୍ଷା ନେଇ ୟେଲୋ ୱାର୍ନିଂ

ଭୁବନେଶ୍ୱର,୬।୧୨(ଅନୁରାଧା ମହାରଣା):ସାମୁଦ୍ରିକ ବାତ୍ୟା ମିଗ୍‌ଜୋମ୍‌ ମଙ୍ଗଳବାର ମଧ୍ୟାହ୍ନ ୧୨ଟା ୩୦ରୁ ୨ଟା ୩୦ ମଧ୍ୟରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିଛି। ନେଲୋର ଏବଂ ମଛଲିପଟନମ୍‌ ମଧ୍ୟବର୍ତ୍ତୀ ବାପାଟଲା ନିକଟରେ ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହୋଇଛି। ତେବେ ବାତ୍ୟା ପ୍ରଭାବରେ ଓଡ଼ିଶାର ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ସା ସୁଦ୍ଧା ଘଣ୍ଟା ପ୍ରତି ୨ରୁ ୩ ମି.ମି. ବର୍ଷା ହୋଇଥିବାବେଳେ ଗଜପତିରେ ସର୍ବାଧିକ ୪୦ ମି.ମି. ବର୍ଷା ରେକର୍ଡ ହୋଇଛି। ଗଜପତି ଜିଲାର ମୋହନାରେ ସର୍ବାଧିକ ବର୍ଷା ହୋଇଛି। ମିଳିଥିବା ସୂଚନାନୁସାରେ, ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ପରେ ବର୍ଷାର ପ୍ରଭାବ ଦକ୍ଷିଣ ଓଡ଼ିଶାରେ ବଢ଼ିଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା ଜିଲାରେ ପ୍ରବଳ ବର୍ଷା ହୋଇଥିବାବେଳେ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି ଜିଲାରେ ମଧ୍ୟ ବର୍ଷାର ପ୍ରଭାବ ରହିଛି। ଅବଶିଷ୍ଟ ଜିଲାରେ ପାଗ ମୁଖ୍ୟତଃ ମେଘୁଆ ଥିବାବେଳେ ବିକ୍ଷିପ୍ତ ବର୍ଷା ରେକର୍ଡ ହୋଇଛି। ସତର୍କ ସୂଚନା ଥିବା ଜିଲାଗୁଡ଼ିକରେ ପବନର ବେଗ ୩୦-୪୦ କି.ମି. ରହିଛି। ସମୁଦ୍ର ମଧ୍ୟରେ ପବନର ବେଗ ୪୦-୫୫ କି.ମି. ପର୍ଯ୍ୟନ୍ତ ରହୁଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି, ମଙ୍ଗଳବାର ରାତିରେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବ, ସକାଳ ପର୍ଯ୍ୟନ୍ତ ବର୍ଷାର ମାତ୍ରା ଅଧିକା ରହିବ। ଏହି ସାମୁଦ୍ରିକ ବାତ୍ୟା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ପ୍ରାୟ ଉତ୍ତର ଦିଗରେ ସମାନ୍ତରାଳ ଓ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳ ନିକଟରେ ଗତି କରିବା ସହ ବୁଧବାର ସନ୍ଧ୍ୟା ସୁଦ୍ଧା ଦୁର୍ବଳ ହୋଇ ଅବପାତ ରୂପ ନେବା ସମ୍ଭାବନା ରହିଛି। ସେପଟେ ବର୍ଷା ସମ୍ଭାବନାକୁ ନେଇ ଅମଳ ହେବାକୁ ଥିବା ଫସଲ ସମ୍ପର୍କରେ ଚାଷୀଙ୍କୁ ସତର୍କ କରାଯାଇଛି। ଉପକୂଳ ଜିଲାରେ ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ତେବେ ବୁଧବାର ପାଗ ସୁଧୁରିବା ପରେ ମାଛ ମାରିବାକୁ ଗଭୀର ସମୁଦ୍ରକୁ ଯାଇ ହେବ ବୋଲି ଦାସ ସୂଚନା ଦେଇଛନ୍ତି। ବାତ୍ୟା ପ୍ରଭାବରେ ବୁଧବାର ରାଜ୍ୟର ୮ ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି। ୭ତାରିଖରୁ ପାଗରେ ପରିବର୍ତ୍ତନ ହେବ। ବୁଧବାର ଗଞ୍ଜାମ, ଗଜପତି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି ଓ ରାୟଗଡ଼ା ଜିଲାର କିଛି ଅଞ୍ଚଳକୁ ବର୍ଷା ନେଇ ଅରେଞ୍ଜ ୱାର୍ନିିଂ ଜାରି କରାଯାଇଛି। ସେହିପରି ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଉକ୍ତ ଅଞ୍ଚଳରେ ୟୋଲୋ ଓ୍ବାର୍ନିଂ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଗ୍ନିକ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

ଭୁବନେଶ୍ୱର,୨୩।୨(ସତ୍ୟଜିତ୍‌ ରାଉତ): ରାଜ୍ୟ ଅଗ୍ନିଶମ ସେବା ସଂସ୍ଥାର ଆଗ୍ନିକ କର୍ମଚାରୀମାନେ ଦୁଇଦଫା ଦାବି ନେଇ ଚଳାଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଶୁକ୍ରବାର ପ୍ରତ୍ୟାହୃତ କରିନେଇଛନ୍ତି। ଏନେଇ ସଂଘ...

ଓଡ଼ିଶାବାସୀଙ୍କ ପାଇଁ ଖୁସିଖବର: ୨୧ଟି ଅମୃତ ଷ୍ଟେଶନ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୨୩।୨(ଅନୁରାଧା ମହାରଣା) :ଦେଶର ରେଳ ଭିତ୍ତିଭୂମିରେ ପରିବର୍ତ୍ତନ ବ୍ୟାପକ ପରିବର୍ତ୍ତନ ହେଉଛି। ଆସନ୍ତା ୨୬ ତାରିଖରେ ୫୫୪ଟି ରେଳ ଷ୍ଟେଶନ, ୧୫୦୦ ରୋଡ୍‌ ଓଭର ବ୍ରିଜ...

ସୁନ୍ଦରଗଡ଼ ଜିଲା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ୱର,୨୩ା୨(ଅନିଲ ଦାସ): ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ରାଜନୈତିକ ଦଳଗୁଡ଼ିକ ନିଜର ସଙ୍ଗଠନକୁ ମଜଭୁତ କରିବାରେ ଲାଗିଛନ୍ତି। ଏହି କ୍ରମରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ...

ବିଜେଡିରେ ଯୋଗଦେଲେ ପୂର୍ବତନ ଭାଜପା ରାଜ୍ୟ ସମ୍ପାଦକ

ଭୁବନେଶ୍ୱର,୨୩ା୨(ଅନିଲ ଦାସ)- ଯାଜପୁର ଜିଲା ଧର୍ମଶାଳାନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରସୁଲପୁର ବ୍ଲକର ପୂର୍ବତନ ଭାପା ରାଜ୍ୟ ସମ୍ପାଦକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେନ୍ଦ୍ର ପଣ୍ଡାଙ୍କ ସହଶତାଧିକ...

ରାଜଧାନୀରେ ଲାଗିପାରିବ ନାହିଁ ଦଳୀୟ ପୋଷ୍ଟର, ଲାଗିଥିଲେ…

ଭୁବନେଶ୍ୱର,୨୩।୨: ଏଣିକି ରାଜଧାନୀରୁ ହଟାଯିବ ଦଳୀୟ ପୋଷ୍ଟର ବ୍ୟାନର। କାନ୍ଥରେ ଲେଖାଯାଇଥିବା ଦଳୀୟ ସ୍ଲୋଗାନକୁ ମଧ୍ୟ ହଟାଯିକୁ ବିଏମ୍‌ସି କମିଶନର କହିଛନ୍ତି। ଆଗକୁ ନିର୍ବାଚନ ଆସୁଥିବାରୁ...

ଗନ୍ଧମାର୍ଦ୍ଦନ ପାହାଡ଼ରେ ଯବାନ- ମାଓବାଦୀଙ୍କ ଗୁଳି ବିନିମୟ

ବରଗଡ଼/ପାଇକମାଳ,୨୩।୨(ପ୍ରେମାନନ୍ଦ ଖମାରୀ/ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ନିକଟ ଗନ୍ଧମାର୍ଦ୍ଦନ ପାହାଡ଼ରେ ଦୀର୍ଘଦିନ ବ୍ୟବଧାନ ପରେ ମାଓବାଦୀଙ୍କ ଗତିବିଧି ପୁଣି ପରିଲକ୍ଷିତ ହୋଇଛି । ଶୁକ୍ରବାର...

୨୬ରେ ସଚିବାଳୟ ଘେରାଉ କରିବ କଂଗ୍ରେସ

ବାଲେଶ୍ୱର, ୨୩।୨(ମାନସ ବିଶ୍ୱାଳ): ବାଲେଶ୍ୱର ସହର ସିନେମା ଛକସ୍ଥିତ ଜିଲା କଂଗ୍ରେସ କାର୍ଯ୍ୟାଳୟରେ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲା କଂଗ୍ରେସ କମିଟି...

ବିଏମ୍‌ସି ମେୟର, ଡେପୁଟି ମେୟର, କର୍ପୋରେଟରଙ୍କ  ପାଇଁ ଖୁସିଖବର:  ଜାଣନ୍ତୁ କେତେ ବଢ଼ିବ ମିଟିଂ ଭତ୍ତା

ଭୁବନେଶ୍ବର,୨୩।୨: ଭୁବନେଶ୍ବର ମହାନଗର ନିଗମ (ବଏମ୍‌ସି)ର କର୍ପୋରେଟରମାନଙ୍କର ମିଟିଂ ଭତ୍ତା ବୃଦ୍ଧି ହୋଇଛି । କର୍ପୋରେଟରଙ୍କ ଭତ୍ତା୧୦ ହଜାର କରାଯାଇଛି। ପ୍ରତି କର୍ପୋରେଶନ ମିଟିଂ ପିଛା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri