ଜିନ୍ନତ ପରେ ଶିମିଳିପାଳ ଛାଡ଼ିଲା ଯମୁନା

ବାରିପଦା,୧୭ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘର ଜେନେଟିକ୍‌ ଡାଇଭର୍ସିଟି (ବଂଶାନୁକ୍ରମିକ ବିବିଧତା) ପରିବର୍ତ୍ତନ କରିବା ନେଇ ଆରମ୍ଭ ହୋଇଥିବା ମିଶନ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ଯେଉଁ ଦୁଇ ବାଘୁଣୀଙ୍କୁ ମହାରାଷ୍ଟ୍ରରୁ ଅଣାଯାଇ ମିଶନ କାର୍ଯ୍ୟକାରୀ କରାଯାଇଥିଲା ସେହି ବାଘୁଣୀ ଯମୁନା ଓ ଜିନ୍ନତ ଏବେ ଶିମିଳିପାଳ ଛାଡ଼ି ଅନ୍ୟ ଜଙ୍ଗଲକୁ ପଳାଇଛନ୍ତି। ମହାରାଷ୍ଟ୍ରର ସମତଳ ଜଙ୍ଗଲରେ ବଢ଼ି ଆସିଥିବା ଏହି ଦୁଇ ବାଘୁଣୀ ବଣ ପାହାଡ଼ ଘେରା ଶିମିଳିପାଳ ଅଭୟାରଣ୍ୟରେ ନିଜକୁ ଖାପ ଖୁଆଇ ପାରି ନ ଥିବା ବନ୍ୟପ୍ରାଣୀ ପ୍ରେମୀମାନେ କହିଛନ୍ତି। ୮ ଦିନ ହେଲା ବାଘୁଣୀ ଜିନ୍ନତ ଝାଡ଼ଖଣ୍ଡ ଜଙ୍ଗଲରେ ରହୁଥିବା ବେଳେ ରବିବାର ରାତିରେ ଯମୁନା ମଧ୍ୟ ଶିମିଳିପାଳ ଛାଡ଼ି ବାଲେଶ୍ୱର ଜିଲା କୁଲଡ଼ିହା ଅଭୟାରଣ୍ୟକୁ ପଳାଇଛି। ବିଭାଗୀୟ କର୍ମଚାରୀମାନେ ଜିନ୍ନତ ଓ ଯମୁନାର ଗତିବିଧି ଉପରେ ନଜର ରଖିଛନ୍ତି। ତେବେ ବାଘୁଣୀ ଯମୁନାର ସ୍ଥିତି ସମ୍ପର୍କରେ ବନ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯିବ ନାହିଁ। ସେ ଜଙ୍ଗଲରେ ରହିଛି। ଜିନ୍ନତ ଓ ଯମୁନାଙ୍କୁ ଟ୍ରାକିଂରେ ରଖାଯାଇଛି ବୋଲି ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ତଥା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଡ.ପ୍ରକାଶ ଚାନ୍ଦ ଗୋଗିନେନୀ କହିଛନ୍ତି।

ବାଘୁଣୀ ନଭେମ୍ବର ୧୪ରେ ଆସିଥିବା ଜିନ୍ନତ ଡିସେମ୍ବର ୮ରେ ଶିମିଳିପାଳରୁ ବାହାରି ଝାଡ଼ଖଣ୍ଡ ରାଜ୍ୟର ଚିଆବାନ୍ଧି, ମଚାପଢ଼ିଆ ଓ ରାଜାବସା ଜଙ୍ଗଲରେ ଅବସ୍ଥାନ କରୁଛି। ଶିମିଳିପାଳକୁ ଫେରିବା ନେଇ ତା’ର ଗତିବିଧି ଉପରେ ଉଭୟ ରାଜ୍ୟର ବନ ଅଧିକାରୀ ଓ କର୍ମଚାରୀମାନେ ୨୪ ଘଣ୍ଟିଆ ନଜର ରଖିଛନ୍ତି। ତେବେ ଶିମିଳିପାଳ ଅଭୟାରଣ୍ୟରୁ ୪୦ କି.ମି. ଦୂରକୁ ଯାଇଥିବା ଜିନ୍ନତ ପଛରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ତାଲିମ୍‌ପ୍ରାପ୍ତ କର୍ମଚାରୀ ଓ ଅଧିକାରୀଙ୍କ ତିନୋଟି ଟିମ୍‌ ସହ ମୋଟ ୧୫ କର୍ମଚାରୀ ରହିଛନ୍ତି। ଅନ୍ୟପକ୍ଷରେ ଅକ୍ଟୋବର ୨୭ରେ ଆସିଥିବା ବାଘୁଣୀ ଯମୁନା ରବିବାର ରାତିରେ ଶିମିଳିପାଳରୁ କପ୍ତିପଦା ରେଞ୍ଜ ଅଧୀନ ଶୁଖୁଆପଟା ପାହାଡ଼
ଦେଇ ବାଲେଶ୍ୱର ଜିଲା ଔପଦା ଏବଂ ସେଠାରୁ କୁଲଡ଼ିହା ଅଭୟାରଣ୍ୟରେ ପହଞ୍ଚିଛି। ଶିମିଳିପାଳ ଅଭୟାରଣ୍ୟ କରିଡରରୁ ପାଖାପାଖି ୨୦ରୁ ୨୫କିମି ଦୂରରେ ତା’ର ଅବସ୍ଥିତି ଥିବା ଜଣାପଡ଼ିଛି। ନଭେମ୍ବର ୯ରେ ଏନ୍‌କ୍ଲୋଜରରୁ ଯମୁନାକୁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନରେ ଛଡ଼ାଯାଇଥିଲା। ପାହାଡ଼ିଆ ଜଙ୍ଗଲରେ ଯମୁନା କିଛି ଦିନ ଧରି ନିଜର ବାସସ୍ଥାନ ପ୍ରସ୍ତୁତି କରିବାରେ ଲାଗିଥିଲା। ମାତ୍ର ସମତଳ ଜଙ୍ଗଲରୁ ଆସି ପାହାଡ଼ିଆ ଜଙ୍ଗଲରେ ନିଜକୁ ଖାପ ଖୁଆଇବା ପାଇଁ କୋର୍‌ ଅଞ୍ଚଳର ସୀମାନ୍ତରେ ଘୂରିବୁଲିଥିଲା। କପ୍ତିପଦା ରେଞ୍ଜ ଅଞ୍ଚଳରେ ବାଘ ପାଦଚିହ୍ନକୁ ନେଇ ଲୋକେ ଆତଙ୍କିତ ହେବା ପରେ ବନ କର୍ମଚାରୀମାନେ ଯମୁନାର ଗତିବିଧି ଉପରେ ନଜର ରଖିଥିଲେ। ତେବେ ରବିବାର ରାତିରେ ଯମୁନା ଶିମିଳିପାଳ ଅଭୟାରଣ୍ୟ ପାର ହୋଇ କୁଲଡିହାରେ ପହଞ୍ଚି ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

ଏ ନେଇ ପୂର୍ବତନ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ କୁହନ୍ତି, ଦୁଇ ବାଘୁଣୀଙ୍କୁ ଶିମିଳିପାଳ ଅଭୟାରଣ୍ୟ ପସନ୍ଦଯୋଗ୍ୟ ହୋଇପାରୁନାହିଁ। ମହାରାଷ୍ଟ୍ରର ତଡ଼ବା ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ସମତଳ ଜଙ୍ଗଲରେ ଜିନ୍ନତ ଓ ଯମୁନା ରହି ଶିକାର କରୁଥିଲେ। ତେବେ ଶିମିଳିପାଳର ବଣପାହାଡ଼ଘେରା ଜଙ୍ଗଲରେ ସେମାନେ ନିଜକୁ ଖାପ ଖୁଆଇ ପାରୁନାହାନ୍ତି। ୨ ବାଘୁଣୀଙ୍କୁ ଛାଡ଼ିବା ପୂର୍ବରୁ ଶିମିଳିପାଳ ଅଭୟାରଣ୍ୟର ଜଳବାୟୁ ପରିବେଶ ଓ ବନ୍ୟଜନ୍ତୁଙ୍କ ସହ ମିଶିବା ପାଇଁ ବନ ବିଭାଗ ପକ୍ଷରୁ କୌଣସି ପ୍ରଚେଷ୍ଟା କରାଯାଇନାହିଁ। ତାକୁ ଧରିଆଣିବା ମାତ୍ରେ ଶିମିଳିପାଳ ଅଭୟାରଣ୍ୟରେ ଛାଡ଼ି ଦିଆଯାଇଛି। ଏନ୍‌କ୍ଲୋଜରର ପରିସୀମା ବୃଦ୍ଧି କରାଯାଇ ଶିମିଳିପାଳର ବନ୍ୟଜନ୍ତୁଙ୍କ ସହ ପରିଚିତ କରାଇବା ନିତାନ୍ତ ଆବଶ୍ୟକ ରହିଥିଲା। ତରବରିଆ ଭାବେ ମିଶନ ଆରମ୍ଭ କରାଯାଇଥିବାରୁ ଏହା ସଫଳ ହେବାକୁ ନେଇ ଆଶଙ୍କା ଉପୁଜିବାରେ ଲାଗିଛି।

ଏ ସମ୍ପର୍କରେ ପରିବେଶବିତ୍‌ ସଂଯୁକ୍ତା ବସାଙ୍କୁ ପଚାରିବାରୁ ଜନ୍ମ ପରିବେଶରୁ ଆସିଥିବା ଦୁଇ ବାଘୁଣୀ ଶିମିଳିପାଳ ପରିବେଶରେ ଖାପ ଖୁଆଇ ପାରୁନାହାନ୍ତି। ପାହାଡ଼ିଆ ଶିମିଳିପାଳ ଜଙ୍ଗଲରେ ଶିକାର କରିବା ସେମାନଙ୍କ ପକ୍ଷେ କଷ୍ଟକର ହେଉଛି। ଶିମିଳିପାଳର ବନ୍ୟଜନ୍ତୁଙ୍କୁ ଶିକାର କରିବା କୌଶଳ ସେମାନଙ୍କୁ ଜଣା ନ ଥିବା କାରଣରୁ ଦୁଇ ବାଘୁଣୀ ଅନ୍ୟ ଜଙ୍ଗଲକୁ ପଳାଇ ଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

ଆଉନାହାନ୍ତି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ ରଥ: ଖେଳିଗଲା ଶୋକର ଛାୟା

ଦିଗପହଣ୍ଡି,୨୧।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଭୀମପୁର ଶାସନ ବାସିନ୍ଦା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ରଥ (୬୪)ଙ୍କ ହୃଦଘାତରେ ପରଲୋକ…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?