ନୂଆବର୍ଷ ଉପଲକ୍ଷେ ପତ୍ନୀଙ୍କୁ ଉପହାରରେ ବିଏମ୍‌ଡବ୍ଲ୍ୟୁ ଦେଲେ ଅଭିନେତା

ବମ୍ବେ: ନୂଆ ବର୍ଷ ଉପଲକ୍ଷେ ପତ୍ନୀଙ୍କୁ ଖାସ୍‌ ଉପହାର ଦେଇଛନ୍ତି ଅଭିନେତା ଶୋଏବ ଇବ୍ରାହିମ୍‌। ସେଇଟି ହେଲା ଏକ ନୂଆ ବିଏମ୍‌ଡବ୍ଲୁ ଏକ୍ସ୭। ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଅଭିନେତା ଏନେଇ ଜଣାଇଛନ୍ତି।

ଉଭୟଙ୍କ ଏକ ଫଟୋ ଶେୟାର କରି ଶୋଏବ କହିଛନ୍ତି, ୨୦୨୨ର ଯାତ୍ରା ସତରେ ବହୁତ ସୁନ୍ଦର ଥିଲା। ସମସ୍ତଙ୍କ ଆଶୀର୍ବାଦ ଆମ ସହ ଥିଲା। ଆଜି ଆମେ ଯେଉଁଠି ଛିଡ଼ା ହୋଇଛୁ, ପରିବାର ସହ ମିଶି ଏହି ନୂଆ ଉପଲବ୍ଧିର ସେଲିବ୍ରେଟ୍‌ କରୁଛୁ। ଆଜି ନିଜର ନୂଆ ଦାମୀ କାର୍‌ ବିଏମ୍‌ଡବ୍ଲୁ ଏକ୍ସ ୭କୁ ଘରକୁ ନେଇ ଯାଉଛୁ। ଏହି ମୁହୂର୍ତ୍ତ ଆମ ସମସ୍ତଙ୍କ ପାଇଁ ଆଶୀର୍ବାଦ, ଖୁସିରେ ପରିପୂର୍ଣ୍ଣ। ଦୀପିକା ଏହା ଖାସ୍‌ ତୁମ ପାଇଁ ବୋଲି ସେ ଲେଖିଛନ୍ତି।

ଉଭୟଙ୍କ ଲଭ୍‌ଷ୍ଟୋରୀ ବିଷୟରେ କଥା ହେଲେ, ‘ସସୁରାଲ ସିମର କା’ ଶୁଟିଂ ସେଟ୍‌ରେ ଦୀପିକାଙ୍କୁ ଭେଟିଥିଲେ ଶୋଏବ। ସେଠାରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ହେଲେ ଦୀପିକା ପୂର୍ବରୁ ବିବାହିତା ଥିଲେ। ଏଣୁ ଉଭୟଙ୍କ ଭବିଷ୍ୟତ ସେତେଟା ସହଜ ନ ଥିଲା। ପ୍ରଥମେ ଦୀପିକା ୨୦୧୫ରେ ପ୍ରଥମ ସ୍ବାମୀଙ୍କଠାରୁ ଅଲଗା ହୋଇଥିଲେ। ପରେ ତିନି ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ୨୦୧୮ରେ ଦୁହେଁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାହାଡିଆ ରାସ୍ତାରେ ଜୀବନ: ପଡିଯାଇ ବାହାରିପଡିଲା ଛାତ୍ରଙ୍କ ଅନ୍ତନଳୀ

ମୋହନା,୨୧ା୮(ମନ୍ମଥ ମିଶ୍ର): ଗଞ୍ଜାମ ଓ ଗଜପତି ଜିଲା ସୀମାନ୍ତରେ ରହିଛି ଧରାକୋଟ ବ୍ଲକର ତାନାର୍ଜିପଲ୍ଲୀ ଗାଁ। ବିଦ୍ୟାଳୟକୁ ବାଲିପଦର ଗ୍ରାମକୁ ୫ କି.ମି. ଛାତ୍ରୀଛାତ୍ରଙ୍କୁ ପାହାଡିଆ, ପଥୁରିଆ…

ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଶୁଭସ୍ଥମ୍ଭ ସ୍ଥାପନ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମର ପୁରାତନ ତଥା ୨୫ ବର୍ଷର ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଆସନ୍ତା…

ଆନ୍ଧ୍ରପ୍ରଦେଶରୁ ୫ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ପାରଳାଖେମୁଣ୍ଡି/ମୋହନା,୨୧ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ଜଣେ ମାଲିକଙ୍କ ନିକଟରେ ବନ୍ଧକ ଥିବା ୫ ଜଣ ଶ୍ରମିକଙ୍କୁ ଗଜପତି ଜିଲା ପୋଲିସ ଉଦ୍ଧାର କରି…

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri