
ବେଜିଂ, ୨୪।୯ : ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ନଜର ବନ୍ଦୀ କରି ରଖାଯାଇଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ଚାଇନା ସୈନ୍ୟବାହିନୀ ତାଙ୍କୁ ଏଭଳି କରି କ୍ଷମତାଚ୍ୟୁତ କରି ଘରେ ବନ୍ଦୀ ଭାବେ ରଖିଛି। ଚାଇନା କମ୍ୟୁନିଷ୍ଟ ପାର୍ଟିର ବରିଷ୍ଠ ନେତାମାନେ ତାଙ୍କୁ ପିପୁଲ୍ସ ଲିବରେଶନ ଆର୍ମି (ପିଏଲଏ) ର ମୁଖ୍ୟ ପଦରୁର ହଟାଇବା ପରେଏଭଳି ହୋଇଥିବା ଖବର ପ୍ରଚାର ହେବାରେ ଲାଗିଛି।
ଜିନପିଙ୍ଗଙ୍କୁ ତାଙ୍କ ଘରେ ରଖାଯାଇଛି ବୋଲି ଅନେକ ୟୁଜର ଚାଇନାର ସୋସିଆଲ ମିଡିଆ ହ୍ୟାଣ୍ଡେଲର୍ ଦାବି କରିଛନ୍ତି।
ଏହି ପରିପ୍ରେକ୍ଷୀରେ ଭାଜପା ନେତା ସୁବ୍ରମଣ୍ୟମ ସ୍ବାମୀ ମଧ୍ୟ ଟୁଇଟ କରି କହିଛନ୍ତି ଯେ ଏହି ଗୁଜବ ଉପରୁ ଶୀଘ୍ର ପରଦା ଉଠିବା ଜରୁରୀ। ପ୍ରକୃତରେ ରାଷ୍ଟ୍ରପତି ଜିନପିଙ୍ଗ ଘରେ ବନ୍ଦୀ ଅଛନ୍ତି କି ନାହିଁ ତାହାର ଖବର ପ୍ରକାଶ ପାଇବା ଉଚିତ।
କୁହାଯାଉଛି ଜିନପିଙ୍ଗ ସମରକନ୍ଦରେ ଥିବା ସମୟରେ ଚାଇନା କମ୍ୟୁନିଷ୍ଟ ପାର୍ଟିର ନେତାମାନେ ତାଙ୍କୁ ପିପୁଲ୍ସ ଲିବରେଶନ ଆର୍ମିର ମୁଖ୍ୟ ପଦରୁର ହଟାଇ ଦେଇଥିଲେ।