ଶାହବାଜ ସରିଫଙ୍କ ହଁରେ ହଁ କହୁଛନ୍ତି ମେହବୁବା…

ଶ୍ରୀନଗର, ୨୪।୯ : ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କ ହଁରେ ହଁ କହୁଥିବାର ଦେଖିବାକୁ ମିଳୁଛି। ଶନିବାର ସେ କହିଛନ୍ତି ଯେ ଯଦି ପାକିସ୍ତାନର ପ୍ରଧାନମନ୍ତ୍ରୀ ଜମ୍ମୁ -କଶ୍ମୀରର ସମସ୍ୟାର ସମାଧାନ ଏବଂ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସୁଦୃ ଢ଼ କରିବା ବିଷୟରେ ଆଲୋଚନା କରନ୍ତି, ତେବେ ତାହା କରାଯିବା ଉଚିତ। ଯେପରି ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଦୁଇ ଦେଶ ବସି ଆଲୋଚନା କରିଥିଲେ, ସେହିଭଳି ଯଦି ଉଭୟ ଦେଶ ଜମ୍ମୁ -କଶ୍ମୀରର ସମାଧାନ ଖୋଜିବେ, ତେବେ ଏହା ଦୁଇ ଦେଶ ପାଇଁ ଭଲ ହେବ।

ମେହବୁବା କହିଛନ୍ତି ଯେ ଜମ୍ମୁ-କଶ୍ମୀର ପ୍ରସଙ୍ଗ ଦ୍ୱନ୍ଦ୍ୱରେ ରହିଛି। ଏହି ପ୍ରସଙ୍ଗ ଜଟିଳ ମଧ୍ୟ। ଏହାକୁ ଏକ କାରାଗାରରେ ପରିଣତ କରାଯାଇଛି। ଏନକାଉଣ୍ଟର ଏଠାରେ ସବୁବେଳେ ଘଟୁଛି। ଏହି ସମସ୍ୟାର ସମାଧାନ କରିବା ଆବଶ୍ୟକ। ଅନନ୍ତନାଗରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେବାବେଳେ ପିଡିପି ମୁଖ୍ୟ ଏହି କଥା କହିଛନ୍ତି।

ଉଲ୍ଲେଖଯୋଗ୍ୟ, ମିଳିତ ଜାତିସଂଘ ସାଧାରଣ ସଭାରେ ଜମ୍ମୁ-କଶ୍ମୀର ବିଷୟରେ ମିଥ୍ୟା ପ୍ରଚାର କରିଥିବାରୁ ଭାରତ ପୁଣି ପାକିସ୍ତାନକୁ ନିନ୍ଦା କରିଛି। ମିଳିତ ଜାତିସଂଘରେ ଭାରତର ମିଶନର ପ୍ରଥମ ସଚିବ ମିଜିଟୋ ଭିନିଟୋ କହିଛନ୍ତି ଯେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାରତ ବିରୋଧରେ ମିଥ୍ୟା ଅଭିଯୋଗ ଆଣିବା ଦୁଃଖର ବିଷୟ। ନିଜ ଦେଶରେ ହୋଇଥିବା ଦୁଷ୍କର୍ମକୁ ଲୁଚାଇବା ଏବଂ ଭାରତ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଯଥାର୍ଥତା ଦେବା ପାଇଁ ସେ ଏହା କରିଥିଲେ।

ଭାରତ ବିରୁଦ୍ଧରେ ମିଥ୍ୟା ଅଭିଯୋଗ କରିବା ପୂର୍ବରୁ ଭାରତୀୟ କୂଟନୀତିଜ୍ଞ ମିଜିଟୋ ଭିନିଟୋ ପାକିସ୍ତାନକୁ ନିଜ ଘର କଥା ବୁଝିବା ପାଇଁ ମନେ ପକାଇ ଦେଇଛନ୍ତି। ଜମ୍ମୁ-କଶ୍ମୀର ଦାବି କରିବା ପରିବର୍ତ୍ତେ ଇସଲାମାବାଦ ସୀମାରେ ଆତଙ୍କବାଦକୁ ବନ୍ଦ କରିବା ଉଚିତ ବୋଲି ସେ କହିଛନ୍ତି। ପାକିସ୍ତାନରେ ଯେତେବେଳେ ସଂଖ୍ୟାଲଘୁ ସମ୍ପ୍ରଦାୟର ହଜାର ହଜାର ଯୁବତୀଙ୍କୁ ଏସଓପି ଭାବରେ ଅପହରଣ କରାଯାଉଛି, ସେତେବେଳେ ଆମେ ଏହି ମାନସିକତା ବିଷୟରେ କ’ଣ ସିଦ୍ଧାନ୍ତ ନେଇପାରିବା ବୋଲି ସେ ପ୍ରଶ୍ନ କରିଛନ୍ତି।

ବାସ୍ତବରେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଶୁକ୍ରବାର କହିଥିଲେ ଯେ ପାକିସ୍ତାନ ଭାରତ ସମେତ ସମସ୍ତ ପଡ଼ୋଶୀ ଦେଶଙ୍କ ସହ ଶାନ୍ତି ଚାହୁଁଛି, କିନ୍ତୁ ଦକ୍ଷିଣ ଏସିଆରେ ସ୍ଥାୟୀ ଶାନ୍ତି ଏବଂ ସ୍ଥିରତା କାଶ୍ମୀର ପ୍ରସଙ୍ଗର ସଠିକ ସମାଧାନ ଉପରେ ନିର୍ଭର କରେ। ଜାତିସଂଘ ସାଧାରଣ ସଭାର ଏକ ଉଚ୍ଚ ସ୍ତରୀୟ ଅଧିବେଶନକୁ ସମ୍ବୋଧିତ କରି ସରିଫ କହିଥିଲେ, ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ସ୍ଥିତିକୁ ବଦଳାଇବା ପାଇଁ ୫ ଅଗଷ୍ଟ ୨୦୧୯ରେ ଭାରତର ବେଆଇନ ତଥା ଏକପାଖିଆ ପଦକ୍ଷେପ ଯୋଗୁ ଶାନ୍ତି ବ୍ୟହତ ହେବା ସହିତ ଏବଂ ଦୁଇଦେଶ ମଧ୍ୟରେ ତିକ୍ତତାକୁ ଆହୁରି ବଢ଼ାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

ନ୍ୟୁ ଚଣ୍ଡୀଗଡ଼ରେ ‘ରାହୁଲ ଝଡ଼’: ୮୦ ବଲ୍‌ରେ ଶତକ ମାରି ଧୋନିଙ୍କ ସମକକ୍ଷ, ଭାରତ ପାଇଁ ସାଜିଲେ ସଙ୍କଟମୋଚକ

ନ୍ୟୁ ଚଣ୍ଡୀଗଡ଼,୩।୧୦: ଭାରତୀୟ କ୍ରିକେଟ୍ ଦଳର ଭରସାଯୋଗ୍ୟ ଖେଳାଳି କେ ଏଲ୍ ରାହୁଲ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳର ସଙ୍କଟମୋଚକ ସାଜିଛନ୍ତି। ପ୍ରଥମ…

ଶତକରୁ ବଞ୍ଚିତ ହୋଇ ବି ଇତିହାସ ରଚିଲେ ରୋହିତ ଶର୍ମା, ଭାଙ୍ଗିଲେ ସଚିନଙ୍କ ୨୨ ବର୍ଷ ପୁରୁଣା ମହାରେକର୍ଡ

ନ୍ୟୁ ଚଣ୍ଡୀଗଡ଼,୩।୧୦: ନ୍ୟୁ ଚଣ୍ଡୀଗଡ଼ସ୍ଥିତ ପିସିଏ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ମାତ୍ର…

ହସ୍ପିଟାଲରେ ଭାରତୀୟ ପାଇଲଟଙ୍କୁ ଭେଟିଲେ ଦୁବାଇ କ୍ରାଉନ ପ୍ରିନ୍ସ, ପାଇଲଟଙ୍କୁ କଲେ ସଲାମ୍‌

ଦୁବାଇ,୩।୧୦: ଫ୍ଲାଏଦୁବାଇ ବିମାନରେ ସହ-ପାଇଲଟଙ୍କ ଆକ୍ରମଣ ସତ୍ତ୍ୱେ ସାହସ ଦେଖାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କୁ ଦୁବାଇ କ୍ରାଉନ ପ୍ରିନ୍ସ ଶେଖ ହାମଦାନ ବିନ ମହମ୍ମଦ ବିନ…

ରୁଷିଆ ସେନାରେ ଏବେବି ୫୫ ଭାରତୀୟ, ତଥ୍ୟ ଦେବାକୁ ମସ୍କୋକୁ ଅନୁରୋଧ କଲା ନୂଆଦିଲ୍ଲୀ

ନୂଆଦିଲ୍ଲୀ,୩ା୧୦: ରୁଷିଆ ସେନାରେ ନିଯୁକ୍ତି ପାଇଥିବା ଭାରତୀୟଙ୍କ ମଧ୍ୟରୁ ଇତିମଧ୍ୟରେ ୧୪୦ ଜଣଙ୍କୁ ମୁକ୍ତ କରାଗଲାଣି। ଏବେ ବି ରୁଷିଆର ସଶସ୍ତ୍ର ସେନାରେ ୫୫ ଭାରତୀୟ କାର୍ଯ୍ୟରତ…

୪୮ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୨୪୧ କିଲୋମିଟର ବେଗରେ ଫେରିବ ବାତ୍ୟା ‘ନୋଲୋ’ (Nolo), ଉଡ଼ିବ ଘରଦ୍ୱାର! ଚିନ୍ତାରେ ପାଣିପାଗ ବିଶେଷଜ୍ଞ

ନୂଆଦିଲ୍ଲୀ,୩।୧୦: ପାଣିପାଗ ସମ୍ବନ୍ଧୀୟ ଏକ ଖବର ସାମ୍ନାକୁ ଆସିଛି ଯାହା ସମଗ୍ର ବିଶ୍ୱର ପାଣିପାଗ ବିଶେଷଜ୍ଞମାନଙ୍କୁ ଗଭୀର ଚିନ୍ତାରେ ପକାଇଛି। ଗତ କିଛି ଦିନ ଧରି ସମୁଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?