ଶାହବାଜ ସରିଫଙ୍କ ହଁରେ ହଁ କହୁଛନ୍ତି ମେହବୁବା…

ଶ୍ରୀନଗର, ୨୪।୯ : ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କ ହଁରେ ହଁ କହୁଥିବାର ଦେଖିବାକୁ ମିଳୁଛି। ଶନିବାର ସେ କହିଛନ୍ତି ଯେ ଯଦି ପାକିସ୍ତାନର ପ୍ରଧାନମନ୍ତ୍ରୀ ଜମ୍ମୁ -କଶ୍ମୀରର ସମସ୍ୟାର ସମାଧାନ ଏବଂ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସୁଦୃ ଢ଼ କରିବା ବିଷୟରେ ଆଲୋଚନା କରନ୍ତି, ତେବେ ତାହା କରାଯିବା ଉଚିତ। ଯେପରି ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଦୁଇ ଦେଶ ବସି ଆଲୋଚନା କରିଥିଲେ, ସେହିଭଳି ଯଦି ଉଭୟ ଦେଶ ଜମ୍ମୁ -କଶ୍ମୀରର ସମାଧାନ ଖୋଜିବେ, ତେବେ ଏହା ଦୁଇ ଦେଶ ପାଇଁ ଭଲ ହେବ।

ମେହବୁବା କହିଛନ୍ତି ଯେ ଜମ୍ମୁ-କଶ୍ମୀର ପ୍ରସଙ୍ଗ ଦ୍ୱନ୍ଦ୍ୱରେ ରହିଛି। ଏହି ପ୍ରସଙ୍ଗ ଜଟିଳ ମଧ୍ୟ। ଏହାକୁ ଏକ କାରାଗାରରେ ପରିଣତ କରାଯାଇଛି। ଏନକାଉଣ୍ଟର ଏଠାରେ ସବୁବେଳେ ଘଟୁଛି। ଏହି ସମସ୍ୟାର ସମାଧାନ କରିବା ଆବଶ୍ୟକ। ଅନନ୍ତନାଗରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେବାବେଳେ ପିଡିପି ମୁଖ୍ୟ ଏହି କଥା କହିଛନ୍ତି।

ଉଲ୍ଲେଖଯୋଗ୍ୟ, ମିଳିତ ଜାତିସଂଘ ସାଧାରଣ ସଭାରେ ଜମ୍ମୁ-କଶ୍ମୀର ବିଷୟରେ ମିଥ୍ୟା ପ୍ରଚାର କରିଥିବାରୁ ଭାରତ ପୁଣି ପାକିସ୍ତାନକୁ ନିନ୍ଦା କରିଛି। ମିଳିତ ଜାତିସଂଘରେ ଭାରତର ମିଶନର ପ୍ରଥମ ସଚିବ ମିଜିଟୋ ଭିନିଟୋ କହିଛନ୍ତି ଯେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାରତ ବିରୋଧରେ ମିଥ୍ୟା ଅଭିଯୋଗ ଆଣିବା ଦୁଃଖର ବିଷୟ। ନିଜ ଦେଶରେ ହୋଇଥିବା ଦୁଷ୍କର୍ମକୁ ଲୁଚାଇବା ଏବଂ ଭାରତ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଯଥାର୍ଥତା ଦେବା ପାଇଁ ସେ ଏହା କରିଥିଲେ।

ଭାରତ ବିରୁଦ୍ଧରେ ମିଥ୍ୟା ଅଭିଯୋଗ କରିବା ପୂର୍ବରୁ ଭାରତୀୟ କୂଟନୀତିଜ୍ଞ ମିଜିଟୋ ଭିନିଟୋ ପାକିସ୍ତାନକୁ ନିଜ ଘର କଥା ବୁଝିବା ପାଇଁ ମନେ ପକାଇ ଦେଇଛନ୍ତି। ଜମ୍ମୁ-କଶ୍ମୀର ଦାବି କରିବା ପରିବର୍ତ୍ତେ ଇସଲାମାବାଦ ସୀମାରେ ଆତଙ୍କବାଦକୁ ବନ୍ଦ କରିବା ଉଚିତ ବୋଲି ସେ କହିଛନ୍ତି। ପାକିସ୍ତାନରେ ଯେତେବେଳେ ସଂଖ୍ୟାଲଘୁ ସମ୍ପ୍ରଦାୟର ହଜାର ହଜାର ଯୁବତୀଙ୍କୁ ଏସଓପି ଭାବରେ ଅପହରଣ କରାଯାଉଛି, ସେତେବେଳେ ଆମେ ଏହି ମାନସିକତା ବିଷୟରେ କ’ଣ ସିଦ୍ଧାନ୍ତ ନେଇପାରିବା ବୋଲି ସେ ପ୍ରଶ୍ନ କରିଛନ୍ତି।

ବାସ୍ତବରେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଶୁକ୍ରବାର କହିଥିଲେ ଯେ ପାକିସ୍ତାନ ଭାରତ ସମେତ ସମସ୍ତ ପଡ଼ୋଶୀ ଦେଶଙ୍କ ସହ ଶାନ୍ତି ଚାହୁଁଛି, କିନ୍ତୁ ଦକ୍ଷିଣ ଏସିଆରେ ସ୍ଥାୟୀ ଶାନ୍ତି ଏବଂ ସ୍ଥିରତା କାଶ୍ମୀର ପ୍ରସଙ୍ଗର ସଠିକ ସମାଧାନ ଉପରେ ନିର୍ଭର କରେ। ଜାତିସଂଘ ସାଧାରଣ ସଭାର ଏକ ଉଚ୍ଚ ସ୍ତରୀୟ ଅଧିବେଶନକୁ ସମ୍ବୋଧିତ କରି ସରିଫ କହିଥିଲେ, ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ସ୍ଥିତିକୁ ବଦଳାଇବା ପାଇଁ ୫ ଅଗଷ୍ଟ ୨୦୧୯ରେ ଭାରତର ବେଆଇନ ତଥା ଏକପାଖିଆ ପଦକ୍ଷେପ ଯୋଗୁ ଶାନ୍ତି ବ୍ୟହତ ହେବା ସହିତ ଏବଂ ଦୁଇଦେଶ ମଧ୍ୟରେ ତିକ୍ତତାକୁ ଆହୁରି ବଢ଼ାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସଂକ୍ରମଣ ହେବା ପରେ ସମ୍ପୂର୍ଣ୍ଣ ଠିକ୍‌ ହେବାକୁ କେତେ ସମୟ ଲାଗିଥାଏ

ଓ୍ବାଶିଂଟନ,୧୯।୪: କରୋନା ଭାଇରସ ଏବେ ସାରା ବିଶ୍ୱରେ ବ୍ୟାପି ସାରିଛି। ହେଲେ ଏହାର ସଠିକ୍‌ ଚିକିତ୍ସା ପଦ୍ଧତି ଏପର୍ଯ୍ୟନ୍ତ ମିଳି ନ ଥିବାରୁ ଏଥିରେ ପୀଡିତ...

‘ଗଣତନ୍ତ୍ରକୁ ନେଇ ଆମକୁ କାହାଠାରୁ ଶିଖିବାର ଆବଶ୍ୟକତା ନାହିଁ’

ନ୍ୟୁୟର୍କ,୨।୧୨: ଭାରତ ଆସନ୍ତା ଏକ ମାସ ପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ର ଅଧ୍ୟକ୍ଷତା ଦାୟିତ୍ୱ ସମ୍ଭାଳିବ। ଏହି ସମୟରେ ଆତଙ୍କବାଦ ମୁକାବିଲା ଏବଂ...

ନୋବେଲ ବିଜେତାଙ୍କୁ ୧୦ ବର୍ଷ ଜେଲ

ମସ୍କୋ,୪ା୩: ବେଲାରୁଷର ଏକ କୋର୍ଟ ନୋବେଲ ଶାନ୍ତି ପୁରସ୍କାର ବିଜେତା ତଥା ମାନବାଧିକାର କର୍ମୀ ଆଲେସ୍‌ ବିଆଲିଆତ୍‌ସ୍କିଙ୍କୁ ଶୁକ୍ରବାର ୧୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି।...

ଗୁଜରାଟ ପରେ ବିବିସିର ଏହି ଡକ୍ୟୁମେଣ୍ଟାରିକୁ ନେଇ ବିବାଦ, ‘ଜିହାଦି କନ୍ୟା’ଙ୍କୁ ନେଇ ୟୁକେରେ ଲୋକଙ୍କ କ୍ରୋଧ

ନୂଆଦିଲ୍ଲୀ/ବ୍ରିଟେନ,୧୧ ।୨: ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଗୁଜରାଟ ଦଙ୍ଗାକୁ ନେଇ ବିବିସି ଦ୍ୱାରା ନିର୍ମତ ଡକ୍ୟୁମେଣ୍ଟାରି ବିବାଦ ଏବେ ପର୍ଯ୍ୟନ୍ତ ଥମି ନ ଥିବା ବେଳେ...

ପୁଟିନ କହିଲେ ଭବିଷ୍ୟତ ଭାରତର, ମୋଦିଙ୍କ ନେତୃତ୍ୱକୁ କଲେ ପ୍ରଶଂସା

ମସ୍କୋ,୨୮ ।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ପୁଣିଥରେ ଭାରତ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରଶଂସା କରିଛନ୍ତି । ସେ କହିଛନ୍ତି ବିଶ୍ୱ...

କାନ୍ଧାହାର ପାଲଟିଛି ଯୁଦ୍ଧକ୍ଷେତ୍ର, ୨୦ ପ୍ରଦେଶରେ ମୁହାଁମୁହିଁ ସ୍ଥିତି…

କାବୁଲ,୨୯।୭: ଆଫଗାନିସ୍ତାନର ୨୦ଟି ପ୍ରଦେଶରେ ତାଲିବାନ ଆତଙ୍କବାଦୀ ଏବଂ ଆଫଗାନିସ୍ତାନ ସୈନ୍ୟ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଘଜନୀ, ତାଖର, ହେଲମାଣ୍ଡ ଏବଂ ବାଗଲାନ ପ୍ରଦେଶରେ...

ବର୍ବରତା ବନାମ ଆଶ୍ୱାସନା

କାବୁଲ/ଓ୍ବାଶିଂଟନ୍‌/ନୂଆଦିଲ୍ଲୀ, ୧୯।୮ : ଦୁର୍ଦ୍ଧର୍ଷ ଆତଙ୍କବାଦୀମାନେ କାବୁଲ ଦଖଲ କରିବା ପରେ ହାତ ଟେକିଦେଇଥିଲା ଆଫଗାନ ସେନା। ପୁଣିଥରେ କ୍ଷମତା ହାତେଇବା ପାଇଁ ରାଷ୍ଟ୍ରପତି ଭବନରେ...

ହାମାମାତସୁ ଏୟାର ବେସ୍‌ ବୁଲିଲେ ରାଜନାଥ

ଟୋକିଓ,୩।୯: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜାପାନ ଗସ୍ତରେ ଅଛନ୍ତି। ମଙ୍ଗଳବାର ସେଠାରେ ସେ ହାମାମାସତୁ ଏୟାର୍‌ ବେସ୍‌ ବୁଲି ଦେଖିଛନ୍ତି। ଏହି ସମୟରେ ସେ...

Advertisement
Archives

Model This Week