ଗୁମ୍ଫାରେ ରହି ଚାଷ କରୁଥିଲେ ଜିନ୍‌ପିଙ୍ଗ୍‌

ବେଜିଂ,୧୧ା୩: ୨୦୧୨ରେ ଶି ଜିନ୍‌ପିଙ୍ଗ୍‌ କ୍ଷମତାକୁ ଆସିବା ପରେ ଚାଇନାର କମ୍ୟୁନିଷ୍ଟ ପାର୍ଟି ନେତା ଭାବେ ସର୍ବାଧିକ ଉଦାରବାଦୀ ହେବେ ବୋଲି କେତେଜଣ ପର୍ଯ୍ୟବେକ୍ଷକ ଭବିଷ୍ୟବାଣୀ କରିଥିଲେ। ସମ୍ଭବତଃ ଜିନ୍‌ପିଙ୍ଗ୍‌ଙ୍କ ଦୁର୍ବଳ ପାରିବାରିକ ପୃଷ୍ଠଭୂମିକୁ ଦେଖି ସେତେବେଳେ ଏପରି ଅନୁମାନ କରାଯାଇଥିଲା। କିନ୍ତୁ ସେ ୧୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ରାଷ୍ଟ୍ରପତି ଦାୟିତ୍ୱ ତୁଲାଇବା ପରେ ସବୁ ଆକଳନ ଭୁଲ୍‌ ପ୍ରମାଣିତ ହୋଇଛି। ମାଓ ଜେଡୋଙ୍ଗ୍‌ଙ୍କ ପରେ ଜିନ୍‌ପିଙ୍ଗ୍‌ ଚାଇନାର ସବୁଠୁ ଶକ୍ତିଶାଳୀ ଶାସକ ଭାବେ ନିଜକୁ ପ୍ରମାଣିତ କରିଛନ୍ତି। ଏବେ କୁହାଯାଉଛି, ଜିନ୍‌ପିଙ୍ଗ୍‌ଙ୍କୁ ନେଇ ଭବିଷ୍ୟବାଣୀ କରିଥିବା ବିଶ୍ଳେଷକମାନେ ତାଙ୍କୁ ବୁଝିପାରି ନ ଥିଲେ।
ଜିନ୍‌ପିଙ୍ଗ୍‌ କେବେ ନିଜ ମହତ୍ତ୍ୱାକାଂକ୍ଷା ସହ ସାଲିସ କରି ନାହାନ୍ତି। ତାଙ୍କୁ ଆଧୁନିକ ଚାଇନାର ସ୍ଥପତି ବିବେଚନା କରାଯାଉଛି। ଜିନ୍‌ପିଙ୍ଗ୍‌ଙ୍କ ଜୀବନୀ ପୁସ୍ତକ ରଚୟିତା ଆଲ୍‌ଫ୍ରେଡ୍‌ ଏଲ୍‌. ଚାନ୍‌ଙ୍କ ମତରେ ତାଙ୍କୁ ନେଇ ଜନମାନସରେ ରହିଥିବା ପାରମ୍ପରିକ ଧାରଣା ଠିକ୍‌ ନୁହେଁ। ସେ ନିଜ ଦୂରଦୃଷ୍ଟିକୁ ନେଇ ସ୍ବପ୍ନ ସାକାର କରିବା ପାଇଁ କ୍ଷମତାକୁ ଏକ ଅସ୍ତ୍ର ରୂପେ ବ୍ୟବହାର କରିଛନ୍ତି। ଆଉ ଜଣେ ବାୟୋଗ୍ରାଫର୍‌ ଆଡ୍ରିଏନ୍‌ ଜେଇଜେସ୍‌ କହିଛନ୍ତି, ଜିନ୍‌ପିଙ୍ଗ୍‌ ନିଜ ବ୍ୟକ୍ତିଗତ ଅଭ୍ୟୁଦୟ ପାଇଁ କେବେ ଅଭିଳାଷୀ ନ ଥିଲେ। ବାସ୍ତବରେ ସେ ଚାଇନାକୁ ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ କରିବାକୁ ଚାହାନ୍ତି।
ମାଓଙ୍କ ଅମଳରେ ଜିନ୍‌ପିଙ୍ଗ୍‌ଙ୍କ ବାପା ଶି ଝୋଙ୍ଗ୍‌ଶୁନ୍‌ ଜଣେ ବିପ୍ଳବୀ ଥିଲେ, ଯିଏକି ଦେଶର ଉପପ୍ରଧାନମନ୍ତ୍ରୀ ପଦକୁ ଉନ୍ନୀତ ହୋଇଥିଲେ। ସାଂସ୍କୃତିକ ବିପ୍ଳବ ସମୟରେ ଝୋଙ୍ଗ୍‌ଶୁନ୍‌ଙ୍କ ବିରୋଧରେ ନାନା ଅଭିଯୋଗ ଅଣାଯାଇ ତାଙ୍କୁ ଓ ପରିବାରକୁ ଅକଥନୀୟ ନିର୍ଯାତନା ଦିଆଯାଇଥିଲା। ନିନ୍ଦା ଅପବାଦ ସହି ନ ପାରି ଜିନ୍‌ପିଙ୍ଗ୍‌ଙ୍କ ଜଣେ ଭଉଣୀ ଆମତ୍ହତ୍ୟା କରିଥିଲେ। ଜିନ୍‌ପିଙ୍ଗ୍‌ଙ୍କ ସହପାଠୀମାନେ ତାଙ୍କୁ ଅପମାନିତ କରୁଥିଲେ। ଜିନ୍‌ପିଙ୍ଗ୍‌ଙ୍କୁ ୧୫ ବର୍ଷ ହୋଇଥିବାବେଳେ ତାଙ୍କୁ କେନ୍ଦ୍ରୀୟ ଚାଇନାର ଶାଞ୍ଜି ପ୍ରଦେଶସ୍ଥିତ ଲିଆଙ୍ଗ୍‌ଜିଆହେ ଗ୍ରାମକୁ ପଠାଇ ଦିଆଯାଇଥିଲା। ସେଠାରେ ସେ ୭ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଏକ ଗୁମ୍ଫାରେ ରହିବା ସହ ଚାଷ କରୁଥିଲେ। ଏଭଳି ସଂଘର୍ଷପୂର୍ଣ୍ଣ ଜୀବନ ବିତାଇବା ପରେ ଜିନ୍‌ପିଙ୍ଗ୍‌ ପରିପକ୍ୱ ହୋଇଥିଲେ। ସେ ଯେଉଁ ଗୁମ୍ଫାରେ ରାତ୍ରିଯାପନ କରୁଥିଲେ ତାହା ଏବେ ଏକ ପର୍ଯ୍ୟଟନସ୍ଥଳୀ ପାଲଟିଯାଇଛି। ୧୯୭୦ ଦଶକରେ ମାଓଙ୍କ ମୃତ୍ୟୁ ପରେ ଜିନ୍‌ପିଙ୍ଗ୍‌ଙ୍କ ବାପାଙ୍କୁ ପୁନଃ ଥଇଥାନ କରାଯାଇଥିଲା। ୧୯୭୪ରେ କମ୍ୟୁନିଷ୍ଟ ପାର୍ଟିର ଏକ ଗାଁ ମୁଖିଆ ଭାବେ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ଜିନ୍‌ପିଙ୍ଗଙ୍କୁ ତାଙ୍କ ପ୍ରଥମ ସ୍ତ୍ରୀ କେ. ଲିଙ୍ଗ୍‌ଲିଙ୍ଗ୍‌ ଛାଡ଼ପତ୍ର ଦେବା ପରେ ୧୯୮୭ରେ ସେ ସୁପରଷ୍ଟାର ସିଙ୍ଗର ପେଙ୍ଗ୍‌ ଲିୟୁଆନ୍‌ଙ୍କୁ ବିବାହ କରିଥିଲେ। ସେତେବେଳେ ଜିନ୍‌ପିଙ୍ଗ୍‌ଙ୍କ ତୁଳନାରେ ତାଙ୍କ ସ୍ତ୍ରୀ ଅଧିକ ପରିଚିତ ଥିଲେ। ୧୯୫୩ ଜୁନ୍‌ ୧୫ରେ ବେଜିଂରେ ଜନ୍ମିତ ଏହି ଅପ୍ରତିଦ୍ୱନ୍ଦ୍ୱୀ ରାଜନେତା ଶୁକ୍ରବାର ଚାଇନା ରାଷ୍ଟ୍ରପତି ଭାବେ ତୃତୀୟ ପାଳି ଆରମ୍ଭ କରିଛନ୍ତି। ନ୍ୟାଶନାଲ ପିପୁଲ୍ସ କଂଗ୍ରେସ (ଏନ୍‌ପିସି)ର ୨,୯୫୨ ଆଇନ ପ୍ରଣେତା ୬୯ ବର୍ଷୀୟ ଜିନ୍‌ପିଙ୍ଗ୍‌ଙ୍କ ଏହି ଇନିଂସ୍‌କୁ ଅନୁମୋଦନ କରିଛନ୍ତି। ବର୍ତ୍ତମାନ ସେ ଏକାଧାରରେ ଚାଇନାର ରାଷ୍ଟ୍ରପତି, ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)ର ସୁପ୍ରିମ କମାଣ୍ଡର ଏବଂ ସର୍ବଶକ୍ତିମାନ୍‌ ସେଣ୍ଟ୍ରାଲ ମିଲିଟାରି କମିଶନ (ସିଏମ୍‌ସି) ଚେୟାରମ୍ୟାନ୍‌। ୨୦୧୮ରେ କରାଯାଇଥିବା ଏକ ସାମ୍ବିଧାନିକ ସଂଶୋଧନ ଅନୁସାରେ ଜିନ୍‌ପିଙ୍ଗ୍‌ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ପଦବୀରେ ରହିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଖୋଜାଖୋଜି ଜାରି

ବାଙ୍କୀ, ୭।୭: କଟକ ଜିଲା ବାଙ୍କୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାନଦୀ ଘାଟରେ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ସ୍ରୋତରେ…

ବିନା ଫିଟନେସ୍‌, ବୀମା , ପରମିଟ୍‌ରେ ଗାଡ଼ି ଚଳାଇଲେ ହେବ ଜବତ; STAର କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର, ୭।୭: ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (STA) କଠୋର ଆଭିମୁଖ୍ୟ ଗ୍ରହଣ…

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri