ଏକ୍ସ-ରେ ଦ୍ୱାରା ଜଣା ପଡ଼ିବ କରୋନା ସଂକ୍ରମଣ, ୯୮ ପ୍ରତିଶତ ନିର୍ଭୁଲ…

ଇଡେନବର୍ଗ, ୧୯।୧ : ସ୍କଟଲାଣ୍ଡର ବୈଜ୍ଞାନିକମାନଙ୍କର ଏକ ଦଳ କରୋନା ମହାମାରୀ ସମ୍ବନ୍ଧରେ ଏକ ନୂତନ ପରୀକ୍ଷଣ କରିଛନ୍ତି। ଜଣେ କରୋନାରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ତାହା ଏକ୍ସ-ରେ ବ୍ୟବହାର କରି ଚିହ୍ନଟ ହୋଇପାରିବ। ବୈଜ୍ଞାନିକମାନେ ଏହାକୁ ୯୮ ପ୍ରତିଶତ ପର୍ଯ୍ୟନ୍ତ ନିର୍ଭୁଲ ବୋଲି ବିବେଚନା କରିଛନ୍ତି। ଏହି ପରୀକ୍ଷଣରେ ଜଣେ ବ୍ୟକ୍ତିଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ କରିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଉପଯୋଗ କରାଯାଇଥାଏ। ଏଥିରେ ପାଞ୍ଚରୁ ୧୦ ମିନିଟ ମଧ୍ୟରେ ଫଳାଫଳ ମିଳିଥାଏ।

ଅନୁସନ୍ଧାନକାରୀମାନେ ଏହା ମଧ୍ୟ କହିଛନ୍ତି ଯେ ଏହା ଆର୍‌ଟି-ପିସିଆର୍‌ ପରୀକ୍ଷା ତୁଳନାରେ ଶୀଘ୍ର ସମ୍ପନ୍ନ ହୋଇ ପାରିବ ଏବଂ ରିପୋର୍ଟ ୫ ରୁ ୧୦ ମିନିଟ ମଧ୍ୟରେ ଆସିପାରିବ। ଆର୍‌ଟି-ପିସିଆର୍‌ ରିପୋର୍ଟ ପାଇବାକୁ ଏକ ଘଣ୍ଟାରୁ ଅଧିକ ସମୟ ଲାଗେ। ଅନୁସନ୍ଧାନକାରୀମାନେ କହିଛନ୍ତି ଯେ କରୋନା ମହାମାରୀ ସମୟରେ ଶୀଘ୍ର ରିପୋର୍ଟ ପ୍ରଦାନ କରୁଥିବା ଏଭଳି ଏକ ନିର୍ଭରଯୋଗ୍ୟ ଉପକରଣର ଆବଶ୍ୟକତା ଥିଲା। ଓମିକ୍ରନ ଭାରିଆଣ୍ଟ ମଧ୍ୟ ଏକ୍ସ-ରେ ମାଧ୍ୟମରେ ଶୀଘ୍ର ଚିହ୍ନଟ ହୋଇ ପାରିବ ବୋଲି ବୈଜ୍ଞାନିକ କହିଛନ୍ତି।

ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ନୂତନ କୌଶଳ ଏକ୍ସ-ରେ ଟେକ୍ନୋଲୋଜି ବ୍ୟବହାର କରି କରୋନା ଆକ୍ରାନ୍ତ, ସୁସ୍ଥ ବ୍ୟକ୍ତି ଏବଂ ଭାଇରାଲ ନିମୋନିଆରେ ଆକ୍ରାନ୍ତ ୩୦୦୦ରୁ ଅଧିକ ଚିତ୍ରର ଡାଟାବେସ ସହିତ ଏକ୍ସ-ରେ ସ୍କାନର ତୁଳନା କରାଯାଇଥାଏ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ରକ୍ରିୟା ଦ୍ୱାରା ପରିଚାଳିତ ଏହି ଉପକରଣ ଭିଜୁଆଲ ମୂଲ୍ୟାଙ୍କନ ବିଶ୍ଳେଷଣ ଏବଂ ନିରାକରଣ ପାଇଁ ଏକ ଆଲଗୋରିଦମ ବ୍ୟବହାର କରିଥାଏ। ସୀମିତ ନିଦାନ ଉପକରଣ ଯୋଗୁ ବିଭିନ୍ନ ଦେଶରେ ବହୁ ସଂଖ୍ୟକ କାରୋନା ପରୀକ୍ଷା କରିବା କଷ୍ଟକର ହୋଇଥାଏ। କିନ୍ତୁ ଏହି ଉପକରଣ ମାଧ୍ୟମରେ ଆକ୍ରାନ୍ତ ଶୀଘ୍ର ଚିହ୍ନଟ ହୋଇପାରିବ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ କିମିର ବହି ସଜାଇ ଗିନିଜ୍‌ ରେକର୍ଡ

ନ୍ୟୁୟର୍କ,୧।୩: କେତେକଙ୍କ ମଧ୍ୟରେ ରେକର୍ଡ କରିବା ନିଶା ରହିଥାଏ। ସେମାନେ ନିଜ କାମ ଦ୍ୱାରା ରେକର୍ଡ କରିବାକୁ ଉଦ୍ୟମ କରିଥାନ୍ତି। ନ୍ୟୁୟର୍କରେ କିଛି ସ୍ବେଚ୍ଛାସେବୀ ୬.୧୩...

ବିବାହ ବେଦୀରୁ ଉଠି ୧୦ ମିନଟ୍‌ରେ ପହଞ୍ଚିଲେ ପରୀକ୍ଷା ହଲ୍‌ରେ

ବେଙ୍ଗାଲୁରୁ,୬।୨: ଜଣେ ୨୪ ବର୍ଷୀୟା ଏମ୍‌. କମ୍‌ ଛାତ୍ରୀ ହର୍ଷିତା ଏବେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି। ବେଙ୍ଗାଲୁରୁର ଏହି ଛାତ୍ରୀ ଜଣଙ୍କ ଘର...

ସ୍ବାମୀଙ୍କୁ ବିକ୍ରି ପାଇଁ ମହିଳା ଦେଲେ ବିଜ୍ଞାପନ

ଫ୍ଲୋରିଡା,୩୦।୪: ଫ୍ଲୋରିଡାର ଜଣେ ମହିଳା ଘର ସାଙ୍ଗକୁ ତାଙ୍କ ସ୍ବାମୀଙ୍କୁ ବିକ୍ରି କରିବା ପାଇଁ ଏକ ବିଜ୍ଞାପନ ଦେଇଥିବା ଖବର ସାମ୍ନାକୁ ଆସିଛି। ଯାହାକୁ ନେଇ...

କରୋନା ରୋଗୀଙ୍କୁ ଖାଦ୍ୟ, ଔଷଧ ଦେଉଛି ରୋବୋଟ

ନୂଆଦିଲ୍ଲୀ,୧୦।୨: ଚାଇନାରେ କରୋନା ଭାଇରସ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ମୃତ୍ୟୁସଂଖ୍ୟା ୯୦୦ ଟପିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୩୪,୮୦୦କୁ ବୃଦ୍ଧି ପାଇଛି।...

ବେଙ୍ଗାଲୁରୁରେ ଫସିଛନ୍ତି ୩୫ ଶ୍ରମିକ: ଉଦ୍ଧାର ପାଇଁ ଭିଡିଓ ମାଧ୍ୟମରେ ସରକାରଙ୍କୁ ନିବେଦନ

କୃଷ୍ଣପ୍ରସାଦ, ୨୮ା୩(ନି.ପ୍ର.): କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ। ଗାଡ଼ିମୋଟର, ଟ୍ରେନ ସବୁ ବନ୍ଦ। ଏଭଳି ସ୍ଥିତିରେ ବେଙ୍ଗାଲୁରୁରେ ଫସିରହିଛନ୍ତି ପୁରୀ ଜିଲା କୃଷ୍ଣପ୍ରସାଦର ୩୫ଜଣ...

ଆଜି ୧୦ ତଳେ କରୋନା ମୃତ୍ୟୁସଂଖ୍ୟା, ଜାଣନ୍ତୁ କେଉଁ ଜିଲାରୁ କେତେ

ଭୁବନେଶ୍ୱର,୨ା୧୧(ବ୍ୟୁରୋ): ସୋମବାର ରାଜ୍ୟରୁ ଆଉ ୯ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୩୪୦କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

CORONAVIRUS UPDATE: ରାଜ୍ୟରେ ଆଉ ୭୩ କରୋନା ପଜିଟିଭ୍‌ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧୧କୁ ବୃଦ୍ଧି

ଭୁବନେଶ୍ୱର,୧୪।୫(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗୁରୁବାର ସକାଳେ ରାଜ୍ୟରେ ଆଉ ୭୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।...

୧୫ ପ୍ରକାର ଜଡିବୁଟିରେ ପ୍ରସ୍ତୁତ ‘ଇମ୍ୟୁନିଟି ସନ୍ଦେଶ’: ଲଢିବ କରୋନା ସହ !

କୋଲକାତା,୯।୬: କରୋନା ଭାଇରସ ସଂକ୍ରମଣ ଦେଶରେ ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ଏପର୍ଯ୍ୟନ୍ତ ଏହାର କୌଣସି ଭ୍ୟାକ୍ସିନ ମଧ୍ୟ ଆସିପାରି ନାହିଁ। ଆମେରିକା ଭଳି...

Advertisement
Archives

Model This Week