ଏକ୍ସ-ରେ ଦ୍ୱାରା ଜଣା ପଡ଼ିବ କରୋନା ସଂକ୍ରମଣ, ୯୮ ପ୍ରତିଶତ ନିର୍ଭୁଲ…

ଇଡେନବର୍ଗ, ୧୯।୧ : ସ୍କଟଲାଣ୍ଡର ବୈଜ୍ଞାନିକମାନଙ୍କର ଏକ ଦଳ କରୋନା ମହାମାରୀ ସମ୍ବନ୍ଧରେ ଏକ ନୂତନ ପରୀକ୍ଷଣ କରିଛନ୍ତି। ଜଣେ କରୋନାରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ତାହା ଏକ୍ସ-ରେ ବ୍ୟବହାର କରି ଚିହ୍ନଟ ହୋଇପାରିବ। ବୈଜ୍ଞାନିକମାନେ ଏହାକୁ ୯୮ ପ୍ରତିଶତ ପର୍ଯ୍ୟନ୍ତ ନିର୍ଭୁଲ ବୋଲି ବିବେଚନା କରିଛନ୍ତି। ଏହି ପରୀକ୍ଷଣରେ ଜଣେ ବ୍ୟକ୍ତିଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ କରିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଉପଯୋଗ କରାଯାଇଥାଏ। ଏଥିରେ ପାଞ୍ଚରୁ ୧୦ ମିନିଟ ମଧ୍ୟରେ ଫଳାଫଳ ମିଳିଥାଏ।

ଅନୁସନ୍ଧାନକାରୀମାନେ ଏହା ମଧ୍ୟ କହିଛନ୍ତି ଯେ ଏହା ଆର୍‌ଟି-ପିସିଆର୍‌ ପରୀକ୍ଷା ତୁଳନାରେ ଶୀଘ୍ର ସମ୍ପନ୍ନ ହୋଇ ପାରିବ ଏବଂ ରିପୋର୍ଟ ୫ ରୁ ୧୦ ମିନିଟ ମଧ୍ୟରେ ଆସିପାରିବ। ଆର୍‌ଟି-ପିସିଆର୍‌ ରିପୋର୍ଟ ପାଇବାକୁ ଏକ ଘଣ୍ଟାରୁ ଅଧିକ ସମୟ ଲାଗେ। ଅନୁସନ୍ଧାନକାରୀମାନେ କହିଛନ୍ତି ଯେ କରୋନା ମହାମାରୀ ସମୟରେ ଶୀଘ୍ର ରିପୋର୍ଟ ପ୍ରଦାନ କରୁଥିବା ଏଭଳି ଏକ ନିର୍ଭରଯୋଗ୍ୟ ଉପକରଣର ଆବଶ୍ୟକତା ଥିଲା। ଓମିକ୍ରନ ଭାରିଆଣ୍ଟ ମଧ୍ୟ ଏକ୍ସ-ରେ ମାଧ୍ୟମରେ ଶୀଘ୍ର ଚିହ୍ନଟ ହୋଇ ପାରିବ ବୋଲି ବୈଜ୍ଞାନିକ କହିଛନ୍ତି।

ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ନୂତନ କୌଶଳ ଏକ୍ସ-ରେ ଟେକ୍ନୋଲୋଜି ବ୍ୟବହାର କରି କରୋନା ଆକ୍ରାନ୍ତ, ସୁସ୍ଥ ବ୍ୟକ୍ତି ଏବଂ ଭାଇରାଲ ନିମୋନିଆରେ ଆକ୍ରାନ୍ତ ୩୦୦୦ରୁ ଅଧିକ ଚିତ୍ରର ଡାଟାବେସ ସହିତ ଏକ୍ସ-ରେ ସ୍କାନର ତୁଳନା କରାଯାଇଥାଏ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ରକ୍ରିୟା ଦ୍ୱାରା ପରିଚାଳିତ ଏହି ଉପକରଣ ଭିଜୁଆଲ ମୂଲ୍ୟାଙ୍କନ ବିଶ୍ଳେଷଣ ଏବଂ ନିରାକରଣ ପାଇଁ ଏକ ଆଲଗୋରିଦମ ବ୍ୟବହାର କରିଥାଏ। ସୀମିତ ନିଦାନ ଉପକରଣ ଯୋଗୁ ବିଭିନ୍ନ ଦେଶରେ ବହୁ ସଂଖ୍ୟକ କାରୋନା ପରୀକ୍ଷା କରିବା କଷ୍ଟକର ହୋଇଥାଏ। କିନ୍ତୁ ଏହି ଉପକରଣ ମାଧ୍ୟମରେ ଆକ୍ରାନ୍ତ ଶୀଘ୍ର ଚିହ୍ନଟ ହୋଇପାରିବ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Video: ମଝି ଆକାଶରେ ପିଟି ହୋଇ ହୁତୁ ହୁତୁ ହୋଇ ଜଳିଗଲା ୨ ଫାଇଟର ଜେଟ, ଦେଖନ୍ତୁ ଲୋମଟାଙ୍କୁରା ଦୃଶ୍ୟ

ଓ୍ବାଶିଂଟନ,୧୮।୫: ଆମେରିକାର ଆଇଡାହୋ ରାଜ୍ୟରେ ଆୟୋଜିତ ଏକ ଏୟାର ଶୋ’ ସମୟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ରବିବାର ଅପରାହ୍ନରେ, ମାଉଣ୍ଟେନ ହୋମ ଏୟାର ଫୋର୍ସ ବେସରେ…

ମଙ୍ଗଳ ଗ୍ରହରେ ହୋଇଥିଲା ପ୍ରଳୟଙ୍କରୀ ବନ୍ୟା, ବଦଳିଥିଲା ରୂପରେଖ

ୱାଶିଂଟନ,୧୮ା୫: ବର୍ତ୍ତମାନର ଶୁଷ୍କ ଓ ଧୂଳିଝଡ଼ରେ ଆବୃତ ମଙ୍ଗଳ ଗ୍ରହ ଦିନେ ପାଣିରେ ଭରପୂର ଥିଲା। ପ୍ରାୟ ୩୫୦ କୋଟି ବର୍ଷ ପୂର୍ବେ ଏହି ଲାଲ ଗ୍ରହରେ…

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri