Odisha Elections 2024

ପୃଥିବୀରେ ଏକ୍ସ ମହାମାରୀ ଆତଙ୍କ ଘନେଇଲା, କରୋନା ତୁଳନାରେ ୨୦ ଗୁଣା ବିପଜ୍ଜନକ: ଡବ୍ଲ୍ୟୁଏଚଓର ଚେତାବନୀ…

ଜେନେଭା,୨୫।୯ : ଏକ ବିପଜ୍ଜନକ ରୋଗର ଆତଙ୍କ ଏବେ ସାରା ବିଶ୍ୱରେ ପୁଣି ଥରେ ସୃଷ୍ଟି ହୋଇଛି। ଏନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି। ଏହି ନୂତନ ରୋଗକୁ ଏକ୍ସ ନାମରେ ଚିହ୍ନଟ କରାଯାଉଛି। ଡବ୍ଲ୍ୟୁଏଚଓ ଅନୁଯାୟୀ, ନୂତନ ରୋଗ ଏକ୍ସ ରେ ୫ କୋଟି ଲୋକଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି। କାରଣ ଏହି ରୋଗ କୋଭିଡ ମହାମାରୀ ଅପେକ୍ଷା ୨୦ଗୁଣା ଅଧିକ ବିପଜ୍ଜନକ ଅଟେ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଡକ୍ଟର ଟେଡ୍ରୋସ ଆଧାନୋମ ଗେବ୍ରେୟସସ କହିଛନ୍ତି ଏହା ଏପରି ଏକ ରୋଗ ଯେଉଁଥିରେ କୋଟି କୋଟି ଲୋକଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି।

ସେ ଏହାକୁ ଅତ୍ୟନ୍ତ ବିପଜ୍ଜନକ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଏଥିରୁ ରକ୍ଷା ପାଇବା ପାଇଁ ବୈଜ୍ଞାନିକମାନେ ଟିକା ତିଆରି କରିବା କାମ ଆରମ୍ଭ କରିଛନ୍ତି। ଡବ୍ଲ୍ୟୁଏଚଓ ଅନୁଯାୟୀ, କରୋନା ମହାମାରୀ ହେତୁ ପ୍ରାୟ ୨୫ ଲକ୍ଷ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି, କିନ୍ତୁ ଏହି ନୂତନ ରୋଗ ଏହା ଅପେକ୍ଷା ଅଧିକ ମାରାତ୍ମକ ଅଟେ। ଏହି କାରଣରୁ ପ୍ରାୟ ୫ କୋଟି ଲୋକଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି। ଏଥି ସହିତ, ବିଶ୍ୱର ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏହି ନୂତନ ରୋଗ ବିଷୟରେ କହିଛନ୍ତି ଏକ୍ସ ସ୍ପେନୀୟ ଫ୍ଲୁ ପରି ବିନାଶ ଘଟାଇପାରେ। ସୂଚନାଯୋଗ୍ୟ, ୧୯୧୮-୨୦ ମସିହାରେ ସ୍ପେନ ଫ୍ଲୁ ଯୋଗୁ ସମଗ୍ର ବିଶ୍ୱରେ ୫ କୋଟିରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା।

ବ୍ରିଟେନର ଭ୍ୟାକ୍ସିନ ଟାସ୍କଫୋର୍ସର ଚେୟାରମ୍ୟାନ କେଟ ବିଙ୍ଗହମ କହିଛନ୍ତି ଏଭଳି ମହାମାରୀ ଯୋଗୁଁ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇବାର ଆଶଙ୍କା ରହିଥାଏ। ପ୍ରଥମ ବିଶ୍ୱଯୁଦ୍ଧରେ ମୃତ୍ୟୁ ସଂଖ୍ୟା ଅପେକ୍ଷା ସ୍ପେନର ସ୍ବାଇନ ଫ୍ଲୁରେ ଅଧିକ ମୃତ୍ୟୁ ଘଟିଥିଲା। ସେ କହିଛନ୍ତି ପୂର୍ବ ଅପେକ୍ଷା ଆଜି ଅଧିକ ଭୁତାଣୁ ଉପସ୍ଥିତ ଅଛନ୍ତି ଏବଂ ଏହାର ଭାରିଆଣ୍ଟ ଗୁଡିକ ମଧ୍ୟ ଲୋକଙ୍କୁ ଶୀଘ୍ର ସଂକ୍ରମିତ କରିଥାଏ। ଏଥିସହ ସେ କହିଛନ୍ତି ସମସ୍ତ ଭାରିଆଣ୍ଟ ସାଂଘାତିକ ନୁହେଁ, ତଥାପି ସେମାନେ ମହାମାରୀ ଆଣିପାରନ୍ତି। ପ୍ରାୟ ୨୫ ଟି ଭୂୁତାଣୁ ଚିହ୍ନଟ ହୋଇଥିବା ସେ କହିଛନ୍ତି। ଯାହାର ଟିକା ପ୍ରସ୍ତୁତ କରାଯାଉଛି। ଗବେଷକ ଶୀଘ୍ର ଏଥିରେ ସଫଳତା ପାଇବାର ଆଶା ରହିଛି ।

ଲୋକଙ୍କୁ ନୂତନ ରୋଗରୁ ରକ୍ଷା କରିବା ଜରୁରୀ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କହିଛି। ଏସବୁ ସଂକ୍ରାମକ ରୋଗ ଏବଂ ଏହା ମହାମାରୀ ସୃଷ୍ଟି କରିବ।

ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି କରୋନା ପୂର୍ବରୁ ମଧ୍ୟ ଏହି ରୋଗ ବ୍ୟାପିଥିଲ। ଯାହାର ନାମ କରୋନା ଥିଲା। ବିଶେଷଜ୍ଞମାନେ କହିଛନ୍ତି ଏହି ଶବ୍ଦ ବ୍ୟବହୃତ ହୁଏ କାରଣ ରୋଗ ଚିହ୍ନଟ ହେବା ମାତ୍ରେ ଏହାକୁ ସେହି ନାମ ଦିଆଯିବ। ବର୍ତ୍ତମାନ ବୈଜ୍ଞାନିକମାନେ ଏହି ରୋଗର ରୂପ ଏବଂ ଭାରିଆଣ୍ଟ ବିଷୟରେ ସ୍ପଷ୍ଟ ସୂଚନା ପାଇ ନାହାଁନ୍ତି। ସେଥିପାଇଁ ଏହାର ନାମ ଏକ୍ସ ରଖାଯାଇଛି। ପରବର୍ତ୍ତୀ ସମୟରେ ଏହି ନୂତନ ରୋଗ ଚିହ୍ନଟ ହେଲେ ଏହାର ନାମ ପରିବର୍ତ୍ତନ ହେବ ।

 


Enter your email to get our daily news in your inbox.

All Right Reserved By Dharitri.Com

୩ ପାକିସ୍ତାନୀ ଛାତ୍ରଙ୍କୁ ହତ୍ୟା, ଭାରତୀୟଙ୍କୁ ଘରୁ ନ ବାହାରିବାକୁ ଦିଆଗଲା ପରାମର୍ଶ

ବିଶେକ,୧୮।୫: ମଧ୍ୟ ଏସୀୟ ଦେଶ କିର୍ଗିସ୍ଥାନରେ ମେଡିକାଲ ପଢିବାକୁ ଯାଇଥିବା ଭାରତୀୟ ଏବଂ ପାକିସ୍ତାନୀ ଛାତ୍ରଙ୍କ ଜୀବନ ବିପଦରେ। କିର୍ଗଜସ୍ଥାନରୁ ଖବର ଆସିଛି ଯେ ସେଠାରେ...

ବ୍ରିଟେନରେ କମୁଛି ଅରବପତିଙ୍କ ସଂଖ୍ୟା, ଏହାପରେ ବି ବଢୁଛି ସୁନକଙ୍କ ସମ୍ପତ୍ତି

ଲଣ୍ଡନ,୧୮।୫: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ତାଙ୍କ ପତ୍ନୀ ଅକ୍ଷତା ମୁର୍ତ୍ତୀଙ୍କ ସମ୍ପତ୍ତି ବୃଦ୍ଧି ପାଉଛି। ଦୁଇ ବର୍ଷ ପୂର୍ବେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଏବଂ...

ସୋମବାର ଚତୁର୍ଥ ଥର ଆସ୍ଥା ଲୋଡ଼ିବେ ନେପାଳ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ,୧୮ା୫(ପି.ଟି.): ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦହଲ ‘ପ୍ରଚଣ୍ଡ’ ତାଙ୍କ ୧୮ ମାସର କାର୍ଯ୍ୟକାଳ ମଧ୍ୟରେ ସୋମବାର ଚତୁର୍ଥ ଥର ପାଇଁ ଆସ୍ଥାଭୋଟ ଲୋଡ଼ିବାକୁ ଯାଉଛନ୍ତି। ସହଯୋଗୀ ଜନତା...

ଶେଷରେ ବଦଳିଲା ଟୁଇଟରର ଡୋମେନ ନେମ, ଏବେ x.comରେ ଖୋଲିବ ସୋସିଆଲ ମିଡିଆ ପ୍ଲାଟଫର୍ମ

ଓ୍ବାଶିଂଟନ,୧୭।୫: ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଟୁଇଟର ଡଟ କମ ଖୋଲୁଥିଲା, କିନ୍ତୁ ଅପରାହ୍ନରେ ଏହା ସ୍ବୟଂଚାଳିତ ଭାବରେ x.com ହୋଇଗଲା। ଏହିପରି,୨୦୨୨ରେ ଏଲୋନ ମସ୍କଙ୍କ ଦ୍ୱାରା...

ନେପାଳ ସଂସଦରେ ହାତାହାତି ହେଲେ ଶାସକ-ବିରୋଧୀ

କାଠମାଣ୍ଡୁ,୧୭।୫: ସହଯୋଗୀ ଜାଲିଆତି ମାମଲାରେ ନେପାଳର ଗୃହମନ୍ତ୍ରୀ ରବି ଲାମିଚାନେଙ୍କ ବିରୋଧରେ ତଦନ୍ତ କମିଟି ଗଠନ ନେଇ ନେପାଳ ସଂସଦର ନିମ୍ନ ଗୃହରେ ବିରୋଧୀ ଏବଂ...

ଭାରତୀୟ ମସଲା ଉପରେ ପ୍ରତିବନ୍ଧକ ଲଗାଇଲା ନେପାଳ, ଯାଞ୍ଚ ଆରମ୍ଭ

କାଠମାଣ୍ଡୁ,୧୭।୫: ନେପାଳ ଦୁଇଟି ଭାରତୀୟ ବ୍ରାଣ୍ଡର ମସଲା – ଏମଡିଏଚ ଏବଂ ଏଭରେଷ୍ଟର ଆମଦାନୀ, ବ୍ୟବହାର ଏବଂ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି ମସଲାରେ...

ରୁଷିଆ ଚାଇନା ସବୁବେଳେ ଏକାଠି ଅଛନ୍ତି, ବେଜିଂ ଗସ୍ତ ସମୟରେ ୭୫ ବର୍ଷ ପୁରୁଣା ଗୀତ ମନେପକାଇଲେ ପୁଟିନ

ବେଜିଂ,୧୭।୫: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚାଇନା ଗସ୍ତରେ ଅଛନ୍ତି। ଗାଜା ଏବଂ ୟୁକ୍ରେନକୁ ନେଇ ତିକ୍ତତା ମଧ୍ୟରେ ଏକ ବର୍ଷ ମଧ୍ୟରେ ରୁଷିଆର ରାଷ୍ଟ୍ରପତି...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର

ସିଙ୍ଗାପୁର:ସମ୍ପ୍ରତି ଯୁବପିଢ଼ି ନିଜ କ୍ୟାରିୟରକୁ ଦୃଷ୍ଟିରେ ରଖି ବିଳମ୍ବରେ ବିବାହ କରିବା ସହ ବିଳମ୍ବରେ ପରିବାର ଆରମ୍ଭ କରିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସିଙ୍ଗାପୁରର ଶିର୍ଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri