ପୃଥିବୀରେ ଏକ୍ସ ମହାମାରୀ ଆତଙ୍କ ଘନେଇଲା, କରୋନା ତୁଳନାରେ ୨୦ ଗୁଣା ବିପଜ୍ଜନକ: ଡବ୍ଲ୍ୟୁଏଚଓର ଚେତାବନୀ…

ଜେନେଭା,୨୫।୯ : ଏକ ବିପଜ୍ଜନକ ରୋଗର ଆତଙ୍କ ଏବେ ସାରା ବିଶ୍ୱରେ ପୁଣି ଥରେ ସୃଷ୍ଟି ହୋଇଛି। ଏନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି। ଏହି ନୂତନ ରୋଗକୁ ଏକ୍ସ ନାମରେ ଚିହ୍ନଟ କରାଯାଉଛି। ଡବ୍ଲ୍ୟୁଏଚଓ ଅନୁଯାୟୀ, ନୂତନ ରୋଗ ଏକ୍ସ ରେ ୫ କୋଟି ଲୋକଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି। କାରଣ ଏହି ରୋଗ କୋଭିଡ ମହାମାରୀ ଅପେକ୍ଷା ୨୦ଗୁଣା ଅଧିକ ବିପଜ୍ଜନକ ଅଟେ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଡକ୍ଟର ଟେଡ୍ରୋସ ଆଧାନୋମ ଗେବ୍ରେୟସସ କହିଛନ୍ତି ଏହା ଏପରି ଏକ ରୋଗ ଯେଉଁଥିରେ କୋଟି କୋଟି ଲୋକଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି।

ସେ ଏହାକୁ ଅତ୍ୟନ୍ତ ବିପଜ୍ଜନକ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଏଥିରୁ ରକ୍ଷା ପାଇବା ପାଇଁ ବୈଜ୍ଞାନିକମାନେ ଟିକା ତିଆରି କରିବା କାମ ଆରମ୍ଭ କରିଛନ୍ତି। ଡବ୍ଲ୍ୟୁଏଚଓ ଅନୁଯାୟୀ, କରୋନା ମହାମାରୀ ହେତୁ ପ୍ରାୟ ୨୫ ଲକ୍ଷ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି, କିନ୍ତୁ ଏହି ନୂତନ ରୋଗ ଏହା ଅପେକ୍ଷା ଅଧିକ ମାରାତ୍ମକ ଅଟେ। ଏହି କାରଣରୁ ପ୍ରାୟ ୫ କୋଟି ଲୋକଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି। ଏଥି ସହିତ, ବିଶ୍ୱର ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏହି ନୂତନ ରୋଗ ବିଷୟରେ କହିଛନ୍ତି ଏକ୍ସ ସ୍ପେନୀୟ ଫ୍ଲୁ ପରି ବିନାଶ ଘଟାଇପାରେ। ସୂଚନାଯୋଗ୍ୟ, ୧୯୧୮-୨୦ ମସିହାରେ ସ୍ପେନ ଫ୍ଲୁ ଯୋଗୁ ସମଗ୍ର ବିଶ୍ୱରେ ୫ କୋଟିରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା।

ବ୍ରିଟେନର ଭ୍ୟାକ୍ସିନ ଟାସ୍କଫୋର୍ସର ଚେୟାରମ୍ୟାନ କେଟ ବିଙ୍ଗହମ କହିଛନ୍ତି ଏଭଳି ମହାମାରୀ ଯୋଗୁଁ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇବାର ଆଶଙ୍କା ରହିଥାଏ। ପ୍ରଥମ ବିଶ୍ୱଯୁଦ୍ଧରେ ମୃତ୍ୟୁ ସଂଖ୍ୟା ଅପେକ୍ଷା ସ୍ପେନର ସ୍ବାଇନ ଫ୍ଲୁରେ ଅଧିକ ମୃତ୍ୟୁ ଘଟିଥିଲା। ସେ କହିଛନ୍ତି ପୂର୍ବ ଅପେକ୍ଷା ଆଜି ଅଧିକ ଭୁତାଣୁ ଉପସ୍ଥିତ ଅଛନ୍ତି ଏବଂ ଏହାର ଭାରିଆଣ୍ଟ ଗୁଡିକ ମଧ୍ୟ ଲୋକଙ୍କୁ ଶୀଘ୍ର ସଂକ୍ରମିତ କରିଥାଏ। ଏଥିସହ ସେ କହିଛନ୍ତି ସମସ୍ତ ଭାରିଆଣ୍ଟ ସାଂଘାତିକ ନୁହେଁ, ତଥାପି ସେମାନେ ମହାମାରୀ ଆଣିପାରନ୍ତି। ପ୍ରାୟ ୨୫ ଟି ଭୂୁତାଣୁ ଚିହ୍ନଟ ହୋଇଥିବା ସେ କହିଛନ୍ତି। ଯାହାର ଟିକା ପ୍ରସ୍ତୁତ କରାଯାଉଛି। ଗବେଷକ ଶୀଘ୍ର ଏଥିରେ ସଫଳତା ପାଇବାର ଆଶା ରହିଛି ।

ଲୋକଙ୍କୁ ନୂତନ ରୋଗରୁ ରକ୍ଷା କରିବା ଜରୁରୀ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କହିଛି। ଏସବୁ ସଂକ୍ରାମକ ରୋଗ ଏବଂ ଏହା ମହାମାରୀ ସୃଷ୍ଟି କରିବ।

ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି କରୋନା ପୂର୍ବରୁ ମଧ୍ୟ ଏହି ରୋଗ ବ୍ୟାପିଥିଲ। ଯାହାର ନାମ କରୋନା ଥିଲା। ବିଶେଷଜ୍ଞମାନେ କହିଛନ୍ତି ଏହି ଶବ୍ଦ ବ୍ୟବହୃତ ହୁଏ କାରଣ ରୋଗ ଚିହ୍ନଟ ହେବା ମାତ୍ରେ ଏହାକୁ ସେହି ନାମ ଦିଆଯିବ। ବର୍ତ୍ତମାନ ବୈଜ୍ଞାନିକମାନେ ଏହି ରୋଗର ରୂପ ଏବଂ ଭାରିଆଣ୍ଟ ବିଷୟରେ ସ୍ପଷ୍ଟ ସୂଚନା ପାଇ ନାହାଁନ୍ତି। ସେଥିପାଇଁ ଏହାର ନାମ ଏକ୍ସ ରଖାଯାଇଛି। ପରବର୍ତ୍ତୀ ସମୟରେ ଏହି ନୂତନ ରୋଗ ଚିହ୍ନଟ ହେଲେ ଏହାର ନାମ ପରିବର୍ତ୍ତନ ହେବ ।

 


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆଉ ଏକ ଲଘୁଚାପ: ବୁଧବାରଠାରୁ ସୋମବାର ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୧୧ା୮(ବନ୍ଦନା ସେଠୀ) – ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

କୁକୁର ଦାଉରୁ ରକ୍ଷା ପାଇଁ ସିଧାସଳଖ ଜିଲାପାଳଙ୍କୁ ମେସେଜ୍: ନାକେଦମ ହେଲା ପ୍ରଶାସନ, ଶେଷରେ…

ହାଟଡିହୀ,୧୧।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଜଣେ ମହିଳାଙ୍କ ଘର ଆଗରେ ଏକ କୁକୁର ଶୋଇ ରହିବା ଏବଂ ତାହାକୁ ନେଇ ସୃଷ୍ଟି…

ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି।…

ଭାରତରେ ଏହିଦିନ ଲଞ୍ଚ୍‌ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌! ମୋଦି ସରକାର ଦେଲେ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍‌କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…

ପରିବାର ଲୋକଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ଋଣ ନେଇଗଲେ ସମ୍ପାଦକ: ଚାଷୀଙ୍କ ଆନ୍ଦୋଳନ ଚେତାବନୀ

ପୁରୁଷୋତ୍ତମପୁର,୧୧।୮(ସବିତା ମିଶ୍ର):ସରକାର କୃଷକଙ୍କୁ ସଶକ୍ତିକରଣ କରି କୃଷି ଓ କୃଷକଙ୍କ ବିକାଶ ଲାଗି ଯୋଜନା ପରେ ଯୋଜନା କରିବା ସହ ବିଭିନ୍ନ ଫସଲ ଚାଷ କରି ଲାଭବାନ…

ପୂର୍ବତନ ରାଷ୍ଟ୍ରପତିଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ କୋର୍ଟ: ଆସିଥିଲା ସାଂଘାତିକ ଅଭିଯୋଗ

ଡାମସକସ୍‌,୧୧।୮: ସିରିଆର ଏକ କୋର୍ଟ ମଙ୍ଗଳବାର ଦେଶର ପୂର୍ବତନ ରାଷ୍ଟ୍ରପତି ବଶର ଅଲ-ଆସାଦ ଏବଂ ତାଙ୍କ ସାନ ଭାଇ ମାହେର ଅଲ-ଆସାଦଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri