ଡବ୍ଲୁଡବ୍ଲୁଇ ଷ୍ଟାର୍‌ ମହିଳାଙ୍କୁ ଅପହରଣ କରିବାକୁ ଚାହୁଁଥିଲେ ପାଗଳ ପ୍ରେମୀ, ଘଟିଲା ଏମିତି

ଡବ୍ଲୁଡବ୍ଲୁଇ ଷ୍ଟାର୍‌ ମହିଳା ରେସଲର୍‌ ସୋନିଆ ଡେଭିଲେଙ୍କୁ ଅପହରଣ କରିବାକୁ ଚାହୁଥିବା ବ୍ୟକ୍ତି ଶେଷରେ ଗିରଫ ହୋଇଛନ୍ତି। ସୋନିଆଙ୍କ ଘର ପରିସରରୁ ହିଁ ତାଙ୍କୁ ପୋଲିସ ଗିରଫ କରିଛି। ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଗତ ୮ ମାସ ହେବ ସୋନିଆଙ୍କ ପିଛା କରୁଥିଲେ ବୋଲି ଜଣାପଡିଛି। ଅଗଷ୍ଟ ୧୬ରେ ସେ ତାଙ୍କୁ ଅପହରଣ କରିନେବା ପାଇଁ ଘରେ ପଶିଥିଲେ। କିନ୍ତୁ ଘରେ ଲାଗିଥିବା ଆଲାର୍ମ ଯୋଗୁ ସେ ଧରାପଡିଯାଇଥିଲେ। ଆମେରିକାର ଫ୍ଲୋରିଡା ପ୍ରାନ୍ତରେ ରୁହନ୍ତ ସୋନିଆ। ତାଙ୍କ ପ୍ରକୃତ ନାମ ହେଉଛି ଡାରିୟା ବେରେନାଟୋ। ଡବ୍ଲୁଡବ୍ଲୁଇରେ ତାଙ୍କ ନାମ ସୋନିଆ ଡେଭିଲେରେ ପ୍ରସିଦ୍ଧ। କିଛି ଦିନ ତଳେ ସୋନିଆ ନିଜକୁ ସମଲିଙ୍ଗୀ ବୋଲି ଘୋଷଣା କରିଥିଲେ। ତାଙ୍କୁ ଅପହରଣ କରାଯିବା ଷଡଯନ୍ତ୍ରକୁ ନେଇ ସେ କହିଛନ୍ତି,ମୁଁ ଏବେ ଶାନ୍ତିର ନିଃଶ୍ୱାସ ନେଉଛି। ଆପଣଙ୍କ ଭଲ ପାଇବା ଯୋଗୁ ମୁଁ ଆଜି ବଡ ବିଦରୁ ବର୍ତ୍ତିଯାଇଛି। ସୂଚନାଯୋଗ୍ୟ, ସୋନିଆଙ୍କ ପ୍ରେମରେ ପାଗଳ ଥିବା ଫିଲିପ୍‌ ଏ ଥାମସ ନାମକ ବ୍ୟକ୍ତି ଜଣଙ୍କ ଙ୍କ ଘରେ ରାତି ୩ଟାରେ ପଶିଥିଲେ। ପରେ ସେ ଘର ଆଗରେ ଟଙ୍ଗା ଯାଇଥିବା ସ୍କ୍ରିନ୍‌କୁ କାଟି ଦେଇଥିଲେ। ଘର ଭିତରେ ପ୍ରବେଶ କରିବାକୁ ଆଲର୍ମ ବାଜିଉଠିଥିଲା। ସୋନିଆ ଏନେଇ ପୋଲିସରେ ସୂଚନା ଦେଇଥିଲେ। ପୋଲିସ ଫିଲିପଙ୍କ ପଚରାଉଚରା କରିବାରୁ ମୁଁ ତାଙ୍କର ବଡ ଫ୍ୟାନ୍‌୍‌। ତାଙ୍କୁ ପ୍ରେମ କରୁଛି। ତାଙ୍କ ଅପହରଣ କରିବାକୁ ଆସିଥିଲି ବୋଲି ସେ କହିଥିଲେ। ପୋଲିସ ତାଙ୍କ ନିକଟରୁ ଛୁରି, ଠେଙ୍ଗା ଏବଂ ଅନ୍ୟ ଧାରୁଆ ଅସ୍ତ୍ର ଜବତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାନିଲା ଗ୍ଲୋବାଲ ଟାଇମ୍ସ୍‌: ଭୁଟାନରେ ଗାଁ ସ୍ଥାପନ କରିଛି ଚାଇନା

ବେଜିଂ,୨୪।୧୧: ଚାଇନାର ସରକାରୀ ଖବର କାଗଜ ଗ୍ଲୋବାଲ୍‌ ଟାଇମ୍ସ୍‌ରେ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶିତ ହୋଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ଭୁଟାନରେ ଚାଇନା ଏକ ଗାଁ...

୨୦୧୦ ପରେ ଜନ୍ମିତ ବ୍ୟକ୍ତିଙ୍କୁ ତମାଖୁ ବିକିବା ମନା

କୋପେନହାଗେନ,୧୭।୩: ଭବିଷ୍ୟତ ପିଢିକୁ ତମାଖୁମୁକ୍ତ କରିବାକୁ ଡେନମାର୍କ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ଆରମ୍ଭ କରିଚନ୍ତି। ୨୦୧୦ ପରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କୁ ସିଗାରେଟ ଏବଂ...

ସାପର ଦାମ ୩ କୋଟି…

ସାପର ଦାମ୍‌ ପୁଣି ୩ କୋଟି ଟଙ୍କା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ଇଣ୍ଡୋନେସିଆର ଘନ ଜଙ୍ଗଲରେ ଦେଖାଯାଉଥିବା ଗ୍ରୀନ୍‌ ଟ୍ରି...

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଜୋ ବାଇଡେନ ଆଗରେ

ଓ୍ବାଶିଂଟନ୍‌,୪।୧୦: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। ଏବେ ଭୋଟ ଗଣନା ଜାରି ରହିଛି। ପ୍ରାରମ୍ଭିକ ଗଣତି ଅନୁଯାୟୀ, ଡେମୋକ୍ରାଟ୍ସ ପାର୍ଟିର ରାଷ୍ଟ୍ରପତି...

ନିଜ ପୁଅଠାରୁ ସାନ ୩୬ ବର୍ଷୀୟ ଯୁବକଙ୍କୁ ବିବାହ କଲେ ଏହି ୮୧ ବର୍ଷର ମହିଳା: ଲୋକେ କହୁଛନ୍ତି ଏଭଳି..

ବ୍ରିଟେନରେ ରହୁଥିବା ଜଣେ ୮୧ ବର୍ଷୀୟା ମହିଳା ଆଇରିସ ଜୋନ୍ସ ତାଙ୍କ ଛାଡ଼ପତ୍ରକୁ ୪୦ ବର୍ଷ ପୂରିଥିଲେ ସୁଦ୍ଧା ଜଣେ ୩୬ ବର୍ଷୀୟ ଯୁବକ ତଥା...

ରଣକ୍ଷେତ୍ର ପାଲଟିଲା ସିନ୍ଧ ବିଧାନସଭା

ସିନ୍ଧ, ୩ା୩: ପାକିସ୍ତାନର ସିନ୍ଧ ବିଧାନସଭାରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ତେହରିକ୍‌-ଏ-ଇନ୍‌ସାଫ ପାର୍ଟି ନେତାଙ୍କ ମଧ୍ୟରେ ମାଡ଼ପିଟ୍‌ ହୋଇଛି। ଏହାକୁ ନେଇ କିଛି ସମୟ ବିଧାନସଭା...

ଉଚ୍ଚ ପୋଲ ପାରି ହେବାକୁ ସିମ୍ପାଞ୍ଜି କରୁଛି ଏପରି, ଭିଡିଓ ଦେଖିଲେ…

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ...

ପାକ୍‌ରେ ମାଲାଲାଙ୍କୁ ବିରୋଧ

ବ୍ରିଟେନରେ ରହୁଥିବା ନୋବେଲ ପୁରସ୍କାର ବିଜୟିନୀ ଶିକ୍ଷା ଅଧିକାର କର୍ମୀ ମାଲାଲା ୟୁସୁଫ୍‌ଜାଇଙ୍କ ବିରୋଧରେ ପାକିସ୍ତାନର ଘରୋଇ ସ୍କୁଲ ସଂଘ ଏକ ବୃତ୍ତଚିତ୍ର ଲଞ୍ଚ୍‌ କରିଛି।...

Advertisement
Archives

Model This Week