Posted inଫୁରସତ

ଛାତିରେ ଆଙ୍କିଦେଲେ ଭୁଲ୍‌ ଟାଟୁ, ଯୁବତୀ କାନ୍ଦି କାନ୍ଦି କହିଲେ ଏମିତି

ଦୁନିଆର ଯେକୌଣସି ବ୍ୟକ୍ତି ଅନେକ ଚିନ୍ତା ପରେ ଟାଟୁ ଆଙ୍କିବାକୁ ନିଷ୍ପତ୍ତି ନେଇଥାନ୍ତି। ମାତ୍ର ଏହି ଟାଟୁ ଯଦି ଭୁଲ୍‌ ହୋଇଯାଏ ତେବେ ଜୀବନ ସାରା ପସ୍ତାଇବାକୁ ପଡ଼ିବ। ତେଣୁ ଟାଟୁ ଆଙ୍କିବା ସମୟରେ ଯଥେଷ୍ଟ ଯତ୍ନବାନ ହେବା ଉଚିତ୍‌। ଏହାର ଡିଜାଇନ ହେଉ କିମ୍ବା ବନାନ, ସବୁ ଦିଗ ପ୍ରତି ଜଣେ ଧ୍ୟାନ ଦେବା ଆବଶ୍ୟକ। ସୋସିଆଲ ମିଡିଆରେ ଜଣେ ଯୁବତୀ ତାଙ୍କ ସହ ଘଟିଥିବା ଏପରି ଏକ ଘଟଣା ଶେୟାର କରିଛନ୍ତି। ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ।

୧୮ ବର୍ଷ ବୟସ୍କା ଜେନିଫର୍‌ ମ୍ୟା ତାଙ୍କ ଛାତିରେ ଏକ ଟାଟୁ ଆଙ୍କିଥିଲେ। ଯେଉଁ ଟାଟୁଟି ପ୍ରେରଣାଦାୟକ ଟାଟୁ ଆଙ୍କିବାର ଥିଲା। ମାତ୍ର ଟାଟୁକାର ଏଥିରେ ଏକ ବଡ଼ ଭୁଲ୍‌ କରିଦେଇଛନ୍ତି। ବର୍ତ୍ତମାନ ସେ ଏହି ଟାଟୁରୁ ଯଥାଶୀଘ୍ର ମୁକ୍ତି ପାଇବାକୁ ଚାହୁଁଛନ୍ତି। କିନ୍ତୁ ଯେହେତୁ ସେ ଏକ ସ୍ଥାୟୀ ଟାଟୁ କରିସାରିଛନ୍ତି, ତେଣୁ ଏହାକୁ ଲିଭାଇବା ବହୁତ କଷ୍ଟକର। ଜେନିଫର କହିଛନ୍ତି, ସେ ଏହି ଟାଟୁକୁ ନେଇ ବିରକ୍ତ ପ୍ରକାଶ କରୁଛନ୍ତି। ଏଥିରେ ଏପରି ଏକ ଭୁଲ୍‌ ଅଛି, ଯାହା ତାଙ୍କୁ ବହୁତ ଲଜ୍ଜିତ କରୁଛି। ଜେନିଫର୍‌ ଟାଟୁ କଳାକାରଙ୍କ ନାମ ପ୍ରକାଶ କରିନାହାନ୍ତି କିନ୍ତୁ ତାଙ୍କ ଟାଟୁ ଦ୍ୱାରା ସେ ବହୁତ ଲଜ୍ଜିତ ବୋଲି କହିଛନ୍ତି।

ଜେନିଫର୍‌ ତାଙ୍କ ଛାତିରେ ଦୁଇଟି ପ୍ରଜାପତିର ଟାଟୁ ଆଙ୍କିବାକୁ ସ୍ଥିର କରିଥିଲେ। ଏହା ସହିତ, ସେ ଏକ ପ୍ରେରଣାଦାୟକ ବାର୍ତ୍ତା ଲେଖିବାକୁ ସ୍ଥିର କଲେ ‘ଯନ୍ତ୍ରଣା ସହିତ ଶକ୍ତି ଆସେ’ କିନ୍ତୁ ଟାଟୁ କଳାକାର ଏଥିରେ ଏକ ବଡ଼ ଭୁଲ କରିଥିଲେ। ଟାଟୁକାର strengthର ବନାନ strenth ଲେଖିଥିଲେ। ଯେଉଁ ଭୁଲ୍‌କୁ ଜେନିଫର୍‌ ପ୍ରାରମ୍ଭିକ ପର୍ଯ୍ୟାୟରେ ଲକ୍ଷ୍ୟ କରି ନ ଥିଲେ। ପରେ ଦେଖି ସେ କାନ୍ଦି କାନ୍ଦି ନୟାନ୍ତ। ଟାଟୁକାରଙ୍କୁ କହିଥିଲେ ସମ୍ପୂର୍ଣ୍ଣ କିପରି ଏହାକୁ ହଟାଯିବ ତାହା ଦୟାକରି କରନ୍ତୁ।

ଜେନିଫରଙ୍କ ପୋଷ୍ଟରେ ଲୋକମାନେ ଅନେକ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ସେ ବର୍ତ୍ତମାନ କଣ କରିବେ? ସେ ଟାଟୁକୁ ଲିଭାଇ ହେବ କି? ଏହାର ଜବାବରେ ଜେନିଫର ଲୋକମାନଙ୍କୁ କହିଥିଲେ ଟାଟୁକୁ ସମ୍ପୂର୍ଣ୍ଣ ଭାବେ ହଟାଇବା ପାଇଁ ବ୍ୟବସ୍ଥା କରିସାରିଛନ୍ତି। ଏଥି ସହିତ ଜେନିଫରଙ୍କ ଅବହେଳା ଉପରେ ଅନେକ ମନ୍ତବ୍ୟ ମଧ୍ୟ ଦେଇଛନ୍ତି। ଜଣେ ବ୍ୟକ୍ତି ଲେଖିଛନ୍ତି, ଟାଟୁ କିପରି ଅଙ୍କା ଯାଉଛି ସେଥିପ୍ରତି ଧ୍ୟାନ ଦେବା ଉଚିତ୍‌। ସେ ଧ୍ୟାନ ଦେଲେ ନାହିଁ। ଏହାର ପରିଣାମ ସ୍ବରୂପ ଭୁଲ ଟାଟୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri