Posted inଫୁରସତ

ଛାତିରେ ଆଙ୍କିଦେଲେ ଭୁଲ୍‌ ଟାଟୁ, ଯୁବତୀ କାନ୍ଦି କାନ୍ଦି କହିଲେ ଏମିତି

ଦୁନିଆର ଯେକୌଣସି ବ୍ୟକ୍ତି ଅନେକ ଚିନ୍ତା ପରେ ଟାଟୁ ଆଙ୍କିବାକୁ ନିଷ୍ପତ୍ତି ନେଇଥାନ୍ତି। ମାତ୍ର ଏହି ଟାଟୁ ଯଦି ଭୁଲ୍‌ ହୋଇଯାଏ ତେବେ ଜୀବନ ସାରା ପସ୍ତାଇବାକୁ ପଡ଼ିବ। ତେଣୁ ଟାଟୁ ଆଙ୍କିବା ସମୟରେ ଯଥେଷ୍ଟ ଯତ୍ନବାନ ହେବା ଉଚିତ୍‌। ଏହାର ଡିଜାଇନ ହେଉ କିମ୍ବା ବନାନ, ସବୁ ଦିଗ ପ୍ରତି ଜଣେ ଧ୍ୟାନ ଦେବା ଆବଶ୍ୟକ। ସୋସିଆଲ ମିଡିଆରେ ଜଣେ ଯୁବତୀ ତାଙ୍କ ସହ ଘଟିଥିବା ଏପରି ଏକ ଘଟଣା ଶେୟାର କରିଛନ୍ତି। ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ।

୧୮ ବର୍ଷ ବୟସ୍କା ଜେନିଫର୍‌ ମ୍ୟା ତାଙ୍କ ଛାତିରେ ଏକ ଟାଟୁ ଆଙ୍କିଥିଲେ। ଯେଉଁ ଟାଟୁଟି ପ୍ରେରଣାଦାୟକ ଟାଟୁ ଆଙ୍କିବାର ଥିଲା। ମାତ୍ର ଟାଟୁକାର ଏଥିରେ ଏକ ବଡ଼ ଭୁଲ୍‌ କରିଦେଇଛନ୍ତି। ବର୍ତ୍ତମାନ ସେ ଏହି ଟାଟୁରୁ ଯଥାଶୀଘ୍ର ମୁକ୍ତି ପାଇବାକୁ ଚାହୁଁଛନ୍ତି। କିନ୍ତୁ ଯେହେତୁ ସେ ଏକ ସ୍ଥାୟୀ ଟାଟୁ କରିସାରିଛନ୍ତି, ତେଣୁ ଏହାକୁ ଲିଭାଇବା ବହୁତ କଷ୍ଟକର। ଜେନିଫର କହିଛନ୍ତି, ସେ ଏହି ଟାଟୁକୁ ନେଇ ବିରକ୍ତ ପ୍ରକାଶ କରୁଛନ୍ତି। ଏଥିରେ ଏପରି ଏକ ଭୁଲ୍‌ ଅଛି, ଯାହା ତାଙ୍କୁ ବହୁତ ଲଜ୍ଜିତ କରୁଛି। ଜେନିଫର୍‌ ଟାଟୁ କଳାକାରଙ୍କ ନାମ ପ୍ରକାଶ କରିନାହାନ୍ତି କିନ୍ତୁ ତାଙ୍କ ଟାଟୁ ଦ୍ୱାରା ସେ ବହୁତ ଲଜ୍ଜିତ ବୋଲି କହିଛନ୍ତି।

ଜେନିଫର୍‌ ତାଙ୍କ ଛାତିରେ ଦୁଇଟି ପ୍ରଜାପତିର ଟାଟୁ ଆଙ୍କିବାକୁ ସ୍ଥିର କରିଥିଲେ। ଏହା ସହିତ, ସେ ଏକ ପ୍ରେରଣାଦାୟକ ବାର୍ତ୍ତା ଲେଖିବାକୁ ସ୍ଥିର କଲେ ‘ଯନ୍ତ୍ରଣା ସହିତ ଶକ୍ତି ଆସେ’ କିନ୍ତୁ ଟାଟୁ କଳାକାର ଏଥିରେ ଏକ ବଡ଼ ଭୁଲ କରିଥିଲେ। ଟାଟୁକାର strengthର ବନାନ strenth ଲେଖିଥିଲେ। ଯେଉଁ ଭୁଲ୍‌କୁ ଜେନିଫର୍‌ ପ୍ରାରମ୍ଭିକ ପର୍ଯ୍ୟାୟରେ ଲକ୍ଷ୍ୟ କରି ନ ଥିଲେ। ପରେ ଦେଖି ସେ କାନ୍ଦି କାନ୍ଦି ନୟାନ୍ତ। ଟାଟୁକାରଙ୍କୁ କହିଥିଲେ ସମ୍ପୂର୍ଣ୍ଣ କିପରି ଏହାକୁ ହଟାଯିବ ତାହା ଦୟାକରି କରନ୍ତୁ।

ଜେନିଫରଙ୍କ ପୋଷ୍ଟରେ ଲୋକମାନେ ଅନେକ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ସେ ବର୍ତ୍ତମାନ କଣ କରିବେ? ସେ ଟାଟୁକୁ ଲିଭାଇ ହେବ କି? ଏହାର ଜବାବରେ ଜେନିଫର ଲୋକମାନଙ୍କୁ କହିଥିଲେ ଟାଟୁକୁ ସମ୍ପୂର୍ଣ୍ଣ ଭାବେ ହଟାଇବା ପାଇଁ ବ୍ୟବସ୍ଥା କରିସାରିଛନ୍ତି। ଏଥି ସହିତ ଜେନିଫରଙ୍କ ଅବହେଳା ଉପରେ ଅନେକ ମନ୍ତବ୍ୟ ମଧ୍ୟ ଦେଇଛନ୍ତି। ଜଣେ ବ୍ୟକ୍ତି ଲେଖିଛନ୍ତି, ଟାଟୁ କିପରି ଅଙ୍କା ଯାଉଛି ସେଥିପ୍ରତି ଧ୍ୟାନ ଦେବା ଉଚିତ୍‌। ସେ ଧ୍ୟାନ ଦେଲେ ନାହିଁ। ଏହାର ପରିଣାମ ସ୍ବରୂପ ଭୁଲ ଟାଟୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri