ଲେଖନ୍ତି ବହୁତ, ପଢୁଛି କିଏ

ଏ ବେଳ ତ କମ୍ପୁଟରର। ମୋବାଇଲ ତ ଜୀବନ ଧାରା ବଦଳାଇଦେଲାଣି। ସୁଇଚ୍‌ ଟିପିଦେଲେ ଆଖି ଆଗରେ ନାଚି ଉଠୁଛି ବହୁତ କିଛି। କାଲିକଥା ଆଜି କି ନାହିଁ। କାଲିକି ଯେ ଥିବ ତା’ ବି ଅନିଶ୍ଚିତ!
ମୋବାଇଲରେ ହ୍ବାଟ୍ସଆପ, ମେସେଜ ବ୍ୟବସ୍ଥା ପରଠାରୁ ଟେଲିଗ୍ରାମରେ ଖବର ବନ୍ଦ ହେଲା। ଟେଲିଗ୍ରାମ ବି ଦେଶରୁ ଉଠିଗଲା। ଚିଠିର ଆଦାନ ପ୍ରଦାନ ଉଭେଇଗଲା। ପଢ଼ିବାକୁ ବା କାହା ପାଖରେ ସମୟ ଅଛି। ଲେଖକ ତା’ ମନ ଖୁସି କରିବାକୁ କ’ଣ ଦି’ ଧାଡି ଆଙ୍କୁଚି। ପାଠକ ପଢୁନି ନୁହେଁ, ପଢୁଛି ସତ ହେଲେ ଖାଦ୍ୟରେ ଚଟଣି ପରି। ସୁଆଦ ଲାଗିଲେ ସବୁତକ ପାଇ ଯାଉଛି। ନଚେତ୍‌ ଚାଖିଲା ପରେ ଆଉ ଛୁଉଁନି। ରମ୍ୟରଚନା, ପ୍ରବନ୍ଧ, ଗୀତ ଓ କବିତା ତା’ ପୁଣି ପଢ଼ିବା ନିର୍ଭର କରେ ପାଠକର ବ୍ୟକ୍ତିଗତ ଆଗ୍ରହ ଉପରେ। ଆଧୁନିକ କବିତାର ଅର୍ଥ ଜାଣିବାକୁ ବା ଉଦ୍ଦେଶ୍ୟ ବୁଝିବାକୁ ଏତେ ପ୍ରୟାସ କରିବାକୁ ତା’ର ମନ କୁହେନି। ଲେଖକ ବା କବି ନିଜର ଯଥୋଚିତ ଜ୍ଞାନକୁ ଯଦିଓ ପରଷି ଦେଇଥାନ୍ତି ତାଙ୍କ ଲେଖନୀ ମୁନରେ, ହେଲେ ଏତେ ଗଭୀରତାକୁ ସ୍ପର୍ଶ କରିବାକୁ ସମୟ ତ ଥିଲେ ହେଲା। ନ ହେଲେ ଲେଖା ଫାଳେରୁ ମାତ୍ର ଦୁଇ ଚାରି ଧାଡ଼ି ପଢ଼ିବା ପରେ ଆଖିକୁ ବିରାମ। ପାଠକଙ୍କ ଉଦ୍ଦେଶ୍ୟରେ ତ ରଚନା।
ଯଦି ତାହା ପାଠକଙ୍କର ମନରୁଚି ନ ହୁଏ, ଲେଖା ଯେତେ ଉନ୍ନତ, ଭାଷାଯୁକ୍ତ, ଭାବପୂର୍ଣ୍ଣ ହେଲେ ବି ଶେଷ ଧାଡ଼ି କେବେ ମଧ୍ୟ ଆଖିର ସ୍ପର୍ଶତା ପାଏନି। ଏତଦ୍‌ବ୍ୟତୀତ ଯଦି କାହା ଥାଳିରେ ସ୍ବାଦିଷ୍ଟ ବ୍ୟଞ୍ଜନମାନ ପରଷା ଯାଇଥାଏ ଏବଂ ସେ ଭୋକିଲା ଥାଏ, ତେବେ ଦେଖିବେ ସେ ପେଟପୂରିବା ଯାଏ ଖାଇଚାଲିବ। ପେଟ ପୂରିଗଲା ପରେ ଅମୃତ ତୁଲ୍ୟ ଖାଦ୍ୟ ଥିଲେ ବି ଛାଡ଼ିବାକୁ ବାଧ୍ୟ ହେବ। କାରଣ ତାଙ୍କ ପାଇଁ ଆଉ ଆବଶ୍ୟକ ନାହିଁ।
ରଚନା ଓ ପାଠକଙ୍କର ଅନୁଭବରେ ଆଦରତା ଭିନ୍ନ ଭିନ୍ନ। ତେଣୁ ଜଣେ ଲେଖକ ଏତେଟା ବାଛି ଚିତ୍ରିତ କରିବା ବଡ଼ ଦୁରୂହ। ଏ ଲେଖକର ଅନୁଭବ ଯେ, ଯେତେଟା ବହି ନଜରରେ ଆସିଛି ତା’ର ଶେଷ ପୃଷ୍ଠା ପର୍ଯ୍ୟନ୍ତ ପହଞ୍ଚୁଥିବା ପାଠକଙ୍କ ସଂଖ୍ୟା ଅତି ନୂ୍ୟନ। ପଇସା ବହି କିଣିପାରେ, ଘରେ ପୁସ୍ତକାଳୟର ପରିବେଶ ପରିପ୍ରକାଶ କରିପାରେ, କିନ୍ତୁ ପାଠକର ଗ୍ରାହ୍ୟତାରେ ସମ୍ପୂର୍ଣ୍ଣତା ଆଣିବାରେ ସଫଳତା ପରିବର୍ତ୍ତେ ବାଧକ ସାଜିଥାଏ। ବଡ଼ ବଡ଼ ବହି ଛୋଟ ଛୋଟ ଗଳ୍ପ ଗୁଚ୍ଛରେ ଭରାହେଲେ ତା’ର ଆଦର କିଛିଟା ଅଧିକା ବୋଲି ଏ ଲେଖକ ସାମାଜିକ ପଠନରୁ ଅନୁଭବରେ ଆଣେ। ଏ କାନ ଶୁଣିଛି, ଯେ ସେ ପୁସ୍ତକଟି ଅମୁକଙ୍କର ଏତେ ସୁନ୍ଦର ଯେ, ମୁଁ ତାକୁ ଏକ ନିଃଶ୍ୱାସରେ ପଢ଼ିଦେଲି। ପଢ଼ା ଛାଡ଼ି ଯିବାକୁ ମନ କହିଲାନି। କିନ୍ତୁ ଏବେ ଆଉ ସେକାଳ ପଖାଳ ନାହିଁ। ଯେତେ ତରକାରି ଥାଉ, ଚଟଣି ଟିକେ ନ ଥିଲେ ଗୁଣ୍ଡା ଚଳିବା ଭାରି କଷ୍ଟ। ଲେଖକ ନଜରରେ ଆସୁଥିବା ବହୁ ସୁନ୍ଦର କଳ୍ପନାପ୍ରସୂତ ରଚନା ଲେଖକ ଅବହେଳା ନ କଲେ ମଧ୍ୟ ଅନୁଭବ କରେ ଆହା ଏ ସୁନ୍ଦର ଲେଖାଟି ସିନା ସମାଜ ପଢିଲେ ସମାଜର ବହୁ ଉପକାରରେ ଲାଗନ୍ତା । କିନ୍ତୁ ତାହା ଯଥାର୍ଥରେ ପ୍ରତିପାଦିତ ହୁଏ ନାହିଁ। ପଢ଼ା ତ ଦୂରର କଥା, ଯଦି କାହାର ଭାଷଣ ମନମୁଗ୍ଧକର ହୁଏ, ଶ୍ରୋତାଶୁଣେ, ମନେ ମନେ ରୋମନ୍ଥନ କରେ ସତ୍ୟ, କିନ୍ତୁ ମାତ୍ର କେଇଦିନ ପରେ ତାକୁ ଏପରି ଭୁଲିଯାଏ ଯେ ତାହା ମନକୁ ଆଉ ଆସି ପାରେନା।
ପାଠକଙ୍କୁ ବୁଝି ଲେଖନୀ ଚଳାଇବା ଓ ଲେଖକର ଅନ୍ତର୍ନିହିତ ଭାବନାକୁ ପାଠକଙ୍କ ଆଦରରେ ଆଣିବା ସମ୍ପୂର୍ଣ୍ଣ ଭିନ୍ନ। ବେଳେବେଳେ ଶସ୍ତାକଥା ଚାରିଆଡ଼େ ବ୍ୟାପିଯାଏ। ଜ୍ଞାନୀ ରାଜନୀତି କଲେ ଲୋକପ୍ରିୟ ହେବାଟା ଯେପରି ବାଞ୍ଛନୀୟ ନୁହେଁ, ସେହିପରି ଜ୍ଞାନଗର୍ଭକ ବା ମୂଲ୍ୟଭିତ୍ତିକ ଲେଖା ସବୁ ସମୟରେ ସବୁ ସ୍ଥାନରେ ଗ୍ରହଣଯୋଗ୍ୟ ହୋଇପାରେନା। ମୂଲ୍ୟବାନ ମୂଲ୍ୟହୀନ ହେବା ଏବଂ ମୂଲ୍ୟହୀନ ମୂଲ୍ୟବାନ ହେବା ରାଜନୀତିଆଙ୍କଠାରେ ବେଳେ ବେଳେ ପରିଲକ୍ଷିତ ହୁଏ। ପୂର୍ବ ସମୟରେ ଭଦ୍ର, ଜ୍ଞାନୀ, ସମସ୍କାରକ ସମାଜକୁ ବଦଳାଇ ପାରୁଥିଲେ, ଏବେ କିନ୍ତୁ ଏତେଟା ସହଜ ନୁହେଁ। ସବୁ ପରସ୍ପରର ଗ୍ରହଣୀୟତାର ସାମାଜିକ ତଥା ଆର୍ଥିକ ବ୍ୟବସ୍ଥା ଚୟନ ଉପରେ ନିର୍ଭରଶୀଳ। ଯେଉଁଠି ଟେଲି ପ୍ରମ୍ପଟର ଉପସ୍ଥିତ ଜନତାଙ୍କ ଆବଶ୍ୟକତାକୁ ଭିତ୍ତିକରି କ୍ଷଣକରେ ପ୍ରସ୍ତୁତି ପ୍ରକାଶିତ କରିପାରୁଛି, ସେଠି ସ୍ଥାନ କାଳ ପାତ୍ରର ମୂଲ୍ୟବୋଧ କେତେ ତାହା ଅନୁମେୟ। ଜାଣି ନ ଥିବା ଲୋକ ଜଣାଇ ପାରୁଛି। ସବୁ ସମ୍ଭବ ଏ ଯୁଗରେ। ନିର୍ଭୀକତାର ଅଭାବ, ଭୟ ସୃଷ୍ଟିକାରୀ ପ୍ରତି ଅନାଦରରୁ ଆଦର, ଧନୀକର ପୂଜନ, ନେତାଙ୍କର କପୋଳକଳ୍ପିତ ଗର୍ଜନ ଏବଂ ସର୍ବୋପରି ଶ୍ରୋତାଙ୍କ ଉପକୃତ ହେବା ଭଳି ବ୍ୟବସ୍ଥାର ପ୍ରଚାର ଆଜି ଲୋକପ୍ରିୟତା ଆଣିବାରେ ଖୁବ୍‌ ସହାୟକ।
ତେଣୁ ଲେଖକ ଆଖି ଖୋଲୁ। ସମାଜକୁ ଦେଖି ରେଖା ଟାଣୁ। ଚଟଣି ପରି ଅଳ୍ପ ଓ ସୁସ୍ବାଦୁ ବନଉ। ମଧୁମକ୍ଷୀ ସାଜୁ। ଯୁଗ ବଦଳିବା ସହ ନିଜକୁ ଖାପ ଖୁଆଉ। ତେବେ ଲେଖାଟି ପାଠ୍ୟ, ଗ୍ରାହ୍ୟ ଓ ରୁଚିସମ୍ପନ୍ନ ହେବ, ଏହା ଏହି ଲେଖକର ଅଭିମତ। ଭୁଲ୍‌ଥିଲେ ପ୍ରକାଶ୍ୟପୂର୍ବକ କ୍ଷମା ପ୍ରାର୍ଥନୀୟ।
ଗୁଣ୍ଡିଚା ବିହାର, ପୁରୀ
ମୋ: ୮୨୪୯୦୮୨୪୦୦


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅନ୍ତୋଷ, ଟିପିଏସ୍‌ଓଡିଏଲ୍‌ କାର୍ଯ୍ୟାଳୟ ଘେରାଉ ଚେତାବନୀ ତେଜିଲା

ହିଞ୍ଜିଳିକାଟୁ,୧୨।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଅଞ୍ଚଳରେ ବିଦ୍ୟୁତ୍‌ ସେବାକୁ ନେଇ ଦିନକୁ ଦିନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ବିନା ସୂଚନାରେ ପ୍ରତିଦିନ ୨ରୁ ୫…

୧୫୦ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ଦ୍ୱିତୀୟଥର ଘଟିଲା ଏହି ଘଟଣା: ବିରଳ ରେକର୍ଡ କଲେ ଏହି ବ୍ୟାଟ୍ସମ୍ୟାନ୍‌

ଡର୍ବାନ,୧୨।୧୦:ଟେଷ୍ଟ କ୍ରିକେଟ୍‌ରେ ବେଳେବେଳେ ଏପରି କିଛି ବିରଳ ରେକର୍ଡ ଦେଖିବାକୁ ମିଳେ, ଯାହା କ୍ରିକେଟ୍‌ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡର୍ବାନର କିଙ୍ଗ୍ସମିଡ…

ସେବା ସେତୁରେ ଲୋକଙ୍କ ଗୁହାରି ଶୁଣିଲା ପ୍ରଶାସନ, ସମାଧାନର ଭରସା ଦେଲେ ଅଧିକାରୀ

ପାଟଣା, ୧୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରୀ ପଞ୍ଚାୟତ ପରିସରରେ ସୋମବାର ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ…

ବଳାତ୍କାର ମାମଲାରେ ଆସିଲା ବଡ଼ ରାୟ: ପୀଡ଼ିତାଙ୍କୁ…

ନବରଙ୍ଗପୁର, ୧୨/୧୦ (ସଦାଶିବ ପ୍ରହରାଜ): ଏକ ବଳାତ୍କାର ମାମଲାର ବିଚାର କରି ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ବାସୁଦେବ ଆଚାର୍ଯ୍ୟ ଅଭିଯୁକ୍ତ ଡେଭିଡ୍ ଗରଡ଼ାଙ୍କୁ…

ମାତ୍ର ୩୫ ପଇସାରେ ୧୦ ଲକ୍ଷର ବୀମା କଭର୍‌! କାହାକୁ ମିଳିବ ଏହି ଲାଭ, ଜାଣନ୍ତୁ ରେଳବାଇର ନିୟମ

ନୂଆଦିଲ୍ଲୀ, ୧୨।୧୦: ଯଦି ଆପଣ ନିୟମିତ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଅନଲାଇନରେ ଟିକେଟ ବୁକ କରୁଛନ୍ତି, ତେବେ ଟିକେଟ ବୁକିଂ ସମୟରେ ମିଳୁଥିବା ରେଳ ଯାତ୍ରା…

ମୁହଁତୋଡ ଜବାବ ଦେଲେ କ୍ୟାଟ୍ରିନା: କହୁ କହୁ କହିଦେଲେ…

ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌। ଓଜନ ବୃଦ୍ଧିକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେବାପରେ ଏବେ ସେ ନିଜ ଷ୍ଟାଇଲିସ ଲୁକକୁ ନେଇ ସାଉଁଟିଛନ୍ତି…

ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ଏମିତି କାରନାମା କଲେ ଅଭିଷେକ ଶର୍ମା: କ୍ରିକେଟ୍‌ ଜଗତରେ ଖେଳିଗଲା…

ଇନ୍ଦୋର,୧୩।୧୦: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍‌ରେ ନିଜ ବିସ୍ଫୋରକ ବ୍ୟାଟିଂରେ ନୂଆ ରେକର୍ଡ କରିଛନ୍ତି ଭାରତୀୟ ଓପନର୍‌ ଅଭିଷେକ ଶର୍ମା। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବା…

ସରକାରଙ୍କ ବଡ଼ ଯୋଜନା! ଦୁର୍ଘଟଣାରେ କୃଷକଙ୍କ ମୃତ୍ୟୁ ହେଲେ ପରିବାରକୁ ମିଳିବ ୫ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ, ୧୨।୧୦: ଚାଷୀ ଦିନରାତି ପରିଶ୍ରମ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି। କିନ୍ତୁ ବେଳେବେଳେ ଏକ ଦୁର୍ଘଟଣା ପୂରା ପରିବାରର ଜୀବନକୁ ବଦଳାଇ ଦେଇଥାଏ। ପରିବାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?