Posted inଫୁରସତ

ହାତ,ଗୋଡ଼ ନ ଥାଇ ଲେଖକ ଓ ଖେଳାଳି

ଲକ୍ଷ୍ୟ ସେମାନେ ହାସଲ କରିପାରନ୍ତି, ଯେଉଁମାନଙ୍କ ସ୍ବପ୍ନରେ ଜୀବନ ଥାଏ। ପଙ୍ଖ ଥିଲେ ବି ଅନେକେ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ପାରନ୍ତି ନାହିଁ। କାରଣ ସେମାନଙ୍କର ସ୍ବପ୍ନକୁ ସାକାର କରିବାର ଝୁଙ୍କ୍‌ ନ ଥାଏ। ଅନେକେ ତ ନିଜର ଅସଫଳତା ପାଇଁ ଅନେକ କାରଣ ଦର୍ଶାନ୍ତି ଓ ଅନ୍ୟଙ୍କୁ ଦାୟୀ କରନ୍ତି। ହେଲେ ନିକୋଲସ୍‌ ଓ୍ବିଜିସିକ୍‌ ସେଭଳି ମଣିଷ ନୁହେଁ। ତାଙ୍କର ଜନ୍ମରୁ ହାତ କି ଗୋଡ଼ ନାହିଁ। ହେଲେ ସେ କେବେ ନିଜ ଭାଗ୍ୟକୁ ଦାୟୀ କରି ନାହାନ୍ତି। ବରଂ ନିଜର ଅବସ୍ଥାକୁ ଗ୍ରହଣ କରିନେଇ ଆଗକୁ ବଢିବାକୁ ଚେଷ୍ଟା କରିଛନ୍ତି। ହାତ ଗୋଡ଼ ନ ଥିଲେ ବି ତାଙ୍କର ସ୍ବପ୍ନକୁ ସାକାର କରିବାର ଝୁଙ୍କ ଥିଲା। ତେଣୁ ସେ ସାରା ପୃଥିବୀରେ ଜଣେ ପରିଚିତ ମୁହଁ ପାଲଟି ପାରିଛନ୍ତି। ଆଜି ସମସ୍ତେ ତାଙ୍କୁ ଜଣେ ମୋଟିଭେସନାଲ ସ୍ପିକର୍‌ ଭାବେ ଜାଣନ୍ତି। କେବଳ ସେତିକି ନୁହେଁ ସେ ଜଣେ ଲେଖକ, ସଙ୍ଗୀତକାର, କଳାକାର ଭାବେ ମଧ୍ୟ ବେଶ୍‌ ପରିଚିତ। ୧୯ ବର୍ଷ ବୟସରେ ସେ ପ୍ରଥମ ମୋଟିଭେସନାଲ୍‌ ସ୍ପିଚ୍‌ ଦେଇଥିଲେ। ଏହାପରେ ସେ ପୃଥିବୀର ଅନେକ ସ୍ଥାନରେ ତାଙ୍କର ପ୍ରେରଣାଦାୟକ ସମ୍ଭାଷଣ ପ୍ରଦାନ କରିଛନ୍ତି। ଆଉ ତାଙ୍କର ଅନେକ ଫଲୋଅର୍‌ ଅଛନ୍ତି। ତାଙ୍କର ଫିଶିଂ ଓ ପେଣ୍ଟିଂ କରିବାର ସଉକ ଅଛି। ଏହାବାଦ୍‌ ସାଧାରଣ ଲୋକଙ୍କ ଭଳି ସେ ଫୁଟବଲ୍‌ ଓ ଗଲ୍ଫ ଖେଳିପାରନ୍ତି। ଏମିତିକି ସର୍ଫିଂ ଓ ସୁଇମିଂ ବି କରିପାରନ୍ତି। ସେ ବିବାହ କରିଛନ୍ତି ଏବଂ ତାଙ୍କର ଦୁଇ ସନ୍ତାନ ବି ଅଛନ୍ତି। ତାଙ୍କର ଏହି ଜୀବନ ଅନେକଙ୍କୁ ପ୍ରେରଣା ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଫେବୃଆରୀରେ ଲାଗିବ ସୂର୍ଯ୍ୟପରାଗ, ସୂର୍ଯ୍ୟ ଚାରିପଟେ ଦେଖାଯିବ ନିଆଁର ବଳୟ! କେବେ ଦେଖି ନ ଥିବେ…

୬ ଫେବୃଆରୀ ୨୦୨୭ ରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ହେବ। ଏହି ସମୟରେ ଆକାଶରେ ‘ରିଙ୍ଗ ଅଫ ଫାୟାର୍‌’ (Ring of Fire) ଅର୍ଥାତ ନିଆଁର ବଳୟ…

୭-୮% ଦୁନିଆ ଶେଷ! ୨୦୨୬କୁ ନେଇ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଚର୍ଚ୍ଚାରେ, ଆଉ କ’ଣ ହେବା ବାକି?

ନୂଆଦିଲ୍ଲୀ,୨୮।୮: ନେପାଳରେ ଭୟଙ୍କର ବନ୍ୟା ସହ ବିଶ୍ୱର ବିଭିନ୍ନ ସ୍ଥାନରେ ଲଗାତାର ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବା ବେଳେ ପୁଣିଥରେ ଚର୍ଚ୍ଚାକୁ ଆସିଛି ବୁଲଗେରିଆର ଅନ୍ଧ ଭବିଷ୍ୟବକ୍ତା ବାବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri