ସାହିତି୍ୟକା ହାନ୍‌ କାଙ୍ଗ୍‌ ପାଇବେ ସାହିତ୍ୟ ପାଇଁ ନୋବେଲ ପୁରସ୍କାର

ସିଓଲ,୧୦ା୧୦: ଦକ୍ଷିଣ କୋରିଆ ଲେଖିକା ହାନ୍‌ କାଙ୍ଗ୍‌ଙ୍କୁ ୨୦୨୪ ସାହିତ୍ୟରେ ନୋବେଲ ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରାଯାଇଛି।  ତାଙ୍କ ରଚିତ କାବ୍ୟାତ୍ମକ ଗଦ୍ୟ ଐତିହାସିକ ଆଘାତର ସାମ୍‌ନା କରିବା ସହ ମାନବ ଜୀବନର ଭଙ୍ଗୁରତାକୁ ପଦାରେ ପକାଇଥାଏ ବୋଲି ନୋବେଲ କମିଟି କହିଛି। ସୁଇଡିସ୍‌ ଏକାଡେମୀର ନୋବେଲ କମିଟି ସ୍ଥାୟୀ ସଚିବ ମାଟ୍ସ ମାଲ୍‌ମ ସାହିତ୍ୟରେ ନୋବେଲ ପୁରସ୍କାର ପାଇଁ ହାନ୍‌ କାଙ୍ଗ୍‌ଙ୍କ ନାମ ଘୋଷଣା କରିଛନ୍ତି। ଏହି ୫୩ ବର୍ଷୀୟ ସାହିତି୍ୟକା ତାଙ୍କ ଉପନ୍ୟାସ ‘ଦି ଭେଜିଟେରିଆନ’ ପାଇଁ ୨୦୧୬ରେ ଅନ୍ତର୍ଜାତୀୟ ବୁକର ପୁରସ୍କାର ପାଇଥିଲେ। ୨୦୧୮ରେ ତାଙ୍କ ଉପନ୍ୟାସ ‘ହ୍ୟୁମାନ ଆକ୍ଟସ୍‌’ ଅନ୍ତର୍ଜାତୀୟ ବୁକର ପ୍ରାଇଜ୍‌ ଫାଇନାଲରେ ପହଞ୍ଚତ୍ଥିଲା। ସାହିତ୍ୟରେ ନୋବେଲ ପୁରସ୍କାର ପ୍ରଦାନରେ ସବୁବେଳେ ୟୁରୋପ ଏବଂ ଉତ୍ତର ଆମେରିକୀୟ ସାହିତି୍ୟକମାନଙ୍କୁ ପ୍ରାଧାନ୍ୟ ଦିଆଯାଉଥିବା ଏବଂ ପୁରୁଷକୈନ୍ଦ୍ରିକ ହୋଇଥିବା ନେଇ ସମାଲୋଚନା କରାଯାଇଥିଲା। ସାହିତ୍ୟରେ ବର୍ତ୍ତମାସ ସୁଦ୍ଧା ୧୧୯ ଜଣ ନୋବେଲ ପାଇଥିବାବେଳେ ସେଥିରୁ ମହିଳାଙ୍କ ସଂଖ୍ୟା ମାତ୍ର ୧୭। ଶେଷ ମହିଳା ଭାବେ ଫ୍ରାନ୍ସର ଆନି ଏର୍ନକ୍ସ ୨୦୨୨ରେ ସାହିତ୍ୟ ପାଇଁ ନୋବେଲ ପାଇଥିଲେ।
ଚଳିତ ବର୍ଷର ନୋବେଲ ପୁରସ୍କାର ଘୋଷଣା ସୋମବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ମେଡିସିନରେ ଏହି ସର୍ବୋଚ୍ଚ ପୁରସ୍କାର ପାଇଁ ଆମେରିକୀୟ ବୈଜ୍ଞାନିକ ଭିକ୍ଟର ଆମ୍ବ୍ରୋସ୍‌ ଏବଂ ଗାରି ରୁଭ୍‌କୁନ୍‌ଙ୍କୁ ମନୋନୀତ କରାଯାଇଥିବାବେଳେ ମଙ୍ଗଳବାର ଫିଜିକ୍ସ ପାଇଁ ଜନ୍‌ ହୋପ୍‌ଫିଲ୍ଡ ଏବଂ ଜିଓଫ୍ରେ ହିଣ୍ଟନଙ୍କ ନାଁ ଘୋଷଣା କରାଯାଇଥିଲା। ବୁଧବାର ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ନିମନ୍ତେ ୩ ଜଣ ବୈଜ୍ଞାନିକଙ୍କ ନାଁ ଘୋଷଣା ହୋଇଥିଲା। ଶୁକ୍ରବାର ନୋବେଲ ଶାନ୍ତି ପୁରସ୍କାର ଏବଂ ୧୪ ତାରିଖରେ ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା କରାଯିବ। ଏହି ପୁରସ୍କାର ବାବଦରେ ବିଜେତାଙ୍କୁ ୧ ନିୟୁତ ସୁଇଡିସ୍‌ କ୍ରୋନୋର (୧ ନିୟୁତ ଡଲାର) ଅର୍ଥରାଶି ପ୍ରଦାନ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଜୁଆଖେଳ ଚଢ଼ାଉବେଳେ ପୋଲିସକୁ ହତ୍ୟା ଉଦ୍ୟମ: ଫେରାର ଥିବା ୨ ଅଭିଯୁକ୍ତ ୫ ମାସ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୨୧ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ରବିବାର କେ.ନୂଆଗାଁ ଥାନା ଦେଓଖାଳି ଗ୍ରାମର କୁନା ପ୍ରଧାନ ଏବଂ ରଜତ ପ୍ରଧାନଙ୍କୁ ଗିରଫ କରି ରବିବାର…

ଉଗ୍ରରୂପ ଧାରଣ କଲା ପାରିବାରିକ ବିବାଦ: ଖୁଡ଼ୀକୁ ମାରିଦେଲେ ପୁତୁରା, ପୁତୁରାବୋହୂ

ଜଗନ୍ନାଥପ୍ରସାଦ,୨୧ା୬(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଏକଘରିଆ ପଲ୍ଲୀ ଜରିପଙ୍କାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜମିବାଡ଼ି ବିବାଦକୁ କେନ୍ଦ୍ର କରି…

ଏଟିଏମ୍‌ ଅଚଳ, ୧୫ ଦିନ ହେଲା ଗ୍ରାହକ ହନ୍ତସନ୍ତ

ଦାରିଙ୍ଗବାଡ଼ି,୨୧ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ପ୍ରମୁଖ ବଜାର ସିମନବାଡ଼ି ଛକରେ ଥିବା ୧ ମାତ୍ର ଏଟିଏମ୍‌ ଅଚଳ ହୋଇପଡ଼ିଛି। ଫଳରେ ଉକ୍ତ ଏଟିଏମ୍‌ ଉପରେ…

ଖାଇବା ତେଲ ପ୍ରତି କୃଷକ ଗୁରୁତ୍ୱ ଦେବାକୁ ଆହ୍ବାନ

ବରଗଡ଼,୨୧ା୬(ପ୍ରେମାନନ୍ଦ ଖମାରୀ): ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତ୍ତି ଉତ୍ସବ ବିକାଶ ଧାରା, ଓଡ଼ିଶା ସାରା ଅବସରରେ ଜାତୀୟ ଖାଇବା ତେଲ ମିଶନଅଏଲ ପାମ (ଏନ୍‌ଏମ୍‌ଇଓ-ଓପି) ୨୦୨୬-୨୭ ଅଧୀନରେ…

ତାମିଲନାଡୁରେ ବଡ଼ ଅଘଟଣ: ସି-ଫୁଡ୍ ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ ଲିକ୍, ୨ ମୃତ ଓ ୪୬ ଗୁରୁତର

ଚେନ୍ନାଇ,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ୍ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍ ହେବା ଯୋଗୁ ଏକ ବଡ଼ ଦୁର୍ଘଟଣା ଘଟିଛି।…

ଯୋଗ ଦିବସରେ ସାମିଲ ହେଲେ ମହିଳା ସରପଞ୍ଚ, କହିଲେ ନିଜକୁ ସୁସ୍ଥ ରଖିବାକୁ ହେଲେ…

ଗଞ୍ଜାମ,୨୧ା୬(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଯୋଗରେ ମହିଳା ସରପଞ୍ଚ ମମତା ବେହେରାଙ୍କ ସମେତ…

IRCTC ଆକାଉଣ୍ଟର ପାସୱାର୍ଡ ଭୁଲି ଯାଇଛନ୍ତି କି? ଏହି ସହଜ ଷ୍ଟେପ୍ସ ଆପଣାଇ କେଇ ମିନିଟ୍‌ରେ କରନ୍ତୁ ରିସେଟ୍‌

ନୂଆଦିଲ୍ଲୀ,୨୧।୬:ଭାରତରେ ପ୍ରତିଦିନ ହଜାର ହଜାର ଟ୍ରେନ ଚାଲୁଛି। କୋଟି କୋଟି ଲୋକ ଏଥିରେ ଯାତ୍ରା କରୁଛନ୍ତି। ପୂର୍ବରୁ ଲୋକେ ଟିକେଟ କାଉଣ୍ଟରକୁ ଯାଇ ଲମ୍ବା ଲାଇନରେ ଛିଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri