Posted inଖେଳ

ପ୍ଲେଇଂ ଇଲେଭେନ୍‌ରେ ସୁଯୋଗ ନମିଳିବାକୁ ରାଗିଗଲେ ଖେଳାଳି, କହିଲେ ମୋର ଆତ୍ମସମ୍ମାନ….

ନୂଆଦିଲ୍ଲୀ, ୧୮।୧୧: ଦୋହାରେ ନଭେମ୍ବର ୧୯ରୁ ଆରମ୍ଭ ହେବ ୨୦୨୬ ପୁରୁଷ ଇମର୍ଜିଂ ଏସିଆ କପ୍‌ । ଏହି ଟୁର୍ଣ୍ଣାମେଣ୍ଟରେ ଇଣ୍ଡିଆ-ଏ ପକ୍ଷରୁ ଖେଳିବେ ଭାରତୀୟ ଅଲରାଉଣ୍ଡର ସୂର୍ଯ୍ୟାଂଶ ସେଡ୍‌ଗେ। ତିଳକ ବର୍ମା ଦଳର ନେତୃତ୍ୱ ନେବେ । ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ଏହି ଦଳରେ ସାମିଲ ହୋଇଛନ୍ତି । ଏଥର ଟୁର୍ଣ୍ଣାମେଣ୍ଟ ୫୦ ଓଭର ଫର୍ମାଟ୍‌ରେ ଖେଳାଯିବ।

ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ସୂର୍ଯ୍ୟାଂଶଙ୍କ ଏକ ବୟାନ ଚର୍ଚ୍ଚାକୁ ଆସିଛି। କ୍ୟାରିୟରରେ ଏମିତି ଅନେକ ସମୟ ଆସିଛି, ଯେତେବେଳେ ତାଙ୍କୁ ପ୍ଲେଇଂ ଇଲେଭେନ୍‌ରେ ସ୍ଥାନ ମିଳିନାହିଁ ଏବଂ ନିଜ ସୁଯୋଗକୁ ଅପେକ୍ଷା କରିବାକୁ ପଡ଼ିଛି ବୋଲି ସେ କହିଛନ୍ତି।

ଗଣମାଧ୍ୟମକୁ ସୂର୍ଯ୍ୟାଂଶ କହିଛନ୍ତି, କୌଣସି ଖେଳାଳି ଦଳରୁ ବାହାରେ ବସିବାକୁ ପସନ୍ଦ କରନ୍ତି ନାହିଁ । ଗତବର୍ଷ ସେ ଇଣ୍ଡିଆ-ଏ ପାଇଁ କିଛି ମ୍ୟାଚ୍‌ ଖେଳିବା ପରେ ଦୋହା ଯାଇଥିଲେ । କିନ୍ତୁ ସେଠାରେ ତାଙ୍କୁ ଗୋଟିଏ ବି ମ୍ୟାଚ୍‌ ଖେଳିବାକୁ ସୁଯୋଗ ମିଳିନଥିଲା। ଏହାପରେ ବିଜୟ ହଜାରେ ଟ୍ରଫିର ସମସ୍ତ ଲିଗ୍‌ ମ୍ୟାଚ୍‌ରେ ମଧ୍ୟ ତାଙ୍କୁ ବାହାରେ ବସିବାକୁ ପଡ଼ିଥିଲା। ଏଭଳି ପରିସ୍ଥିତିରେ ସେ କିଛି କରିପାରିବେ ନାହିଁ । ଖେଳିବାକୁ ସୁଯୋଗ ଦେବା ପାଇଁ ସେ କୋଚ୍‌ କିମ୍ବା ଅଧିନାୟକଙ୍କ ପାଖକୁ ଯାଇ ଅନୁରୋଧ କରିପାରିବେ ନାହିଁ । କାରଣ ତାଙ୍କର ନିଜସ୍ୱ ଆତ୍ମସମ୍ମାନ ଓ ସ୍ୱାଭିମାନ ରହିଛି । ଜଣେ ଖେଳାଳି ଭାବେ ନିଜ ନିୟନ୍ତ୍ରଣରେ ଥିବା କାମ ଉପରେ ଧ୍ୟାନ ଦେବାକୁ ସେ ପସନ୍ଦ କରନ୍ତି ।

ଆଇପିଏଲ୍‌ର ପ୍ରଥମ ପର୍ଯ୍ୟାୟରେ ମଧ୍ୟ ତାଙ୍କୁ ଦଳରୁ ବାହାରେ ବସିବାକୁ ପଡ଼ିଥିଲା। ଏହି ସମୟରେ ସେ ରିକି ସାର୍‌ଙ୍କ ସହ କଥା ହୋଇଥିଲେ । ତାଙ୍କୁ ମୁଣ୍ଡ ତଳକୁ କରି ନିଜ କାମ ଜାରି ରଖିବାକୁ ଏବଂ ସୁଯୋଗ ମିଳିଲେ ତାହାର ପୂର୍ଣ୍ଣ ଫାଇଦା ଉଠାଇବାକୁ ପରାମର୍ଶ ମିଳିଥିଲା ବୋଲି ସେ କହିଛନ୍ତି।

ସୂର୍ଯ୍ୟାଂଶଙ୍କ କହିବା ଅନୁସାରେ, ଅନ୍ତର୍ଜାତୀୟ ଗସ୍ତରୁ ଫେରିବା ପରେ ଖେଳିବାକୁ ସୁଯୋଗ ମିଳିବ ବୋଲି ପ୍ରତ୍ୟେକ ଖେଳାଳି ଆଶା ରଖନ୍ତି। କିନ୍ତୁ କୌଣସି କାରଣରୁ ପ୍ଲେଇଂ ଇଲେଭେନ୍‌ରେ ସ୍ଥାନ ନମିଳିଲେ ନିଜ ଅଭ୍ୟାସ ଓ ପ୍ରସ୍ତୁତି ଉପରେ ଧ୍ୟାନ ଦେବା ଉଚିତ। ସୂଚନାଯୋଗ୍ୟ, ସୂର୍ଯ୍ୟାଂଶ ସେଡ୍‌ଗେ ଭାରତ ପାଇଁ ଏପର୍ଯ୍ୟନ୍ତ ୩ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ସେ ଆୟରଲ୍ୟାଣ୍ଡ ଓ ଇଂଲଣ୍ଡ ଗସ୍ତରେ ମଧ୍ୟ ଟିମ୍‌ ଇଣ୍ଡିଆର ଅଂଶ ଥିଲେ। ଆଇପିଏଲ୍‌ରେ ସେ ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଖେଳୁଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

Litton Das: ପ୍ରଥମେ ଶତକ, ଏବେ ଉଇକେଟକିପିଂରେ ରଚିଲେ ଇତିହାସ, ଭାଙ୍ଗିଲେ ୪୭ ବର୍ଷ ପୁରୁଣା ବିଶ୍ୱ ରେକର୍ଡ

ଢାକା/ଜୋହାନ୍ସବର୍ଗ,୧୮।୧୧: ଟେଷ୍ଟ କ୍ରିକେଟରେ ବାଂଲାଦେଶର ଖେଳାଳିମାନେ କ୍ରମାଗତ ଭାବେ ନିଜର ଦକ୍ଷତା ପ୍ରମାଣିତ କରୁଛନ୍ତି । ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଭୂମିରେ ଚମତ୍କାର ପ୍ରଦର୍ଶନ ଜାରି…

ବାତ୍ୟା ଅକ୍ବାନ; ଉପକୂଳ ଅଞ୍ଚଳରେ ଆଲର୍ଟ ପ୍ରଶାସନ, ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ଜାରି

ମହାକାଳପଡ଼ା,୧୮ା୧୧(ପ୍ରତାପ ଚନ୍ଦ୍ର ସ୍ୱାଇଁ): ବଙ୍ଗୋସାଗର ସୃଷ୍ଟି ବାତ୍ୟା ଅକ୍ବାନ ଓଡିଶା ମୁହାଁ ହେଉଛି । ଏହା ପ୍ରଭାବରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର କେତେକ…

ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ପ୍ରଥମ ମ୍ୟାଚ୍‌ରେ ମାଲେସିଆକୁ ଭେଟିବ ଭାରତ

ଭୋପାଳ,୧୮।୧୧: ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ଚଳିତ ସିଜନରେ ଚମତ୍କାର ଫର୍ମରେ ଥିବା ଭାରତୀୟ ଦଳ ଟୁର୍ନାମେଣ୍ଟ ଜିତିବା…

ବାତ୍ୟା ଅକ୍ବାନ: ଝିପିଝିପି ବର୍ଷା ଆରମ୍ଭ, ଦୁର୍ଗମ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର ଜାରି

ପାତ୍ରପୁର,୧୮ା୧୧(ଉମା ଚରଣ ନେପାକ): ସମ୍ଭାବ୍ୟ ବାତ୍ୟା ଅକ୍ବାନକୁ ନେଇ ପାତ୍ରପୁର ବ୍ଲକ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଜୋରଦାର କରାଯାଇଛି । ପାହାଡ଼ିଆ ଓ ନଦୀ ଅବବାହିକାରେ…

ହକି ଇଣ୍ଡିଆ ନିର୍ବାଚନ ସ୍ଥଗିତ: ଅନ୍ତରୀଣ ରହିତାଦେଶ ହଟାଇବାକୁ ହୋଇଥିବା ଆବେଦନ ଖାରଜ କଲେ ହାଇକୋର୍ଟ

କଟକ,୧୮।୧୧: ହକି ଇଣ୍ଡିଆ ନିର୍ବାଚନ ପ୍ରକ୍ରିୟାକୁ ସ୍ଥଗିତ ରଖିଛନ୍ତି ମାନ୍ୟବର ଓଡ଼ିଶା ହାଇକୋର୍ଟ । ନିର୍ବାଚନ ଉପରେ ପୂର୍ବରୁ ଲାଗିଥିବା ଅନ୍ତରୀଣ ରହିତାଦେଶକୁ ପ୍ରତ୍ୟାହାର କରିବା ପାଇଁ…

ସାନ ନଦୀରେ ବଢ଼ିଛି ଜଳସ୍ତର, ଗାଧୋଇବାକୁ ଯାଇ ନିଖୋଜ ସନ୍ତୋଷ

ଗୁଡାରି,୧୮।୧୧(ପ୍ରମୋଦ କୁମାର ପତି): ଗୁଡାରି ବ୍ଲକ ଅନ୍ତର୍ଗତ ଏମ କେ ରାଇ ଗ୍ରାମପଂଚାୟତର ମେରିଆପାଙ୍ଗା ଗ୍ରାମରେ ଅଭାବନୀୟ ଘଟଣା ଘଟିଯାଇଛି । ସନ୍ତୋଷ ପାଲକା (୩୯) ଗ୍ରାମ…

ମାଡ଼ି ଆସୁଛି ବାତ୍ୟା: ହାଇ ଆଲର୍ଟରେ ରାଜ୍ୟ ପ୍ରଶାସନ,୨୪ ଘଣ୍ଟିଆ ଡ୍ୟୁଟିରେ ୧୦ ବରିଷ୍ଠ IAS ଅଧିକାରୀ

ଭୁବନେଶ୍ୱର,୧୮ା୧୧: ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ସଫଳ ମୁକାବିଲା ତଥା ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଛି । ପରିସ୍ଥିତି…

ଜେଜିଲା ମଦ ବିରୋଧୀ ଆନ୍ଦୋଳନ, ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ମହିଳା

କୋରାପୁଟ,୧୮।୧୧(ଅମିତାଭ ବେହେରା): ଗ୍ରାମାଞ୍ଚଳରେ ଦେଶୀ ଓ ବିଦେଶୀ ମଦ ବିକ୍ରି ବନ୍ଦ ଦାବିରେ କୋରାପୁଟ ଜିଲା କୋଟପାଡ଼ ବ୍ଲକର ଭନସୁଲି ଓ ସେମଳା ପଞ୍ଚାୟତର ଶତାଧିକ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?