ନିର୍ବାଚନ ଇସ୍ତାହାରରେ ବିଏସ୍‌କଓ୍ବୋଇ ବନ୍ଦ କରିବେ ବୋଲି ଲେଖନ୍ତୁ

ଭୁବନେଶ୍ୱର,୧୧।୧(ଅନିଲ ଦାସ)ରାଜ୍ୟର ସବୁଠୁ ବଡ଼ ଯୋଜନା ବିଏସ୍‌କେୱାଇକୁ ନେଇ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଉଠାଇଥିବା ପ୍ରଶ୍ନର ଜବାବ ଦେଇଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ନୟାଗଡ଼ ଜିଲାର ରଣପୁରଠାରେ ବୁଧବାର ଆୟୋଜିତ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ୫-ଟି ଅଧ୍ୟକ୍ଷ ବଡ଼ ଆହ୍ବାନ ମଧ୍ୟ ଦେଇଛନ୍ତି। ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରାବର ନିନ୍ଦା ଓ ସମାଲୋଚନା କରିଆସୁଛନ୍ତି। ସମ୍ବଲପୁରରେ ଏକ ସଭାରେ କେନ୍ଦ୍ରମନ୍ତ୍ରୀ ବିଏସ୍‌କେୱାଇ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ୫-ଟି ଅଧ୍ୟକ୍ଷ ଉଦ୍ଧାର କରିଥିଲେ। ବିଏସ୍‌କେୱାଇ ଏକ ପ୍ରହସନ। ବିଏସ୍‌କେୱାଇ କାର୍ଡ କିଛି କାମରେ ଆସୁନାହିଁ, ଏହାକୁ ନେଇ ଲୋକେ ହଇରାଣ ହେଉଛନ୍ତି। ଏଭଳି ଯୋଜନା ଓଡ଼ିଶାବାସୀଙ୍କ ପାଇଁ ଦରକାର ନାହିଁ ବୋଲି ଧର୍ମେନ୍ଦ୍ର ସଭାରେ କହିଛନ୍ତି। ଧର୍ମେନ୍ଦ୍ରଙ୍କ ଏହି ବକ୍ତବ୍ୟକୁ ନେଇ ପାଣ୍ଡିଆନ ଉତ୍ତର ରଖିବା ସହ ନମ୍ରତାର ସହ ଏକ ଚାଲେଞ୍ଜ ମଧ୍ୟ କରିଛନ୍ତି। ଯଦି ଏହି ଯୋଜନା ଏତେ ଖରାପ ତେବେ କେନ୍ଦ୍ରମନ୍ତ୍ରୀ, ତାଙ୍କ ଦଳ ଆଗାମୀ ନିର୍ବାଚନ ପୂର୍ବରୁ ପ୍ରକାଶ ହେବାକୁ ଥିବା ଦଳୀୟ ନିର୍ବାଚନୀ ଇସ୍ତାହାରରେ ବିଏସ୍‌କେୱାଇକୁ ବନ୍ଦ କରିବା ଲାଗି ଘୋଷଣା କରନ୍ତୁ। ବିଏସ୍‌କେୱାଇ ମାଧ୍ୟମରେ ଗରିବ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଦେଇଛନ୍ତି। ଏହି ଯୋଜନା ଦ୍ବାରା ବଡ଼ ବଡ଼ ହସ୍ପିଟାଲରେ ଗରିବ ଲୋକଙ୍କୁ ଚିକିତ୍ସା ସୁବିଧା ମିଳୁଛି। ଏହା କାହିଁକି ଆପଣଙ୍କ ଦେହରେ ଯାଉନି ଓ ଆପଣ କାହିଁକି ଏତେ ରାଗୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀଙ୍କୁ ପାଣ୍ଡିଆନ କହିଛନ୍ତି। ଧର୍ମେନ୍ଦ୍ରଙ୍କ ଆଡ଼କୁ ଇଙ୍ଗିତ କରି ସେ କହିଛନ୍ତି ଯେ, ପ୍ରକୃତ ନିଦରେ ଶୋଇଥିବା ଲୋକଙ୍କୁ ଉଠାଇ ହେବ। ନିଦରେ ଶୋଇଥିବା ଭଳି ଅଭିନୟ କରୁଥିବା ଲୋକଙ୍କୁ ଉଠାଇ ହେବନାହିଁ। ତେବେ ଜନତା ଜୋରରେ କହିଲେ ସେମାନେ ଉଠିବେ। ଲୋକେ ବିଏସ୍‌କେୱାଇକୁ ନେଇ ଖୁସିରେ ଅଛନ୍ତି। ଏହି ନିନ୍ଦାର ଜବାବ ଓଡ଼ିଶାବାସୀ ଦେବେ ବୋଲି ମଧ୍ୟ ପାଣ୍ଡିଆନ କହିଛନ୍ତି।
ରଣପୁର ବିକାଶର ହିସାବ ଦେଇ ପାଣ୍ଡିଆନ କହିଛନ୍ତି, ସେ ଗତ ଜୁଲାଇ ୨୦ରେ ରଣପୁର ଆସିଥିଲେ। ଲୋକେ ତାଙ୍କୁ ୩୫୦ଟି ଦରଖାସ୍ତ ଦେଇଥିଲେ। ସେଥିରୁ ୩୦୦ ଦରଖାସ୍ତର ସମାଧାନ ହୋଇଛି। ରଣପୁର ନିର୍ବାଚନମଣ୍ଡଳୀ ପାଇଁ ଗତ ୪ମାସ ଭିତରେ ମୁଖ୍ୟମନ୍ତ୍ରୀ ୮୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ୧୧୫ଟି ଧର୍ମାନୁଷ୍ଠାନ ଓ କମ୍ୟୁନିଟି ସେଣ୍ଟର ପାଇଁ ଲୋକେ ଅନୁରୋଧ କରିଛନ୍ତି। ଏଥିଲାଗି ମୁଖ୍ୟମନ୍ତ୍ରୀ ୧୦ କୋଟି ୧୫ ଲକ୍ଷ, ରଣପୁରର ଶ୍ରୀଜଗନ୍ନାଥ ମନ୍ଦିର ଲାଗି ୪ କୋଟି ୬୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତିି। ମନ୍ଦିର କାମ ଚାଲିଛି। ଆସନ୍ତା ଜୁନ ସୁଦ୍ଧା ଶେଷ ହେବ। ନୂଆ ରୂପ ପାଇବ ଏହି ମନ୍ଦିର। ମଣିନାଗ ମନ୍ଦିର ରୂପାନ୍ତର ଲାଗି ୩ କୋଟି, ତଳ ମଣିନାଗ ମନ୍ଦିର ଲାଗି ୨ କୋଟି, ଶରଣକୁଳର ଲଡୁବାବା ମନ୍ଦିର ଲାଗି ୫ କୋଟି, ରାଜସୁନାଖଳା କଲେଜର ରୂପାନ୍ତରଣ ପାଇଁ ୧ କୋଟି, ରଣପୁର ଡିଗ୍ରୀ କଲେଜର ରୂପାନ୍ତରଣ ପାଇଁ ୧ କୋଟି ମଞ୍ଜୁର ହୋଇଛି।
ରଣପୁର ପୂର୍ବରୁ ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଣପୁରର ମା’ ଭଗବତୀଙ୍କ ପୀଠରେ ପହଞ୍ଚି ପାଣ୍ଡିଆନ ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ମା’ ଭଗବତୀଙ୍କ ଦର୍ଶନ ସହ ସେବାୟତମାନଙ୍କ ସହିତ ଆଲୋଚନା କରିଛନ୍ତି। ଭଗବତୀଙ୍କ ମନ୍ଦିର ପ୍ରାଙ୍ଗଣରେ ତାଙ୍କୁ ରାଜ୍ୟ ସଭା ସଦସ୍ୟ ମାନସ ମଙ୍ଗରାଜ ସ୍ବାଗତ କରିଥିଲେ। ଘଣ୍ଟ, ଘଣ୍ଟା, ମୃଦଙ୍ଗ ବଜାଇ ୫-ଟି ଅଧ୍ୟକ୍ଷଙ୍କୁ ପଲଟଣ ପଡ଼ିଆ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ। ପଲଟଣ ପଡ଼ିଆଠାରେ ୨୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା। ସେଠାରେ ତାଙ୍କୁ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ମଙ୍ଗରାଜ, ଖୋର୍ଦ୍ଧା ଜିଲା ପର୍ଯ୍ୟବେକ୍ଷକ ରବୀନ୍ଦ୍ର କୁମାର ଜେନା, ଚିଲିକା ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ସୌମ୍ୟ ଶଙ୍କର ଚକ୍ର ଓ ସ୍ଥାନୀୟ ନେତୃବୃନ୍ଦ ପ୍ରମୁଖ ସ୍ବାଗତ କରିଥିଲେ। ୫-ଟି ଅଧ୍ୟକ୍ଷଙ୍କୁ ମଙ୍ଗରାଜ ପାଇକଙ୍କ ପ୍ରତୀକ-ଏକ ଢାଲ, ଖଣ୍ଡା ଓ ଶିରପା ପ୍ରଦାନ କରିଥିଲେ। ପଲଟଣ ପଡ଼ିଆରେ ଆୟୋଜିତ ସଭାରେ ବୀର ପାଇକ ମାଟିକୁ ପ୍ରଣାମ ଜଣାଇ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ତାଙ୍କ ଅଭିଭାଷଣ ରଖିଥିଲେ। ପାଣ୍ଡିଆନ କହିଥିଲେ ଯେ, ଗତ ୪ ମାସ ଭିତରେ ଚିଲିକା ନିର୍ବାଚନମଣ୍ଡଳୀର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟପାଇଁ ମୁଖ୍ୟମନ୍ତ୍ରୀ ୯୦କୋଟି ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି। ମା’ ଭଗବତୀଙ୍କ ମନ୍ଦିରର ରୂପାନ୍ତରଣ ଲାଗି ୩୩କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି। ଚନ୍ଦନେଶ୍ବର ଶିବ ମନ୍ଦିରର ଉନ୍ନତି ପାଇଁ ୧କୋଟି ୫୦ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ବାଣପୁରର ଗୋଦାବରୀଶ କଲେଜକୁ ୫-ଟିରେ ଅନ୍ତର୍ଭୁକ୍ତ କରି ତା’ର ଉନ୍ନୟନ ପାଇଁ ୨କୋଟି ୨୫ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ବାଲୁଗାଁ କଲେଜର ଉନ୍ନତି ପାଇଁ ୧କୋଟି ୫୦ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳରେ ରହିଥିବା ଡ୍ରେନ୍‌ ଓ ରାସ୍ତା ପାଇଁ ୨୬କୋଟି ଟଙ୍କାର ଆକଳନ ପ୍ରସ୍ତୁତ ହୋଇଛି। ଖୁବ୍‌ଶୀଘ୍ର ଏହି ଅନୁଦାନ ମିଳିବ ବୋଲି ପାଣ୍ଡିଆନ ବାଣପୁର ସଭାରେ ସୂଚନା ଦେଇଛନ୍ତି। ଆସନ୍ତା ଫେବୃଆରୀରୁ ଖୋର୍ଦ୍ଧା ଜିଲାରେ ମଧ୍ୟ ଲକ୍ଷ୍ମୀ ବସ ଗଡ଼ିବ ଓ ପ୍ରତି ପଞ୍ଚାୟତରେ ଆମ ବ୍ୟାଙ୍କର ଶାଖା ଖୋଲିବ ବୋଲି ସେ କହିଥିଲେ। ସେହିଭଳି ଭତ୍ତା ବଢ଼ାଇବା ନେଇ ମୁଖ୍ୟମନ୍ତ୍ରୀ ବିଚାର କରୁଛନ୍ତି। ଖୁବ୍‌ଶୀଘ୍ର ଖୁସି ଖବର ମିଳିବ ବୋଲି ପାଣ୍ଡିଆନ କହିଥିଲେ। ବାର୍ଦ୍ଧକ୍ୟ ଭତ୍ତାଠାରୁ ଭିନ୍ନକ୍ଷମ ଭତ୍ତା ଭଳି ସବୁ ଭତ୍ତା ବଢ଼ିବ ବୋଲି ସେ କହିଛନ୍ତି। ଅଙ୍ଗନଓ୍ବାଡି, ଆଶାକର୍ମୀ, ସ୍ବଚ୍ଛସାଥୀ, ଜଳସାଥୀ ସମସ୍ତଙ୍କ ଭତ୍ତା ବୃଦ୍ଧି ହେବ ବୋଲି ସେ ସୂଚନା ଦେଇଛନ୍ତି। ନୂଆ ଓଡ଼ିଶା ତଥା ସଶକ୍ତ ଓଡ଼ିଶା ଗଠନ କରିବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ। ସେଥିରେ ସହଯୋଗ କରିବାକୁ ସମସ୍ତଙ୍କୁ ସେ ଆହ୍ବାନ ଦେଇଛନ୍ତି। ଅଭିଭାଷଣ ଆରମ୍ଭରେ ପାଣ୍ଡିଆନ କହିଥିଲେ ଯେ, ସେ ଗତ ଅଗଷ୍ଟରେ ବାଣପୁର ଆସିଥିଲେ। ସେତେବେଳେ ୪୭୦ଟି ଦରଖାସ୍ତ ମିଳିଥିଲା। ୪ ମାସ ଭିତରେ ଏ ସବୁ ଦରଖାସ୍ତ ମଧ୍ୟରୁ ୪୦୦ଟି ଦରଖାସ୍ତର ସମାଧାନ ହେବା ସହ ଅର୍ଥ ମଞ୍ଜୁର ହୋଇଛି। ଆଜି ମଧ୍ୟ ଯେଉଁସବୁ ଦରଖାସ୍ତ ମିଳିଛି ତା’ ଭିତରେ ମନ୍ଦିର, ମସ୍‌ଜିଦ, ଚର୍ଚ୍ଚ ଓ କମ୍ୟୁନିଟି ସେଣ୍ଟରଭିତ୍ତିକ ଯେଉଁ ଦରଖାସ୍ତ ଥିବ ତାକୁ ତୁରନ୍ତ ବିଚାରକୁ ନିଆଯିବ ଏବଂ ଆସନ୍ତା ୨୦ ତାରିଖ ସୁଦ୍ଧା ଦରଖାସ୍ତକାରୀମାନେ ଖୁସି ଖବର ପାଇବେ। ଅନ୍ୟ ଦରଖାସ୍ତ ଗୁଡିକ ସମ୍ପର୍କରେ ସମ୍ପୃକ୍ତ ଦରଖାସ୍ତକାରୀଙ୍କୁ ଜିଲା ପ୍ରଶାସନ ଟିକିନିଖି ଉତ୍ତର ପ୍ରଦାନ କରିବେ ବୋଲି ପାଣ୍ଡିଆନ କହିଛନ୍ତି।
ବାଣପୁର ପୂର୍ବରୁ ଖୋର୍ଦ୍ଧା ହାବେଳି ପଡ଼ିଆଠାରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ପାଣ୍ଡିଆନ ଯୋଗଦେଇ କଠିନ ପରିଶ୍ରମ ସଫଳତାର ମୂଳମନ୍ତ୍ର। କଠିନ ପରିଶ୍ରମର ବିକଳ୍ପ ନାହଁି। ଛାତ୍ରୀଛାତ୍ରଙ୍କୁ ସଫଳତାର ଗୁରୁମନ୍ତ୍ର ଦେଇଥିଲେ। ଭବିଷ୍ୟତରେ କ’ଣ ହେବ ଏଥିଲାଗି ଏହି ପର୍ଯ୍ୟାୟର ଅନେକ ଗୁରୁତ୍ୱ ରହୁଛି। ଏଥିଲାଗି ପାଠପଢା ଗୁରୁତ୍ୱପୂର୍ଣ୍ଣ। ପାଠପଢା ସହ ଶାରୀରିକ ଓ ମାନସିକ ବ୍ୟାୟାମ କରିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଥିଲେ। ଖୋର୍ଦ୍ଧାରେ ଆୟୋଜିତ ଏହି ନୂଆ-ଓ କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ଛାତ୍ରୀଛାତ୍ର ସାମିଲ ହୋଇଥିଲେ। ଛାତ୍ରୀଛାତ୍ରଙ୍କୁ ସଫଳତାର ଗୁରୁମନ୍ତ୍ର ଦେଇ ତାଙ୍କର ଜଣେ ଆଇଏଏସ୍‌ ମହିଳା ବ୍ୟାଚ୍‌ମେଟଙ୍କ ସଫଳତା ଓ ସଂଘର୍ଷର କାହାଣୀ କହିଥିଲେ। କଠିନ ପରିଶ୍ରମ ବଳରେ କଲେଜ ଯାଇ ନ ଥିବା ଝିଅ କିପରି ଆଇଏଏସ୍‌ ଟପ୍ପର ହୋଇପାରିଥିଲେ ଏହି ବିଷୟରେ ଛାତ୍ରୀଛାତ୍ରଙ୍କୁ ବଖାଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?