Posted inଜାତୀୟ

କୁସ୍ତି ମହାସଂଘ ନିର୍ବାଚନ ସ୍ଥଗିତ

ଗୁଆହାଟୀ/ନୂଆଦିଲ୍ଲୀ,୨୬ା୬ (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ନିର୍ବାଚନ ପୂର୍ବ ନିର୍ଦ୍ଧାରିତ ତାରିଖ ଜୁଲାଇ ୧୧ରେ ଅନୁଷ୍ଠିତ ହେବ ନାହିଁ। ଆସାମ କୁସ୍ତି ସଂଘ (ଏଡବ୍ଲ୍ୟୁଏ) ପକ୍ଷରୁ ଦାଖଲ ଏକ ଆବେଦନକ୍ରମେ ରବିବାର ଗୁଆହାଟୀ ହାଇକୋର୍ଟ ଏହି ବହୁପ୍ରତୀକ୍ଷିତ ନିର୍ବାଚନ ଉପରେ ରୋକ ଲଗାଇଛନ୍ତି। ଫଳରେ ନିର୍ବାଚନ କରାଇବା ଏବଂ ଡବ୍ଲୁଏଫ୍‌ଆଇର ବିଦାୟୀ ମୁଖ୍ୟ ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ଗିରଫଦାରି ଦାବିରେ ଦୀର୍ଘଦିନ ଅଡ଼ିବସିଥିବା କୁସ୍ତିଯୋଦ୍ଧାମାନଙ୍କୁ ଝଟ୍‌କା ଲାଗିଛି। ଏହି ପ୍ରସଙ୍ଗରେ ଆସନ୍ତା ୧୭ରେ ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ଧାର୍ଯ୍ୟ କରିଛନ୍ତି।
ପୂର୍ବରୁ ଡବ୍ଲ୍ୟୁଏଫ୍‌ଆଇ ନିର୍ବାଚନ ଜୁଲାଇ ୧୧ରେ କରାଇବା ପାଇଁ ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ୍‌ (ଆଇଓଏ) ପକ୍ଷରୁ ସ୍ଥିର କରାଯାଇଥିଲା। ୫ ଅଣସହଅନୁବନ୍ଧିତ ରାଜ୍ୟ (ମହାରାଷ୍ଟ୍ର, ହରିୟାଣା, ତେଲଙ୍ଗାନା, ରାଜସ୍ଥାନ ଓ ହିମାଚଳ ପ୍ରଦେଶ)ର ସଙ୍ଗଠନଗୁଡ଼ିକ ଶୁଣାଣି ବେଳେ ସେମାନଙ୍କ ମତଦାନ ଅଧିକାର ସମ୍ପର୍କିତ ଯୁକ୍ତି ବାଢ଼ିଥିଲେ। ସେମାନଙ୍କୁ ମତାଧିକାର ସୁଯୋଗ ନ ଦେବା ଉପଯୁକ୍ତ ନୁହେଁ ବୋଲି ଦର୍ଶାଇ ଆଇଓଏ ପକ୍ଷରୁ ଗଠିତ ଆଡ୍‌-ହକ୍‌ କମିଟି ନିକଟରେ ଫେରାଦ ହୋଇଥିଲେ। ଏହା ପରେ ସେମାନଙ୍କୁ ମତଦାନ ଅଧିକାର ଦିଆଯିବା ସହ ନିର୍ବାଚନ ତାରିଖ ଧାର୍ଯ୍ୟ ହୋଇଥିଲା। ଇତିମଧ୍ୟରେ ଡବ୍ଲ୍ୟୁଏଫ୍‌ଆଇ, ଆଇଓଏ, ଆଡ୍‌-ହକ୍‌ କମିଟି ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ବିରୋଧରେ ଆସାମ କୁସ୍ତି ସଂଘ ହାଇକୋର୍ଟରେ ଏକ ଆବେଦନ କରିଥିଲା। ଉକ୍ତ ପିଟିଶନରେ ଉଲ୍ଲେଖ କରାଯାଇଥିଲା ଯେ, ଏଡବ୍ଲ୍ୟୁଏ କୁସ୍ତି ମହାସଂଘର ଏକ ସହଅନୁବନ୍ଧିତ ସଦସ୍ୟ ହେବା ପାଇଁ ଯୋଗ୍ୟ। ୨୦୧୪ ନଭେମ୍ବର ୧୫ରେ ଗୋଣ୍ଡାରେ ଅନୁଷ୍ଠିତ ଡବ୍ଲ୍ୟୁଏଫ୍‌ଆଇ ଏକ୍‌ଜିକ୍ୟୁଟିଭ୍‌ କମିଟି ସାଧାରଣ ପରିଷଦ ବୈଠକରେ ମଧ୍ୟ ଏଥିଲାଗି ସୁପାରିସ କରାଯାଇଥିଲା। ଏହାସତ୍ତ୍ୱେ ଆସାମ କୁସ୍ତି ସଂଘକୁ ସଦସ୍ୟତା ମିଳି ନାହିଁ। ଏଡବ୍ଲ୍ୟୁଏକୁ ଡବ୍ଲ୍ୟୁଏଫ୍‌ଆଇ ସହିତ ସହଅନୁବନ୍ଧିତ କରି ଇଲେକ୍ଟୋରାଲ କଲେଜରେ ସେମାନଙ୍କ ପ୍ରତିନିଧିଙ୍କୁ ସାମିଲ ହେବା ପାଇଁ ସୁଯୋଗ ଦିଆ ନ ଯିବା ପର୍ଯ୍ୟନ୍ତ ନିର୍ବାଚନୀ ପ୍ରକ୍ରିୟା ସ୍ଥଗିତ ରଖିବାକୁ ଏଥିରେ ନିବେଦନ କରାଯାଇଥିଲା। ଏହାର ଶୁଣାଣି କରି ପରବର୍ତ୍ତୀ ତାରିଖ ଧାର୍ଯ୍ୟ କିମ୍ବା ଶୁଣାଣି ନ ହେବା ପର୍ଯ୍ୟନ୍ତ ଡବ୍ଲ୍ୟୁଏଫ୍‌ଆଇର ଏକ୍‌ଜିକ୍ୟୁଟିଭ୍‌ କମିଟି ନିର୍ବାଚନ ଦିଗରେ ପ୍ରତିବାଦୀମାନେ ଅଗ୍ରସର ନ ହେବାକୁ ଉଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
ସେପଟେ ଆଡ୍‌-ହକ୍‌ କମିଟି ଇଲେକ୍ଟୋରାଲ କଲେଜ ପାଇଁ ନାମ ଗ୍ରହଣର ଶେଷ ତାରିଖ ଜୁନ୍‌ ୨୫କୁ ସ୍ଥିର କରିଥିଲେ। ସେହିପରି ନୂଆ ଗଭର୍ନିଂ ବଡି ପାଇଁ ନିର୍ବାଚନ ତାରିଖ ଜୁଲାଇ ୧୧ ରଖାଯାଇଥିଲା। କିନ୍ତୁ ଗୁଆହାଟୀ ହାଇକୋର୍ଟ ଏହି ନିର୍ବାଚନ ଉପରେ ରବିବାର ସ୍ଥଗିତାଦେଶ ଜାରି କରିଛନ୍ତି। ଫଳରେ ଡବ୍ଲ୍ୟୁଏଫ୍‌ଆଇ ନିର୍ବାଚନ ପୁନର୍ବାର ଟଳିଯାଇଛି। ଏହା ପୂର୍ବରୁ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଡବ୍ଲ୍ୟୁଏଫ୍‌ଆଇକୁ ନିଲମ୍ବନ କରାଯିବା ସହ ମେ’ ୭ରେ ନିର୍ବାଚନ ତାରିଖ ସ୍ଥିର ହୋଇଥିଲା। ଆନ୍ଦୋଳନରତ କୁସ୍ତିଯୋଦ୍ଧାମାନଙ୍କ ସହ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଆଲୋଚନା କରିବା ପରେ ଜୁନ୍‌ ୩୦ ସୁଦ୍ଧା ଡବ୍ଲ୍ୟୁଏଫ୍‌ଆଇ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?