ନୂଆଦିଲ୍ଲୀ, ୫ା୧୨ (ପି.ଟି.)-କୋଭିଡ୍ ଟେଷ୍ଟରେ ନେଗେଟିଭ ଆସିବା ପରେ ସର୍ବିୟାରେ ହେବାକୁଥିବା ଆଗାମୀ ବିଶ୍ୱକପ୍ରେ ରେସ୍ଲର ନରସିଂହ ଯାଦବଙ୍କ ଅଂଶଗ୍ରହଣ ଶୁକ୍ରବାର ସ୍ପଷ୍ଟ ହୋଇଛି। ଡୋପିଂ ପାଇଁ ୪ ବର୍ଷ ବାସନ୍ଦ ଦଣ୍ଡ ଭୋଗି ସାରିବା ପରେ ପ୍ରତିଯୋଗିତମୂଳକ ରେସ୍ଲିଂକୁ ଫେରିବେ ଏହି ଭାରତୀୟ ରେସ୍ଲର। ୭୪କେଜି ଶ୍ରେଣୀରେ ଜିତେନ୍ଦର କିନ୍ହାଙ୍କ ସ୍ଥାନରେ ନରସିଂହଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଥିଲା। ମାତ୍ର କୋଭିଡ୍ ଟେଷ୍ଟରେ ପଜିଟିଭ ପରେ ପ୍ରତିଯୋଗିତାରେ ଅଂଶଗ୍ରହଣ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ଡିସେମ୍ବର ୧୪ରେ ସେ ପୁରୁଷ ଫ୍ରିଷ୍ଟାଇଲ ଦଳ ସହ ବେଲଗ୍ରେଡ୍ ଗସ୍ତ କରିବେ ବୋଲି ରେସ୍ଲିଂ ଫେଡେରେଶନ ଅଫ୍ ଇଣ୍ଡିଆ(ଡବ୍ଲ୍ୟୁଏଫ୍ଆଇ) ସୂଚନା ଦେଇଛି। ସର୍ବିୟାରେ ଭଲ ପ୍ରଦର୍ଶନ ନେଇ ନରସିଂହ ଆଶାବାଦୀ। ବଜରଙ୍ଗ ପୁନିଆ ଓ ଭିନେଶ ଫୋଗତଙ୍କ ସମେତ ବହୁ ଟପ୍ ରେସଲର ଇଭେଣ୍ଟରୁ ଓହରିଯାଇଛନ୍ତି। କିନ୍ତୁ ନରସିଂହଙ୍କ ଅଂଶଗ୍ରହଣ ଯୋଗୁ ଡିସେମ୍ବର ୧୨ରୁ ୧୮ପର୍ଯ୍ୟନ୍ତ ହେବାକୁଥିବା ବିଶ୍ୱକପ୍ରେ ଭାରତର ପଦକ ସମ୍ଭାବନା ଦେଖା ଦେଇଛି।
ମହିଳା କର୍ମଚାରୀଙ୍କୁ ଏହି ଗିଫ୍ଟ ଦେଲେ କେଏଲ୍ ରାହୁଲ, ଚାରିଆଡୁ ପ୍ରଶଂସା
ନୂଆଦିଲ୍ଲୀ,୮।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ବ୍ୟାଟିଂରେ ଚମତ୍କାର କରିବା ସହ ମଇଦାନ ବାହାରେ ନିଜର ମହାନତା ଦେଖାଇଛନ୍ତି ଭାରତୀୟ ୱିକେଟ୍କିପର ବ୍ୟାଟର କେଏଲ୍ ରାହୁଲ ।…
ଚମକାଇଦେଲା BCCIର ଘୋଷଣା; ଏହି ଖେଳାଳିଙ୍କୁ ମିଳିଲା ବଡ଼ ଦାୟିତ୍ବ
ନୂଆଦିଲ୍ଲୀ,୮ା୧୧: ରାଇଜିଂ ଷ୍ଟାର୍ସ ଏସିଆ କପ୍ ପୂର୍ବରୁ ଭାରତୀୟ ଦଳରେ ହୋଇଛି ବଡ଼ ପରିବର୍ତ୍ତନ । ଆହତ ସମସ୍ୟା ଯୋଗୁଁ ଟୁର୍ନାମେଣ୍ଟରୁ ଓହରିଛନ୍ତି ରଜତ ପାଟିଦାର ।…
ମହମ୍ମଦ ସାମିଙ୍କୁ ମିଳିଲା ନାହିଁ ସମ୍ମାନ? ଅବସର ଘୋଷଣା ପରେ କଡ଼ା କଥା କହିଦେଲେ ରବି ଶାସ୍ତ୍ରୀ
ନୂଆଦିଲ୍ଲୀ,୮ା୧୧: ଭାରତୀୟ ଦ୍ରୁତ ବୋଲିଂ ବିଭାଗକୁ ଏକ ନୂତନ ପରିଚୟ ଦେଇଥିବା ଅଭିଜ୍ଞ ପେସର୍ ମହମ୍ମଦ ସାମି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏକ ସୋସିଆଲ…
SRH-ର ରିଲିଜ ତାଲିକାରେ ୩ ଜଣଙ୍କ ନାମ ଆଗରେ ରହିବ; ଦୁଇଥର ‘ପର୍ପଲ କ୍ୟାପ’ ଜିତିଥିବା ଖେଳାଳିଙ୍କୁ ଦଳରୁ ବିଦା!
ନୂଆଦିଲ୍ଲୀ,୮।୧୧: IPL 2027 ମିନି-ନିଲାମର ତାରିଖ ପାଖେଇ ଆସୁଛି। ସମସ୍ତ ୧୦ଟି ଦଳକୁ ନଭେମ୍ବର ୧୭ ତାରିଖ ସୁଦ୍ଧା ନିଜ ନିଜର ‘ରିଟେନସନ ତାଲିକା’ (ଦଳରେ ରଖାଯିବାକୁ…
ତୃତୀୟ ଟେଷ୍ଟରେ ଟିମ ଇଣ୍ଡିଆର ଦବଦବା; ଜୈସୱାଲଙ୍କ ଶତକ ପରେ ଚମକିଲେ ସୁନ୍ଦର-ତିଲକ
ନୂଆଦିଲ୍ଲୀ,୮।୧୧: ତୃତୀୟ ଅଣ-ଅଫିସିଆଲ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ନିଜର ପ୍ରାଧାନ୍ୟ ବିସ୍ତାର କରିଛି। ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା, ନ୍ୟୁଜିଲ୍ୟାଣ୍ଡ ନିଜର ପ୍ରଥମ ଇନିଂସରେ…
ରୋହିତ, ବିରାଟ, ଶିଖର ଧୱନ ଯାହା କରିପାରିଲେ ନାହିଁ, ତାହା କରି ଦେଖାଇବେ ଗିଲ
ନୂଆଦିଲ୍ଲୀ,୮।୧୧: ଶୁବମନ ଗିଲଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ, ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ଦୁଇଟି ମ୍ୟାଚ ଜିତି ୨-୦ରେ ଅଗ୍ରଣୀ…
କନଫର୍ମ! ମୁମ୍ବାଇ ଇଣ୍ଡିଆନ୍ସରୁ ଅଲଗା ହୋଇଯାଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା; ସେ ଆଉ ଏମଆଇ (MI) ପରିବାରର ଅଂଶ ନୁହଁନ୍ତି
ନୂଆଦିଲ୍ଲୀ,୮।୧୧: IPL 2027 ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟ୍ରେଡ (ଦଳ ବଦଳ) ବିଷୟରେ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନଥିଲେ ମଧ୍ୟ, ମୁମ୍ବାଇ ଇଣ୍ଡିଆନ୍ସର ଏକ ସୋସିଆଲ…
ଗୌତମ ଗମ୍ଭୀରଙ୍କ ସମର୍ଥନରେ ବାହାରିଲେ ସୁନୀଲ ଗାଭାସ୍କର
ନୂଆଦିଲ୍ଲୀ,୮।୧୧: ବରିଷ୍ଠ କ୍ରିକେଟର ସୁନୀଲ ଗାଭାସ୍କର ଟିମ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ସମର୍ଥନରେ ଆସିଛନ୍ତି। ୱେଲିଂଟନରେ ୧୩୫ ରନର ଲକ୍ଷ୍ୟକୁ ପିଛା କରିବା ସମୟରେ,…

