Posted inଖେଳ

ମହିଳା ପ୍ରିମିୟର ଲିଗ୍ ୨୦୨୪ ନିଲାମ: ଦେଖନ୍ତୁ ବିକ୍ରି ହୋଇଥିବା ଏବଂ ହୋଇ ନ ଥିବା ଖେଳାଳିମାନଙ୍କର ସମ୍ପୂର୍ଣ୍ଣ ତାଲିକା

ମୁମ୍ବାଇ,୯ା୧୨: ଓମେନ୍ସ ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ୍‌)ର ଦ୍ୱିତୀୟ ସଂସ୍କରଣ ପାଇଁ ନିଲାମି ଶନିବାର ମୁମ୍ବାଇରେ ଅନୁଷ୍ଠିତ ହୋଇଛି। ଆନାବେଲ ସଦରଲାଣ୍ଡ ଓ ଅନ୍‌କ୍ୟାପ୍‌ଡ ଭାରତୀୟ ଖେଳାଳି କାଶ୍‌ଭି ଗୌତମ ସର୍ବାଧିକ ୨କୋଟି ଟଙ୍କା ମୂଲ୍ୟରେ ବିକ୍ରି ହୋଇଛନ୍ତି। ସଦରଲାଣ୍ଡଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ କିଣିଥିବା ବେଳେ କାଶ୍‌ଭି ଗୁଜରାଟ ଜାଏଣ୍ଟ୍ସରେ ସାମିଲ ହୋଇଛନ୍ତି।

ଡବ୍ଲ୍ୟୁପିଏଲ୍‌ ଇତିହାସରେ ପ୍ରଥମ ଅନ୍‌କ୍ୟାପ୍‌ଡ ଖେଳାଳି ଭାବରେ ବ୍ରିନ୍ଦା ଦୀନେଶ ୧ କୋଟି ଟଙ୍କା ଅତିକ୍ରମ କରିଥିଲେ। ବ୍ରିନ୍ଦାଙ୍କୁ କିଣିବା ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ୟୁପି ଓ୍ବାରିୟର୍ଜ ମଧ୍ୟରେ କଡା ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ତେବେ ୧.୩ କୋଟି ଟଙ୍କାରେ ୨୨ ବର୍ଷୀୟ ଓପନରଙ୍କୁ ହାତେଇଥିଲା ୟୁପି। ବ୍ରିନ୍ଦା ଚଳିତ ଜାତୀୟ ଦିନିକିଆ ଟୁର୍ନାମେଣ୍ଟରେ ୧୧ ମ୍ୟାଚ୍‌ରୁ ୪୭.୭୦ ଆଭରେଜରେ ୪୭୭ ରନ୍‌ ସ୍କୋର କରିଥିଲେ। ଏହା ସହିତ ଟି୨୦ରେ ତାଙ୍କର ଷ୍ଟ୍ରାଇକ୍‌ ରେଟ୍‌ ୧୨୬ ରହିଛି।

୨୨ ବର୍ଷୀୟା ସଦରଲାଣ୍ଡ ପ୍ରଥମ ସିଜନରେ ଗୁଜରାଟ ପକ୍ଷରୁ ଖେଳିଥିଲେ। ତାଙ୍କୁ କିଣିବା ପାଇଁ ମୁମ୍ବାଇ, ୟୁପି ଓ ଦିଲ୍ଲୀ ଆଗ୍ରହ ପ୍ରକାଶ କରିଥିବା ବେଳେ ଦିଲ୍ଲୀ ବାଜିମାରି ନେଇଥିଲା। ଫିବ୍‌ ଲିଚ୍‌ଫିଲ୍ଡ ୧ କୋଟି ଟଙ୍କାରେ ଗୁଜରାଟକୁ ଯାଇଥିବା ବେଳେ ଦକ୍ଷିଣ ଆଫ୍ରିକାର ସବ୍‌ନିମ୍‌ ଇସମାଇଲ୍‌ ୧.୨ କୋଟି ଟଙ୍କାରେ ମୁମ୍ବାଇ ଇଣ୍ଡିଆନ୍ସରେ ସାମିଲ ହୋଇଥିଲେ।

ଭାରତୀୟ ଖେଳାଳିଙ୍କ ମଧ୍ୟରେ ଏକତା ବିସ୍ତ ୬୦ ଲକ୍ଷ ଟଙ୍କାରେ ଆର୍‌ସିବିରେ ଯୋଗ ଦେଇଥିବା ବେଳେ ୩୦ ଲକ୍ଷ ଟଙ୍କାରେ ଗୁଜରାଟରେ ସାମିଲ ହୋଇଛନ୍ତି ବେଦା କ୍ରିଷ୍ଣମୂର୍ତ୍ତି। ଜର୍ଜିଆ ଓ୍ବେୟାରହାମଙ୍କୁ ୪୦ ଲକ୍ଷ ଓ କେଟ୍‌ କ୍ରସଙ୍କୁ୧୦ ଲକ୍ଷ ଟଙ୍କାରେ ଆର୍‌ସିବି କିଣିଥିବା ବେଳେ ଡାନିଏଲ ଓ୍ବାୟାଟ୍‌ ୩୦ ଲକ୍ଷ ଟଙ୍କାରେ ୟୁପିରେ ସାମିଲ ହୋଇଛନ୍ତି।

ଅଭିଜ୍ଞ ଖେଳାଳି ତଥା ବିଗତ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଥିବା ଡାଏଣ୍ଡ୍ରା ଡଟ୍ଟିନଙ୍କୁ ନେବା ଲାଗି କୌଣସି ଫ୍ରାଞ୍ଚାଇଜ ଆଗ୍ରହ ପ୍ରକାଶ କରି ନ ଥିଲେ। ଆଉ ଜଣେ ଅଭିଜ୍ଞ ଖେଳାଳି ଶ୍ରୀଲଙ୍କାର ଚାମାରି ଆଟାପାଟ୍ଟୁଙ୍କୁ ମଧ୍ୟ କିଣିବା ପାଇଁ କେହି ଆଗ୍ରହ ପ୍ରକାଶ କରି ନ ଥିଲେ। କ୍ରମାଗତ ଦ୍ୱିତୀୟ ସିଜନ ପାଇଁ ସେ ବିକ୍ରି ହୋଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱପ୍ନରେ ଦେଖୁଛନ୍ତି କି ସୂର୍ଯ୍ୟପରାଗ? ମାଡ଼ି ଆସିବ ସଙ୍କଟ! ସ୍ୱପ୍ନଶାସ୍ତ୍ର ଅନୁସାରେ ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ-ଅଶୁଭ…

୧୨ ଅଗଷ୍ଟରେ ଏହି ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗୁଛି। ଏହି ସୂର୍ଯ୍ୟପରାଗ ଶ୍ରାବଣ ଅମାବାସ୍ୟା ଦିନ ଲାଗୁଛି, ଯାହା ଭାରତରେ ଦୃଶ୍ୟମାନ ହେବନାହିଁ। କିନ୍ତୁ ଏହାର ପ୍ରଭାବ…

କୁକୁର ଦାଉରୁ ରକ୍ଷା ପାଇଁ ସିଧାସଳଖ ଜିଲାପାଳଙ୍କୁ ମେସେଜ୍: ନାକେଦମ ହେଲା ପ୍ରଶାସନ, ଶେଷରେ…

ହାଟଡିହୀ,୧୧।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଜଣେ ମହିଳାଙ୍କ ଘର ଆଗରେ ଏକ କୁକୁର ଶୋଇ ରହିବା ଏବଂ ତାହାକୁ ନେଇ ସୃଷ୍ଟି…

ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି।…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

ଭଦ୍ରା ସହ ସୂର୍ଯ୍ୟ ଗ୍ରହଣର ଅଦ୍ଭୁତ ସଂଯୋଗ! ଏହି ୩ ରାଶି ଉପରେ ବଡ଼ ସଙ୍କଟ, ଖାଲି ଖର୍ଚ୍ଚ ହେବ…

ବର୍ଷର ଦ୍ୱିତୀୟ ଏବଂ ଶେଷ ସୂର୍ଯ୍ୟଗ୍ରହଣ ଅଗଷ୍ଟ ୧୨ ତାରିଖରେ ସଂଗଠିତ ହେବାକୁ ଯାଉଛି । ଏହି ସୂର୍ଯ୍ୟଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ, ଏବଂ ଏଠାରେ…

ସିମନବାଡ଼ିରେ ଜିଲାସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ: ସ୍ୱାଧୀନତା ଦିବସରେ ଫାଇନାଲ୍ ମ୍ୟାଚ୍

ଦାରିଙ୍ଗବାଡ଼ି, ୧୧।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିସ୍ଥିତ ମା’ ପାଟ୍ଟଖଣ୍ଡା ମନ୍ଦିର ନିକଟ ଖେଳ ପଡ଼ିଆରେ ରବିବାରଠାରୁ ଜିଲ୍ଲାସ୍ତରୀୟ ସିମନବାଡ଼ି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ…

ସରକାର ବଢାଇଲେ EV ସବସିଡି, ୫ହଜାର ଯାଏ ମିଳିବ ପ୍ରୋତ୍ସାହନ ରାଶି; ଜାଣନ୍ତୁ ଡେଡ୍‌ଲାଇନ କେବେ…

ନୂଆଦିଲ୍ଲୀ, ୧୧।୮: ଇରାନ-ଆମେରିକା ଯୁଦ୍ଧ ପରେ ଲୋକମାନେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଦେଖିବାକୁ ପାଇଥିଲେ। ଏହା ପରେ କେନ୍ଦ୍ର ସରକାର ଦେଶରେ ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକୁ ପ୍ରୋତ୍ସାହିତ କରିବା…

ସମୁଦ୍ର କୂଳ ଖାଉଛି, ବିପଦରେ ଆର୍ଯ୍ୟପଲ୍ଲୀ: ପଥର ବନ୍ଧ ନିର୍ମାଣ ଦାବିରେ ପ୍ରଶାସନର ଦ୍ୱାରସ୍ଥ ହେଲେ…

ଛତ୍ରପୁର, ୧୧/୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଦିନକୁ ଦିନ ସମୁଦ୍ର କୂଳ ଧସି ଗ୍ରାମ ଆଡ଼କୁ ମାଡ଼ି ଆସୁଥିବାରୁ ଭୟଭୀତ ଅବସ୍ଥାରେ ରହିଛନ୍ତି ଛତ୍ରପୁର ପୌରପରିଷଦ ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri