ଘରୁ ମିଳିଲା ପ୍ରେମୀ ଯୁଗଳଙ୍କ କ୍ଷତାକ୍ତ ମୃତଦେହ : ଅନର କିଲିଂ ସନ୍ଦେହ

ପାରଳାଖେମୁଣ୍ଡି,୮ା୩: ଗଜପତି ଜିଲା ଗୁରାଣ୍ଡି ଥାନା ଅନ୍ତର୍ଗତ ଆରିବା ଗ୍ରାମରେ ରବିବାର ରାତିରେ ଏକ ଘରୁ ଜଣେ ଯୁବତୀ ଓ ଯୁବକଙ୍କ କ୍ଷତାକ୍ତ ମୃତଦେହ ପୋଲିସ ଜବତ କରିଛି। ସୋମବାର ସାଇଣ୍ଟିଫିକ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଉଭୟଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ମୁଖ୍ୟ ଡାକ୍ତରଖାନା ପଠାଇଛି। ପୋଲିସ ଘଟଣା ସ୍ଥଳରୁ ଏକ ଛୁରୀ, ଜୋତା ଓ ଚୁଡି ଜବତ କରିଛି। ମୃତକଙ୍କ ପରିବାର ଲୋକେ ଘଟଣା ପଛରେ କିଛି ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରୁଛନ୍ତି। ଏ ନେଇ ପୋଲିସ ଏକ ମାମଲା(ନଂ.୨/୨୧) ରୁଜୁ ହୋଇଥିବା ଗୁରାଣ୍ଡି ଥାନା ଭାରପ୍ରାପ୍ତ ଅଧିକାରୀ ମମତା ପଣ୍ଡା କହିଛନ୍ତି।
ଗ୍ରାମର କିଛି ଲୋକ କହିଛନ୍ତି, ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ଏହାକୁ ପରିବାର ଲୋକେ ଗ୍ରହଣ କରୁ ନ ଥିଲେ। ତେଣୁ ଯୁବତୀଙ୍କୁ ଅନ୍ୟତ୍ର ବିବାହ କରିବା ପାଇଁ ସ୍ଥିର ହୋଇଥିଲା। ଆସନ୍ତା ଶୁକ୍ରବାର ନିର୍ବନ୍ଧ ହୋଇଥାନ୍ତା। ତେଣୁ ଏହା ପୂର୍ବରୁ ଉଭୟେ ଚରମ ନିଷ୍ପତ୍ତି ନେଇଥିବା ପୋଲିସ ଅନୁମାନ କରୁଛି। ଅନ୍ୟପକ୍ଷେ ଘର ବାହାରେ ଜୋତା ଓ ଚୁଡ଼ି ମିଳିଥିବାରୁ ମୃତକଙ୍କ ସମ୍ପର୍କୟ ଏହି ଘଟଣା ପଛରେ ଅନ୍ୟ କାହାର ହାତ ଥିବା ସନ୍ଦେହ କରୁଛନ୍ତି। ମୃତ ଯୁବତୀ, ଯୁବକଙ୍କ ମୋବାଇଲ କଲ ରେକର୍ଡ ଯାଞ୍ଚ କରି ବିଧିବଦ୍ଧ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରପଞ୍ଚ ସନମୁଖ ରାଓ, ଯୁବତୀଙ୍କ ମାମୁଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୁଚକାଳି ଖେଳୁଛି ମୌସୁମୀ: ବର୍ଷାକୁ ଅନାଇ ଚିନ୍ତାରେ ଚାଷୀ

ବିଞ୍ଝାରପୁର,୨୬|୬(ଡି.ଏନ୍‌.ଏ.)- ବିଞ୍ଝାରପୁର ବ୍ଲକ ଅଞ୍ଚଳରେ ୭୦ରୁ ପ୍ରତିଶତରୁ ଊର୍ଦ୍ଧ୍ୱ ଲୋକେ ଚାଷ ଉପରେ ନିର୍ଭର କରନ୍ତି। ପ୍ରତିବର୍ଷ ବ୍ଲକର ବିଭିନ୍ନ ରାଜସ୍ବ ମୌଜାରେ ପ୍ରାୟତଃ ୧୪ହଜାର...

ପୁଣି ତାତି, ୪୦ ଡିଗ୍ରୀ ଉପରେ ରହୁଛି ପାରଦ

ଭୁବନେଶ୍ୱର,୨୮।୫(ବ୍ୟୁରୋ): ରାଜ୍ୟରେ ପୁଣି ତାତି ଅନୁଭୂତ ହେଉଛି। କିଛିଦିନ ହେଲା ବିଭିନ୍ନ ଜିଲାରେ ୪୦ ଡିଗ୍ରୀ ଉପରେ ପାରଦ ରହୁଛି । ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ...

ଭୁବନେଶ୍ୱର ରେଳ ଷ୍ଟେଶନରେ ବିସ୍ଫୋରକ

ଭୁବନେଶ୍ୱର,୧୪।୪(ବ୍ୟୁରୋ): ଭୁବନେଶ୍ୱର ରେଳ ଷ୍ଟେଶନରୁ ବିସ୍ଫୋରକ ମିଳିଛି। ଷ୍ଟେଶନରେ ଅଟକି ରହିଥିବା କୋଣାର୍କ ଏକ୍ସପ୍ରେସ୍‌ରୁ ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଏହି ବିସ୍ଫୋରକକୁ ଜବତ କରିଛି।...

ରାଜଧାନୀରେ ୧୨ କେନ୍ଦ୍ରରେ ଦିଆଯିବ ବୁଷ୍ଟର ଡୋଜ୍‌

ଭୁବନେଶ୍ୱର,୧୫।୭(ବ୍ୟୁରୋ): ରାଜ୍ୟରେ ଆଜିଠୁ ୧୮-୫୯ ବର୍ଷୀୟଙ୍କୁ ମାଗଣାରେ ବୁଷ୍ଟର ଡୋଜ୍‌ ଦିଆଯିବ। ରାଜଧାନୀର ୟୁନିଟ-୪ ସହାରଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବିଏମ୍‌ସି କମିଶନର ଏହି ଟିକାକରଣର...

ଜଙ୍ଗଲରୁ ଯୁବକଙ୍କ ଗଳିତ ମୃତଦେହ ଜବତ

ବିନିକା,୨୦ା୬(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବିନିକା ଥାନା ବାଉଁଶୁଣି ଡୁଗୁମାଳି ଜଙ୍ଗଲରୁ ସୋମବାର ଭୋର୍‌ରୁ ୨୨ ବର୍ଷୀୟ ଜଣେ ଯୁବକଙ୍କ ଗଳିତ ମୃତଦେହ ଜବତ କରିଛି ବିନିକା...

୧୨,୯୭୩ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ

ଭୁବନେଶ୍ୱର,୧ା୧(ବ୍ୟୁରୋ): ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ୪୧୮୩ କୋଟି ଟଙ୍କାର ୧୬ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ଏହାସହିତ ୧.୬୭ ଲକ୍ଷ କୋଟି ଟଙ୍କାର ୧୦ଟି...

ବିକ୍ଷୋଭ, ଶୋଭାଯାତ୍ରାରେ କମ୍ପିଲା ଲୋୟର ପିଏମ୍‌ଜି

ଭୁବନେଶ୍ୱର,୧୯ା୧୧ (ବ୍ୟୁରୋ): ବୁଧବାରଠାରୁ ଆରମ୍ଭ ହୋଇଛି ବିଧାନସଭା ଶୀତ ଅଧିବେଶନ। ପୁଣି ଚଳଚଞ୍ଚଳ ହୋଇ ଉଠିଛି ବିଧାନସଭା ସମ୍ମୁଖ ଲୋୟର ପିଏମ୍‌ଜି। ସରକାରଙ୍କୁ ସମସ୍ୟା ତଥା...

CORONAVIRUS UPDATE: ରାଜ୍ୟରେ ପୁଣି ୨୫୧ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ୧।୭(ବ୍ୟୁରୋ): ରାଜ୍ୟରେ ବୁଧବାର ପୁଣି ୨୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୩୧୬ରେ ପହଞ୍ଚିଛି।...

Advertisement
Archives

Model This Week