Posted inଫୁରସତ

ଅଛି ପୂଜା, ନାହିଁ ମଜା…

ଏବେ ଚାଲିଛି ପାର୍ବଣର ସମୟ। ମା’ଦୁର୍ଗତିନାଶିନୀଙ୍କର ବି ହୋଇଛି ଧରାବତରଣ। ହେଲେ ଏଥର କରୋନା କଟକଣା ମଧ୍ୟରେ ଚାଲିଛି ମା’ଙ୍କ ପୂଜା ବିଧି। ଯେଉଁଥିପାଇଁ ନା ଅଛି ସେ ଆକର୍ଷଣୀୟ ମଣ୍ଡପ ସଜ୍ଜା ଭିତରେ ମା’ଙ୍କର ବଡ଼ ବଡ଼ ମୃଣ୍ମୟୀ ମୂର୍ତ୍ତି, ନା ଦେଖିବାକୁ ମିଳୁଛି ସେ ସୁଦୃଶ୍ୟ ଆକାଶଛୁଆଁ ତୋରଣ ସାଙ୍ଗକୁ ଆଖିଝଲସା ଆଲୋକମାଳା, ନା ସାଂସ୍କୃତିକ କାର୍ଯ୍ୟକ୍ରମରେ ସରଗରମ ହେଉଛି ମାହୋଲ…

ଏଥର ଫିକା ଫିକା ଦଶହରା। ମଣ୍ଡପଗୁଡ଼ିକରେ ମା’ଙ୍କର ଯଥାବିଧି ପୂଜାର୍ଚ୍ଚନା ହେଉଥିଲେ ହେଁ କରୋନା କଟକଣା ମା’ଙ୍କ ଦର୍ଶନରୁ ବଞ୍ଚତ୍ତ କରିଛି ଭକ୍ତଙ୍କୁ। ଅନ୍‌ଲାଇନ୍‌ରେ ମା’ଙ୍କ ଦର୍ଶନର ସୁଯୋଗ ମିଳୁଥିଲେ ହେଁ ସେଥିରେ ପ୍ରତ୍ୟକ୍ଷ ଦର୍ଶନର ଆନନ୍ଦ ନାହିଁ। ମଣ୍ଡପରୁ ମଣ୍ଡପ ବୁଲିବା, ଭଳିକି ଭଳି ଆଲୋକ ସଜ୍ଜା ସାଙ୍ଗକୁ ସୁଉଚ୍ଚ ତୋରଣ ଦେଖିବା, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଭରପୂର ମଜା ଉଠାଇବା, ରାବଣପୋଡ଼ିରେ ବିଭିନ୍ନ ପ୍ରକାର ଆତସବାଜି ଦେଖିବା ହେଉ କି ଭସାଣି ବେଳେ ଡିଜେ ମ୍ୟୁଜିକ୍‌ ତାଳେ ତାଳେ ନାଚିବା ଏଥର ସର୍ବସାଧାରଣଙ୍କ ପାଇଁ ପାଲଟିଛି ସ୍ବପ୍ନ; ଯାହାକୁ ନେଇ ସଭିଙ୍କ ମନରେ ରହିଛି ଅବସୋସ। ଆସନ୍ତୁ ଜାଣିବା ଏଥର ଦଶହରାକୁ ନେଇ କ’ଣ ରହିଛି ଏମାନଙ୍କ ପ୍ରତିକ୍ରିୟା …
ମିସ୍‌ କରିବି ଭସାଣି ଡ୍ୟାନ୍ସ:ଦଶହରା ତ ସମସ୍ତଙ୍କ ପାଇଁ ସ୍ପେଶାଲ। ହେଲେ ଏହି ସମୟ ଆସିଲେ ଆମ କଟକିଆଙ୍କ ଖୁସି କହିଲେ ନ ସରେ। ସୁନ୍ଦର ଆଲୋକ ସଜାରେ ଝଲସି ଉଠୁଥିବା ପୂରା ସହରରେ ବୁଲି ବୁଲି ପ୍ରତିଟି ପୂଜା ମଣ୍ଡପରେ ଶୋଭା ପାଉଥିବା ମା’ଙ୍କ ମୂର୍ତ୍ତି ଦର୍ଶନ ସହ ରାବଣପୋଡ଼ି ସମୟରେ ଭଳିକି ଭଳି ଆତସବାଜି ଦେଖିବାକୁ ବହୁତ ଭଲ ଲାଗେ। ବୁଲାବୁଲି ବେଳେ ବିଭିନ୍ନ ଫୁଡ଼୍‌ ଷ୍ଟଲ୍‌ରେ ଖାଇବା ଏବଂ ପାର୍ଶ୍ୱରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ସହ ମ୍ୟୁଜିକ୍‌ ତାଳେ ତାଳେ ନାଚିବାର ଖୁସି ଅଲଗା ପ୍ରକାର। ଲଗାତର ୩-୪ ଦିନ ସଂଧ୍ୟାରୁ ରାତି ପର୍ଯ୍ୟନ୍ତ ନାଚିଲେ ବି ନା ଥକେ ପାଦ ନା କମେ ଇଚ୍ଛା ବରଂ ଭସାଣିରେ ଡିଜେ ମ୍ୟୁଜିକ୍‌ରେ ନାଚିବାକୁ ଆହୁରି ବଢିଯାଏ ଜୋସ୍‌। ଏଥର କରୋନା ପାଇଁ ଏସବୁ ହୋଇପାରିବନି। ତେଣୁ ଏଥର ସବୁଠୁ ବେଶି ମିସ୍‌ କରିବି ଭସାଣି ଡ୍ୟାନ୍ସ।
– ପୁଷ୍ପରାଜ୍‌ ଚୌଧୁରୀ
ମେକାନିକାଲ ଇଞ୍ଜିନିୟର
ମାଛୁଆ ବଜାର, କଟକ
କରୋନା ଛଡ଼ାଇ ନେଲା
ପୂଜାର ମଜା:ପାର୍ବଣର ସମୟ ଆସି ଯାଇଛି। ହେଲେ କରୋନା ଚଳିତବର୍ଷ ନା କେବଳ ମା’ ମହିଷମର୍ଦିନୀଙ୍କ ଦର୍ଶନର ସୌଭାଗ୍ୟ ଛଡ଼ାଇ ନେଇଛି ବରଂ ମା’ଙ୍କ ମୂର୍ତ୍ତିରେ ରଙ୍ଗ ଦେବାଠୁ ଆରମ୍ଭ କରି ପୂଜା ମଣ୍ଡପଗୁଡ଼ିକର ସାଜସଜ୍ଜା କରିବାରୁ ବି ବଞ୍ଚତ୍ତ କରିଛି। କିଛି ବର୍ଷ ହେବ ଦଶହରା ସମୟରେ ରସୁଲଗଡ଼, ଅଶୋକ ନଗର, ୟୁନିଟ-୯, ଖୋର୍ଦ୍ଧା କାଇପଦର ଆଦି ଦୁର୍ଗାପୂଜା କମିଟି ପକ୍ଷରୁ ଆୟୋଜିତ ପୂଜାରେ ରଙ୍ଗ ଦେବା ଏବଂ ମଣ୍ଡପର ଭିତର ଏବଂ ବାହାର ଡେକୋରେଶନ କାର୍ଯ୍ୟ କରିଆସୁଛି। ଏହାଦ୍ୱାରା ବର୍ଷକୁ ଥରେ ମା’ଙ୍କ ସେବାର ସୁଯୋଗ ମିଳୁଥିବାରୁ ମାନସିକ ଶାନ୍ତି ମିଳେ। ତା’ଛଡ଼ା ବେଶ୍‌ ଭଲ ରୋଜଗାର ମଧ୍ୟ ହୋଇଥାଏ। ଏଥର ଏସବୁ ନ ହୋଇପାରୁଥିବାରୁ ଦୁଃଖ ଲାଗୁଛି। ତେଣୁ ଆଗାମୀ ବର୍ଷକୁ ଏ ମହାମାରୀ ଦୂର ହୋଇଯାଉ ଏବଂ ଭକ୍ତମାନେ ମା’ଙ୍କ ଦର୍ଶନର ସୁଯୋଗ ପାଆନ୍ତୁ ଏତିକି କାମନା।
– ମାନସ କୁମାର ମହାରଥିତ୍
ଛାତ୍ର, ଧଉଳି କଲେଜ ଅଫ
ଆର୍ଟ ଆଣ୍ଡ କ୍ରାଫ୍ଟ
ଦଶହରା ସମୟରେ ଘରେ ବୋର୍‌ ଲାଗୁଛି: ପୂଜା ପର୍ବ ମଧ୍ୟରେ ଦଶହରାର ମଜା ସବୁଠୁ ଭିନ୍ନ। ପ୍ରତିବର୍ଷ ଏହି ସମୟକୁ ଚାତକ ଭଳି ଚାହିଁ ରହିଥାଏ। କଟକ ଏବଂ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ବୁଲି ବୁଲି ମା’ଙ୍କ ମୂର୍ତ୍ତି ଦର୍ଶନ କରିବା, ଆକର୍ଷଣୀୟ ତୋରଣ ଦେଖିବା, ଫଟୋ ଉଠାଇବା ଆଦି ଖୁବ୍‌ ଖୁସି ଲାଗେ। ହେଲେ ଏସବୁ ସହିତ ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଦାଣ୍ଡିଆ ନାଇଟ୍ସରେ ଭାଗ ନେଇ ସାଙ୍ଗମାନଙ୍କ ସହ ଡ୍ୟାନ୍ସ କରିବାର ଚାର୍ମ ନିଆରା। ଏଥିପାଇଁ ମୁଁ ପ୍ରତିବର୍ଷ ଦଶହରାର ପ୍ରାୟ ୧୫-୨୦ ଦିନ ପୂର୍ବରୁ ଲେହେଙ୍ଗା, ମ୍ୟାଚିଂ ଜୁଏଲେରୀ, ଡେକୋରେଟିଭ୍‌ ଦାଣ୍ଡିଆ ଷ୍ଟିକ୍‌ ଆଦି କିଣିଥାଏ। ହେଲେ ଏବର୍ଷ କରୋନା ମହାମାରୀ ଲାଗି ଏସବୁ ହୋଇପାରୁ ନ ଥିବାରୁ ବହୁତ ଦୁଃଖ ଲାଗୁଛି। ସତ କହିବାକୁ ଗଲେ ଦଶହରା ସମୟରେ ଘରେ ରହିବାକୁ ପଡ଼ୁଥିବାରୁ ଭାରି ବୋର୍‌ ବି ଲାଗୁଛି।
-ଶାଶ୍ୱତୀ ମିଶ୍ର, ଛାତ୍ରୀ, ଭୁବନେଶ୍ୱର
ପୂଜା ତ ଅଛି ହେଲେ ସେ ମଜା ନାହିଁ: ଦଶହରା ସମୟ ଆସିଲେ ଭାରି ଖୁସି ଲାଗେ। ଏ ସମୟରେ ମା’ଙ୍କ ଆଗମନରେ ଚତୁର୍ଦ୍ଦିଗ ଉତ୍ସବମୁଖରିତ ହୋଇଉଠେ। ତେବେ ଏ ସମୟଟି ମୋ ପାଇଁ ବେଶ୍‌ ଖାସ୍‌। କାରଣ ମା’ଙ୍କ ଦର୍ଶନ, ବୁଲା ବୁଲି ଆଦିର ମଜା ନେବା ସହ ନିଜେ ମଧ୍ୟ ଜଣେ ଡିଜେ ହିସାବରେ ବିଭିନ୍ନ ପ୍ରୋଗ୍ରାମ କରିଥାଏ। କଟକ ସହର ଏବଂ ଉପକଣ୍ଠ ଅଞ୍ଚଳରେ ଦଶହରା ସମୟରେ ବିଭିନ୍ନ ଷ୍ଟାଣ୍ଡିଂ ପ୍ରୋଗ୍ରାମ ଏବଂ ଭସାଣି ପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରାୟ ୩ ମାସ ଆଗରୁ ଲକ୍ଷ ଲକ୍ଷ ଟଙ୍କା ଆଡ଼ଭାନ୍ସ ଦେଇଯାଆନ୍ତି । ବିଶେଷ କରି କେତେକ ସ୍ଥାନରେ ନବମୀ ଏବଂ ଦଶମୀରେ ବଙ୍ଗୀୟ ରୀତିନୀତି ଅନୁଯାୟୀ ହେଉଥିବା ସିନ୍ଦୂର ଖେଳ ହେଉ କିମ୍ବା ଦାଣ୍ଡିଆ ନାଇଟ୍ସରେ ଡିଜେ ପ୍ରୋଗ୍ରାମର ମଜା ନିଆରା। ହେଲେ କରୋନା ଲାଗି ସରାକର ସାମାଜିକ କାର୍ଯ୍ୟକ୍ରମ ଏବଂ ଦୁର୍ଗାପୂଜାକୁ ନିରାଡ଼ମ୍ବରରେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିବାରୁ ଏବର୍ଷ ଦଶହରାରେ ପୂଜା ତ ଅଛି ହେଲେ ସେ ମଜା ନାହିଁ।
-ଧୀରେନ୍ଦ୍ର ବେହେରା, ଡିଜେ, କଟକ
ଖାଁ ଖାଁ ଲାଗୁଛି ଚାରିଆଡ଼:
ଦଶହରା ସମୟରେ ମା’ଙ୍କ ଦର୍ଶନ ଲାଗି ମଣ୍ଡପରୁ ମଣ୍ଡପ ବୁଲାବୁଲି ଏବଂ କିଲା ପଡ଼ିଆରେ ଆୟୋଜିତ ରାବଣପୋଡ଼ିରେ ଆତସବାଜି ଦେଖିବା ସହ ଭସାଣି ସମୟରେ ଡ୍ୟାନ୍ସ କରିବାର ଚାର୍ମ ଅଲଗା। ତା’ଛଡା ନିଜେ ମଧ୍ୟ ମଣ୍ଡପଠାରୁ ଆରମ୍ଭ କରି ବଡ଼ ବଡ଼ ଗେଟ୍‌ ଏବଂ କଲ୍ଚରାଲ ପ୍ରୋଗ୍ରାମ ପେଣ୍ଡାଲ ପର୍ଯ୍ୟନ୍ତ ଲାଇଟ୍‌ ଏବଂ ଅନ୍ୟାନ୍ୟ ଡେକୋରେଶନ୍‌ କାମ କିଛି ବର୍ଷ ହେବ କରି ଆସୁଛି। ତେଣୁ ଏହି କାମରେ ୨ ମାସ ପୂର୍ବରୁ ଅର୍ଡ଼ର ଆସିବା ସହ ଧୀରେ ଧୀରେ କାମ ଆରମ୍ଭ ହୋଇ ପୂଜା ସରିବାର କିଛି ଦିନ ପର୍ଯ୍ୟନ୍ତ କାମ ଚାଲିଥାଏ। ତେଣୁ ଏହି ସମୟଗୁଡ଼ିକ ସମ୍ପୂର୍ଣ୍ଣ କାର୍ଯ୍ୟବହୁଳ ଥିଲେ ସୁଦ୍ଧା ଖୁସି ଲାଗିଥାଏ। ହେଲେ ଏଥର କରୋନା ଦଶହରାର ଆନନ୍ଦ ନେବା ସହ ରୋଜଗାର ଉଭୟରୁ ବଞ୍ଚତ୍ତ କରିଛି। ଗତ ବର୍ଷକୁ ମନେପକାଇଲେ ବର୍ତ୍ତମାନ ଚାରିଆଡ଼େ ଏତେ ଖାଁ ଖାଁ ଲାଗୁଛି ଯେ, ଏହା ଦଶହରା ସମୟ ବୋଲି ବିଶ୍ୱାସ ହେଉନାହିଁ।
-ଅନିଲ ପାତ୍ର
ଡେକୋରେଟର୍‌, କଟକ


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri