ଉପାସନା, ସାଧନା ଓ ଆରାଧନା

ଶରତ କୁମାର ମହାନ୍ତି

ଜୀବନ ଧାରଣ ସକାଶେ ଅନ୍ନ, ବସ୍ତ୍ର ଓ ବାସଗୃହର ଯେପରି ଆବଶ୍ୟକତା ରହିଛି, ସେହିପରି ଆମତ୍ିକ ପ୍ରଗତି ନିମନ୍ତେ ଉପାସନା, ସାଧନା ଓ ଆରାଧନାର ପ୍ରୟୋଜନୀୟତା ରହିଛି। ଏଗୁଡ଼ିକୁ କୌଣସି ଗୋଟିଏ ସାହାଯ୍ୟରେ ଲକ୍ଷ୍ୟ ପୂରଣ ହୋଇପାରେ ନାହିିଁ। ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟ ଏହି ତିନୋଟି ଗୁରୁତ୍ୱପୂର୍ଣ୍ଣ ଚରଣର ବ୍ୟାଖ୍ୟା କରିଛନ୍ତି।
ଉପାସନାର ବାସ୍ତବ ରୂପ ସମ୍ପର୍କରେ ସେ କହିଛନ୍ତି, ବର୍ତ୍ତମାନ ଲୋକମାନେ ପୂଜା ପାଠକୁ ଉପାସନା ବୋଲି ଗ୍ରହଣ କରିନେଉଛନ୍ତିି। ପୂଜାର ଅନେକ ଅର୍ଥ ଥିବାବେଳେ ଲୋକେ ତାକୁ ଭଗବାନଙ୍କ ପ୍ରଶଂସା ବା ଗୁଣଗାନ କରିବା ବୁଝନ୍ତି। ମନ୍ତ୍ର ଉଚ୍ଚାରଣ କରି ଈଶ୍ୱରଙ୍କୁ କୌଣସି ଛୋଟ ଉପହାରଟିଏ ପ୍ରଦାନ କରିବା ଉପରେ ସେମାନେ ମନୋନିବେଶ କରିଥାନ୍ତି॥ ଆମତ୍ିକ ଉପଲବ୍ଧି ସକାଶେ କେବଳ ଦର୍ଶନ ଓ ପୂଜାପାଠ କରିଦେଲେ କାମ ଚଳିଯିବ ବୋଲି ସେମାନଙ୍କ ବିଶ୍ୱାସ। କିନ୍ତୁ ତାହା ସତ୍ୟ ନୁହେଁ। ଉପାସନାର ଅର୍ଥ ହେଉଛି, ଭକ୍ତ ନିଜକୁ ଭଗବାନଙ୍କ ପାଖରେ ସମର୍ପଣ କରିବା। ଭଗବାନ କାହାର ଇଚ୍ଛା ଅନୁସାରେ ନାଚନ୍ତି ନାହିଁ। ତାଙ୍କର ଭକ୍ତ ହେବାକୁ ପଡ଼ିବ। ତାଙ୍କ ସଙ୍କେତରେ ଚାଲିବାକୁ ପଡ଼ିବ। ଉଦାହରଣ ସ୍ବରୂପ କାଠ ଖଣ୍ଡରେ ଯେତେବେଳେ ଅଗ୍ନି ସହ ସଂଯୋଗ ହୁଏ ତାହା ସେତେବେଳେ ନିଜର ଗୁଣ ଧର୍ମକୁ ତ୍ୟାଗକରି ଅଗ୍ନିର ଗୁରୁ ଧର୍ମକୁ ଗ୍ରହଣ କରେ। ଏହି ସମୟରେ ଅଗ୍ନି କାଠରେ ପରିଣତ ହୁଏ ନାହିଁ, ବରଂ କାଷ୍ଠକୁ ଅଗ୍ନିରେ ପରିଣତ ହେବାକୁ ପଡ଼େ। ନାଳ ନଦୀରେ ମିଶିବା ପରେ ପବିତ୍ର ଓ ମହାନ୍‌ ହୋଇଯାଏ। ପରଶମଣିର ସ୍ପର୍ଶ ଲାଭକରି ଲୌହ ସ୍ବର୍ଣ୍ଣରେ ପରିଣତ ହୋଇଯାଏ। କିନ୍ତୁ ଲୌହ ପରଶମଣି ହୁଏ ନାହିଁ।
ଭକ୍ତକୁ ଭଗବାନଙ୍କ ସଙ୍କେତ ଅନୁସାରେ କାଷ୍ଠ ପୁତ୍ତଳିକା ସଦୃଶ ହେବାକୁ ପଡ଼ିବ। ଏହା ହିଁ ଉପାସନାର ଉପଯୁକ୍ତତତ୍ତ୍ୱ ଦର୍ଶନ। ଗୁରୁଦେବ ଆଚାର୍ଯ୍ୟ କୁହନ୍ତି, ଉପାସନା ନିମନ୍ତେ ଶ୍ରବଣ କୁମାରଙ୍କ ଭଳି ଆଦର୍ଶକୁ ନିଷ୍ଠା ସହକାରେ ପାଳନ କରିବା। ଉପାସନା କ୍ରିୟା ପ୍ରଧାନ ନୁହେଁ, ବରଂ ଶ୍ରଦ୍ଧା ଉପରେ ନିର୍ଭର କରେ। ସମର୍ପଣ, ଏକାଗ୍ରତା,ଏକାମ୍ରତା ଓ ଅଭ୍ୟାସ ବଳରେ ଏହା ଅନ୍ତରରେ ବଳବତ୍ତର ହୋଇ ନିଷ୍ଠାରେ ପରିଣତ ହୁଏ। ଏହା ହିଁ ଉପାସନାର ମୂଳ ଉଦ୍ଦେଶ୍ୟ।
ସାଧନା ସମ୍ପର୍କରେ କହିଛନ୍ତି, ସୁଗ୍ରୀବ, ବିଭୀଷଣ, ସୁଦାମା ଓ ଅର୍ଜୁନ ଆଦି ଭକ୍ତମାନେ ଯାହା ପାଇଥିଲେ, ଯେଉଁ କର୍ମ କରି ଦେଖାଇଥିଲେ, ସେସବୁ ନିଜ ପୌରୁଷତ୍ୱପଣିଆ ବା ପରାକ୍ରମର ଫଳ ନ ଥିଲା, ସେଥିରେ ଈଶ୍ୱରଙ୍କ ମହାନତା ରହିଛି। ଭଗବାନଙ୍କର କାହା ସଙ୍ଗରେ ଶତ୍ରୁତା ନାହିଁ, ସେ ନିୟମରେ ବନ୍ଧା। ଜୀବନ ସାଧନା ଦ୍ୱାରା ଦୈବୀ ଅନୁଗ୍ରହ ମିଳିଥାଏ। ଉପାସନା ସହ ଏହାର ନିବିଡ଼ ସମ୍ବନ୍ଧ ରହିଛି । ବିଦ୍ୟୁତ୍‌ ଧାତୁ ପଦାର୍ଥରେ ଗତି କରେ, ମାତ୍ର ଶୁଖିଲା କାଠରେ କରିପାରେ ନାହିଁ। ସେହିପରି ଭଗବାନଙ୍କ ନିକଟ ହେବା ପାଇଁ ନିଜକୁ ସଫା ସୁତୁରା କରିବା ସହ ଚରିତ୍ରକୁ ଶୁଦ୍ଧ ଓ ପବିତ୍ର କରିବାକୁ ହୁଏ। ଏଥିପାଇଁ ସାଧନା ଆବଶ୍ୟକ। ଯେଉଁ ଦିନଠାରୁ ଭକ୍ତି ଓ ସାଧନା ଆରମ୍ଭ ହୁଏ, ସେହି ଦିନଠାରୁ ବ୍ୟକ୍ତିର କାୟାକଳ୍ପ ବଦଳିଯାଏ। ସାଧକ ହିଁ ପ୍ରକୃତ ଉପାସକ ହୋଇପାରେ। ଯେଉଁମାନେ ଜୀବନରେ ସାଧନା କରି ନାହାନ୍ତି, ଯାହାଙ୍କ ଚିନ୍ତନ ଚରିତ୍ର, ଆଚାରବିଚାର ଅସଂଯତ, ଯାହାଙ୍କ ମସ୍ତିଷ୍କ ଅବାଞ୍ଛିତ ଭାବନାରେ ଜଡ଼ିତ ସେମାନଙ୍କ ମନ ଈଶ୍ୱରଙ୍କଠାରେ ଲାଗେନାହିଁ। ଯେଉଁ ବ୍ୟକ୍ତିଙ୍କ ପାଖରେ ଉତ୍ତମ ଭାବନା ରହିଛି, ଗୁଣ, କର୍ମ ଓ ସ୍ବଭାବରେ ସାତ୍ତ୍ୱିକତା ରହିଛି ତାଙ୍କୁ ପୂଜା କର୍ମ ଫଳ ଆପେ ଆପେ ମିଳିଥାଏ। କ୍ରିୟା ବୃତ୍ତିରୁ ଉପତ୍ନ୍ନ ହୁଏ, ଶରୀର ମନ ଦ୍ୱାରା ସଂଚାଳିତ ହୁଏ, ମନରେ ଯେପରି ଇଚ୍ଛା ଜାଗ୍ରତ ହୁଏ ଶରୀର ସେହିପରି ଆଚରଣକରେ। ତେଣୁ କୁକର୍ମ ପାଇଁ ଶରୀର ନୁହେଁ, ମନ ସମ୍ପୂର୍ଣ୍ଣ ରୂପେ ଦାୟୀ। ଏଥିପାଇଁ ଜୀବନରେ ସାଧନାକୁ କୁଠାର ଭାବେ ବ୍ୟବହାର କରିବା ଆବଶ୍ୟକ।
ଗୁରୁଦେବ ଆଚାର୍ଯ୍ୟ ଆରାଧନାର ଅର୍ଥ ସମ୍ପର୍କରେ ବ୍ୟାଖ୍ୟା କରିବାକୁ ଯାଇ କହିଛନ୍ତି, ଲୋକଙ୍କ ମଙ୍ଗଳ ସାଧନାରେ ନିରତ ରହିବା। ଜୀବନ ସାଧନାର ଅନ୍ୟ ରୂପ ଆତ୍ମ ସଂଯମ ଅଟେ। ଏଥିରୁ ନିମ୍ନତମ ଖର୍ଚ୍ଚ କରି ଅଧିକତମ ସଞ୍ଚୟ କରାଯାଏ। ଶରୀର ତଥା ପରିବାରର ଅନିବାର୍ଯ୍ୟ ଆବଶ୍ୟକତା ପୂରଣ କରିବା ସକାଶେ ଆବଶ୍ୟକମତେ ସମୟ, ଶ୍ରମ ଓ ଧନ ଖର୍ଚ୍ଚ କରିବାକୁ ପଡ଼େ। ଜଣେ ଶିକ୍ଷିତ ବ୍ୟକ୍ତିର ଆୟ ଯେତେ ତହିଁରେ ଅନିବାର୍ଯ୍ୟ ଖର୍ଚ୍ଚ ଯିବା ପରେ କିଛି ବଳକା ରହେ। ଏହାର ସଦୁପଯୋଗକୁ ଆରାଧନା କହନ୍ତି। ଈଶ୍ୱର ନିରାକାର , ପରମାତ୍ମା । ଏହାର ଅର୍ଥ ଆତ୍ମାଗୁଡ଼ିକର ଶ୍ରେଷ୍ଠ ସମୁଚୟ। ଏହା ହିଁ ବିରାଟ ବ୍ରହ୍ମ ବା ବିରାଟ ବିଶ୍ୱ। ଭଗବାନ କୃଷ୍ଣ ଏହି ବିଶ୍ୱ ରୂପ ଅର୍ଜୁନଙ୍କୁ ଓ ମାତା ଯଶୋଦାଙ୍କୁ ଦର୍ଶନ କରାଇଥିଲେ। ଭଗବାନ ରାମ ମାତା କୌଶଲ୍ୟା ଓ ଭୁଷୁଣ୍ଡିକାକଙ୍କୁ ଏହି ରୂପର ଝଲକ ଦେଖାଇଥିଲେ। ଏହି ଦୃଷ୍ଟିରୁ ଲୋକ ସେବା ହିଁ ବିରାଟ ବ୍ରହ୍ମଙ୍କ ଆରାଧନା। ଭଗବାନଙ୍କ ଉଦ୍ଦେଶ୍ୟକୁ ସଫଳ କରିବାରେ ଏ ଜୀବନର ସାର୍ଥକତା ରହିଛି।
ସି-୨୧, ଲିଙ୍ଗରାଜବିହାର,
ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

ଏଇ ଭାରତରେ

ସମୟ କ୍ରମେ ମଣିଷର ଖାଦ୍ୟ ରୁଚି ବଦଳୁଛି। ସେଫ୍‌ମାନେ ନୂଆ ପ୍ରକାରର ତଥା ସ୍ବାଦର ଖାଦ୍ୟ ସାମ୍ନାକୁ ଆଣୁଛନ୍ତି। ସେଥି ମଧ୍ୟରୁ ଏବେ ମୋମୋ ବେଶ୍‌...

ଦିବ୍ୟାଙ୍ଗ ଓ ନିଯୁକ୍ତି

ମିନତି ପ୍ରଧାନ ଗତ କେଇ ଦଶନ୍ଧି ତଳେ ଦିବ୍ୟାଙ୍ଗଙ୍କୁ କେବଳ ଛୋଟମୋଟ ବ୍ୟବସାୟ କରିବାକୁ ସୁଯୋଗ ମିଳୁଥିଲା। ମାତ୍ର ଅନ୍ତଃରାଷ୍ଟ୍ରୀୟ ଓ ରାଷ୍ଟ୍ରୀୟ ସଂସ୍ଥା, ଏନ୍‌ଜିଓ...

ଉତ୍ତର ପିଢ଼ିର ବ୍ୟାଘ୍ରାରୋହଣ

ଛାୟାକାନ୍ତ ଷଡ଼ଙ୍ଗୀ ଗୋଦାବରୀଶ ମହାପାତ୍ରଙ୍କ କ୍ଷୁଦ୍ରଗଳ୍ପ ‘ଏବେ ବି ବଞ୍ଚତ୍ଛି’ର ଦୁର୍ଭିକ୍ଷ ପ୍ରପୀଡ଼ିତ ନାୟକ ବେଣୁଧର ସରକାରୀ ସାହାଯ୍ୟ କେନ୍ଦ୍ରକୁ ଚାଉଳ ଆଣିବା ପାଇଁ ଯାଇଛି...

ସଙ୍କଟରେ ନ୍ୟାୟାଳୟ

ନ୍ୟାୟପାଳିକା ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ନାଗରିକଙ୍କ ସ୍ବାର୍ଥରକ୍ଷା ନିଶ୍ଚିତ କରେ। ଭାରତର ନ୍ୟାୟିକ ବ୍ୟବସ୍ଥା ସୁବ୍ୟସ୍ଥିତ ଓ ଏହାର ଶୀର୍ଷରେ ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri