Posted inଜାତୀୟ

ଜାତୀୟ ଜରୁରୀ ପରିସ୍ଥିତି

ନୂଆଦିଲ୍ଲୀ,୨୩ା୪:ସମ୍ପ୍ରତି ଭାରତରେ ଉପୁଜିଥିବା କୋଭିଡ୍‌-୧୯ ସ୍ଥିତିକୁ ସୁପ୍ରିମକୋର୍ଟ ନ୍ୟାଶନାଲ ଏମର୍ଜେନ୍ସି ବା ଜାତୀୟ ଜରୁରିକାଳୀନ ପରିସ୍ଥିତି ବୋଲି ଅଭିହିତ କରିଛନ୍ତି। ହସ୍ପିଟାଲଗୁଡ଼ିକରେ ଅକ୍ସିଜେନ, ଶଯ୍ୟା ଓ ଆଣ୍ଟାଇ-ଭାଇରାଲ ଡ୍ରଗ୍‌ ରେମ୍‌ଡେସିଭିର ସଙ୍କଟକୁ ନେଇ ୬ ହାଇକୋର୍ଟରେ କେତେକ ପିଟିଶନର ଶୁଣାଣି ଚାଲିଥିବାବେଳେ ଗୁରୁବାର ଦେଶର ସର୍ବୋଚ୍ଚ ଅଦାଲତ ଏହି ପ୍ରସଙ୍ଗରେ ନିଜ ଆଡ଼ୁ ହସ୍ତକ୍ଷେପ କରିଛନ୍ତି। ଅକ୍ସିଜେନ ଯୋଗାଣ, ଜୀବନ ରକ୍ଷାକାରୀ ଔଷଧ ଓ ଟିକାକରଣ ପଦ୍ଧତି ଉପରେ ଆମେ ଏକ ‘ଜାତୀୟ ନୀତି’ ଦେଖିବାକୁ ଚାହୁଁ ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏସ୍‌.ଏ. ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ କହିଛନ୍ତି। ଏହାସହ କେନ୍ଦ୍ର ସରକାରଙ୍କୁ ଏନେଇ ନୋଟିସ ପଠାଇଛନ୍ତି। ତାମିଲନାଡୁର ଟୁଟିକୋରିନରେ ବେଦାନ୍ତର ଷ୍ଟେରଲାଇଟ୍‌ କପର୍‌ ୟୁନିଟ୍‌ ଖୋଲିବା ପାଇଁ କମ୍ପାନୀ ପକ୍ଷରୁ ଦାଏର ପିଟିଶନର ଶୁଣାଣି ଶୁକ୍ରବାର କରିବାକୁ ଶୀର୍ଷ ଅଦାଲତ ରାଜି ହୋଇଛନ୍ତି। କାରଣ ଉକ୍ତ ପ୍ଲାଣ୍ଟରେ ହଜାର ହଜାର ଟନ୍‌ ଅକ୍ସିଜେନ ଉତ୍ପାଦନ କରାଯିବ ଏବଂ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ତାହା ମାଗଣାରେ ଦିଆଯିବ ବୋଲି ବେଦାନ୍ତ ଦର୍ଶାଇଛି।
ଟୁଟିକୋରିନ ପ୍ଲାଣ୍ଟ ସ୍ଥାନୀୟ ଅଞ୍ଚଳର ଭୂତଳ ଜଳକୁ ପ୍ରଦୂଷିତ କରୁଥିବା ଅଭିଯୋଗ ଆଣି ୨୦୧୮ ମେ’ ୨୨ରେ ବିକ୍ଷୋଭ କରୁଥିବା ଲୋକଙ୍କ ଉପରେ ତାମିଲନାଡୁ ପୋଲିସ ଗୁଳି ଚଳାଇଥିଲା। ଏଥିରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା। ବିବାଦ ବଢ଼ିବାରୁ ତାମିଲନାଡୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଉକ୍ତ ପ୍ଲାଣ୍ଟକୁ ବନ୍ଦ କରିଦେଇଥିଲା। ଏବେ କୋଭିଡ୍‌-୧୯ ଭୂତାଣୁ ସେହି ପ୍ଲାଣ୍ଟ ଖୋଲିବା ଲାଗି ବେଦାନ୍ତ ପାଇଁ ଏକ ସୁଯୋଗ ସୃଷ୍ଟି କରିଛି। ସୁପ୍ରିମକୋର୍ଟରେ ବେଦାନ୍ତ ଏକ ପିଟିଶନ ଦାଏର କରିଛି। ସେଥିରେ ଦର୍ଶାଯାଇଛି ଯେ, ସୁପ୍ରିମକୋର୍ଟଙ୍କ ଅନୁମତି ମିଳିଲେ ବେଦାନ୍ତ ୫ରୁ ୬ ଦିନ ମଧ୍ୟରେ ଉତ୍ପାଦନ ଆରମ୍ଭ କରିପାରିବ। ହଜାର ହଜାର ଟନ୍‌ ଅମ୍ଳଜାନ ଉତ୍ପାଦନ କରି ରୋଗୀଙ୍କୁ ମାଗଣାରେ ଯୋଗାଇବା ପାଇଁ କମ୍ପାନୀ ପ୍ରସ୍ତୁତ। ବେଦାନ୍ତ ପକ୍ଷରୁ ବରିଷ୍ଠ ଆଇନଜୀବୀ ହରିଶ ସାଲ୍‌ଭେ ଗୁରୁବାର ହିଁ ଏହାର ଜରୁରୀ ଶୁଣାଣି କରାଯାଉ ବୋଲି ଅନୁରୋଧ କରିଥିଲେ। ଅକ୍ସିଜେନ ଅଭାବରୁ ଲୋକେ ପ୍ରତିଦିନ ମରୁଛନ୍ତି। ଆମେ ଅକ୍ସିଜେନ ଉତ୍ପାଦନ କରି କୋଭିଡ୍‌-୧୯ ରୋଗୀମାନଙ୍କ ଚିକିତ୍ସା ପାଇଁ ଯୋଗାଇବୁ ବୋଲି ସାଲ୍‌ଭେ ଯୁକ୍ତି ବାଢ଼ିଥିଲେ। ତେବେ ତାମିଲନାଡୁ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ସି.ଏସ୍‌. ବୈଦ୍ୟନାଥନ୍‌ ବେଦାନ୍ତର ପିଟିଶନକୁ ସୁପ୍ରିମକୋର୍ଟ ପୂର୍ବରୁ ପ୍ରତ୍ୟାଖ୍ୟାନ କରିଥିବା ଦର୍ଶାଇ ଏହାର ଶୁଣାଣି ସୋମବାର ପର୍ଯ୍ୟନ୍ତ ଘୁଞ୍ଚାଯାଉ ବୋଲି ଯୁକ୍ତି ବାଢ଼ିଥିଲେ। କମ୍ପାନୀ ବର୍ତ୍ତମାନ ସ୍ଥିତିରେ ୨ରୁ ୪ ସପ୍ତାହ ପୂର୍ବରୁ ଅକ୍ସିଜେନ ଉତ୍ପାଦନ ଆରମ୍ଭ କରିପାରିବ ନାହିଁ ବୋଲି କେତେକ ରେକର୍ଡର ଅବତାରଣା କରି କହିଥିଲେ। ଏଥିସହ ବିଭିନ୍ନ କାରଣ ଦର୍ଶାଇ ଏହାର ପ୍ଲାଣ୍ଟ ଖୋଲିବା ପ୍ରସ୍ତାବକୁ ବିରୋଧ କରିଥିଲେ।
ଜଷ୍ଟିସ୍‌ ଏଲ୍‌. ନାଗେଶ୍ୱର ରାଓ ଏବଂ ଏସ୍‌. ରବୀନ୍ଦ୍ର ଭଟ୍ଟ ସାମିଲ ଥିବା ଖଣ୍ଡପୀଠ ଭିଡିଓ କନ୍‌ଫରେନ୍ସ ଜରିଆରେ ଶୁଣାଣି କରି ତାମିଲନାଡୁ ସରକାରଙ୍କ ଆପତ୍ତି ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଖଣ୍ଡପୀଠ କହିଛନ୍ତି, ଆମେ ସବୁକଥା ବୁଝୁଛୁ। ପ୍ଲାଣ୍ଟ ପକ୍ଷରୁ ପରିବେଶଗତ ନିୟମ ପାଳନକୁ ଆମେ ସୁନିଶ୍ଚିତ କରିବୁ। ବେଦାନ୍ତକୁ ଅକ୍ସିଜେନ ଉତ୍ପାଦନ ପାଇଁ ଅନୁମତି ଦିଆଯିବ। ଆମେ ଅକ୍ସିଜେନ ପ୍ଲାଣ୍ଟକୁ ଗୁରୁତ୍ୱ ଦେଉଛୁ। ଦେଶରେ ଏକପ୍ରକାର ଜାତୀୟ ଜରୁରୀ ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ସମାଧାନ କ୍ଷେତ୍ରରେ ତାମିଲନାଡୁ ସରକାର ପ୍ରତିବନ୍ଧକ ସୃଷ୍ଟି କରନ୍ତୁ ନାହିଁ। ବେଦାନ୍ତର ଆବେଦନ ଉପରେ ଶୁକ୍ରବାର ଶୁଣାଣି କରାଯିବ। ଅନ୍ୟପକ୍ଷେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, ଦେଶରେ ମେଡିକାଲ ଅକ୍ସିଜେନ ଅଭାବ ଦେଖାଦେଇଛି।
କେନ୍ଦ୍ର ସରକାର ସମସ୍ତ ଉତ୍ସରୁ ଅକ୍ସିଜେନ ଆଣୁଛନ୍ତି। ବେଦାନ୍ତ ଉକ୍ତ ପ୍ଲାଣ୍ଟକୁ କାର୍ଯ୍ୟକ୍ଷମ କରିବାକୁ ଚାହୁଁଛି। କିନ୍ତୁ ଏହି କମ୍ପାନୀକୁ କେବଳ ସ୍ବାସ୍ଥ୍ୟରକ୍ଷା ଲାଗି ଉଦ୍ଦିଷ୍ଟ ଅକ୍ସିଜେନ ଉତ୍ପାଦନ ପାଇଁ ଅନୁମତି ଦିଆଯାଉ। ପରିବେଶ ସୁରକ୍ଷା ଓ ଜୀବନ ରକ୍ଷା ମଧ୍ୟରୁ ଆମେ ମଣିଷ ଜୀବନର ରକ୍ଷାକୁ ପ୍ରାଧାନ୍ୟ ଦେବା ଉଚିତ। ପ୍ରକାଶ ଯେ, କୋଭିଡ୍‌ ସଂକ୍ରମଣକୁ ନେଇ ଦେଶରେ ସୃଷ୍ଟି ହୋଇଥିବା ଅଚଳାବସ୍ଥାକୁ ଦୃଷ୍ଟିରେ ରଖି ପୂର୍ବରୁ ଦିଲ୍ଲୀ, ବମ୍ବେ, ସିକିମ, ମଧ୍ୟପ୍ରଦେଶ, କାଲକାଟା ଓ ଆଲ୍ଲାହାବାଦ ହାଇକୋର୍ଟ ସମ୍ପୃକ୍ତ ରାଜ୍ୟଗୁଡ଼ିକର ବ୍ୟାପାରରେ ହସ୍ତକ୍ଷେପ କରିସାରିଛନ୍ତି। ଉକ୍ତ ହାଇକୋର୍ଟଗୁଡ଼ିକର ରାୟକୁ ନେଇ ଦ୍ୱନ୍ଦ୍ୱାମତ୍କ ସ୍ଥିତି ସୃଷ୍ଟି କରାଯାଉଥିବା ଦର୍ଶାଇ ସୁପ୍ରିମକୋର୍ଟ ନିଜ ଆଡ଼ୁ ମାମଲାର ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

ବିଜୟଙ୍କ ବଡ଼ ବୟାନ: ରାଜା ହେବାକୁ ନୁହେଁ, ରାଜନୀତିକୁ ଆସିଛି….

ଚେନ୍ନାଇ,୩୦।୯: ତାମିଲନାଡୁର ଧାରାପୁରମରେ ଏକ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ନିଜ ଦଳ TVKର ରାଜନୈତିକ ଆଭିମୁଖ୍ୟ ନେଇ ବଡ଼ ବୟାନ ଦେଇଛନ୍ତି। ସେ…

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

ଗ୍ରାହକଙ୍କୁ ବଡ଼ ଝଟକା; ବଢ଼ିଲା କ୍ଷୀର ଦର, ଅକ୍ଟୋବର ୧ରୁ ଲିଟର ପିଛା…

ଭୋପାଳ,୩୦।୯: ମଧ୍ୟପ୍ରଦେଶର ଇନ୍ଦୋରରେ ବଢ଼ିଲା କ୍ଷୀର ଦର ।ଅକ୍ଟୋବର ୧ ତାରିଖରୁ ଏହା ଲାଗୁ ହେବ । ଇନ୍ଦୋର ଦୁଗ୍ଧ ବିକ୍ରେତା ସଂଘ କ୍ଷୀର ଦର ଲିଟର…

‘ସ୍ତ୍ରୀ ମୋତେ ବହୁତ ମାନସିକ ନିର୍ଯାତନା…’, ଆତ୍ମହତ୍ୟା ପୂର୍ବରୁ ଭିଡିଓ କରି ଝୁଲିପଡ଼ିଲେ ଯୁବକ

ଲକ୍ଷ୍ନୌ,୩୦।୯: ଉତ୍ତରପ୍ରଦେଶର ଗ୍ରେଟର ନୋଏଡାର ବିସରଖ ଥାନା ଅଞ୍ଚଳରେ ଜଣେ ୨୫ ବର୍ଷୀୟ ଯୁବକ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ମୃତକଙ୍କ…

ଟ୍ରମ୍ପଙ୍କ ସହ ଫୋନରେ କଥା ହେଲେ ମୋଦି, ଏହି ସବୁ ବିଷୟକୁ ନେଇ ଆଲୋଚନା…

ନୂଆଦିଲ୍ଲୀ,୩୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଫୋନ୍‌ରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଦୁଇ ନେତା ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି,…

୩୮ ବର୍ଷୀୟ ଉମେଶ ଯାଦବଙ୍କୁ ସୁଯୋଗ ଦେଲା ଶୁଭମନ ଗିଲଙ୍କ ଟିମ୍, ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲା ନିଷ୍ପତ୍ତି!

ନୂଆଦିଲ୍ଲୀ,୩୦ା୯: ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ଦ୍ରୁତ ବୋଲର ଉମେଶ ଯାଦବ ୩୮ ବର୍ଷ ବୟସରେ ଏକ ନୂଆ ଦଳରୁ ଖେଳିବାର ସୁଯୋଗ ପାଇଛନ୍ତି। ଆଗାମୀ ଘରୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?