Posted inଜାତୀୟ

ଟ୍ରିପଲ୍‌-ମ୍ୟୁଟାଣ୍ଟ ଚିନ୍ତାଜନକ

କୋଲକାତା, ୨୩ା୪: ପଶ୍ଚିମବଙ୍ଗରେ କରୋନା ଭୂତାଣୁର ନୂଆ ରୂପ (ଟ୍ରିପଲ୍‌ ମ୍ୟୁଟାଣ୍ଟ ଷ୍ଟ୍ରେନ୍‌) ମିଳିବା ପରେ ଏହା ଚିନ୍ତା ବଢ଼ାଇଛି। ଡବଲ୍‌ ମ୍ୟୁଟାଣ୍ଟ (ବି.୧.୬୧୭) ପରେ ଭାରତରେ ଏହା ଦ୍ୱିତୀୟ ଟ୍ରିପଲ୍‌ ମ୍ୟୁଟାଣ୍ଟ (ବି.୧.୬୧୮) ଷ୍ଟ୍ରେନ୍‌। ଉକ୍ତ ନୂଆ ରୂପ ଅଧିକ ଦ୍ରୁତ ବେଗରେ ସଂକ୍ରମିତ ହେବା ସାଙ୍ଗକୁ ବ୍ୟକ୍ତିର ରୋଗ ପ୍ରତିରୋଧ ବ୍ୟବସ୍ଥାକୁ ଏଡ଼ାଇଯାଇପାରିବ ବୋଲି ବୈଜ୍ଞାନିକମାନେ ଚିନ୍ତାପ୍ରକଟ କରିଛନ୍ତି। ଏପରିକି ପୂର୍ବରୁ କରୋନା ସଂକ୍ରମିତ ହୋଇଥିବା ଓ ଟିକା ନେଇଥିବା ବ୍ୟକ୍ତି ମଧ୍ୟ ଟ୍ରିପଲ୍‌ ମ୍ୟୁଟାଣ୍ଟ ସଂକ୍ରମଣରୁ ବାଦ୍‌ ପଡ଼ିବେ ନାହିଁ ବୋଲି କୁହାଯାଉଛି। ତେବେ ଟ୍ରିପଲ୍‌ ମ୍ୟୁଟାଣ୍ଟର ଭୟାବହତା ସମ୍ପର୍କରେ ସ୍ପଷ୍ଟ ହେବା ପାଇଁ ଅଧିକ ଗବେଷଣାର ଆବଶ୍ୟକତା ରହିଛି।
ପଶ୍ଚିମବଙ୍ଗରେ ନିକଟରେ ବି.୧.୬୧୮ ଷ୍ଟ୍ରେନ୍‌ ଦ୍ରୁତ ବେଗରେ ସଂକ୍ରମଣ ହେବାରେ ଲାଗିଛି। ସିଏସ୍‌ଆଇଆର୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଜିନୋମିକ୍ସ ଆଣ୍ଡ ଇଣ୍ଟିଗ୍ରେଟିଭ୍‌ ବାୟୋଲୋଜିରେ ଜିନୋମ୍‌ ମ୍ୟୁଟେଶନ ଉପରେ ଗବେଷଣା କରୁଥିବା ବିନୋଦ ସ୍କାରିଆ ଏହା କହିଛନ୍ତି। ମହାରାଷ୍ଟ୍ରରୁ ଡବଲ୍‌ ମ୍ୟୁଟାଣ୍ଟ ଭାରିଆଣ୍ଟ ଚିହ୍ନଟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୂଷାଗାତ ନଦୀବନ୍ଧକୁ କରୁଛି ଦୁର୍ବଳ: ପଦକ୍ଷେପ ନେବାକୁ ଏସ୍‌ଡିଏମ୍‌ ଦେଲେ ନିର୍ଦ୍ଦେଶ

ପାଟନା,୨୧।୭: ବିହାର ପଶ୍ଚିମ ଚମ୍ପାରଣରେ ପିପରା-ପିପରାସିଠାରେ ଗଣ୍ଡକ ନଦୀର ବନ୍ଧ ଦୁର୍ବଳ ହେବାରେ ଲାଗିଛି। ଏଠାରେ ନଦୀବନ୍ଧରେ ମୂଷାଗାତ କରିଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି।...

ଯୋଗୀ ଜାରି କଲେ ଜନ ସଂଖ୍ୟା ୨୦୨୧-୩୦ ନୀତି…

ଲକ୍ଷ୍ନୌ,୧୧।୭: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ରାଜ୍ୟରେ ଜନ ସଂଖ୍ୟା ୨୦୨୧-୩୦ ନୀତି ଜାରି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବାସ ଭବନରେ...

୧୦ରେ ଓଡ଼ିଶା-ଆନ୍ଧ୍ରପ୍ରଦେଶ ପ୍ରଶାସନିକ ସ୍ତରରେ ଆଲୋଚନା

ନୂଆଦିଲ୍ଲୀ,୭।୧: କୋଟିଆ ବିବାଦ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା ସହ ଏହାର ସମାଧାନ ନିମନ୍ତେ ଉଭୟ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଆସନ୍ତା ୧୦...

ରାଜ କୁନ୍ଦ୍ରା ଗିରଫ, ଅଶ୍ଳୀଳ ଭିଡ଼ିଓ ପ୍ରସ୍ତୁତ କରିଥିବା ଅଭିଯୋଗ…

ମୁମ୍ବାଇ,୨୦।୭: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ୍‌ କୁନ୍ଦ୍ରାଙ୍କ ବିରୋଧରେ ଅଶ୍ଳୀଳ ଭିଡ଼ିଓ ପ୍ରସ୍ତୁତ କରୁଥିବା ଏବଂ ଆପତ୍ତିଜନକ କଣ୍ଟେ୍‌ଟ ଅପଲୋଡ୍‌ କରୁଥିବା ଅଭିଯୋଗ...

ଭାଜପା ସରକାର ଗଠନ କରିବା ପରେ ବନ୍ଦ ହୋଇନି ମଣିପୁର: ଶାହା

ଇମ୍ଫାଲ,୨୭ ।୧୨: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରବିବାର ମଣିପୁରର ରାଜଧାନୀ ଇମ୍ଫାଲ ପହଞ୍ଚିଛନ୍ତି । ବିମାନ ବନ୍ଦରରେ ତାଙ୍କୁ ସ୍ୱାଗତ କରାଯିବା ପରେ ସେ ମଣିପୁର...

ୟୁପି ନିର୍ବାଚନ: ସପା, ଭାଜପା କର୍ମୀ ମୁହାଁମୁହିଁ

ଲକ୍ଷ୍ନୌ,୮ ।୭: ଉତ୍ତର ପ୍ରଦେଶରେ ଗୁରୁବାର ୮୨୫ ପଞ୍ଚାୟତ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯାଉଥିଲା । ଜିଲା ପଞ୍ଚାୟତ ନିର୍ବାଚନରେ ହୋଇଥିବା...

ସୁଷମାଙ୍କୁ ମନେପକାଇ ଭୋ ଭୋ ହୋଇ କାନ୍ଦିଲେ ରମା ଦେବୀ

ନୂଆଦିଲ୍ଲୀ, ୭।୮: ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତ୍ରୀ ସୁଷମା ସୱରାଜଙ୍କର ମଙ୍ଗଳବାର ରାତିରେ ପରଲୋକ ହୋଇଯାଇଛି। ଏ ଘଟଣା ଅନେକଙ୍କୁ ଆଶ୍ଚର୍ଯ୍ୟ...

ସରିଲା ଅଯୋଧ୍ୟା ବିଚାର

ନୂଆଦିଲ୍ଲୀ,୧୭ା୧୦(ପି.ଟି./ଆଇଏଏନ୍‌ଏସ୍‌): ସୁପ୍ରିମକୋର୍ଟରେ ୪୦ ଦିନର ମାରାଥନ୍‌ ଶୁଣାଣି ପରେ ବୁଧବାର ଅଯୋଧ୍ୟାର ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ ଜମି ବିବାଦ ମାମଲାର ବିଚାର ଶେଷ ହୋଇଛି। ଭାରତର...

Advertisement
Archives

Model This Week