୧୩ ମାସ ପରେ ଘରକୁ ଗଲେ ବିଶ୍ୱର ସବୁଠୁ ଛୋଟ ଶିଶୁ

ଦୁନିଆର ସବୁଠାରୁ ଛୋଟ ଶିଶୁ ଦୀର୍ଘ ୧୩ ମାସ ହସ୍ପିଟାଲରେ ରହିବା ପରେ ଏବେ ଡିସଚାର୍ଜ ହୋଇ ଘରକୁ ଯାଇଛନ୍ତି। କ୍ୱେକ ୟୁ ଜୁଆନ ଏହି ଶିଶୁ କନ୍ୟାଟି ୯ ଜୁନ ୨୦୨୦ରେ ସିଙ୍ଗାପୁରର ନ୍ୟାସନାଲ ୟୁନିଭରସିଟି ହସ୍ପିଟାଲରେ ଜନ୍ମଗ୍ରହଣ କରିଥିଲେ। ଜନ୍ମ ସମୟରେ ତାର ଓଜନ ୨୧୨ ଗ୍ରାମ ହୋଇଥିବାବେଳେ ଲମ୍ବ ୨୪ ସେଣ୍ଟିମିଟର ଥିଲେ। ଶିଶୁଟି ନିଜେ ୫ ମାସରେ ଜନ୍ମ ହୋଇଥିଲେ ଏବଂ ତାଙ୍କର ଅନେକ ଅଙ୍ଗ ବିକଶିତ ହୋଇ ନ ଥିଲା। ତା’ର ଫୁସଫୁସ ମଧ୍ୟ ସଠିକ ଭାବରେ ବିକଶିତ ହୋଇ ନ ଥିଲା ଏବଂ ସେ ଭେଣ୍ଟିଲେଟର ବିନା ନିଶ୍ୱାସ ମଧ୍ୟ ନେଇ ପାରି ନ ଥିଲେ। ଏହା ବ୍ୟତୀତ ତାଙ୍କର ଚର୍ମ ମଧ୍ୟ ଅତି ସୂକ୍ଷ୍ମ ଥିଲା। ଏହି କାରଣରୁ, ଜନ୍ମ ସମୟରେ ତାଙ୍କର ଓଜନ ଏକ ସେଓର ଓଜନ ସହିତ ସମାନ ଥିଲା । ଏହା ଦେଖି ଡାକ୍ତର ଏବଂ ନର୍ସମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଜନ୍ମ ପରେ, କ୍ୱେକ ୟୁ ଜୁଆନ ହସ୍ପିଟାଲର ଇଣ୍ଟେନ୍ସିଭ କେୟାର ୟୁନିଟ (ଆଇସିୟୁ) ରେ ୧୩ ମାସ ରହିଲେ ଏବଂ ସପ୍ତାହେ ପର୍ଯ୍ୟନ୍ତ ଭେଣ୍ଟିଲେଟରରେ ରଖାଗଲା। ତାଙ୍କୁ ଜୁଲାଇ ୯ ରେ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ଜନ୍ମର ୪ ମାସ ପର୍ଯ୍ୟନ୍ତ ଶିଶୁଟିକୁ ବଞ୍ଚାଇବା ଡାକ୍ତରଙ୍କ ପାଇଁ ବହୁତ କଷ୍ଟସାଧ୍ୟ ଥିଲା। ଯଏବେ ଝିଅଟି ସୁସ୍ଥ ଅଛି ଏବଂ ଜୁଲାଇ ୯ରେ ଡିସଚାର୍ଜ ସମୟରେ କ୍ୱେକ ୟୁ ଜୁଆନଙ୍କ ଓଜନ ୬.୩ କିଲୋଗ୍ରାମ ଥିଲା୍‌
କ୍ୱେକ ୟୁ ଜୁଆନଙ୍କ ଚିକିତ୍ସା ପାଇଁ ତାଙ୍କ ମାତାପିତା ୧.୯ ଲକ୍ଷ ପାଉଣ୍ଡ ଅର୍ଥାତ୍‌ ପ୍ରାୟ ୧ କୋଟି ୯୫ ଲକ୍ଷ ଟଙ୍କା ଜମା ଅର୍ଥ ଜମା କରିଥିଲେ, ସେଥିମଧ୍ୟରୁ ପ୍ରାୟ ୧ ଲକ୍ଷ ପାଉଣ୍ଡ ଅର୍ଥାତ୍‌ ୧୩ ମିଲିୟନ ଟଙ୍କା ତାଙ୍କ ଚିକିତ୍ସା ପାଇଁ ଜମା କରାଯାଇଥିଲା। ଭବିଷ୍ୟତର ଚିକିତ୍ସା ଖର୍ଚ୍ଚ ପାଇଁ ସେ ବାକି ଟଙ୍କା ରଖିଛନ୍ତି।
କ୍ୱେକ ୟୁ ଜୁଆନଙ୍କ ପ୍ରସବ ଏବଂ ଚିକିତ୍ସାରେ ଜଡିତ ଥିବା ଡାକ୍ତର ଏବଂ ନର୍ସମାନେ ସେମାନଙ୍କର ଅଭିଜ୍ଞତା ବାଣ୍ଟିଥିଲେ ଏବଂ ସେମାନେ ସମ୍ମୁଖୀନ ହେଉଥିବା ଆହ୍ବାନଗୁଡିକ ବର୍ଣ୍ଣନା କରିଥିଲେ। ଡାକ୍ତରମାନେ କହିଥିଲେ, ତାଙ୍କର ଚର୍ମ ଏତେ ସୂକ୍ଷ୍ମ ଥିଲା ଯେ ଏହାକୁ ପରୀକ୍ଷା କରିବା ସମ୍ଭବ ନୁହେଁ ଏବଂ ଶରୀର ଏତେ ଛୋଟ ଥିଲା ଯେ ଉପଯୁକ୍ତ ଶ୍ୱାସକ୍ରିୟା ପାଇବା କଷ୍ଟକର ଥିଲା। ଔଷଧକୁ ମଧ୍ୟ ଦଶମିକ ସଂଖ୍ୟାରେ ଗଣିବାକୁ ପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମଦିନରେ ଭାସିଯାଇ ଥିଲେ ଯୁବକ, ଦିନକ ପରେ ମିଳିଲା…

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ମାନେଶ୍ୱରସ୍ଥିତ ମାଳତୀଯୋରରେ ଭାସିଯାଇ ନିଖୋଜ ପ୍ରବାସୀ ଶ୍ରମିକ ପ୍ରକାଶ ସରଣ(୨୧)ଙ୍କ ମୃତଦେହକୁ ମାନେଶ୍ୱରର ଅଗ୍ନିଶମ ବାହିନୀ ଶୁକ୍ରବାର ଉଦ୍ଧାର…

ସେପ୍ଟେମ୍ବରରୁ ବଦଳିଯିବ ନିୟମ! ଅଗଷ୍ଟ ଶେଷ ପୂର୍ବରୁ କରିନିଅନ୍ତୁ ଏହି ୪ କାମ…

ନୂଆଦିଲ୍ଲୀ,୨୧ା୮: ଅଗଷ୍ଟ ମାସ ଶେଷ ହେବାକୁ ଯାଉଛି। ଏହା ସହ କିଛି ଜରୁରୀ ଆର୍ଥିକ କାମର ସମୟସୀମା ମଧ୍ୟ ଶେଷ ହେଉଛି। ଯଦି ଆପଣ ଏହି କାମଗୁଡ଼ିକ…

ନଦୀରୁ ଦଳ କାଢ଼ିବା ବେଳେ ଅଘଟଣ, ଜଣେ ମୃତ, ଜଣେ ଗୁରୁତର

କେନ୍ଦ୍ରାପଡ଼ା, ୨୧।୮ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ବ୍ଲକ ସଦର ଥାନା ଅନ୍ତର୍ଗତ ମାଲୁଅ ନିକଟସ୍ଥ ଗୋବରୀ ନଦୀରେ ଶୁକ୍ରବାର ଏକ ଅଘଟଣ ଘଟିଛି। ନଦୀରେ ବନ୍ୟାଜଳର ସ୍ରୋତ…

ତପ୍ତପାଣି ରେ ମା ‘ କନ୍ଧୁଣୀ ଦେବୀ ଙ୍କୁ ଦର୍ଶନ କଲେ ବିଧାନସଭା ଗୃହ କମିଟି

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ରାଜ୍ୟ ବିଧାନସଭା ଗୃହ କମିଟି(ଉପସ୍ଥାପନ) ବ୍ରହ୍ମପୁର ଠାରୁ ଭାୟା ଦିଗପହଣ୍ଡି ଦେଇ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ଗଞ୍ଜାମ – ଗଜପତି…

ଏମ୍‌ପିଙ୍କ ପୁଅ ଗାଡ଼ି ଧକ୍କାରେ ଚାଲିଗଲା ଓଡ଼ିଆ ଯୁବତୀଙ୍କ ଜୀବନ

ହାଇଦ୍ରାବାଦ,୨୧।୮: ହାଇଦ୍ରାବାଦରେ ଏମ୍‌ପିଙ୍କ ପୁଅ ଗାଡ଼ି ଧକ୍କାରେ ଜଣେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ ଘଟିଛି। ରାସ୍ତା ପାର୍‌ ବେଳେ ଏମ୍‌ପି ପୁଅଙ୍କ ଏକ ବିଳାସପୂର୍ଣ୍ଣ କାର୍‌ ଯୁବତୀଙ୍କୁ…

ବନ୍ୟାରେ ବନ୍ୟଜନ୍ତୁ ଗାଁ ମୁହାଁ : ଦୁଇ ଜଣଙ୍କୁ ଆକ୍ରମଣ କଲା ବାରହା

ରାଜନଗର, ୨୧।୮ (ଭାସ୍କର ରାଉତରାୟ): ଭିତରକନିକା ଜଙ୍ଗଲରୁ ବନ୍ୟାଜଳରେ ଭାସି ଆସିଥିବା ଏକ ଜଙ୍ଗଲୀ ବାରହା ଶୁକ୍ରବାର ମଧ୍ୟାହ୍ନରେ ଓସ୍ତିଆ ପଞ୍ଚାୟତର ବନ୍ଧପଟଣା ଗାଁରେ ପଶି ଆତଙ୍କ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

ନିଯୁକ୍ତି ମେଳାରେ ୧୩୭ ପ୍ରାର୍ଥୀ ଚୟନ

କୋରାପୁଟ,୨୧ା୮(ଅମିତାଭ ବେହେରା): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ପକ୍ଷରୁ ବୋର୍ଡ ଅଫ ପ୍ରାକ୍ଟିକାଲ ଟ୍ରେନିଂ (ଇଷ୍ଟର୍ଣ୍ଣ ରିଜିଅନ) ସହଯୋଗରେ ସୁନାବେଡ଼ାସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ସ୍ନାତକ ଛାତ୍ରୀଛାତ୍ରଙ୍କ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri