ବିଶ୍ୱର ବୟସ୍କ ବ୍ୟକ୍ତିଙ୍କ ପରଲୋକ

ମାଡ୍ରିଡ୍‌,୨୦।୧(ବ୍ୟୁରୋ): ବିଶ୍ୱର ବୟସ୍କ ବ୍ୟକ୍ତିର ମାନ୍ୟତା ପାଇଥିବା ୧୧୨ବର୍ଷୀୟ ସ୍ପେନୀୟ ବ୍ୟକ୍ତି ସାଣ୍ଟିଆଗୋ ଡେ ଲା ଫୁଏଣ୍ଟଙ୍କ ମଙ୍ଗଳବାର ପରଲୋକ ଘଟିଛି। ଉତ୍ତରପଶ୍ଚିମ ସ୍ପେନର ନିକ ଘରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଗତ ବର୍ଷ ସେପ୍ଟେମ୍ବରରେ ସାଣ୍ଟିଆଗୋ ବିଶ୍ୱର ବୟସ୍କ ବ୍ୟକ୍ତି ଭାବେ ଗିନିଜ ବୁକ୍‌ ଅଫ୍‌ ରେକର୍ଡର ମାନ୍ୟତା ପାଇଥିଲେ। ୧୯୦୯ ଫେବୃୟାରୀ ୯ରେ ସାଣ୍ଟିଆଗୋ ଜନ୍ମ ଗ୍ରହଣ କରିଥିଲେ। ୧୯୧୮ରେ ସେ ସ୍ପାନିଶ ଫ୍ଲୁ ମାହାମାରୀରୁ ବଞ୍ଚତ୍ ଯାଇଥିଲେ। ତାଙ୍କୁ ଯେତେବେଳେ ୧୩ବର୍ଷ ବୟସ ହୋଇଥିଲା, ସେବେଠାରୁ ସେ ଜୋତା କାରଖାନାରୁ କାମ ଆରମ୍ଭ କରିଥିଲେ। ତାଙ୍କର ୮ ଝିଅପୁଅ ଥିବାବେଳେ ୧୪ନାତୁଣୀନାତି, ୨୨ ଅଣନାତୁଣୀନାତି ଅଛନ୍ତି। କୋଭିଡ୍‌ ପାଣ୍ଡେମିକ୍‌ ସମୟରେ ସେ ଲିଓନ୍‌ରେ ପ୍ରଥମ ବ୍ୟକ୍ତି ଭାବେ ଟିକା ନେଇଥିଲେ। ସାଣ୍ଟିଆଗୋ ପଡ଼ୋଶୀ ଲିଓନ୍‌- ସିଡି ପୁଏଣ୍ଟେ କ୍ୟାଷ୍ଟ୍ରୋରେ ଏକ ଫୁଟବଲ୍‌ କ୍ଲବର ପ୍ରତିଷ୍ଠା କରିଥିଲେ। ଯାହାର ଏବେ ଅନେକ କନିଷ୍ଠ ଶାଖା ରହିଛି। ସାଣ୍ଟିଆଗୋ ତାଙ୍କର ସମର୍ପିତ ମନୋଭାବ ପାଇଁ ସମସ୍ତଙ୍କ ହୃଦୟରେ ସବୁଦିନ ପାଇଁ ମନେ ରହିବେ ବୋଲି ଶୁଭେଚ୍ଛୁମାନେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭ରେ ବାଇଡେନ୍‌-ପୁଟିନ୍‌ ଆଲୋଚନା

ମସ୍କୋ, ୬ା୧୨: ୟୁକ୍ରେନ ସୀମାରେ ରୁଷିଆ ସେନା ମୁତୟନ ବଢ଼ାଇବାକୁ କେନ୍ଦ୍ର କରି ଆମେରିକା ଓ ରୁଷିଆ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ୨୦୨୨ ପ୍ରାରମ୍ଭରେ...

ଖୁସି ଖବର: କରୋନା ଟୀକା ପ୍ରସ୍ତୁତିରେ ଆମେରିକାକୁ ସଫଳତା

ଓ୍ବାଶିଂଟନ, ୧୫।୭: ଆମେରିକାରୁ ଖୁସି ଖବର ମିଳିଛି। କରୋନା ସଂକ୍ରମଣ ରୋକିବା ପାଇଁ ଆମେରିକା ଟୀକା ପ୍ରସ୍ତୁତିରେ ସଫଳତା ହାସଲ କରିଛି। ଏହାର ପ୍ରୟୋଗ ମନୁଷ୍ୟଙ୍କଠାରେ...

ଘୋଡ଼ାରେ ବସିବା ବରଙ୍କୁ ପଡ଼ିଲା ମହଙ୍ଗା, ମଣ୍ଡପ ବଦଳରେ ପହଞ୍ଚିଲେ ମେଡିକାଲ ବେଡ୍‌ରେ, ଭିଡିଓ ଦେଖିଲେ…

ଏକ ବିବାହର ଅଜବ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ବରଙ୍କୁ ଘୋଡ଼ା ଉପରେ ବସିବା ମହଙ୍ଗା ପଡ଼ିଛି। ଫଳରେ ସେ ମଣ୍ଡପରେ ପହଞ୍ଚିବା...

୫ରୁ ୧୧ ବର୍ଷର ପିଲା ନେବେ ଫାଇଜର ଟିକା

ଓ୍ବାଶିଂଟନ, ୩୧।୧୦: ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫ୍‌ଡିଏ) ଫାଇଜର-ବାୟୋଏନ୍‌ଟେକ୍‌ ପ୍ରସ୍ତୁତ କୋଭିଡ୍‌ ଟିକାକୁ ୫ରୁ ୧୧ ବର୍ଷ ବୟସ ବର୍ଗର ପିଲାମାନଙ୍କ ନିମନ୍ତେ...

ଶୋଇଥିଲେ ମହିଳା, ଉପରେ ଚଢ଼ି ଫଣା ଟେକିଲା…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଖାଲି ମଣିଷ ନୁହେଁ, ହାତୀକୁ ଦେଖି କେମିତି ଦୌଡ଼ୁଛି ବାଘ ଦେଖନ୍ତୁ

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ...

ପୋକରେ ତିଆରି ଆମଲେଟ୍‌: ବାସ୍ନାରେ ଟାଣି ହୋଇ ଚାଲି ଆସନ୍ତି ଲୋକେ

ଆମିଷ ଖାଉଥିବା ମଣିଷ ନିଶ୍ଚିତଭାବେ ଆମଲେଟ୍‌ ଖାଇଥିବେ। ତେବେ ଭିଏତ୍‌ନାମ, ହାନୋଇରେ ପ୍ରସ୍ତୁତ ହେଉଥିବା ଏକ ସ୍ବତନ୍ତ୍ର ପ୍ରକାରର ଆମଲେଟ୍‌ ବୋଧହୁଏ ସମସ୍ତଙ୍କ ପକ୍ଷେ ଖାଇବା...

ପାକିସ୍ତାନକୁ କ୍ରୀତଦାସ କରିଛି ଆମେରିକା, କହିଲେ ଇମ୍ରାନ୍‌…

ଇସଲାମାବାଦ୍‌, ୧୬।୫ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପୁଣି ଥରେ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ-ଜାରଦାରୀଙ୍କୁ ଟାର୍ଗେଟ କରିଛନ୍ତି। ଇମ୍ରାନ୍‌ କହିଛନ୍ତି ଯେ...

Advertisement
Archives

Model This Week