ଦୁନିଆର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ: ପ୍ରଥମ ସ୍ଥାନରେ ଅଛନ୍ତି ୬ ଦେଶ, କେଉଁ ସ୍ଥାନରେ ଅଛି ଭାରତ ଜାଣନ୍ତୁ

ନୂଆଦିଲ୍ଲୀ,୧।୧୧: ଦୁନିଆର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟର ତାଲିକା ପ୍ରକାଶ ପାଇଛି। ହେନଲି ପାସପୋର୍ଟ ଇଣ୍ଡେକ୍ସ ୨୦୨୪ ଅନୁଯାୟୀ, ଏଥର ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ୬ଟି ଦେଶ ପ୍ରଥମ ସ୍ଥାନରେ ଅଛନ୍ତି। ଏହାର ଅର୍ଥ ଏହି ୬ଟି ଦେଶର ପାସପୋର୍ଟ ସବୁଠୁ ଶକ୍ତିଶାଳୀ। ଏହି ପାସପୋର୍ଟ ଏହାର ନାଗରିକମାନଙ୍କୁ ବିଶ୍ୱର ୨୨୭ଟି ଗନ୍ତବ୍ୟସ୍ଥଳ ମଧ୍ୟରୁ ୧୯୪କୁ ଭିସାମୁକ୍ତ ପ୍ରବେଶ ପ୍ରଦାନ କରିଥାଏ। ୟୁରୋପର ଫ୍ରାନ୍ସ, ଜର୍ମାନୀ, ଇଟାଲୀ ଏବଂ ସ୍ପେନ ଏହି ତାଲିତକାର ପ୍ରଥମ ସ୍ଥନରେ ସାମିଲ ଅଛନ୍ତି। ଏଥି ସହିତ କ୍ରମାଗତ ପାଞ୍ଚ ବର୍ଷ ଧରି ଏହି ସ୍ଥିତିରେ ରହି ଆସିଥିବା ଏସୀୟ ଦେଶ ଜାପାନ ଏବଂ ସିଙ୍ଗାପୁର ପୁଣି ଥରେ ନମ୍ବର-୧ ରହିଛନ୍ତି।
ୟୁରୋପୀୟ ଦେଶମାନେ ପୁଣି ଥରେ ହେନଲି ପାସପୋର୍ଟ ଇଣ୍ଡେକ୍ସର ଟପ-୧୦ରେ ପ୍ରବେଶ କରିଛନ୍ତି। ଏହି ତାଲିକାରେ ଦ୍ୱିତୀୟରେ ଫିନଲାଣ୍ଡ ଏବଂ ସ୍ବିଡେନ ସହିତ ଦକ୍ଷିଣ କୋରିଆ ଅଛି, ଯାହାର ପାସପୋର୍ଟ ୧୯୩ଟି ଗନ୍ତବ୍ୟ ସ୍ଥାନକୁ ଭିସା ମୁକ୍ତ ଯାତ୍ରା କରିବାକୁ ଅନୁମତି ଦେଇଥାଏ। ଏଥି ସହିତ ତୃତୀୟ ସ୍ଥାନରେ ଅଷ୍ଟ୍ରିଆ, ଡେନମାର୍କ, ଆୟର୍ଲାଣ୍ଡ ଏବଂ ନେଦରଲାଣ୍ଡ ଅଛି, ଯାହାର ପାସପୋର୍ଟ ନାଗରିକମାନେ ୧୯୨ ଗନ୍ତବ୍ୟସ୍ଥଳକୁ ଭିସାମୁକ୍ତ ପ୍ରବେଶ କରିପାରିବେ। ୧୯୧ ଗନ୍ତବ୍ୟସ୍ଥଳକୁ ଭିସା ମୁକ୍ତ ପ୍ରବେଶ ସହିତ ବ୍ରିଟେନ ଚତୁର୍ଥ ସ୍ଥାନରେ ରହିଛି। ବ୍ରିଟେନ୍‌ ଗତ ବର୍ଷ ଷଷ୍ଠ ସ୍ଥାନରେ ରହିଥିଲା।
ଏହି ତାଲିକାରେ ଭାରତ ୮୦ତମ ସ୍ଥାନରେ ରହିଛି। ଭାରତୀୟମାନେ ବର୍ତ୍ତମାନ ସେମାନଙ୍କ ପାସପୋର୍ଟ ମାଧ୍ୟମରେ ଭିସା ବିନା ୬୨ ଗନ୍ତବ୍ୟସ୍ଥଳ ପରିଦର୍ଶନ କରିପାରିବେ। ଏଥି ମଧ୍ୟରେ ଥାଇଲାଣ୍ଡ, ଇଣ୍ଡୋନେସିଆ, ମରିସସ, ଶ୍ରୀଲଙ୍କା ଏବଂ ମାଲଦ୍ୱୀପ ସାମିଲ ଅଛି। ଅନ୍ୟପକ୍ଷରେ ଯଦି ଆମେ ଭାରତର ପଡୋଶୀ ଦେଶ ବିଷୟରେ କଥା ହେଉ, ଭିସା ମୁକ୍ତ ପ୍ରବେଶ ପାଇଁ ୮୫ ଗନ୍ତବ୍ୟସ୍ଥଳ ମଧ୍ୟରେ ଚାଇନା ୬୨ ତମ ସ୍ଥାନରେ ରହିଛି।
ଏଥି ସହିତ ଦୁର୍ବଳ ପାସପୋର୍ଟ ତାଲିକାରେ ଆଫଗାନିସ୍ତାନ ଶୀର୍ଷରେ ଅଛି। ତେବେ ପାକିସ୍ତାନର ପାସପୋର୍ଟ ମଧ୍ୟ ଦୁର୍ବଳ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି। ଯୁଦ୍ଧ ପ୍ରଭାବିତ ସିରିଆ ଏବଂ ଇରାକର ପାସପୋର୍ଟ ଏହି ତାଲିକାରେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟାଟା ପ୍ଲାଣ୍ଟରେ ଭାରତରେ ଆଇଫୋନ ଉତ୍ପାଦନ ଆରମ୍ଭ, ଟାରିଫ୍ ପ୍ରଭାବିତ ଚାଇନାଠୁ ଦୂରାଉଛି ଆପଲ

ନୂଆଦିଲ୍ଲୀ, ୨୯।୪: ଆପଲ ତାମିଲନାଡୁରେ ଟାଟା ଇଲେକ୍ଟ୍ରୋନିକ୍ସର ଏକ ନୂତନ ପ୍ଲାଣ୍ଟରେ ଆଇଫୋନ ଉତ୍ପାଦନ ଆରମ୍ଭ କରିଛି, ଏବଂ ବେଙ୍ଗାଲୁରୁରେ ଫକ୍ସକନ ଦ୍ୱାରା ପରିଚାଳିତ ଦ୍ୱିତୀୟ...

Gold Rate: ଅକ୍ଷୟ ତୃତୀୟା ପୂର୍ବଦିନ ଖସିଲା ସୁନାଦର! କାଲି ଏତେ କମିିଯିବ…

ନୂଆଦିଲ୍ଲୀ, ୨୯।୪: ଆନ୍ତର୍ଜାତୀୟ ବଜାରରେ ସୁନା ଦରରେ ବି ହ୍ରାସ ଦେଖାଦେଇଛି। ଏକ ରିପୋର୍ଟ ଅନୁସାରେ, ଗତ ଦୁଇ ଦିନରେ ସୁନାର ମୂଲ୍ୟ ପ୍ରାୟ ୩,୮୦୦...

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି ‘ଗାଏବ’ ପୋଷ୍ଟ: ବିବାଦ ପରେ ଡିଲିଟ କଲା କଂଗ୍ରେସ

ନୂଆଦିଲ୍ଲୀ, ୨୯।୪: କଂଗ୍ରେସ ପାର୍ଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ସୋସିଆଲ ମିଡିଆରେ ଏକ ବିବାଦୀୟ ପୋଷ୍ଟ କରିଥିଲା, ଯେଉଁଥିରେ ମୋଦିଙ୍କ ମୁଣ୍ଡବିହୀନ ଫଟୋ...

ୟୁଜିସି ନେଟ୍‌ ଫର୍ମ ଆବେଦନର ଶେଷ ତାରିଖ ମେ ୭

ଭୁବନେଶ୍ୱର,୨୯।୪(ସୁଚିସ୍ମିତା ସାହୁ): ନ୍ୟାଶନାଲ ଟେଷ୍ଟ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଜାତୀୟ ଯୋଗ୍ୟତା ପରୀକ୍ଷା (ଏନ୍‌ଇଟି)-୨୦୨୫ର ଜୁନ୍‌ ସେସନ ପାଇଁ ପଞ୍ଜୀକରଣ...

ସାକ୍ଷୀଗୋପାଳଙ୍କ ବଗିଚାରୁ ଲକ୍ଷାଧିକ ଟଙ୍କାର ଚନ୍ଦନ ଗଛ କାଟିନେଲେ

ସାକ୍ଷୀଗୋପାଳ,୨୯।୪(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ରାତି ପାହିଲେ ଚନ୍ଦନ ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ଯାତ୍ରା। ଚନ୍ଦନ ପୋଖରୀରେ ଚାପ ଖେଳିବେ ବିଜେ ପ୍ରତିମା ମଦନମୋହନ। ୨୧...

ପ୍ରାକ୍‌ ବାତ୍ୟା ପ୍ରସ୍ତୁତି ବୈଠକ: ସଜାଗ ରହିବା ପାଇଁ ବିଭାଗ ଗୁଡ଼ିକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୯।୪: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ପ୍ରାକ୍‌ ବାତ୍ୟା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ୨୦୧୯ ମସିହା ମଇ ମାସରେ...

ଲିଟର ପିଛା ୨ ଟଙ୍କା ବଢ଼ିଲା କ୍ଷୀର ମୂଲ୍ୟ, ନୂତନ ଦର ତାଲିକା ଜାଣନ୍ତୁ

ଭୁବନେଶ୍ୱର, ୨୯।୪: ଦେଶର ଅଗ୍ରଣୀ କ୍ଷୀର ଉତ୍ପାଦନ କମ୍ପାନୀ ମଦର ଡେରୀ ଦିଲ୍ଲୀ-ଏନସିଆର ଅଞ୍ଚଳ ସମେତ ସମସ୍ତ ଅପରେଟିଂ ମାର୍କେଟରେ କ୍ଷୀର ମୂଲ୍ୟ ବୃଦ୍ଧି କରିଛି।...

ପାକିସ୍ତାନୀ କଳାକାରଙ୍କୁ ରୋକଠୋକ୍‌ ଶୁଣାଇଦେଲେ ଜାଭେଦ ଅଖତର, ସମସ୍ତେ କାବା

ନୂଆଦିଲ୍ଲୀ,୨୯।୪: ପହଲଗାମରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିରୀହ ବ୍ୟକ୍ତିଙ୍କ ଜୀବନ ହାନି ଘଟିଥିଲା। ଏହି ଘଟଣା ପରେ ଭାରତରେ ପାକିସ୍ତାନୀ କଳାକାରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri