କରୋନା ଭାଇରସ ସଂକ୍ରମଣ: ଖୁବ୍‌ଶୀଘ୍ର ଆମେରିକାକୁ ପଛରେ ପକାଇବ ଭାରତ

ନୂଆଦିଲ୍ଲୀ,୧୭ ।୯: ଦେଶରେ କରୋନା ସଂକ୍ରମଣର ସ୍ଥିତି ବେଳକୁ ବେଳ ଖରାପ ହେବାରେ ଲାଗିଛି । କିଛିଦିନ ହେବ ଲଗାତାର ଭାବେ ୨୪ ଘଣ୍ଟାରେ ୯୦ ହଜାର ଉପରେ ରହୁଛି ସଂକ୍ରମିତଙ୍କ ସଂଖ୍ୟା । ସଂକ୍ରମଣ ସ୍ଥିତିରେ ଭାରତ ଏବେ ଦ୍ୱିତୀୟ ସ୍ଥାନରେ ରହିଛି । ଆଉ ଏହା ଦ୍ରୁତ ଗତିରେ ଏକ ନମ୍ବର ସ୍ଥାନରେ ପହଞ୍ଚିବାକୁ ଯାଉଛି । କାରଣ ଏବେ ଭାରତରେ ଦିନକୁୁ ଯେତିକି ସଂକ୍ରମିତ ଚିହ୍ନଟ ହେଉଛନ୍ତି କୌଣସି ଦେଶରେ ଦିନକୁ ଏତେ ସଂଖ୍ୟାରେ ସଂକ୍ରମିତ ଦେଖାଯାଉ ନାହାଁନ୍ତି । ଏବେ ଆମେରିକା ପ୍ରଥମ ସ୍ଥାନରେ ଥିବା ବେଳେ ସେଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୮ ଲକ୍ଷ ଅତିକ୍ରମ କରି ସାରିଲାଣି । ଆଉ ଭାରତ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ଏବେ ସୁଦ୍ଧା ୫୧ ଲକ୍ଷ ଅତିକ୍ରମ କରି ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଗତ ୨୪ ଘଣ୍ଟାରେ ଦେଶରେ ୯୭,୮୯୪ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସଂକ୍ରମଣ ସ୍ଥିତିରେ ବ୍ରାଜିଲ ତୃତୀୟ ସ୍ଥାନରେ ରହିଛି । ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୪୩ ଲକ୍ଷ ଅତିକ୍ରମ କରି ସାରିଲାଣି । ସାରା ବିଶ୍ୱରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯,୭୫୩,୯୭୮ ଥିବା ବେଳେ ଏମାନଙ୍କ ମଧ୍ୟରୁ ୯,୩,୬୭୫ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୁଦ୍ଧରେ ଲଢି ଚର୍ଚ୍ଚାକୁ ଆସିଥିବା ଅଧିକାରୀ

କୋଲକାତା,୧୪।୭: ପଶ୍ଚିମବଙ୍ଗରେ କରୋନା ବିରୋଧରେ ଲଢେଇକୁ ନେଇ ଚର୍ଚ୍ଚାକୁ ଆସିଥିବା ଅଧିକାରୀ ଦେବଦତ୍ତା ରାୟ ଶେଷରେ କରୋନା ନିକଟରେ ହାର ମାନିଛନ୍ତି। ଜୀବନ ଯୁଦ୍ଧରେ ହାରି...

ଲକ୍‌ଡାଉନ୍‌ ସମୟରେ ଦୁଇ ନିଆରା ସେବାକାରୀ

ଭଦ୍ରକ ଅଫିସ,୧୮।୪: ଲକ୍‌ଡାଉନ୍‌ ସମୟରେ ଦୁଇ ନିଆରା ସେବାକାରୀଙ୍କୁ ନେଇ ଏବେ ଭଦ୍ରକରେ ଚର୍ଚ୍ଚା ଜୋର ଧରିଛି। ଲକ୍‌ଡାଉନ୍‌ରେ ଘରେ ସମସ୍ତେ ବନ୍ଦୀ ହୋଇ ଥିବାବେଳେ...

୪ ଓ୍ବାଣ୍ଟେଡ୍‌ ଆତଙ୍କବାଦୀଙ୍କ ପୋଷ୍ଟର ଲଗାଇଲା ଏନ୍‌ଆଇଏ, ମୁଣ୍ଡପିଛା ୧୦ ଲକ୍ଷର ପୁରସ୍କାର ଘୋଷଣା

ନୂଆଦିଲ୍ଲୀ,୧୦।୧୨: ନ୍ୟାସନାଲ ଇନ୍‌ଭେଷ୍ଟିଗେସନ ଏଜେନ୍ସି(ଏନ୍‌ଆଇଏ) ଲଶ୍କର-ଇ-ତାଇବାର ୪ ଆତଙ୍କାବାଦୀଙ୍କ ବିଷୟରେ ସୂଚନା ଲାଗି ପୋଷ୍ଟର ଜାରି କରିଛି। ପୁଲଓ୍ବାମା ଏବଂ ଅନ୍ୟ ସହରରେ ଏହି ପୋଷ୍ଟର...

ସନ୍ଧ୍ୟା ୬ଟା ପୂର୍ବରୁ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ କହିଲେ ରାଜ୍ୟପାଳ

ବେଙ୍ଗାଲୁରୁ,୧୯।୭: କର୍ନାଟକ ମେଣ୍ଟ ସରକାର ଏବେ ସଂଖ୍ୟା ଗରିଷ୍ଠତା ପ୍ରମାଣକୁ ନେଇ ଏକ ପ୍ରକାର କାଠ ଗଡାରେ ଠିଆ ହୋଇଛି କହିଲେ ଭୁଲ୍‌ ହେବ ନାହିଁ।...

ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା: ଲସ୍କରର ୩ ଆତଙ୍କବାଦୀ ନିହତ

ଜମ୍ମୁ,୧୨ ।୬: ଜମ୍ମୁ-କଶ୍ମୀରର ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ବଡ ସଫତା ମିଳିଛି । ସୁରକ୍ଷାର୍କମୀଙ୍କ ଆକ୍ରମଣରେ ସେଠାରେ ୩ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି ।...

ଉତ୍ତରପ୍ରଦେଶ ଭାଜପା ଅଧ୍ୟକ୍ଷ ସ୍ବତନ୍ତ୍ର ଦେବ ସିଂହଙ୍କୁ କରୋନା

ଲକ୍ଷ୍ନୌ,୨।୮-ଉତ୍ତରପ୍ରଦେଶ ଭାଜପା ଅଧ୍ୟକ୍ଷ ସ୍ବତନ୍ତ୍ର ଦେବ ସିଂହଙ୍କ ରବିବାର କରୋନା ରିପୋର୍ଟ ପଜିଟିଭ ଆସିଛି। ଏ ନେଇ ସେ ଟୁଇଟ କରି ସୂଚନା ଦେଇଛନ୍ତି। ପ୍ରାଥମିକ...

ଭାଜପାରେ ଯୋଗଦେଇପାରନ୍ତି ମୁଲାୟମଙ୍କ ସାନବୋହୂ

ନୂଆଦିଲ୍ଲୀ,୧୬।୧: ବିଧାନସଭା ମତଦାନ ପୂର୍ବରୁ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କୁ ଏକ ବଡ ଝଟକା ଲାଗିପାରେ। ମୁଲାୟମ ସିଂ ଯାଦବଙ୍କ ସାନବୋହୂ ଅପର୍ଣ୍ଣା ଯାଦବ...

ଥମୁନି କରୋନା: ଆକ୍ରାନ୍ତଙ୍କ ସଂଖ୍ୟା ୭୦ ଲକ୍ଷ ୯୧ ହଜାର ଛୁଇଁଲା

ଓ୍ବାଶିଂଟନ/ନୂଆଦିଲ୍ଲୀ, ୮।୬: କରୋନା ମହାମାରୀ ଯୋଗୁ ପୃଥିବୀରେ ଆତଙ୍କ ଦେଖାଦେଇଛି। ଦିନକୁ ଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ସୋମବାର ସୁଦ୍ଧା ସଂକ୍ରମିତଙ୍କ...

Advertisement
Archives

Model This Week