Posted inଫୁରସତ

ସବୁଠୁ ଉଚ୍ଚ ସ୍ବରରେ ରାବିଥାଏ ଏହି ପକ୍ଷୀ

ଦୈନନ୍ଦିନ ଆଖପାଖରେ ଆମେ ପକ୍ଷୀମାନଙ୍କ ରାବ ବା ବୋବାଇବା ଶବ୍ଦ ଶୁଣିଥାଉ। କାଉ, କୋଇଲି, ହଳଦୀବସନ୍ତ, କୁମ୍ଭାଟୁଆ, ଘରଚଟିଆ ଆଦି ପକ୍ଷୀଙ୍କ ସ୍ବର ନିଶ୍ଚିତ ଆମ ସମସ୍ତଙ୍କ କାନରେ ପଡ଼ିଥାଏ। ମାତ୍ର ବିଶ୍ୱରେ ଏମିତି ଏକ ପକ୍ଷୀ ଅଛି, ଯାହାର ସ୍ବର ସବୁଠୁ ଉଚ୍ଚ। ଆମେରିକାର ଗବେଷକମାନେ ଏକ ରିସର୍ଚ୍ଚ କରି ଏହା ଜାଣିବାକୁ ପାଇଛନ୍ତି। ଧଳାରଙ୍ଗର ବେଲ୍‌ବାର୍ଡ ହେଉଛି ବିଶ୍ୱରେ ସବୁଠୁ ଉଚ୍ଚ ସ୍ବର କରୁଥିବା ପକ୍ଷୀ। ମୈସାଚ୍ୟୁସେଟ୍‌ସ ୟୁନିଭର୍‌ସିଟିର ଗବେଷକଙ୍କ ମତରେ, ଅନ୍ୟ ପକ୍ଷୀମାନଙ୍କ ତୁଳନାରେ ଏହି ପକ୍ଷୀ ଖୁବ୍‌ ଉଚ୍ଚ ସ୍ବରରେ ବୋବାଇ ଥାଏ। ଏହା ପୂର୍ବରୁ ସ୍କ୍ରିମିଙ୍ଗ୍‌ ଫିୟାଜ୍‌ ପକ୍ଷୀ ଉଚ୍ଚ ସ୍ବରରେ ବୋବାଉଥିଲା। ମାତ୍ର ଏବେ ବେଲ୍‌ବାର୍ଡକୁ ବିଶ୍ୱରେ ପକ୍ଷୀମାନଙ୍କ ମଧ୍ୟରେ ସବୁଠୁ ଉଚ୍ଚ ସ୍ବରରେ ବୋବାଉଥିବା ପକ୍ଷୀ ଭାବେ ଗଣନା କରାଯାଉଛି। ଏପରିକି ୨୨୫ ଡେସିବେଲ୍‌ରୁ ଏହା ଅଧିକ ଉଚ୍ଚ ସ୍ବରରେ ବୋବାଇଥାଏ। ଏହା ଆମାଜନ୍‌ ଜଙ୍ଗଲରେ ଦେଖିବାକୁ ମିଳେ। ଗବେଷକଙ୍କ ଅନୁଯାୟୀ, ଏହା ମାଈ ବେଲ୍‌ବାର୍ଡକୁ ଆକର୍ଷିତ କରିବା ପାଇଁ ଏପରି ଉଚ୍ଚ ସ୍ବରରେ ବୋବାଇଥାଏ। ଏଥିସହିତ ଏହି ପକ୍ଷୀ ପେଟର ମାଂସପେଶୀକୁ ବିକଶିତ କରିଥାଏ। ଏହା ଉଚ୍ଚ ସ୍ବର ବେଶୀ ସମୟ ପର୍ଯ୍ୟନ୍ତ କରେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ହେଲିକପ୍ଟର ଭିତରେ ଅନନ୍ୟ ହୋଟେଲ: ଏଥିରେ ଯାହା ସବୁ ରହିଛି, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଯେତେବେଳେ ଆପଣ କୌଣସି ସ୍ଥାନକୁ ଯାଆନ୍ତି ସେତେବେଳେ ସ୍ଥାନ କିମ୍ବା ହୋଟେଲରେ ରହିବାକୁ ଚାହାନ୍ତି। ଯାହାର ଆଖପାଖ ପରିବେଶ ଆରାମଦାୟକ ହୋଇଥିବା ଦରକାର। ମାତ୍ର ସବୁବେଳେ...

କୃଷି ଅନୁକୂଳ ପର୍ବ: ଅକ୍ଷୟତୃତୀୟା

ଆମ ରାଜ୍ୟରେ ଜଗନ୍ନାଥ ସଂସ୍କୃତିକୁ ଆଧାରକରି ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ। ତନ୍ମଧ୍ୟରେ ମହାନ୍‌ ପବିତ୍ର କୃଷିଭିତ୍ତିକ ପର୍ବ ଅକ୍ଷୟତୃତୀୟା ଅନ୍ୟତମ। ପ୍ରତିବର୍ଷ...

ଆକାଶରୁ ଅଚାନକ ହେଲା ମାଛ ବର୍ଷା: ଆଉ ତା’ପରେ…

ତେହେରାନ: ଅନେକ ସମୟରେ ବର୍ଷା ହେଉଥିବାବେଳେ ଆକାଶରୁ କୁଆପଥର ଖସିଥାଏ। ଏହାକୁ କୁଆପଥର ବର୍ଷା କୁହାଯାଏ। ତେବେ ସେହିପରି ଭାବେ ଆକାଶରୁ ଅଚାନକ ମାଛ ବର୍ଷା...

ଅନ୍‌ଲାଇନ୍‌ରେ ଅର୍ଡର କରିଥିଲେ ୧ ଲକ୍ଷ ଟଙ୍କାର ଲ୍ୟାପ୍‌ଟପ୍‌: ମିଳିଲା ଏମିତି କିଛି, ଗ୍ରାହକଙ୍କ ହେଶ୍‌ ଉଡିଲା

ନୂଆଦିଲ୍ଲୀ,୯।୫: ଅନଲାଇନ ଶପିଂ ଆପ୍‌ର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଉଛି। କିନ୍ତୁ ଅନଲାଇନ ଆପଗୁଡ଼ିକର ବିଶ୍ୱସନୀୟତା ଧୀରେ ଧୀରେ ହ୍ରାସ ପାଉଛି। ଏହାର କାରଣ...

ପିଜା ଖାଇବାକୁ ବିମାନ ବୁକ୍‌ କରି ବିଦେଶରେ ପହଞ୍ଚିଲେ ଯୁବତୀ

ବାସ୍ତାବରେ ଧନୀମାନଙ୍କର ପରିଭାଷା କ’ଣ? ଏହାର ଅର୍ଥ ହେଲା ଧନୀଙ୍କ ପାଖରେ ଅର୍ଥର ଅଭାବ ନ ଥାଏ। ତେଣୁ ମନ ଯାହା ଚାହେଁ, ତାହା କରିଦିଅନ୍ତି।...

ବିବାହ କରିବେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଶତାୟୁ ନାୟକ ଟେରେନ୍ସ

ୱାଶିଂଟନ୍‌: ଆମେରିକା ପାଇଁ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସାହସର ସହ ଲଢ଼ିଥିବା ହେରୋଲ୍ଡ ଟେରେନ୍ସ ଏବେ ଚର୍ଚ୍ଚାକୁ ଆସିଛନ୍ତି। ସେ ଆସନ୍ତା ମାସ ଫ୍ରାନ୍ସରେ ନିଜ ପ୍ରେମିକା...

ସେବାର ଅନ୍ୟନାମ ‘ରେଡ୍‌କ୍ରସ’

ପ୍ରତିବର୍ଷ ମେ’୮ରେ ବିଶ୍ୱ ରେଡକ୍ରସ ଦିବସ ପାଳନ କରାଯାଏ। ଅନ୍ତର୍ଜାତୀୟ ରେଡକ୍ରସ ଏବଂ ରେଡ କ୍ରିସେଣ୍ଟ ଆନ୍ଦୋଳନର ନୀତି ମନେରଖିବା ପାଇଁ ଏହା ପାଳନ କରାଯାଏ।...

”ଜନସଚେତନତା ବିପଦ ଏଡ଼ାଇବ“

ପ୍ରତିବର୍ଷ ମେ’ ୮ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ଥାଲାସିମିଆ ଦିବସ’। ଚଳିତ ବର୍ଷର ଏହି ଦିବସ ଉପଲକ୍ଷେ ପ୍ରସାରିତ ବାର୍ତ୍ତାଟିରେ କୌଣସି ଅସ୍ପଷ୍ଟତା ନାହିଁ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri