ବିଶ୍ୱରେ ସବୁଠାରୁ ଅଧିକ ବର୍ଷ ବଞ୍ଚିଥିବା ଯୋଡ଼ା-ଶରୀର ଭାଇଙ୍କ ମୃତ୍ୟୁ

ଓ୍ବାଶିଂଟନ, ୭।୭- ବିଶ୍ୱରେ ସବୁଠାରୁ ଅଧିକ ବର୍ଷ ବଞ୍ଚିଥିବା ଯୋଡ଼ା-ଶରୀର ଭାଇ ରୋନି ଓ ଡୋନି ଗେଲୟନ ଆଉ ନାହାନ୍ତି। ୬୮ ବର୍ଷ ବୟସରେ ଏହି ଯୋଡ଼ା-ଶରୀର ଭାଇଙ୍କ ପରଲୋକ ଘଟିଛି। ଓହିସ୍ଥିତ ଡେଟନ୍‌ ସହରର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରୋନି ଓ ଡୋନି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବୋଲି ତାଙ୍କର ଅନ୍ୟଜଣେ ଭାଇ ଜିମ୍‌ କହିଛନ୍ତି। ୨୮ ଅକ୍ଟୋବର ୧୯୫୧ରେ ଆମେରିକାର ଓହିଓ ସହରରେ ଏହି ଯୋଡ଼ା-ଶରୀର ଭାଇ ରୋନି ଓ ଡୋନିଙ୍କ ଜନ୍ମ ହୋଇଥିଲା। ଉଭୟଙ୍କର ୨ଟି ମୁଣ୍ଡ ଥିବାବେଳେ ଗୋଟିଏ ପେଟ ଥିଲା। ସେହିଭଳି ସେମାନଙ୍କର ମଳଦ୍ୱାର ଗୋଟିଏ ଥିବାବେଳେ ହୃଦୟ ୨ଟି ଥିଲା। ଗୋଡ଼ କିନ୍ତୁ ୪ଟି ରହିଥିଲା। ଶରୀର ଅସହାୟ ହେବା ସତ୍ତ୍ୱେ ରୋନି ଓ ଡୋନି ବହୁତ ପରିଶ୍ରମୀ ଥିଲେ। ମାତ୍ର ୩ ବର୍ଷ ବୟସରୁ ସେମାନେ ସର୍କସରେ କାମ କରିବା ଆରମ୍ଭ କରିଥିଲେ। ୧୯୯୧ ମସିହା ପର୍ଯ୍ୟନ୍ତ ରୋନି ଓ ଡୋନି ଏହି କାମ ଜାରି ରଖିଥିଲେ। ଏହାପରେ ସେମାନେ ସର୍କସ କାମ ଛାଡ଼ି ଦେଇ ୨୦୧୦ ପର୍ଯ୍ୟନ୍ତ ଏକୁଟିଆ ରହିଲେ। କିନ୍ତୁ ଯେତେବେଳେ ଦେହ ଖରାପ ହେଲା ସେମାନେ ତାଙ୍କର ଅନ୍ୟତମ ଭାଇ ଜିମ୍‌ଙ୍କ ପାଖରେ ଯାଇ ରହିଲେ। ଜିମ୍‌ ଓ ତାଙ୍କ ସ୍ତ୍ରୀ ରୋନି ଓ ଡୋନିଙ୍କ ସେବା କରିଥିଲେ। ୨୦୧୩ରେ ଯେତେବେଳେ ରୋନି ଓ ଡୋନି ୬୩ତମ ଜନ୍ମଦିବସ ପାଳନ କଲେ ଯୋଡ଼ା-ଶରୀର ଭାଇ ଭାବେ ସର୍ବାଧିକ ବର୍ଷ ବଞ୍ଚିବାରେ ରେକର୍ଡ ସ୍ଥାପନ କରିଥିଲେ। ପୂର୍ବରୁ ଯୋଡ଼ା-ଶରୀର ଭାଇ ଭାବେ ଅଧିକ ବର୍ଷ ବଞ୍ଚିବାର ରେକର୍ଡ ଆମେରିକାର ଚେଙ୍ଗ୍‌ ଓ ଆଙ୍ଗଙ୍କ ନାମରେ ରହିଥିଲା। ଚେଙ୍ଗ ଓ ଆଙ୍ଗ ୬୨ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ମନ୍ଦିର ଯେଉଁଠି ଦେବୀଙ୍କ ପାଟିରୁ ବାହାରେ ନିଆଁ…

ଭାରତରେ ଥିବା କେତେକ ମନ୍ଦିରର ରହସ୍ୟ ସମାଧାନ ଆଧୁନିକ ବିଜ୍ଞାନ ମଧ୍ୟ କରି ପାରିନି। ହିମାଚଳପ୍ରଦେଶ କାଙ୍ଗଡ଼ା ଘାଟିରେ ଦେବୀ ମା’ଙ୍କ ମନ୍ଦିର ରହିଛି। ଏଠାରେ...

ନେପାଳରେ ସଂସଦ ଅଧିବେଶନ ଆରମ୍ଭ, ବିଶ୍ୱାସ ମତ ଉପରେ ଆଜି ହୋଇପାରେ ଭୋଟିଂ

କାଠମାଣ୍ଡୁ,୧୦ ।୧: ନେପାଳ ସଂସଦର ପ୍ରଥମ ଅଧିବେଶନ ସୋମବାର ଆରମ୍ଭ ହୋଇଯାଇଛି । ବିଶ୍ୱାସ ମତ ଉପରେ ମଙ୍ଗଳବାର ଭୋଟ ହୋଇପାରେ । ଅଧିବେଶନର ପ୍ରଥମ...

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଯୁବତୀ: ବିବାହକୁ ନେଇ କଲେ ଏମିତି ଅନୁରୋଧ

ଲଣ୍ଡନ,୨୪।୧୨: ଓମିକ୍ରନ୍‌ର ବୃଦ୍ଧି ହେତୁ ପ୍ରତିବନ୍ଧକ ଅବଧି ପୁଣି ଆରମ୍ଭ ହୋଇଛି । ସଂକ୍ରମଣକୁ ରୋକିବା ପାଇଁ ଅନେକ ଦେଶ କଠୋର ପଦକ୍ଷେପ ନେଇଛନ୍ତି। ବ୍ରିଟିଶ...

ଚାଇନାରେ କରୋନା ଆତଙ୍କ: ମୃତ୍ୟୁ ସଂଖ୍ୟା ୨୧ ଲକ୍ଷ ଟପିବା ଆଶଙ୍କା…

ବେଜିଂ,୧୮।୧୨ : ଚାଇନାରେ କରୋନା ମାମଲାରେ କ୍ରମାଗତ ବୃଦ୍ଧି ଘଟିଛି। ଏଠାରେ ପରିସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଚାଇନାରେ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ସରକାର...

ବିଶ୍ୱର ସର୍ବକନିଷ୍ଠ ପ୍ରୋଗ୍ରାମର

ଅହମଦାବାଦ: ବୟସ ମାତ୍ର ୬ ବର୍ଷ। କିନ୍ତୁ ଏହି ବୟସରେ ସେ କମ୍ପ୍ୟୁଟରରେ ପାଇଥନ୍‌ ପ୍ରୋଗ୍ରାମିଂ ଲାଙ୍ଗୁଏଜ୍‌ ବି ସମାଧାନ କରି ପାରୁଛନ୍ତି। ଏତେ କମ୍‌...

ସିଂହକୁ ଡ୍ରଗ୍ସ ଦେଇ ଫଟୋଶୁଟ୍‌

ବିବାହବେଳେ ବରକନ୍ୟା ଏକ ସିଂହ ଛୁଆ ସହ ଫଟୋଶୁଟ୍‌ କରିଛନ୍ତି। ସେହି ସିଂହ ଛୁଆକୁ ଡ୍ରଗ୍ସ ଦିଆଯାଇଥିବା ଜଣାପଡିଛି। ଘଟଣା ପାକିସ୍ତାନରେ ଦେଖିବାକୁ ମିଳିଥିବାବେଳେ ଫଟୋଗୁଡ଼ିକ...

ସଂସଦରେ ଅଖଣ୍ଡ ଭାରତ ଭିତ୍ତି ଚିତ୍ର ନେଇ ଚାଇନାର ପ୍ରଶ୍ନ, ନେପାଳ କଲା ଚିନ୍ତା ପ୍ରକଟ…

ବେଜିଂ/କାଠମାଣ୍ଡୁ,୩୧।୫ : ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ବାବୁରାମ ଭଟ୍ଟରାଇ ଦ୍‌ଭାରତର ନୂତନ ସଂସଦ ଭବନରେ ଅଖଣ୍ଡ ଭାରତ ଭିତ୍ତି ଚିତ୍ର ନେଇ ଉଦବେଗ ପ୍ରକାଶ କରିଛନ୍ତି।...

ଜୀବିତ ସ୍ବାମୀଙ୍କ କବର ତିଆରି କଲେ ସ୍ତ୍ରୀ, ଜାଣନ୍ତୁ କାହିଁକି

ଜଣେ ବ୍ୟକ୍ତିଙ୍କ ଫୋନ୍‌ ୪ ମାସ ଧରି ବାଜୁ ନ ଥିଲା। ଫୋନ୍‌ ଖରାପ ହୋଇଥିବା ଭାବି ସେ ଦୋକାନରେ ନେଇ ଦେଖାଇଲେ ମାତ୍ର ସବୁ...

Advertisement
Archives

Model This Week