Posted inଫୁରସତ

ଏହି ଦେଶରେ ରହିଛି ବିଶ୍ୱପ୍ରସିଦ୍ଧ ହିନ୍ଦୁ ମନ୍ଦିର, ମାତ୍ର ଏଠାରେ ଜଣେ ହେଲେ ନାହାନ୍ତି ହିନ୍ଦୁ

ବିଶ୍ୱର ଅନେକ ଦେଶରେ ହିନ୍ଦୁ ମନ୍ଦିର ରହିଛି। ମାତ୍ର ଏପରି ଏକ ଦେଶ ଅଛି, ଯେଉଁଠି ବିଶ୍ୱର ସର୍ବ ବୃହତ ହିନ୍ଦୁ ମନ୍ଦିର ଅଛି, ହେଲେ ଜଣେ ବି ହିନ୍ଦୁ ଲୋକ ନାହାନ୍ତି।

ଅଙ୍ଗୋକର ଓ୍ବାଟ୍‌ ମନ୍ଦିର ହେଉଛି ବିଶ୍ୱର ସବୁଠାରୁ ବଡ଼ ହିନ୍ଦୁ ମନ୍ଦିର। ଏହା ବ୍ୟତୀତ ଏହା ଦୁନିଆର ସବୁଠୁ ବଡ଼ ଧାର୍ମିକ ସ୍ମାରକୀ ଅଟେ। ଏହା କାମ୍ବୋଡିଆର ଅଙ୍ଗୋକରରେ ଅବସ୍ଥିତ। ଅଙ୍ଗୋକର ସିମରିପ୍‌ ସହରର ମେକୋଙ୍ଗ ନଦୀ କୂଳରେ ଅବସ୍ଥିତ। ଏହା ଶହ ଶହ ବର୍ଗ ମାଇଲ ପର୍ଯ୍ୟନ୍ତ ବ୍ୟାପିଛି। ଏହା ଭଗବାନ ବିଷ୍ଣୁଙ୍କର ଏକ ମନ୍ଦିର। ପୂର୍ବ ଶାସକମାନେ ଏଠାରେ ଭଗବାନ ଶିବଙ୍କର ବଡ଼ ମନ୍ଦିର ନିର୍ମାଣ କରିଥିଲେ। ଏହାର ପୁରୁଣା ନାମ ଯଶୋଦପୁର ଥିଲା। ଏହି ମନ୍ଦିର ୧୧୧୨ରୁ ୧୧୫୩ ଖ୍ରୀଷ୍ଟାବ୍ଦରେ ଦ୍ୱିତୀୟ ରାଜା ସୂର୍ଯ୍ୟବର୍ମନ ନିର୍ମାଣ କରାଇଥିଲେ। ଏହା ବିଶ୍ୱର ସବୁଠାରୁ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥାନ ମଧ୍ୟରେ ଅନ୍ତର୍ଭୁକ୍ତ। ୟୁନେସ୍କୋ ବିଶ୍ୱ ଐତିହ୍ୟରେ ମଧ୍ୟ ଅନ୍ତର୍ଭୁକ୍ତ।

ସବୁଠୁ ବଡ଼ ପ୍ରଶ୍ନ ହେଉଛି କାମ୍ବୋଡିଆରେ ଯଦି ବିଶ୍ୱ ପ୍ରସିଦ୍ଧ ହିନ୍ଦୁ ମନ୍ଦିର ରହିଛି ତେବେ ୧୦୦ ପ୍ରତିଶତ ହିନ୍ଦୁ ଧର୍ମ ଅନୁସରଣ କରୁଥିବା ହିନ୍ଦୁମାନେ କୁଆଡ଼େ ଗଲେ? ସେଠାରେ କାହିଁକି ହିନ୍ଦୁ ନାହାନ୍ତି? ଇତିହାସ ଅନୁଯାୟୀ, ଏଠାରେ ଲୋକମାନେ ଅନ୍ୟ ଧର୍ମ ଗ୍ରହଣ କରିଛନ୍ତି। ବର୍ତ୍ତମାନ ଏହି ଦେଶରେ କେବଳ ଅଳ୍ପ କେତେକ ହିନ୍ଦୁ ରହିଛନ୍ତି।

କାମ୍ବୋଡିଆ ଦକ୍ଷିଣ ପୂର୍ବ ଏସିଆର ଏକ ପ୍ରମୁଖ ଦେଶ ଏବଂ ଏହାର ଜନସଂଖ୍ୟା ପ୍ରାୟ ୧୭ କୋଟି। ପୂର୍ବ ଏସିଆରେ ୧୦୦୦ରୁ ୫୦୦୦ ବର୍ଷ ପୁରୁଣା ପୁରାତନ ମନ୍ଦିରଗୁଡ଼ିକ ଆବିଷ୍କୃତ ହୋଇଛି। ଏହି ଅନୁସନ୍ଧାନରେ ଭାରତର ପ୍ରାଚୀନ ସମୃଦ୍ଧ ସଂସ୍କୃତିର ଝଲକ ଦେଖିବାକୁ ମିଳିଛି। ବୈଜ୍ଞାନିକମାନେ ଗ୍ରହଣ କରିଛନ୍ତି ଯେ, ହଜାର ହଜାର ବର୍ଷ ମଧ୍ୟରେ ସମୁଦ୍ର ପତ୍ତନ ପ୍ରାୟ ୫୦୦ମିଟର ବୃଦ୍ଧି ପାଇଛି। ଏହା ପ୍ରମାଣ କରିଛି ରାମ-ସେତୁ, ଦ୍ୱାରିକା ସହର ପରି ସ୍ଥାନଗୁଡିକ ବିଦ୍ୟମାନ ଅଛି ଏବଂ ଏହି ସ୍ଥାନ ସହ ଜଡିତ ଫଟୋଗୁଡ଼ିକ ମଧ୍ୟ ସତ୍ୟ ଅଟେ।

କିମ୍ବଦନ୍ତୀ ଅନୁଯାୟୀ, କମ୍ବୁ ନାଗରାଜଙ୍କ ଝିଅକୁ ବିବାହ କରି କମ୍ବୁଜ ରାଜବଂଶର ମୂଳଦୁଆ ପକାଇଲେ। କିନ୍ତୁ ଏଠାରେ ବିଦେଶୀମାନଙ୍କ ଦୃଷ୍ଟି ହିନ୍ଦୁମାନଙ୍କ ଉପରେ ପଡ଼ିଥିଲା। ତେଣୁ ସେମାନେ ଅନ୍ୟ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରିଥିଲେ। ତଥାପି ଏଠାକାର ଲୋକମାନେ ନିଜକୁ ହୃଦୟରେ ହିନ୍ଦୁ ବୋଲି ଭାବନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?