Posted inଫୁରସତ

ଏହି ଦେଶରେ ରହିଛି ବିଶ୍ୱପ୍ରସିଦ୍ଧ ହିନ୍ଦୁ ମନ୍ଦିର, ମାତ୍ର ଏଠାରେ ଜଣେ ହେଲେ ନାହାନ୍ତି ହିନ୍ଦୁ

ବିଶ୍ୱର ଅନେକ ଦେଶରେ ହିନ୍ଦୁ ମନ୍ଦିର ରହିଛି। ମାତ୍ର ଏପରି ଏକ ଦେଶ ଅଛି, ଯେଉଁଠି ବିଶ୍ୱର ସର୍ବ ବୃହତ ହିନ୍ଦୁ ମନ୍ଦିର ଅଛି, ହେଲେ ଜଣେ ବି ହିନ୍ଦୁ ଲୋକ ନାହାନ୍ତି।

ଅଙ୍ଗୋକର ଓ୍ବାଟ୍‌ ମନ୍ଦିର ହେଉଛି ବିଶ୍ୱର ସବୁଠାରୁ ବଡ଼ ହିନ୍ଦୁ ମନ୍ଦିର। ଏହା ବ୍ୟତୀତ ଏହା ଦୁନିଆର ସବୁଠୁ ବଡ଼ ଧାର୍ମିକ ସ୍ମାରକୀ ଅଟେ। ଏହା କାମ୍ବୋଡିଆର ଅଙ୍ଗୋକରରେ ଅବସ୍ଥିତ। ଅଙ୍ଗୋକର ସିମରିପ୍‌ ସହରର ମେକୋଙ୍ଗ ନଦୀ କୂଳରେ ଅବସ୍ଥିତ। ଏହା ଶହ ଶହ ବର୍ଗ ମାଇଲ ପର୍ଯ୍ୟନ୍ତ ବ୍ୟାପିଛି। ଏହା ଭଗବାନ ବିଷ୍ଣୁଙ୍କର ଏକ ମନ୍ଦିର। ପୂର୍ବ ଶାସକମାନେ ଏଠାରେ ଭଗବାନ ଶିବଙ୍କର ବଡ଼ ମନ୍ଦିର ନିର୍ମାଣ କରିଥିଲେ। ଏହାର ପୁରୁଣା ନାମ ଯଶୋଦପୁର ଥିଲା। ଏହି ମନ୍ଦିର ୧୧୧୨ରୁ ୧୧୫୩ ଖ୍ରୀଷ୍ଟାବ୍ଦରେ ଦ୍ୱିତୀୟ ରାଜା ସୂର୍ଯ୍ୟବର୍ମନ ନିର୍ମାଣ କରାଇଥିଲେ। ଏହା ବିଶ୍ୱର ସବୁଠାରୁ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥାନ ମଧ୍ୟରେ ଅନ୍ତର୍ଭୁକ୍ତ। ୟୁନେସ୍କୋ ବିଶ୍ୱ ଐତିହ୍ୟରେ ମଧ୍ୟ ଅନ୍ତର୍ଭୁକ୍ତ।

ସବୁଠୁ ବଡ଼ ପ୍ରଶ୍ନ ହେଉଛି କାମ୍ବୋଡିଆରେ ଯଦି ବିଶ୍ୱ ପ୍ରସିଦ୍ଧ ହିନ୍ଦୁ ମନ୍ଦିର ରହିଛି ତେବେ ୧୦୦ ପ୍ରତିଶତ ହିନ୍ଦୁ ଧର୍ମ ଅନୁସରଣ କରୁଥିବା ହିନ୍ଦୁମାନେ କୁଆଡ଼େ ଗଲେ? ସେଠାରେ କାହିଁକି ହିନ୍ଦୁ ନାହାନ୍ତି? ଇତିହାସ ଅନୁଯାୟୀ, ଏଠାରେ ଲୋକମାନେ ଅନ୍ୟ ଧର୍ମ ଗ୍ରହଣ କରିଛନ୍ତି। ବର୍ତ୍ତମାନ ଏହି ଦେଶରେ କେବଳ ଅଳ୍ପ କେତେକ ହିନ୍ଦୁ ରହିଛନ୍ତି।

କାମ୍ବୋଡିଆ ଦକ୍ଷିଣ ପୂର୍ବ ଏସିଆର ଏକ ପ୍ରମୁଖ ଦେଶ ଏବଂ ଏହାର ଜନସଂଖ୍ୟା ପ୍ରାୟ ୧୭ କୋଟି। ପୂର୍ବ ଏସିଆରେ ୧୦୦୦ରୁ ୫୦୦୦ ବର୍ଷ ପୁରୁଣା ପୁରାତନ ମନ୍ଦିରଗୁଡ଼ିକ ଆବିଷ୍କୃତ ହୋଇଛି। ଏହି ଅନୁସନ୍ଧାନରେ ଭାରତର ପ୍ରାଚୀନ ସମୃଦ୍ଧ ସଂସ୍କୃତିର ଝଲକ ଦେଖିବାକୁ ମିଳିଛି। ବୈଜ୍ଞାନିକମାନେ ଗ୍ରହଣ କରିଛନ୍ତି ଯେ, ହଜାର ହଜାର ବର୍ଷ ମଧ୍ୟରେ ସମୁଦ୍ର ପତ୍ତନ ପ୍ରାୟ ୫୦୦ମିଟର ବୃଦ୍ଧି ପାଇଛି। ଏହା ପ୍ରମାଣ କରିଛି ରାମ-ସେତୁ, ଦ୍ୱାରିକା ସହର ପରି ସ୍ଥାନଗୁଡିକ ବିଦ୍ୟମାନ ଅଛି ଏବଂ ଏହି ସ୍ଥାନ ସହ ଜଡିତ ଫଟୋଗୁଡ଼ିକ ମଧ୍ୟ ସତ୍ୟ ଅଟେ।

କିମ୍ବଦନ୍ତୀ ଅନୁଯାୟୀ, କମ୍ବୁ ନାଗରାଜଙ୍କ ଝିଅକୁ ବିବାହ କରି କମ୍ବୁଜ ରାଜବଂଶର ମୂଳଦୁଆ ପକାଇଲେ। କିନ୍ତୁ ଏଠାରେ ବିଦେଶୀମାନଙ୍କ ଦୃଷ୍ଟି ହିନ୍ଦୁମାନଙ୍କ ଉପରେ ପଡ଼ିଥିଲା। ତେଣୁ ସେମାନେ ଅନ୍ୟ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରିଥିଲେ। ତଥାପି ଏଠାକାର ଲୋକମାନେ ନିଜକୁ ହୃଦୟରେ ହିନ୍ଦୁ ବୋଲି ଭାବନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri