Posted inଫୁରସତ

ବିଶ୍ୱର ସବୁଠୁ ବଡ଼ ଏଟିଏମ୍‌

ଇସଲାମାବାଦ୍‌,୨୦।୩: ପାକିସ୍ତାନର ଆର୍ଥିକ ଅବସ୍ଥା ବିଗିଡି ଯାଇଛି। ମୁଦ୍ରାସ୍ଫୀତି ଏତେ ଅଧିକ ଯେ, ଏଟିଏମରୁ ଟଙ୍କା ଉଠାଇଲେ ତାହା କ୍ଷଣକ ମଧ୍ୟରେ ଶେଷ ହୋଇଯାଉଛି। ପାକିସ୍ତାନ ନାମରେ ଏଟିଏମ ସମ୍ବନ୍ଧରେ ଏଭଳି ବିଶ୍ୱ ରେକର୍ଡ ରହିଛି, ଯାହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ। ପାକିସ୍ତାନରେ ବିଶ୍ୱର ସର୍ବୋଚ୍ଚ ଏଟିଏମ ସ୍ଥାପିତ ହୋଇଛି। କିଛି ଲୋକ ଏହି ଏଟିଏମକୁ ସେଲଫି ଏଟିଏମ ବୋଲି ମଧ୍ୟ କୁହନ୍ତି। ଯେଉଁମାନେ ଏହି ଏଟିଏମରୁ ଟଙ୍କା ଉଠାଇବାକୁ ଯାଆନ୍ତି, ଏହା ସହିତ ସେଲଫି ନେଇ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି।
ପାକିସ୍ତାନରେ ଏହି ଏଟିଏମ୍‌ ପାହାଡ଼ିଆ ଅଞ୍ଚଳ ଅଛି। ଏହି ସ୍ଥାନଟି ବରଫ ପାହାଡ ଦ୍ୱାରା ଘେରି ରହିଛି। ବର୍ଷସାରା ଏଠାରେ ତୁଷାରପାତ ହୁଏ। ଏହି ଏଟିଏମ ନ୍ୟାଶନାଲ ବ୍ୟାଙ୍କ ଅଫ ପାକିସ୍ତାନର ଅଟେ। ଏଟିଏମ ବିଷୟରେ ସବୁଠାରୁ ବିଶେଷ କଥା ହେଉଛି ଏହାକୁ ଚଳାଇବା ପାଇଁ ସୌର ଏବଂ ପବନ ଶକ୍ତିର ସାହାଯ୍ୟ ନିଆଯାଏ। ଏହି ଏଟିଏମ ୨୦୧୬ରେ ସ୍ଥାପିତ ହୋଇଥିଲା ଏବଂ ଏହାର ନାମ ବର୍ତ୍ତମାନ ଗିନିଜ ୱାଲର୍‌ଡ ରେକର୍ଡରେ ସ୍ଥାନ ପାଇଛି। ଏହି ଏଟିଏମ ୪୬୯୩ ମିଟର ଉଚ୍ଚତାରେ ନିର୍ମିତ।
ଗତ ୧୫ ଦିନ ମଧ୍ୟରେ ଏହି ଏଟିଏମରୁ ପ୍ରାୟ ୪୦ ରୁ ୫୦ ଲକ୍ଷ ଟଙ୍କା ଉଠାଯାଇଛି। ଏହାର କାରଣ ହେଉଛି ଏଠାରେ ପର୍ଯ୍ୟଟକଙ୍କ ଆଗମନ। ପର୍ଯ୍ୟଟକମାନେ ଟଙ୍କା ଉଠାଇବା ପାଇଁ ଅଧିକାଂଶ ସମୟରେ ଏଟିଏମ ବ୍ୟବହାର କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri