Posted inଫୁରସତ

ମାତ୍ର ୯ ବର୍ଷରେ କୋଟିପତି ଏହି ବାଳକ: ଜେଟ୍‌ରେ ବୁଲନ୍ତି, ପିନ୍ଧନ୍ତି ଡିଜାଇନର୍‌ ପୋଷାକ…

ଦୁନିଆରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରିବାକୁ ଭଲ ପାଆନ୍ତି। ଏଥିପାଇଁ କିଛି କଠିନ ପରିଶ୍ରମ କରୁଥିବା ବେଳେ କିଛି ଜନ୍ମରୁ ଆଭିଜାତ୍ୟର ସହ ବଢ଼ିଥାନ୍ତି। ସେଭଳି ଜଣେ ହେଲେ ଏହି ବାଳକ। ତାଙ୍କୁ ମାତ୍ର ୯ ବର୍ଷ ହୋଇଥିଲେ ହେଁ ସେ କୋଟିପତି। ତାଙ୍କର ଜୀବନଶୈଳୀ ଦେଖିଲେ ବଡ ସମ୍ଭ୍ରାନ୍ତମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି।

ବାଳକଜଣଙ୍କ ହେଉଛନ୍ତି ମହମ୍ମଦ ଆୱାଲ ମୁସ୍ତଫା ଓରଫ ମୋମ୍ଫା ଜୁନିୟର। ସମ୍ଭ୍ରାନ୍ତ ଜୀବନଶୈଳୀ ଯୋଗୁ ତାଙ୍କୁ ଦୁନିଆର ସବୁଠାରୁ କମ୍‌ ବୟସର କୋଟିପତି ବୋଲି କୁହାଯାଏ। ଯେତେବେଳେ ମୁସ୍ତାଫାଙ୍କୁ ଛଅ ବର୍ଷ ହୋଇଥିଲା, ସେ ଏକ ବିଳାସପୂର୍ଣ୍ଣ ବଙ୍ଗଳାର ମାଲିକ ହୋଇଥିଲେ। ଆୱାଲ ମୁସ୍ତାଫାଙ୍କର ନିଜର ବ୍ୟକ୍ତିଗତ ଜେଟ୍‌ ଅଛି। ଏହାଛଡ଼ା ଅନେକ ଦାମୀ କାର୍‌ ମଧ୍ୟ ରହିଛି।

ଛୋଟ ବୟସରେ ବି ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ନାଇଜେରିଆର ଲାଗୋସରେ ରହୁଥିବା ମୋମ୍ଫା ଜୁନିୟର ସେଠାକାର ଇଣ୍ଟରନେଟ୍‌ ସେଲିବ୍ରିଟି ଇସମାଇଲିଆ ମୁସ୍ତାଫା ମହମ୍ମଦ ଆୱାଲ ମୁସ୍ତାଫାଙ୍କ ପୁଅ। ମୋମ୍ଫା କେବଳ ଡିଜାଇନର୍‌ ପୋଷାକ ପିନ୍ଧନ୍ତି। ଏହି ସବୁ ଉପହାର ତାଙ୍କ ପିତା ଦେଇଛନ୍ତି। ତାଙ୍କର ରହଣି ଦେଖି ବଡ ବଡ଼ କୋଟିପତି ଆଶ୍ଚର୍ଯ୍ୟ ହୋଇଯାଆନ୍ତି। କାରଣ ବହୁତ କମ୍‌ ଲୋକ ଏତେ କମ ବୟସରେ ଏପରି ଜୀବନ ଜିଇଁଥାନ୍ତି।

 

View this post on Instagram

 

A post shared by Muhammed Awal Mustapha (@momphajnr)


Enter your email to get our daily news in your inbox.

All Right Reserved By Dharitri.Com

କୁମ୍ବୀରକୁ ଧରି ଫଟୋ ଉଠାଉଥିଲେ କିଛି ବ୍ୟକ୍ତି: ହଠାତ୍‌ ଘଟିଲା ଏମିତି, ଆଉ ତା’ପରେ ଦେଖନ୍ତୁ ଭିଡିଓ

ବିପଦପୂର୍ଣ୍ଣ ଜୀବଙ୍କ ନିକଟକୁ ଯିବାକୁ ଡର ଲାଗେ। ଲୋକମାନେ ଏପରି ଜୀବମାନଙ୍କ ଆଖପାଖକୁ ଯିବାକୁ ଥରନ୍ତି। ଏହିପରି ଜୀବମାନେ କ୍ଷଣିକ ମଧ୍ୟରେ ଲୋକଙ୍କ କ୍ଷତି କରନ୍ତି।...

ଯୌତୁକ ନା ବଜାର: ବିବାହରେ ଉପହାର ମିଳିଲା ଏତେ ଜିତିଷ, ରାଗିଗଲେ ଲୋକେ

ବିବାହରେ ଯୌତୁକ ଦେବା ପରମ୍ପରା ଦୀର୍ଘ ଦିନ ଧରି ଚାଲିଆସୁଛି। ଆଜି ବି ଲୋକମାନେ ଏହି ପରମ୍ପରାକୁ ପ୍ରୋତ୍ସାହିତ କରୁଥିବା ଦେଖାଯାଉଛି। ସୋସିଆଲ ମିଡିଆରେ ଏକ...

ମଦ୍ୟପ ଓ ଅପରାଧୀଙ୍କ ପାଇଁ ନିଯୁକ୍ତି ସୁଯୋଗ, ବିଜ୍ଞାପନ ଦେଲା ଏହି କମ୍ପାନୀ

ହୋବାର୍ଟ,୨୯।୧୧: ଭଲ ଦରମା ସହ ମନ ମୁତାବକ ଚାକିରି ଖଣ୍ଡିଏ ମିଳିଲେ ବ୍ୟକ୍ତ ଯେକେଉଁଠି ଯିବାକୁ ଚାହିଁଥାଏ। ସମ୍ପ୍ରତି, ଏକ ଏଭଳି ଚାକିରିର ବିଜ୍ଞାପନ ସୋସିଆଲ...

କୋବି ପାଇଁ ମର୍ଡର! ବୃଦ୍ଧଙ୍କୁ ପିଟିପିଟି ହତ୍ୟା

ପାଟନା,୨୯।୧୧: ବିହାରର ମୋତିହାରି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି। କୋବିକୁ ନେଇ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି। ମୋତିହାରିରର ଦୁଲମା ପଞ୍ଚାୟତର ଓ୍ବାର୍ଡ-୯ର...

ଇଣ୍ଟର୍ନଶିପରେ କମ୍ପାନୀ କରାଇଲା ଅଧିକ କାମ, ଚାଲିଗଲା ଯୁବକଙ୍କ ଜୀବନ

ବେଜିଂ,୨୯।୧୧: ଇଣ୍ଟର୍ନଶିପ ସମୟରେ ବ୍ୟକ୍ତି କୌଣସି କମ୍ପାନୀରେ କାମ ଶିଖିଥାଏ। ଶୀଘ୍ର କାମ ଶିଖିବା ପରେ ଉକ୍ତ ବ୍ୟକ୍ତିଙ୍କୁ କମ୍ପାନୀ ନିଯୁକ୍ତି ଦେଇ ପାରିବ ବୋଲି...

ଏହି ଦିଗକୁ ମୁହଁ କରି କରନ୍ତୁ ନାହିଁ ଭୋଜନ, ବାସ୍ତୁଶାସ୍ତ୍ରରେ କରାଯାଇଛି ମନା…

ଦିଗ ସମ୍ବନ୍ଧୀୟ ଅନେକ ଜିନିଷକୁ ବାସ୍ତୁଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। କେଉଁ ଦିଗରେ କ’ଣ କରିବା ଉଚିତ ନୁହେଁ ଏବଂ କେଉଁ କାର୍ଯ୍ୟ କରିବା ଶୁଭ ଅଟେ...

ଆୟର୍ଲାଣ୍ଡରେ ସବୁଠୁ ଅଧିକ ଦରମା ପାଉଛନ୍ତି ଭାରତୀୟ ମହିଳା, ଆୟର୍ଲାଣ୍ଡର ମହିଳା ଅଛନ୍ତି ପଛରେ…

ଡବଲିନ,୨୯।୧୧: ଅଧିକ ଦରମା ପାଇବା ପାଇଁ ଭାରୀୟମାନେ ଦେଶ ବାହାରକୁ ଯାଉଛନ୍ତି। କେବଳ ପୁରୁଷ ନୁହେଁ ମହିଳମାନେ ମଧ୍ୟ ଦେଶ ବାହାରକୁ ଯାଇ ବିଭିନ୍ନ ପ୍ରକାର...

୨୪ ଥରରେ ଏମ୍‌ଏସ୍‌ସି ପାସ୍‌

ଭୋପାଳ: ଜଣେ ମଣିଷ କିଛି ହାସଲ କରିବାକୁ ଚାହିଁଲେ, ସେଥିପାଇଁ ତାଙ୍କୁ ବହୁତ ବାଧାବିଘ୍ନ ଦେଇ ଗତି କରିବାକୁ ପଡ଼ିଥାଏ। ଏହାପରେ ସେ ସଫଳତା ପାଇପାରେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri