Posted inଜାତୀୟ

ଦିଲ୍ଲୀ ପୋଲିସର ବର୍ବରତାକୁ ବିଶ୍ୱ କୁସ୍ତିଯୋଦ୍ଧା ସଂଘର ନିନ୍ଦା

ନୂଆଦିଲ୍ଲୀ,୧ା୬: ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ମୁଖ୍ୟ ବ୍ରିଜ୍‌ ଭୂଷଣ ଶରଣ ସିଂଙ୍କ ବିରୋଧରେ ମହିଳା କୁସ୍ତିଯୋଦ୍ଧାମାନେ ଆଣିଥିବା ଯୌନ ନିର୍ଯାତନା ଅଭିଯୋଗ ପ୍ରସଙ୍ଗରେ ଏବେ ବିଶ୍ୱ କୁସ୍ତିଯୋଦ୍ଧା ସଂଘ ବା ୟୁନାଇଟେଡ୍‌ ଓ୍ବାଲର୍‌ଡ ରେସଲିଂ (ୟୁଡବ୍ଲ୍ୟୁଡବ୍ଲ୍ୟୁ) ହସ୍ତକ୍ଷେପ କରିଛି। ଡବ୍ଲ୍ୟୁଏଫ୍‌ଆଇର ନିର୍ବାଚନ ୪୫ ଦିନ ମଧ୍ୟରେ କରାଇବାକୁ ଏହି ଅନ୍ତର୍ଜାତୀୟ ସଙ୍ଗଠନ ପରାମର୍ଶ ଦେଇଛି। ଏଥିସହ ବ୍ରିଜ୍‌ଭୂଷଣଙ୍କ ବିରୋଧରେ ଆଗତ ଅଭିଯୋଗଗୁଡ଼ିକର ମନ୍ଥର ତଦନ୍ତ ନେଇ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛି।
ୟୁଡବ୍ଲ୍ୟୁଡବ୍ଲ୍ୟୁ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି, ନ୍ୟାୟ ପାଇଁ ଧାରଣାରତ କୁସ୍ତଯୋଦ୍ଧାମାନଙ୍କ ପ୍ରତି ଦେଖାଯାଇଥିବା ବ୍ୟବହାର ଓ ସେମାନଙ୍କୁ ଅଟକ ରଖାଯିବା ଅତ୍ୟନ୍ତ ନିନ୍ଦନୀୟ। ସମ୍ପୃକ୍ତ କର୍ତ୍ତୃପକ୍ଷ ଅଭିଯୋଗଗୁଡ଼ିକର ପୁଙ୍ଖାନୁପୁଙ୍ଖ ନିରପେକ୍ଷ ତଦନ୍ତ କରାନ୍ତୁ। ଡବ୍ଲ୍ୟୁଏଫ୍‌ଆଇର ୧୦ଏ ଏବଂ ଆଡ୍‌ହକ୍‌ କମିଟିଠାରୁ ପରବର୍ତ୍ତୀ ଜେନେରାଲ ଆସେମ୍ବ୍ଲି ନିର୍ବାଚନ ସମ୍ପର୍କରେ ତଥ୍ୟ ମଗାଯାଇଛି। ୪୫ ଦିନ ମଧ୍ୟରେ ନିର୍ବାଚନ କରା ନ ଗଲେ ୟୁଡବ୍ଲ୍ୟୁଡବ୍ଲ୍ୟୁ ଡବ୍ଲ୍ୟୁଏଫ୍‌ଆଇକୁ ନିଲମ୍ବନ କରିପାରେ। ବ୍ରିଜ୍‌ଭୂଷଣ ଭାରତୀୟ କୁସ୍ତିଯୋଦ୍ଧାଙ୍କ ପ୍ରତି କରିଥିବା ଦୁର୍ବ୍ୟବହାର ଓ ଉତ୍ପୀଡ଼ନ ଅଭିଯୋଗ ଉପରେ ଅନେକ ମାସ ଧରି ୟୁଡବ୍ଲ୍ୟୁଡବ୍ଲ୍ୟୁର ନଜର ରହିଛି। ସେମାନଙ୍କ ସହ ଏକ ବୈଠକ କରାଯିବ। କୁସ୍ତିଯୋଦ୍ଧାଙ୍କ ଅବସ୍ଥା ଓ ସୁରକ୍ଷା ଯାଞ୍ଚ କରାଯିବ। ଇତିମଧ୍ୟରେ ଇଣ୍ଟରନ୍ୟାଶନାଲ ଅଲିମ୍ପିକ୍‌ କମିଟି (ଆଇଓସି) ମଧ୍ୟ ବ୍ରିଜ୍‌ଭୂଷଣଙ୍କ ବିରୋଧରେ ଉପଯୁକ୍ତ ଆପରାଧିକ ତଦନ୍ତ କରି ତୁରନ୍ତ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ପରାମର୍ଶ ଦେଇଛି। ସେପଟେ ଦିଲ୍ଲୀ ପୋଲିସ କହିଛି, ବ୍ରିଜ୍‌ଭୂଷଣଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ବିଚାର ଚାଲିଛି। ତାଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ମିଳିନାହିଁ। ୧୫ ଦିନ ଭିତରେ କୋର୍ଟରେ ତଦନ୍ତ ରିପୋର୍ଟ ଦାଖଲ କରାଯିବ। ଏହି ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଦିଲ୍ଲୀ ପୋଲିସ ଟୁଇଟ୍‌ କରିଥିଲା, ଏହା ଏକ ଭୁଲ୍‌ ଖବର ଏବଂ ଏହି ସମ୍ବେଦନଶୀଳ ମାମଲାରେ ତଦନ୍ତ ଚାଲିଛି। ତେବେ ଏହାର ଘଣ୍ଟାଏପରେ ଦିଲ୍ଲୀ ପୋଲିସ ଉକ୍ତ ଟୁଇଟ୍‌କୁ ଡିଲିଟ୍‌ କରିଦେଇଛି। ଦିଲ୍ଲୀ ପୋଲିସର ଲୋକ ସମ୍ପର୍କ ଅଧିକାରୀ (ପିଆର୍‌ଓ) ମଧ୍ୟ ଖରଦାତାମାନଙ୍କ ସହ ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ଶେୟାର କରିଥିବା ମେସେଜ୍‌କୁ ଡିଲିଟ୍‌ କରିଦେଇଛନ୍ତି। ଏହାର କିଛି ସମୟ ପରେ ଦିଲ୍ଲୀ ପୋଲିସ ମୁଖପାତ୍ର ଆଉ ଏକ ମେସେଜ୍‌ ଶେୟାର କରିଛନ୍ତି। ଏଥିରେ ଉଲ୍ଲେଖ କରାଯାଇଛି, ମହିଳା କୁସ୍ତିଯୋଦ୍ଧାଙ୍କ ଦ୍ୱାରା କରାଯାଇଥିବା ଏହି ମାମଲା ଏବେ ମଧ୍ୟ ବିଚାରାଧୀନ ରହିଛି। କୋର୍ଟରେ ତଦନ୍ତ ସମ୍ପର୍କିତ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରାଯାଉଛି।
ଅନ୍ୟପକ୍ଷେ ମଙ୍ଗଳବାର କୁସ୍ତିଯୋଦ୍ଧାମାନେ ହରିଦ୍ୱାର ଯାଇ ଗଙ୍ଗାନଦୀରେ ନିଜ ନିଜ ପଦକ ବିସର୍ଜନ ଉଦ୍ୟମ କରିଥିଲେ। ଭାରତୀୟ କିଷାନ୍‌ ୟୁନିୟନ୍‌ (ବିକେୟୁ) ମୁଖ୍ୟ ନରେଶ ଟିକାଏତ୍‌ ସେମାନଙ୍କୁ ଅଟକାଇବା ସହ ୫ ଦିନ ସମୟ ମାଗିଥିଲେ। ୫ ଦିନ ମଧ୍ୟରେ ବ୍ରିଜ୍‌ଭୂଷଣଙ୍କୁ ଗିରଫ କରିବା ପାଇଁ ମହଲତ ଦିଆଯାଇଛି। ଏନେଇ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, କୁସ୍ତିଯୋଦ୍ଧାମାନେ ଏପରି କୌଣସି ପଦକ୍ଷେପ ନିଅନ୍ତୁ ନାହିଁ, ଯାହକି କ୍ରୀଡ଼ାକୁ ନୂ୍ୟନ କରିଦେବ। ବ୍ରିଜ୍‌ଭୂଷଣଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ଉପରେ ଭରସା କରି ଫଳାଫଳକୁ ଧୈର୍ଯ୍ୟର ସହ ଅପେକ୍ଷା କରନ୍ତୁ। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଆସୁଥିବା ବିରୋଧୀ କଂଗ୍ରେସ କହିଛି, ଭାଜପାର ‘ବେଟି ବଚାଓ ବେଟି ପଢ଼ାଓ’ ସ୍ଲୋଗାନ ଏବେ ‘ଝିଅଙ୍କୁ ଭାଜପା ନେତାଙ୍କଠାରୁ ବଞ୍ଚାଅ’ରେ ପରିଣତ ହୋଇଯାଇଛି। କୁସ୍ତିଯୋଦ୍ଧାମାନଙ୍କୁ ପଦକ ବିସର୍ଜନ ନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁରୋଧ ନ କରିବା ଦୁର୍ଭାଗ୍ୟଜନକ ବୋଲି ଏଆଇସିସି ମୁଖ୍ୟାଳୟରେ ଦଳୀୟ ଏମ୍‌ପି ଦୀପେନ୍ଦ୍ର ହୁଡ଼ା ସମାଲୋଚନା କରିଛନ୍ତି। ରାଜ୍ୟ ସଭା ସଦସ୍ୟ କପିଲ ସିବଲଙ୍କ ମତରେ କୁସ୍ତିଯୋଦ୍ଧାଙ୍କ ମଧ୍ୟରେ ଜଣେ ନାବାଳିକା ଥିବାରୁ ବ୍ରିଜ୍‌ଭୂଷଣଙ୍କ ବିରୋଧରେ ଶିଶୁଙ୍କୁ ଯୌନ ଅପରାଧରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ପୋକ୍ସୋ ଆଇନ ବଳରେ ମାମଲା ରୁଜୁ ହୋଇଛି। କିନ୍ତୁ ସେ ଭାଜପା ଏମ୍‌ପି ହୋଇଥିବାରୁ ତାଙ୍କୁ ତତ୍କାଳ ଗିରଫ କରାଯାଉ ନାହିଁ କି ବୋଲି ଅଭିଯୋଗକାରୀଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ସିବଲ ପ୍ରଶ୍ନ କରିଛନ୍ତି। ଏସବୁ ମଧ୍ୟରେ ଉତ୍ତରପ୍ରଦେଶର ବାରାବାଙ୍କିସ୍ଥିତ ମହାଦେବ ଅଡିଟୋରିୟମ୍‌ରେ ବ୍ରିଜ୍‌ଭୂଷଣ କହିଛନ୍ତି, ୪ ମାସ ହେଲାଣି ରେସଲରମାନେ ତାଙ୍କୁ ଝୁଲାଇଦେବାକୁ ଦାବି କରୁଛନ୍ତି। କିନ୍ତୁ ସରକାର ତାଙ୍କୁ ଝୁଲାଉନାହାନ୍ତି। ଗଙ୍ଗାରେ ପଦକ ବିସର୍ଜନ କଲେ ଫାଶୀ ମିଳିବ ନାହିଁ। ତାଙ୍କ ବିରୋଧରେ ଅଭିଯୋଗର ଗୋଟିଏ ବି ପ୍ରମାଣ ମିଳିଲେ ସେ ନିଜ ବେକରେ ଦଉଡ଼ି ଲଗାଇ ଝୁଲିପଡ଼ିବେ। ଖେଳାଳିମାନେ ତାଙ୍କ ଝିଅ ଭଳି ହୋଇଥିବାରୁ ସେ ସେମାନଙ୍କୁ ଦୋଷାରୋପ କରିବାକୁ ଚାହୁଁ ନାହାନ୍ତି ବୋଲି କୈସେରଗଞ୍ଜ ଏମ୍‌ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?