Posted inଜାତୀୟ

ଦିଲ୍ଲୀ ପୋଲିସର ବର୍ବରତାକୁ ବିଶ୍ୱ କୁସ୍ତିଯୋଦ୍ଧା ସଂଘର ନିନ୍ଦା

ନୂଆଦିଲ୍ଲୀ,୧ା୬: ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ମୁଖ୍ୟ ବ୍ରିଜ୍‌ ଭୂଷଣ ଶରଣ ସିଂଙ୍କ ବିରୋଧରେ ମହିଳା କୁସ୍ତିଯୋଦ୍ଧାମାନେ ଆଣିଥିବା ଯୌନ ନିର୍ଯାତନା ଅଭିଯୋଗ ପ୍ରସଙ୍ଗରେ ଏବେ ବିଶ୍ୱ କୁସ୍ତିଯୋଦ୍ଧା ସଂଘ ବା ୟୁନାଇଟେଡ୍‌ ଓ୍ବାଲର୍‌ଡ ରେସଲିଂ (ୟୁଡବ୍ଲ୍ୟୁଡବ୍ଲ୍ୟୁ) ହସ୍ତକ୍ଷେପ କରିଛି। ଡବ୍ଲ୍ୟୁଏଫ୍‌ଆଇର ନିର୍ବାଚନ ୪୫ ଦିନ ମଧ୍ୟରେ କରାଇବାକୁ ଏହି ଅନ୍ତର୍ଜାତୀୟ ସଙ୍ଗଠନ ପରାମର୍ଶ ଦେଇଛି। ଏଥିସହ ବ୍ରିଜ୍‌ଭୂଷଣଙ୍କ ବିରୋଧରେ ଆଗତ ଅଭିଯୋଗଗୁଡ଼ିକର ମନ୍ଥର ତଦନ୍ତ ନେଇ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛି।
ୟୁଡବ୍ଲ୍ୟୁଡବ୍ଲ୍ୟୁ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି, ନ୍ୟାୟ ପାଇଁ ଧାରଣାରତ କୁସ୍ତଯୋଦ୍ଧାମାନଙ୍କ ପ୍ରତି ଦେଖାଯାଇଥିବା ବ୍ୟବହାର ଓ ସେମାନଙ୍କୁ ଅଟକ ରଖାଯିବା ଅତ୍ୟନ୍ତ ନିନ୍ଦନୀୟ। ସମ୍ପୃକ୍ତ କର୍ତ୍ତୃପକ୍ଷ ଅଭିଯୋଗଗୁଡ଼ିକର ପୁଙ୍ଖାନୁପୁଙ୍ଖ ନିରପେକ୍ଷ ତଦନ୍ତ କରାନ୍ତୁ। ଡବ୍ଲ୍ୟୁଏଫ୍‌ଆଇର ୧୦ଏ ଏବଂ ଆଡ୍‌ହକ୍‌ କମିଟିଠାରୁ ପରବର୍ତ୍ତୀ ଜେନେରାଲ ଆସେମ୍ବ୍ଲି ନିର୍ବାଚନ ସମ୍ପର୍କରେ ତଥ୍ୟ ମଗାଯାଇଛି। ୪୫ ଦିନ ମଧ୍ୟରେ ନିର୍ବାଚନ କରା ନ ଗଲେ ୟୁଡବ୍ଲ୍ୟୁଡବ୍ଲ୍ୟୁ ଡବ୍ଲ୍ୟୁଏଫ୍‌ଆଇକୁ ନିଲମ୍ବନ କରିପାରେ। ବ୍ରିଜ୍‌ଭୂଷଣ ଭାରତୀୟ କୁସ୍ତିଯୋଦ୍ଧାଙ୍କ ପ୍ରତି କରିଥିବା ଦୁର୍ବ୍ୟବହାର ଓ ଉତ୍ପୀଡ଼ନ ଅଭିଯୋଗ ଉପରେ ଅନେକ ମାସ ଧରି ୟୁଡବ୍ଲ୍ୟୁଡବ୍ଲ୍ୟୁର ନଜର ରହିଛି। ସେମାନଙ୍କ ସହ ଏକ ବୈଠକ କରାଯିବ। କୁସ୍ତିଯୋଦ୍ଧାଙ୍କ ଅବସ୍ଥା ଓ ସୁରକ୍ଷା ଯାଞ୍ଚ କରାଯିବ। ଇତିମଧ୍ୟରେ ଇଣ୍ଟରନ୍ୟାଶନାଲ ଅଲିମ୍ପିକ୍‌ କମିଟି (ଆଇଓସି) ମଧ୍ୟ ବ୍ରିଜ୍‌ଭୂଷଣଙ୍କ ବିରୋଧରେ ଉପଯୁକ୍ତ ଆପରାଧିକ ତଦନ୍ତ କରି ତୁରନ୍ତ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ପରାମର୍ଶ ଦେଇଛି। ସେପଟେ ଦିଲ୍ଲୀ ପୋଲିସ କହିଛି, ବ୍ରିଜ୍‌ଭୂଷଣଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ବିଚାର ଚାଲିଛି। ତାଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ମିଳିନାହିଁ। ୧୫ ଦିନ ଭିତରେ କୋର୍ଟରେ ତଦନ୍ତ ରିପୋର୍ଟ ଦାଖଲ କରାଯିବ। ଏହି ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଦିଲ୍ଲୀ ପୋଲିସ ଟୁଇଟ୍‌ କରିଥିଲା, ଏହା ଏକ ଭୁଲ୍‌ ଖବର ଏବଂ ଏହି ସମ୍ବେଦନଶୀଳ ମାମଲାରେ ତଦନ୍ତ ଚାଲିଛି। ତେବେ ଏହାର ଘଣ୍ଟାଏପରେ ଦିଲ୍ଲୀ ପୋଲିସ ଉକ୍ତ ଟୁଇଟ୍‌କୁ ଡିଲିଟ୍‌ କରିଦେଇଛି। ଦିଲ୍ଲୀ ପୋଲିସର ଲୋକ ସମ୍ପର୍କ ଅଧିକାରୀ (ପିଆର୍‌ଓ) ମଧ୍ୟ ଖରଦାତାମାନଙ୍କ ସହ ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ଶେୟାର କରିଥିବା ମେସେଜ୍‌କୁ ଡିଲିଟ୍‌ କରିଦେଇଛନ୍ତି। ଏହାର କିଛି ସମୟ ପରେ ଦିଲ୍ଲୀ ପୋଲିସ ମୁଖପାତ୍ର ଆଉ ଏକ ମେସେଜ୍‌ ଶେୟାର କରିଛନ୍ତି। ଏଥିରେ ଉଲ୍ଲେଖ କରାଯାଇଛି, ମହିଳା କୁସ୍ତିଯୋଦ୍ଧାଙ୍କ ଦ୍ୱାରା କରାଯାଇଥିବା ଏହି ମାମଲା ଏବେ ମଧ୍ୟ ବିଚାରାଧୀନ ରହିଛି। କୋର୍ଟରେ ତଦନ୍ତ ସମ୍ପର୍କିତ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରାଯାଉଛି।
ଅନ୍ୟପକ୍ଷେ ମଙ୍ଗଳବାର କୁସ୍ତିଯୋଦ୍ଧାମାନେ ହରିଦ୍ୱାର ଯାଇ ଗଙ୍ଗାନଦୀରେ ନିଜ ନିଜ ପଦକ ବିସର୍ଜନ ଉଦ୍ୟମ କରିଥିଲେ। ଭାରତୀୟ କିଷାନ୍‌ ୟୁନିୟନ୍‌ (ବିକେୟୁ) ମୁଖ୍ୟ ନରେଶ ଟିକାଏତ୍‌ ସେମାନଙ୍କୁ ଅଟକାଇବା ସହ ୫ ଦିନ ସମୟ ମାଗିଥିଲେ। ୫ ଦିନ ମଧ୍ୟରେ ବ୍ରିଜ୍‌ଭୂଷଣଙ୍କୁ ଗିରଫ କରିବା ପାଇଁ ମହଲତ ଦିଆଯାଇଛି। ଏନେଇ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, କୁସ୍ତିଯୋଦ୍ଧାମାନେ ଏପରି କୌଣସି ପଦକ୍ଷେପ ନିଅନ୍ତୁ ନାହିଁ, ଯାହକି କ୍ରୀଡ଼ାକୁ ନୂ୍ୟନ କରିଦେବ। ବ୍ରିଜ୍‌ଭୂଷଣଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ଉପରେ ଭରସା କରି ଫଳାଫଳକୁ ଧୈର୍ଯ୍ୟର ସହ ଅପେକ୍ଷା କରନ୍ତୁ। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଆସୁଥିବା ବିରୋଧୀ କଂଗ୍ରେସ କହିଛି, ଭାଜପାର ‘ବେଟି ବଚାଓ ବେଟି ପଢ଼ାଓ’ ସ୍ଲୋଗାନ ଏବେ ‘ଝିଅଙ୍କୁ ଭାଜପା ନେତାଙ୍କଠାରୁ ବଞ୍ଚାଅ’ରେ ପରିଣତ ହୋଇଯାଇଛି। କୁସ୍ତିଯୋଦ୍ଧାମାନଙ୍କୁ ପଦକ ବିସର୍ଜନ ନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁରୋଧ ନ କରିବା ଦୁର୍ଭାଗ୍ୟଜନକ ବୋଲି ଏଆଇସିସି ମୁଖ୍ୟାଳୟରେ ଦଳୀୟ ଏମ୍‌ପି ଦୀପେନ୍ଦ୍ର ହୁଡ଼ା ସମାଲୋଚନା କରିଛନ୍ତି। ରାଜ୍ୟ ସଭା ସଦସ୍ୟ କପିଲ ସିବଲଙ୍କ ମତରେ କୁସ୍ତିଯୋଦ୍ଧାଙ୍କ ମଧ୍ୟରେ ଜଣେ ନାବାଳିକା ଥିବାରୁ ବ୍ରିଜ୍‌ଭୂଷଣଙ୍କ ବିରୋଧରେ ଶିଶୁଙ୍କୁ ଯୌନ ଅପରାଧରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ପୋକ୍ସୋ ଆଇନ ବଳରେ ମାମଲା ରୁଜୁ ହୋଇଛି। କିନ୍ତୁ ସେ ଭାଜପା ଏମ୍‌ପି ହୋଇଥିବାରୁ ତାଙ୍କୁ ତତ୍କାଳ ଗିରଫ କରାଯାଉ ନାହିଁ କି ବୋଲି ଅଭିଯୋଗକାରୀଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ସିବଲ ପ୍ରଶ୍ନ କରିଛନ୍ତି। ଏସବୁ ମଧ୍ୟରେ ଉତ୍ତରପ୍ରଦେଶର ବାରାବାଙ୍କିସ୍ଥିତ ମହାଦେବ ଅଡିଟୋରିୟମ୍‌ରେ ବ୍ରିଜ୍‌ଭୂଷଣ କହିଛନ୍ତି, ୪ ମାସ ହେଲାଣି ରେସଲରମାନେ ତାଙ୍କୁ ଝୁଲାଇଦେବାକୁ ଦାବି କରୁଛନ୍ତି। କିନ୍ତୁ ସରକାର ତାଙ୍କୁ ଝୁଲାଉନାହାନ୍ତି। ଗଙ୍ଗାରେ ପଦକ ବିସର୍ଜନ କଲେ ଫାଶୀ ମିଳିବ ନାହିଁ। ତାଙ୍କ ବିରୋଧରେ ଅଭିଯୋଗର ଗୋଟିଏ ବି ପ୍ରମାଣ ମିଳିଲେ ସେ ନିଜ ବେକରେ ଦଉଡ଼ି ଲଗାଇ ଝୁଲିପଡ଼ିବେ। ଖେଳାଳିମାନେ ତାଙ୍କ ଝିଅ ଭଳି ହୋଇଥିବାରୁ ସେ ସେମାନଙ୍କୁ ଦୋଷାରୋପ କରିବାକୁ ଚାହୁଁ ନାହାନ୍ତି ବୋଲି କୈସେରଗଞ୍ଜ ଏମ୍‌ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତି ନିର୍ବାଚନରେ ବଢିଚାଲିଛି ଖର୍ଚ୍ଚ ସୀମା, ଲୋକ ସଭା ନିର୍ବାଚନରେ ଏତେ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି ପ୍ରାର୍ଥୀ

ନୂଆଦିଲ୍ଲୀ,୨୯।୩: ଲୋକ ସଭା ନିର୍ବାଚନ ୨୦୨୪ର ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ନିର୍ବାଚନ କମିଶନରଙ୍କ ଦାୟିତ୍ୱ ରହିଥାଏ କି କ୍ଷମତାସୀନ ଦଳ...

କଂଗ୍ରେସ ଏହି ଖୁସିକୁ ସହି ପାରିଲା ନାହିଁ, କାହିଁକି ଏମିତି କହିଲେ କଙ୍ଗନା

ଶିମଲା,୨୯।୩: ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ନେଇ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ...

କଂଗ୍ରେସ ପରେ ବଢିଲା ଏହି ଦଳର ମୁଣ୍ଡବ୍ୟଥା, ଆୟକର ବିଭାଗରୁ ମିଳିଲା ନୋଟିସ

ନୂଆଦିଲ୍ଲୀ,୨୯।୩: କଂଗ୍ରେସ ପରେ ଏବେ ଅନ୍ୟ ଏକ ଦଳର ସମସ୍ୟା ବଢିଥିବା ସୂଚନା ମିଳିଛି। ଏହି ପାର୍ଟିକୁ ଆୟକର ବିଭାଗ ପକ୍ଷରୁ ଏକ ନୋଟିସ ମଧ୍ୟ...

ଆସିଲା ମୁଖତାର ଅନସାରୀଙ୍କ ପୋଷ୍ଟ ମର୍ଟମ ରିପୋର୍ଟ, ଏହି କାରଣ ପାଇଁ ହୋଇଛି ମୃତ୍ୟୁ

ବାନ୍ଦା,୨୯।୩: ମାଫିଆ ମୁଖତାର୍‌ ଅନସାରୀଙ୍କ ଶବ ବ୍ୟବଚ୍ଛେଦ ପରେ ହୃଦ୍‌ଘାତ ହେତୁ ତାଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି। ପୋଷ୍ଟମର୍ଟମ ଘରୁ ବାହାରକୁ ଆସିଥିବା ଡାକ୍ତରମାନେ...

ବିଜେଡି-ଭାଜପା-କଂଗ୍ରେସକୁ ମୟୂରଭଞ୍ଜରେ ଟକ୍କର ଦେବ ଏହି ଦଳ, ଘୋଷଣା କଲା ପ୍ରାର୍ଥୀ

ମୟୂରଭଞ୍ଜ,୨୯।୩: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ପୁଣିଥରେ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ଶିବୁ ସୋରେନଙ୍କ ଝିଅ ଅଞ୍ଜନି...

ଏହି ରାଜ୍ୟରେ ଭାଜପାକୁ ହେଲା ପ୍ରାର୍ଥୀଙ୍କ ଅଭାବ, କଂଗ୍ରେସ ନେତାଙ୍କୁ ବାଣ୍ଟିଦେଲା ୬୦ଭାଗ ଟିକେଟ୍‌!

ନୂଆଦିଲ୍ଲୀ,୨୯।୩: ମୁଣ୍ଡ ଉପରେ ନିର୍ବାଚନ। ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ପାର୍ଟିର ନେତାଙ୍କ ମଧ୍ୟରେ ଦଳବଦଳ କାର୍ଯ୍ୟକ୍ରମ ଖୁବ୍‌ ଜୋର୍‌ରେ ଜାରି ରହିଛି। ତେବେ...

ବିଧାୟକ ରାଜୁ ପାଲ ହତ୍ୟାକାଣ୍ଡର ସମସ୍ତ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ପ୍ରୟାଗରାଜ,୨୯।୩: ସିବିଆଇ କୋର୍ଟ ଶୁକ୍ରବାର ବହୁଜନ ସମାଜ ପାର୍ଟିର ବିଧାୟକ ରାଜୁ ପାଲଙ୍କ ହତ୍ୟା ମାମଲାରେ ସମସ୍ତ ୭ଜଣ ଅଭିଯୁକ୍ତଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି...

ପିତା ହେଲେ ମାନ, ନବଜାତ ଶିଶୁର ନାମକରଣ କଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୨୯।୩: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଘରେ ମାର୍ଚ୍ଚ ୨୬ରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ମୁଖ୍ୟମନ୍ତ୍ରୀ ଭାଗବତ ମନ ନିଜେ ସୋସିଆଲ ମିଡିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri