Posted inଜାତୀୟ

ଭାରତ ପ୍ରତି ବିଶ୍ୱ ଦୃଷ୍ଟିଭଙ୍ଗୀ ବଦଳିଛି

ନୂଆଦିଲ୍ଲୀ,୧।୨: ଭାରତ ପ୍ରତି ବିଶ୍ୱ ଦୃଷ୍ଟିଭଙ୍ଗୀରେ ବଦଳିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆରମ୍ଭରେ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରି କହିଛନ୍ତି। ଫଳରେ ପ୍ରତ୍ୟେକ ଭାରତୀୟଙ୍କ ଆତ୍ମବିଶ୍ୱାସ ଆଜି ଶୀର୍ଷରେ ପହଞ୍ଚତ୍ଛି। ଭାରତର ଅତୀତ ଗୌରବ ସହ ଆଧୁନିକତାର ସମସ୍ତ ଗୌରବମୟ ଅଧ୍ୟାୟକୁ ଯୋଡ଼ି ଆଗାମୀ ୨୫ ବର୍ଷରେ ଏହାକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଲାଗି ଜନସାଧାରଣ ସେମାନଙ୍କର ଶ୍ରେଷ୍ଠ ପ୍ରତିପାଦନ କରିବା ନିମନ୍ତେ ମୁର୍ମୁ ଆହ୍ବାନ ଦେଇଛନ୍ତି।
ଦେଶ ସ୍ବାଧୀନତାର ଅମୃତ କାଳ ଆଗାମୀ ୨୫ ବର୍ଷରେ ଭାରତକୁ ଆତ୍ମନିର୍ଭର କରି ଗଢ଼ିତୋଳିବା ସହ ଏହାର ସମସ୍ତ ମାନବୀୟ ଦାୟିତ୍ୱ ପୂରଣ କରିବାକୁ ହେବ। ସର୍ଜିକାଲ ଷ୍ଟ୍ରାଇକ୍‌ଠାରୁ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଏଲ୍‌ଓସିରୁ ଏଲ୍‌ଏସି, ଅନୁଚ୍ଛେଦ ୩୭୦ ଉଚ୍ଛେଦରୁ ତିନି ତଲାକ ଯାଏ, ସମସ୍ତ ନିଷ୍ପତ୍ତି ମୋ ସରକାରକୁ ନିର୍ଣ୍ଣାୟକ ସରକାର ଭାବେ ସ୍ବୀକୃତି ଦେଇଥିବା ମର୍ମୁ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ୯ ବର୍ଷ ଶାସନକାଳ ମଧ୍ୟରେ ଦେଶ ଅନେକ ସକାରାତ୍ମକ ପରିବର୍ତ୍ତନ ଦେଖିଛି। ପ୍ରତ୍ୟେକ ଭାରତୀୟଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଶୀର୍ଷରେ ପହଞ୍ଚତ୍ବା ସବୁଠୁ ବଡ଼ ପରିବର୍ତ୍ତନ। ଦିନେ ଭାରତ ନିଜ ସମସ୍ୟାର ସମାଧାନ ପାଇଁ ଅନ୍ୟ ଉପରେ ନିର୍ଭର କରୁଥିଲା। ଏବେ ଏହା ବିଶ୍ୱ ସମସ୍ୟା ସମାଧାନ ଦିଗରେ କାର୍ଯ୍ୟ କରୁଛି ବୋଲି ମୁର୍ମୁ କହିଛନ୍ତି।
ଡିଜିଟାଲ ନେଟ୍‌ଓ୍ବର୍କର ସମ୍ପ୍ରସାରଣ, ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଯୋଗୁ ଭାରତରେ ସ୍ଥିର, ନିର୍ଭୀକ ଏବଂ ନିର୍ଣ୍ଣାୟକ ସୃଷ୍ଟି ହୋଇଛି ଏବଂ ବଡ୍‌ ସ୍ବପ୍ନ ସାକାର କରିବା ଦିଗରେ କାର୍ଯ୍ୟ କରୁଛି। ବେଟି ବଚାଓ, ବେଟି ପଢ଼ାଓ ଅଭିଯାନର ସଫଳତା ଯୋଗୁ ଭାରତରେ ପ୍ରଥମ ଥର ପାଇଁ ମହିଳାଙ୍କ ସଂଖ୍ୟା ପୁରୁଷଙ୍କୁ ଟପିଛି। ଡିଜିଟାଲ ଇଣ୍ଡିଆ ଯୋଗୁ ଦେଶରେ ସ୍ଥାୟୀ ଓ ସ୍ବଚ୍ଛ ବ୍ୟବସ୍ଥା ହୋଇପାରିଛି ବୋଲି ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଲହର ପିଲାଙ୍କ ପାଇଁ ବିପଦ

ନୂଆଦିଲ୍ଲୀ,୧୬।୭: ପିଲାମାନେ ମଧ୍ୟ ଆକ୍ରାନ୍ତ ହୋଇପାରନ୍ତି। ସେମାନଙ୍କୁ ସୁରକ୍ଷିତ ରଖିବା ଲାଗି ଆମକୁ ଉପଯୁକ୍ତ ଯୋଜନା ଦରକାର। ବର୍ତ୍ତମାନ ଦେଶର କୋଭିଡ୍‌-୧୯ ସ୍ଥିତି ସମ୍ପର୍କରେ ଆୟୋଜିତ...

ମୁଖ୍ୟମନ୍ତ୍ରୀଙ୍କୁ ମୋଦିଙ୍କ ଥ୍ରୀ-ଟି ମନ୍ତ୍ର

ନୂଆଦିଲ୍ଲୀ,୮ା୮: ଭାରତର ବିକାଶ ପାଇଁ କୃଷି କ୍ଷେତ୍ରରେ ଆଧୁନିକୀକରଣ ସହ ୩-ଟି ମନ୍ତ୍ର ଆପଣାଇବାକୁ ପଡ଼ିବ ବୋଲି ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୀତି ଆୟୋଗ...

ଯୋଧପୁର ହିଂସା ଘଟଣା: ୯୭ ଗିରଫ, କର୍ଫ୍ୟୁ ବଳବତ୍ତର

ଯୋଧପୁର,୪।୫: ରାଜସ୍ଥାନ ଯୋଧପୁରରେ ହୋଇଥିବା ହିଂସା କମିବାର ନାଁ ନେଉନାହିଁ। ଏ ପର୍ଯ୍ୟନ୍ତ ଘଟଣାରେ ୯୭ ଜଣଙ୍କୁ ଗିରଫ କରାଯାଇଛି। ମଙ୍ଗଳବାର ଇଦ୍‌ରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ...

ଗର୍ଭବତୀ ଗାଈର ଜୀବନ ନେଲା ପ୍ଲାଷ୍ଟିକ

ଫରିଦାବାଦ୍‌,୪।୩ : ହରିୟାଣାର ପରିଦାବାଦରେ ପ୍ରାଣି ଚିକିତ୍ସକଙ୍କ ଏକ ଦଳ ଗର୍ଭବତୀ ଗାଈ ପେଟରୁ ୭୧ କିଲୋଗ୍ରାମ ଆବର୍ଜନା ବାହାର କରିଛି। ଗାଈ ପେଟରେ ପ୍ଲାଷ୍ଟିକ,...

ଶୋପିଆନ୍‌ରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୩ ଆତଙ୍କବାଦୀ ନିହତ

ଶ୍ରୀନଗର, ୧୦।୬: ଜମ୍ମୁ-କଶ୍ମୀର ଶୋପିଆନ୍‌ ଜିଲାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ବୁଧବାର ଭାରତୀୟ ସେନା ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ସ୍ଥାନୀୟ...

ଆସନ୍ତା ୨୦ ବର୍ଷ ମଧ୍ୟରେ ଭାରତରେ ସବୁଠୁ ଅଧିକ ଆବଶ୍ୟକ ହେବ ବିଜୁଳି

ନୂଆଦିଲ୍ଲୀ,୧୧।୨: ଭାରତରେ ଆସନ୍ତା ୨୦ ବର୍ଷ ମଧ୍ୟରେ ସବୁଠୁ ଅଧିକ ବିଜୁଳି ଆବଶ୍ୟକ ହେବ। ଏହି ଚାହିଦା ସହିତ ୟୁରୋପୀୟ ସଂଘକୁ ପଛରେ ପକାଇ ଭାରତ...

ହ୍ବାଟ୍ସଆପରେ ଅଶ୍ଳୀଳ ମେସେଜ କରି ଗିରଫ ହେଲେ ସାର୍‌

ନୂଆଦିଲ୍ଲୀ,୧୯।୧୨-ଛାତ୍ରୀଙ୍କୁ ଅସଦାଚରଣ ଓ ହ୍ବାଟ୍ସଆପରେ ଅଶ୍ଳୀଳ ମେସେଜ ପଠାଇବା ଅଭିଯୋଗରେ ଗିରଫ ହୋଇଛନ୍ତି ପ୍ରସିଦ୍ଧ ମୃଦଙ୍ଗ ବାଦକ ରବିଶଙ୍କର ଉପାଧ୍ୟାୟ। ଏ ନେଇ ଛାତ୍ରୀ ଜଣକ...

୧୨୨ ବର୍ଷ ମଧ୍ୟରେ ୨୦୨୨ ଡିସେମ୍ବରରେ ସର୍ବାଧିକ ତାତି…

ନୂଆଦିଲ୍ଲୀ,୫।୧ : ଗତ ୨୦୨୨ ଡିସେମ୍ବର ୧୨୨ ବର୍ଷ ମଧ୍ୟରେ ଭାରତରେ ସବୁଠାରୁ ଉତ୍ତପ୍ତ ଥିଲା । ଡିସେମ୍ବରରେ ଦେଶର ତିନୋଟି ସର୍ବୋଚ୍ଚ ତାପମାତ୍ରା, ସର୍ବନିମ୍ନ...

Advertisement
Archives

Model This Week