ଆଜି ବିଶ୍ବ ସର୍ପ ଦିବସ: ସାପ କାମୁଡ଼ାରେ ପ୍ଲାଷ୍ଟିକ ସର୍ଜରି

ଭୁବନେଶ୍ୱର( ଅସମାପିକା ସାହୁ): ସାପ କାମୁଡ଼ିବା ପରେ ଚିକିତ୍ସାକୁ ନେଇ ଅନେକ ସମୟରେ ଲୋକମାନେ ଦ୍ୱନ୍ଦ୍ୱରେ ଥାଆନ୍ତି। ବିଭିନ୍ନ ସମୟରେ ଡାକ୍ତରଖାନାକୁ ନ ନେଇ ଝଡ଼ାଫୁଙ୍କା ବା ଚେରମୂଳି ଚିକିତ୍ସା କରିଥାନ୍ତି। ଗୁରୁତର ହେଲେ ଡାକ୍ତରଖାନା ନେବାବେଳକୁ ବହୁ ବିଳମ୍ବ ହୋଇଯାଇଥାଏ। ସେହିପରି ହସ୍ପିଟାଲରେ ଚିକିତ୍ସା ପରେ ରୋଗୀ ଜଣକ ଘରକୁ ଆସିବା ପରେ ଦଂଶନ ସ୍ଥାନର ଆବଶ୍ୟକ ଯତ୍ନ ନିଆଯାଇ ନ ଥାଏ। ଫଳରେ କ୍ଷତ ସ୍ଥାନରେ ସଂକ୍ରମଣ ହୋଇ ପଚିଯାଇଥାଏ। ଏ କ୍ଷେତ୍ରରେ ପ୍ଲାଷ୍ଟିକ ସର୍ଜରି ଡାକ୍ତରଙ୍କ ସହ ପରାମର୍ଶର ଆବଶ୍ୟକତା ପଡିଥାଏ। କିନ୍ତୁ ଅନେକ ସମୟରେ ଦେଖାଯାଏ ଜୀବନ ବଞ୍ଚତ୍ୟିବା ପରେ ଲୋକମାନେ ଆଉ ସେହି ଦିଗ ପ୍ରତି ଧ୍ୟାନ ଦେଇ ନ ଥାନ୍ତି। ଫଳରେ ଅନେକ ଲୋକଙ୍କ ଅଙ୍ଗ ପ୍ରତ୍ୟଙ୍ଗ ବିକୃତ ମଧ୍ୟ ହୋଇଥାଏ। ଏପରିକି ଅତି ଗୁରୁତର ଘଟଣାରେ ହାତ ଗୋଡ଼ ମଧ୍ୟ କାଟିବାକୁ ପଡ଼ିଥାଏ। ତେବେ ଠିକ୍‌ ସମୟରେ ପ୍ଲାଷ୍ଟିକ ସର୍ଜରି କରାଗଲେ ରୋଗୀଙ୍କ ଅଙ୍ଗ ପ୍ରତ୍ୟଙ୍ଗ ନଷ୍ଟ ହେବାରୁ ରକ୍ଷା ମିଳିଥାଏ। ତେଣୁ ସାପ କାମୁଡ଼ା ଚିକିତ୍ସା କ୍ଷେତ୍ରରେ ପ୍ଲାଷ୍ଟିକ ସର୍ଜରିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ଅନ୍ତର୍ଗତ ରାଇଘର ଗ୍ରାମର ୯ ବର୍ଷୀୟା ବାଳିକା ମଞ୍ଜୁଳାଙ୍କ ଘଟଣା ହେଉଛି ଏହାର ସଦ୍ୟତମ ଉଦାହରଣ। ଗଛ କୋରଡରୁ ଚଢ଼େଇ ଧରିବାକୁ ଯାଇଥିବା ମଞ୍ଜୁଳାଙ୍କୁ ଏକ ନାଗ ସାପ କାମୁଡ଼ିବା ପରେ ଚିକିତ୍ସା ପାଇଁ ନବରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୁସ୍ଥ ହେବା ପରେ ଡାହାଣ ହାତର ଦଂଶନ ସ୍ଥାନଟି କଳା ପଡିଯିବା ସହ ଧୀରେ ଧୀରେ ସଂକ୍ରମିତ ହେବାରେ ଲାଗିବାରୁ ଉଚ୍ଚତର ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲ କଲେଜ ପ୍ଲାଷ୍ଟିକ୍‌ ସର୍ଜରି ବିଭାଗରେ ଦେଖାଇବାକୁ ପରାମର୍ଶ ଦିଆଗଲା। ହେଲେ ଘର ଲୋକେ ସେଠାକୁ ନ ନେଇ ନିଜ ଗାଁକୁ ନେଇଗଲେ। କ୍ଷତ ସ୍ଥାନରେ ଗ୍ୟାଙ୍ଗରିନ ହେବା ଫଳରେ ହାତଟି ଦ୍ରୁତ ଗତିରେ ନଷ୍ଟ ହେବାରେ ଲାଗିଲା। ପରିବାର ଲୋକେ ଚେରମୂଳି ଚିକିତ୍ସା ଆରମ୍ଭ କରିବା ସହ କାମୁଡ଼ିଥିବା ସାପକୁ ବନ୍ଦୀ କରି ରଖିଲେ। ଶେଷରେ ଗଣମାଧ୍ୟମରେ ମଞ୍ଜୁଳାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ତରଫରୁ ତାଙ୍କୁ କଟକ ଏସ୍‌ସିବିରେ ଭର୍ତ୍ତି କରାଯାଇଛି। ପ୍ଲାଷ୍ଟିକ ସର୍ଜରି ବିଶେଷଜ୍ଞମାନେ ତାଙ୍କ ହାତର ସ୍ଥିତିକୁ ନେଇ ପରୀକ୍ଷାନିରୀକ୍ଷା ଆରମ୍ଭ କରିଛନ୍ତି। ହାତ କଟା ଯିବ ନା ଦେହର ଅନ୍ୟ ସ୍ଥାନରୁ ଚମଡ଼ା ନେଇ ଗ୍ରାଫ୍‌ଟିଙ୍ଗ କରାଯିବ ସେନେଇ ପୁଙ୍ଖାନୁପୁଙ୍ଖ ତର୍ଜମା ପରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି।

କେମିତି ହୁଏ ପ୍ଲାଷ୍ଟିକ ସର୍ଜରି
ବିଶେଷଜ୍ଞଙ୍କ କହିବାନୁସାରେ, ଓଡ଼ିଶାରେ ଦେଖାଯାଉଥିବା ବିଷଧର ସାପଙ୍କ ମଧ୍ୟରୁ ୩ ପ୍ରଜାତିର ସାପ ନାଗ, ତମ୍ପ ଓ ଚନ୍ଦନବୋଡ଼ା କାମୁଡ଼ିଥିବା ଅଙ୍ଗରେ ସଂକ୍ରମଣ ଅଧିକ ହୋଇ ଗ୍ୟାଙ୍ଗରିନ ହେବା ଫଳରେ ସେହି ଅଙ୍ଗକୁ ବଞ୍ଚେଇବା(ଠିକ୍‌ ରଖିବା) ପାଇଁ ପ୍ଲାଷ୍ଟିକ ସର୍ଜରି ଆବଶ୍ୟକ ପଡ଼ିଥାଏ। ପ୍ରଥମେ ନଷ୍ଟ ହୋଇଥିବା ସଂକ୍ରମିତ ଟିସୁକୁ କାଟି ବାହାର କରାଯାଏ, ଯାହାକୁ ଡାକ୍ତରୀ ଭାଷାରେ ଡିବ୍ରାଇଡମେଣ୍ଟ(debridement) କୁହାଯାଏ। ଏହାପରେ ସୁସ୍ଥ ଟିସୁ ଉପରେ ଦେହର ଅନ୍ୟ ସ୍ଥାନରୁ ଚମଡ଼ା କାଟି ଆଣି ଗ୍ରାଫ୍‌ଟିଙ୍ଗ କରାଯାଇଥାଏ ବା ଲଗାଯାଇଥାଏ। ଯେଉଁ କ୍ଷେତ୍ରରେ କ୍ଷତ ସ୍ଥାନରେ ଅଧିକ ଟିସୁ ନଷ୍ଟ ହୋଇଯାଇଥାଏ ସେଭଳି ପରିସ୍ଥିତିରେ କ୍ଷତିଗ୍ରସ୍ତ ଅଙ୍ଗକୁ ଦେହର ଅନ୍ୟ ଏକ ଭଲ ସ୍ଥାନରେ କଲମୀ କରାଯାଇଥାଏ। ଦୀର୍ଘ ୨୧ ଦିନ ପର୍ଯ୍ୟନ୍ତ ସେହିଭଳି ଯୋଡ଼ା ହୋଇ ରହିବା ପରେ ମାଂସ ସହ ଚମଡ଼ା ଯୋଡ଼ି ହୋଇଥାଏ ଏବଂ ତା’ପରେ ଆଉଥରେ ସର୍ଜରି କରି ସେଇ ସ୍ଥାନକୁ ସ୍ବାଭାବିକ ରୂପ ଦିଆଯାଇଥାଏ।

ସଫଳ ପ୍ଲାଷ୍ଟିକ ସର୍ଜରି
୨୦୧୦ରେ ଭୁବନେଶ୍ବର ନୀଳାଦ୍ରିବିହାର ଅଞ୍ଚଳରେ ଜଣେ ରେଳ କର୍ମଚାରୀଙ୍କୁ ତାଙ୍କ ବାଥରୁମ୍‌ରେ ନାଗ ସାପ କାମୁଡ଼ିଥିଲା। ତାଙ୍କର ଡାହାଣ ପାଦ ଉପର ଅଂଶ ମଧ୍ୟ କଳା ପଡ଼ି ଏକ ବଡ଼ ଅଂଶ ନଷ୍ଟ ହେବାକୁ ଲାଗିଥିଲା। କିନ୍ତୁ ଠିକ୍‌ ସମୟରେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ପ୍ଲାଷ୍ଟିକ ସର୍ଜନ ତାଙ୍କ ଗୋଡ଼ର ମୃତ ଟିସୁକୁ ଡିବ୍ରାଇଡ୍‌ମେଣ୍ଟ କରି ସେହି ସ୍ଥାନରେ ଭଲ ଟିସୁ ଆସିବା ପରେ ରୋଗୀଙ୍କ ଜଂଘରୁ ଚମଡ଼ା ନେଇ ପାଦ ଉପରେ ଗ୍ରାଫ୍‌ଟିଙ୍ଗ କରିଥିଲେ। ଫଳରେ ସମ୍ପୃକ୍ତ ରୋଗୀଙ୍କର ପାଦ ସୁରକ୍ଷିତ ରହିପାରିଥିଲା। ଯଦି ଠିକ୍‌ ସମୟରେ ପ୍ଲାଷ୍ଟିକ ସର୍ଜରି କରାଯାଇ ନ ଥାନ୍ତା, ତେବେ ସେହି ରୋଗୀଙ୍କର ଗୋଡ଼ରେ ସଂକ୍ରମଣ ବଢ଼ିବା ସହିତ ମଞ୍ଜୁଳାଙ୍କ ହାତ ଭଳି ହୋଇଯାଇଥାନ୍ତା।

ନାଗ ଜାତୀୟ ବା ବୋଡା ସାପ କାମୁଡ଼ିଥିବା ସ୍ଥାନରେ ଅଳ୍ପରୁ ଭୟଙ୍କର ଫୁଲା ହୋଇଥାଏ। ସେଭଳି ଜାଗାରେ ଫାସିଓଟୋମି (ଫୁଲିଥିବା ମାଂସକୁ କଟାଯିବା) ଆବଶ୍ୟକ ପଡ଼ିଥାଏ। ଫାସିଓଟୋମି ଦ୍ୱାରା ମାଂସପେଶୀକୁ ଅଧିକ କ୍ଷତିଗ୍ରସ୍ତ ହେବାରୁ ବଞ୍ଚେଇହେବ। ବିଳମ୍ବ କଲେ ତାହା ଅଧିକ ନଷ୍ଟ କରିଦେଇଥାଏ। ଜୀବନ ପ୍ରତି ବି ବିପଦ ସୃଷ୍ଟି କରିଥାଏ। ତେବେ ରିକନ୍‌ଷ୍ଟ୍ରକ୍ଟିଭ ସର୍ଜରି ପାଇଁ ଯେତେଶୀଘ୍ର ପ୍ଲାଷ୍ଟିକ ସର୍ଜରି ଚିକିତ୍ସା ହେବ ସେତେଶୀଘ୍ର ସାପ କାମୁଡ଼ା ରୋଗୀର ମଙ୍ଗଳ ହେବ।
-ଡା. ଲକ୍ଷ୍ମୀକାନ୍ତ ମିଶ୍ର, ପ୍ଲାଷ୍ଟିକ ସର୍ଜନ

ସାପ କାମୁଡ଼ା ରୋଗୀଙ୍କର ପ୍ରାଥମିକ ଚିକିତ୍ସା ଗୁରୁତ୍ୱପୂର୍ଣ୍ଣ। ଏହି ଅବସ୍ଥାରେ ଠିକ୍‌ ଚିକିତ୍ସା ନ ମିଳିଲେ କ୍ଷତ ସ୍ଥାନରେ ସଂକ୍ରମଣ ବଢ଼ିଥାଏ। ୨୦୦୩ରେ ମୋର ଡାହାଣ ହାତ ବିଶି ଆଙ୍ଗୁଠିକୁ ବଞ୍ଚେଇବାକୁ ଯାଇ ପ୍ଲାଷ୍ଟିକ ସର୍ଜରି କରାଯାଇଥିଲା। ପ୍ରାୟ ୩ ମାସ ମୁଁ କଷ୍ଟ ପାଇଥିଲି ସତ, କିନ୍ତୁ ମୋ ଆଙ୍ଗୁଠି ବଞ୍ଚତ୍ଗଲା। ତେଣୁ ସାପ କାମୁଡ଼ା ରୋଗୀଙ୍କ ହାତ ବା ଗୋଡ଼ ଆଦି ସଂକ୍ରମିତ ହୋଇ ନଷ୍ଟ ହେଲେ ଶୀଘ୍ର ପ୍ଲାଷ୍ଟିକ ସର୍ଜରି କରାଇବା ଆବଶ୍ୟକ।
-ଶୁଭେନ୍ଦୁ ମଲ୍ଲିକ, ସାଧାରଣ ସମ୍ପାଦକ, ସ୍ନେକ ହେଲ୍ପଲାଇନ

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?