Posted inଫୁରସତ

‘ସମ୍ମାନ କର, ଭୟ କରନାହିଁ : ପ୍ରକୃତିର ନୀରବ ମୁରବିଙ୍କୁ ସୁରକ୍ଷା ଦିଅ’

ସାପ କେବଳ ଅନିଷ୍ଟକାରୀ ନୁହେଁ ପରିବେଶର ବନ୍ଧୁ ଆଉ ମଣିଷ ସମାଜ ପାଇଁ ଏହାର ଭୂମିକା ବି ଗୁରୁତ୍ୱପୂର୍ଣ୍ଣ। ତେଣୁ ଏମାନଙ୍କ ସୁରକ୍ଷା ତଥା ସମୁଚିତ ପରିଚାଳନା ସମ୍ପର୍କରେ ଜାଣିବା ଜରୁରୀ। ସାପ ସମ୍ପର୍କିତ ସଚେତନତା ପାଇଁ ଜୁଲାଇ ୧୬ରେ ପାଳିତ ହୋଇଆସୁଛି ‘ବିଶ୍ୱ ସର୍ପ ଦିବସ’। ତେବେ ଚଳିତ ବର୍ଷ ଏହି ଦିବସର ବିଷୟ ବସ୍ତୁ ରହିଛି ‘ସମ୍ମାନ କର, ଭୟ କରନାହିଁ : ପ୍ରକୃତିର ନୀରବ ମୁରବିଙ୍କୁ ସୁରକ୍ଷା ଦିଅ’।

ମାନବ ସମାଜ ପ୍ରତି ସାପ କେତେକାଂଶରେ ବିପଦ ସାଜୁଥିଲେ ହେଁ ସେମାନଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ। ବିଶେଷକରି ପରିବେଶ ସନ୍ତୁଳନ ରକ୍ଷା କରିବାରେ ସେମାନଙ୍କର ଭୂମିକା ଉଲ୍ଲେଖନୀୟ। ସେହିପରି ସାପ ବିଷରୁ ଅନେକ ଔଷଧ ମଧ୍ୟ ତିଆରି ହେଉଛି। କିନ୍ତୁ ସାପ ନାଁ ଶୁଣିଲେ ଲୋକଙ୍କ ମନରେ ଛନକା ପଶିଯାଏ। ସାଧାରଣତଃ ସାପ ବିଷଧର ହୋଇଥିବାରୁ ଏହାକୁ ନେଇ ଆବଶ୍ୟକତାଠାରୁ ଅଧିକ ଭୟ ରହିଆସିଛି। ତେଣୁ ସଚେତନତା ମାଧ୍ୟମରେ ଲୋକଙ୍କ ମଧ୍ୟରେ ଭୟ, ଅନ୍ଧବିଶ୍ୱାସ ଏବଂ ଭ୍ରାନ୍ତଧାରଣାକୁ ଦୂରେଇବା ପାଇଁ ଜୁଲାଇ ୧୬ ତାରିଖରେ ‘ବିଶ୍ୱ ସର୍ପ ଦିବସ’ ପାଳନ କରାଯାଇଆସୁଛି। ସାପଙ୍କୁ ନେଇ ଲୋକଙ୍କ ମନରେ କାହିଁ କେଉଁ କାଳରୁ ଅନେକ ଅନ୍ଧବିଶ୍ୱାସ ରହିଆସିଛି। ସାପ କାମୁଡ଼ାର ଚିକିତ୍ସା କ୍ଷେତ୍ରରେ ହେଉ ଅବା ସାପକୁ ନେଇ ହେଉ ଭିନ୍ନ ଲୋକଙ୍କର ଭିନ୍ନ ମତ। ଯାହାକି ଧୀରେଧୀରେ ଭ୍ରାନ୍ତଧାରଣା ଜନ୍ମାଉଛି। ଫଳରେ କେତେକ ସ୍ଥାନରେ ଲୋକଙ୍କର ଜୀବନହାନି ହେଉଥିବାବେଳେ ଆଉ କେତେକ ସ୍ଥଳରେ ସାପମାନଙ୍କୁ ମାରି ଦିଆଯାଉଛି। ବିଶେଷକରି ଘରୁ କିମ୍ବା ଆଖପାଖରୁ ସାପଟିଏ ବାହାରିଲେ ତାକୁ ଲୋକେ ବାଡେଇ ବାଡେଇ ମାରି ଦେଉଛନ୍ତି। ତାହା ବିଷଧର ସାପ କି ନୁହେଁ ସେଇଟା ମଧ୍ୟ ଦେଖୁ ନାହାନ୍ତି। ତେଣୁ ସାପକୁ ସୁରକ୍ଷିତ ଭାବେ ଧରିବା ଏବଂ ତାକୁ ନେଇ ସେମାନଙ୍କର ବାସସ୍ଥଳୀରେ ଛାଡିବା ଏକ ମହାନ୍‌ କାର୍ଯ୍ୟ। ବିଶ୍ୱ ସର୍ପ ଦିବସ ଅବସରରେ ସାପକୁ ଉଦ୍ଧାର କରିବା ତଥା ସେମାନଙ୍କ ସୁରକ୍ଷା ପାଇଁ କାମ କରୁଥିବା କିଛି ବ୍ୟକ୍ତିବିଶେଷ ଏବଂ ଅନୁଷ୍ଠାନର କାର୍ଯ୍ୟଧାରାକୁ ନେଇ ଧରିତ୍ରୀର ବିଶେଷ ଉପସ୍ଥାପନା।
ଓଡ଼ିଶାରେ ଦେଖାଯାଉଥିବା ସାପ
ଓଡ଼ିଶାରେ ସାଧାରଣତଃ ଦେଖାଯାଉଥିବା ସାପଙ୍କ ମଧ୍ୟରେ ନାଗ, ତମ୍ପ, ଚିତି, ରଣା, ଚନ୍ଦନ ବୋଡ଼ା (ରସଲ ଭାଇପର୍‌), ଧୂଳିଆ ବୋଡ଼ା (ସ’ ସ୍ପେଲ୍‌ଡ ଭାଇପର୍‌), ତାଳୁଆ ବୋଡ଼ା (ବାମ୍ବୋ ପିଟ୍‌ ଭାଇପର୍‌), ଅହିରାଜ (କିଙ୍ଗ୍‌କୋବ୍ରା)ଆଦି ବିଷଧର ଅଟନ୍ତି। ସେହିପରି ବିଷହୀନ ସାପଙ୍କ ମଧ୍ୟରେ ଧଣ୍ଡ, ଢମଣା, ମାଟି ବିରାଡ଼ି, ଅଜଗର, କାଣ୍ଡନାଳ, ବାଲିବୋଡ଼ା, ଦୋମୁଣ୍ଡିଆ ଆଦି ରହିଛନ୍ତି। ଏମାନଙ୍କ ବ୍ୟତୀତ ଲାଉ ଡଙ୍କିଆ, ତାଳି ଆଦି କିଛି ସାପ ସ୍ବଳ୍ପ ବିଷଧାରୀ। ଏମାନେ ଏଣ୍ଡୁଅ, ଝିଟିପିଟି ଏବଂ ଛୋଟଛୋଟ ପକ୍ଷୀମାନଙ୍କ ପାଇଁ ବିଷଧର ଥିବାବେଳେ ମଣିଷଙ୍କ କ୍ଷେତ୍ରରେ ସେତେଟା ବିଷାକ୍ତ ନୁହନ୍ତି।
ସାପଙ୍କ ସାଥୀ ‘ସାଥୀ ପରିବାର’
ସାପଙ୍କ ସୁରକ୍ଷା ପାଇଁ ୨୦୧୮ରୁ କାମ କରି ଆସୁଛି ‘ସାଥୀ ପରିବାର’। ଅନୁଗୋଳ ଜିଲାରେ ସାପକାମୁଡା ମୃତ୍ୟୁ ସଂଖ୍ୟାକୁ ହ୍ରାସ କରିବା ଲାଗି ସ୍ନେକ ବାଇଟ୍‌ ଡେଥ୍‌ ଫ୍ରି ଡିଷ୍ଟ୍ରିକ୍ଟ ଅନୁଗୋଳ ନାମରେ ଏକ ସଚେତନତା କ୍ୟାମ୍ପେନ ଆରମ୍ଭ କରାଯାଇଥିଲା। ଏବେସୁଦ୍ଧା ୨୦୦ରୁ ଅଧିକ ଗ୍ରାମ, ସ୍କୁଲ ଓ କଲେଜରେ ସଚେତନତା କାର୍ଯ୍ୟକ୍ରମ କରାଯାଇ ଛାତ୍ରୀଛାତ୍ରଙ୍କୁ ସଚେତନ କରାଯିବା ସହ ଏମାନେ ସାପଙ୍କ ସାଥୀ ଭାବେ କାର୍ଯ୍ୟ କରୁଛନ୍ତି। ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ମଧ୍ୟରୁ ୩୦% କେବଳ ସାପକାମୁଡ଼ାରେ ଜୀବନ ଯାଉଛି। ସରକାରୀ ରିପୋର୍ଟ ଅନୁସାରେ ଗତ ୧୦ବର୍ଷ ମଧ୍ୟରେ ଓଡ଼ିଶାରୁ ୯୪୧୯ଜଣ ଲୋକ ସାପକାମୁଡ଼ାରେ ପ୍ରାଣ ହରାଇଛନ୍ତି। ଡାକ୍ତରୀ ଚିକିତ୍ସାରେ ବିଶ୍ବାସ ନକରି ଗୁଣିଗାରେଡ଼ି ଓ ଝଡ଼ାଫୁଙ୍କା ଭଳି ଅନ୍ଧବିଶ୍ବାସ ଉପରେ ବିଶ୍ବାସ କରିବା ଫଳରେ ଏତେ
ସଂଖ୍ୟାରେ ସାପକାମୁଡ଼ାରେ ମୃତ୍ୟୁବରଣ କରୁଛନ୍ତି ବୋଲି ଅନୁଷ୍ଠାନର ସଭାପତି ସିଦ୍ଧାର୍ଥ ପ୍ରଧାନ କହିଛନ୍ତି। ଓଡ଼ିଶାରେ ବିଶେଷକରି ଚିତି ଓ ନାଗ ସାପ କାମୁଡ଼ାରେ ଅଧିକ ଲୋକ ମୃତ୍ୟୁବରଣ କରୁଛନ୍ତି। ଅଧିକାଂଶ ଲୋକଙ୍କୁ ରାତିରେ ଶୋଇବା ଅବସ୍ଥାରେ ଏହି ସାପ କାମୁଡ଼ିଥାନ୍ତି। ଫଳରେ ଶରୀରରେ ବିଷକ୍ରିୟା ଯୋଗୁ ଲୋକର ଜୀବନ ଚାଲିଯାଇଥାଏ। ତେଣୁ ସାପଙ୍କ ପ୍ରତି ସତର୍କ ରହିବା ଆବଶ୍ୟକ। ବିଶେଷକରି ସାପ କାମୁଡ଼ିବା ଜାଣିବା ମାତ୍ରେ ଭୟଭୀତ ନ ହୋଇ ଏବଂ ଆଦୌ ସମୟ ନଷ୍ଟ ନ କରି ଡାକ୍ତରଙ୍କଖାନାକୁ ଯିବା ଆବଶ୍ୟକ। ସେହିପରି ପରିବେଶ ତଥା ଚିକିତ୍ସା ବିଜ୍ଞାନ ପାଇଁ ସାପଙ୍କ ସୁରକ୍ଷା ନିହାତି ଜରୁରୀ। ଏହାକୁ ଗୁରୁତ୍ୱ ଦେଇ ରାଜ୍ୟର ଅନେକ ସ୍ବେଚ୍ଛାସେବୀ ସର୍ପ ଉଦ୍ଧାର କରିବାକୁ ଆଗେଇ ଆସୁଛନ୍ତି। ତେବେ ଅନେକ ଲୋକ ସାପଙ୍କୁ ଉଦ୍ଧାର କରିବା ନାମରେ ବିଭିନ୍ନ ବେଆଇନ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ସାପ ଓ ସାପ ବିଷ ଚୋରା ଚାଲାଣ କରିବା, ସାପ ସହ ଷ୍ଟଣ୍ଟ୍‌ କରିବା ଏବଂ ସେଗୁଡିକର ଭିଡିଓ ଅପ୍‌ଲୋଡ୍‌ କରି ସୋସିଆଲ ମିଡିଆ ଜରିଆରେ ଅର୍ଥ ଉପାର୍ଜନ କରୁଛନ୍ତି। ତେଣୁ ଏସବୁ କାର୍ଯ୍ୟରୁ ନିବୃତ୍ତ ରହିବା ଆବଶ୍ୟକ। ସେହିପରି ସରକାର ଓ ବନବିଭାଗ ପ୍ରକୃତ ସର୍ପ ଉଦ୍ଧାରକାରୀଙ୍କୁ ଯଥାସମ୍ଭବ ସହଯୋଗ ସହିତ ସେମାନଙ୍କ ଜୀବନଜୀବିକାରେ ଉନ୍ନତି ଆଣିବା ଆବଶ୍ୟକ ବୋଲି ସିଦ୍ଧାର୍ଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

ସେପ୍ଟେମ୍ବର ୧୫ରୁ ବନ୍ଦ ହୋଇପାରେ ଦୋକାନୀଙ୍କ ୟୁପିଆଇ

ନୂଆଦିଲ୍ଲୀ,୫ା୯: ଅନ୍‌ଲାଇନ ପେମେଣ୍ଟ ବ୍ୟବସ୍ଥାକୁ ନେଇ ଏବେ ଦେଶରେ ୧୦ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ସଙ୍କଟରେ ପଡ଼ିଛନ୍ତି। କାରଣ ସେମାନଙ୍କ କଓ୍ବୋଇସି ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଶେଷ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

କ୍ରମାଗତ କ୍ଷତି ପରେ ଶେୟାର ବଜାରରେ ସାମାନ୍ୟ ସୁଧାର

ମୁମ୍ବାଇ,୫ା୯: ଚଳିତ ସପ୍ତାହରେ କ୍ରମାଗତ ଭାବେ ୪ଟି କାର୍ଯ୍ୟଦିବସରେ ଶେୟାର ବଜାର କାରବାର ହ୍ରାସ ପାଇ ଆସିଥିଲାବେଳେ ଶୁକ୍ରବାର କାରବାର ପରେ ସାମାନ୍ୟ ସୁଧାର ଆସିଛି। ଏହାଦ୍ୱାରା…

୪୦ ବର୍ଷ ପରେ ଖୋଲେ ଭାଗ୍ୟର ତାଲା! ଏହି ୩ ରାଶିର ଲୋକଙ୍କ ଉପରେ ବର୍ଷେ ଧନ , ଯଶ

ଜୀବନରେ ଅନେକ ସଂଘର୍ଷ କରିବା ପରେ ମଧ୍ୟ ଯଦି ସଫଳତା ମିଳୁନାହିଁ, ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ପଛରେ ଗ୍ରହ ନକ୍ଷତ୍ରର ପ୍ରଭାବ ଥାଇପାରେ। ଜ୍ୟୋତିଷର…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବା ଏୟାର ଇଣ୍ଡିଆ ପାଇଲଟ୍‌ ବହିଷ୍କୃତ

ନୂଆଦିଲ୍ଲୀ,୫ା୯: ଫୁକେଟ୍‌ରୁ ଦିଲ୍ଲୀ ଉଡ଼ାଣ ବେଳେ ବିମାନ ହଠାତ୍‌ ୩୦୦ ଫୁଟ୍‌ ଖସିବା ଘଟଣା ପରେ ନିଷେଧ ନିଶାଦ୍ରବ୍ୟ ସେବନ କରିଥିବା ଡୋପ୍‌ ଟେଷ୍ଟରୁ ଧରାପଡ଼ିବା ପରେ…

ଭୀଷଣ ପାଗ ନେଇ ସତର୍କ କରାଇଲେ ଡବ୍ଲ୍ୟୁଏମ୍‌ଓ ମୁଖ୍ୟ: ଫେବୃଆରୀ ଯାଏ ଜାରି ରହିବ…

ନୂଆଦିଲ୍ଲୀ,୫ା୯: ପ୍ରଶାନ୍ତ ମହାସାଗର ଉପରେ ସକ୍ରିୟ ଥିବା ଏଲ୍‌ ନିନୋ ଆଗାମୀ ମାସଗୁଡ଼ିକରେ ଅଧିକ ଘନୀଭୂତ ହୋଇ ଏକ ଶକ୍ତିଶାଳୀ ରୂପ ନେବ ଏବଂ ଆସନ୍ତାବର୍ଷ ଫେବୃଆରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri