Posted inଫୁରସତ

ବିଶ୍ୱ ସର୍ପ ଦିବସ

ପରିବେଶର ବନ୍ଧୁ

ସାପ ପରିବେଶର ବନ୍ଧୁ। ଏହି ସରୀସୃପ ଜୈବ ବିବିଧତାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ତେଣୁ ସାପଙ୍କୁ କ୍ଷତି ନ ପହଞ୍ଚାଇବା ପାଇଁ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଜୁଲାଇ ୧୬ରେ ବିଶ୍ୱ ସାପ ଦିବସ ପାଳନ କରାଯାଇଆସୁଛି। ସାପଙ୍କ ପ୍ରତି ନିଜ ସ୍ନେହ ଦେଖାଇବା ପାଇଁ ବିଶ୍ୱର ବିଭିନ୍ନ ସ୍ଥାନରେ ଲୋକେ ଭିନ୍ନ ଭିନ୍ନ ଆୟୋଜନ କରିଥା’ନ୍ତି। ତେବେ ଭୟରେ ଲୋକେ ମାରିଦେଉଥିବା ସାପଙ୍କ ମଧ୍ୟରୁ ମାତ୍ର ୧୦ ପ୍ରତିଶତ ବିଷାକ୍ତ ଥାଆନ୍ତି।
ସାପ ଏକ ଶୀତଳ ରକ୍ତବିଶିଷ୍ଟ ପ୍ରାଣୀ। ବିଶ୍ୱରେ ଛୋଟରୁ ବଡ଼ ପର୍ଯ୍ୟନ୍ତ ୩,୫୦୦ ପ୍ରଜାତିର ସର୍ପ ଦୃଷ୍ଟିଗୋଚର ହୋଇଥାଆନ୍ତି। ବିଶେଷକରି ଗ୍ରୀଷ୍ମମଣ୍ଡଳୀୟ ଆର୍ଦ୍ରତାପୂର୍ଣ୍ଣ ଅଞ୍ଚଳରେ ସବୁ ଶ୍ରେଣୀର ଓ ପ୍ରଜାତିର ସାପ ଦେଖିବାକୁ ମିଳିଥାଆନ୍ତି।
ସୂଚନାଯୋଗ୍ୟ ଆଣ୍ଟାର୍କଟିକାକୁ ଛାଡ଼ି ସମସ୍ତ ମହାଦ୍ୱୀପରେ ସାପ ଦେଖାଯାଇଥା’ନ୍ତି। ସମୁଦ୍ର, ଜଙ୍ଗଲ, ମରୁଭୂମିରେ ସାପ ମଧ୍ୟ ରହିଥା’ନ୍ତି।
ଭାରତରେ ପ୍ରାୟ ୩୦୦ ପ୍ରଜାତିର ସାପ ଅଛନ୍ତି। ସେଥିମଧ୍ୟରୁ କେବଳ ୫୦ ପ୍ରଜାତି ବିଷାକ୍ତ। ସାପ ନିଜ ଶିକାରକୁ ଚୋବାଇ ନ ଥାଏ ଗିଳି ଦେଇଥାଏ। ସାପମାନଙ୍କର ବୟସ ୪ ରୁ ୨୫ବର୍ଷ ପର୍ଯ୍ୟନ୍ତ ହୋଇଥାଏ। ବିଷାକ୍ତ ସାପମାନଙ୍କ ମଧ୍ୟରେ କିଙ୍ଗ୍‌ କୋବ୍ରା ସବୁଠାରୁ ଅଧିକ ଲମ୍ବା। ବ୍ରାଜିଲର ସ୍ନେକ୍‌ ଆଇଲାଣ୍ଡରେ ସାପମାନଙ୍କ ସଂଖ୍ୟା ଅଧିକ। କିଛି ସାପଙ୍କର ଦୁଇଟି ମୁହଁ ଥାଏ। ଏପରି ସାପମାନେ ନିଜ ସୁବିଧା ଅନୁସାରେ ଶରୀରକୁ ନିୟନ୍ତ୍ରଣ କରିଥା’ନ୍ତି। କେବେ କେବେ ନିଜ ଶିକାରକୁ ନେଇ ଏହି ଦୁଇ ମୁହଁ ଭିତରେ ଝଗଡ଼ା ମଧ୍ୟ ହୋଇଥାଏ। ଏମିତି କିଛି ପ୍ରଜାତିର ସାପ ଅଛନ୍ତି, ଯେଉଁମାନେ ପୁରୁଷ ସାପ ବିନା ଅଣ୍ଡା ଦେଇଥା’ନ୍ତି।
ଗ୍ରାସ୍‌ ସ୍ନେକ୍‌ ଏବଂ ସ୍ପେଟିଂ କୋବ୍ରାର ଏକ ପ୍ରଜାତିର ସାପ ବିପଦ ଆସିଲେ ମରିବା ଭଳି ପଡ଼ି ରହିଥାଏ। ସେମାନଙ୍କ ଶରୀର ସଙ୍କୁଚିତ ହୋଇଯିବା ସହ ଜିଭ ବାହାରକୁ ବାହାରି ଆସେ। ଏମିତି ଅବସ୍ଥା ଦେଖି ଲୋକେ ସାପକୁ ମୃତ ଭାବି ଚାଲିଯିବା ପରେ ସେମାନେ ନିଜର ପ୍ରକୃତ ଅବସ୍ଥାକୁ ଚାଲିଆସିଥାନ୍ତି।
୧୯୬୭ ଜୁଲାଇ ୧୬ରେ ସାପମାନଙ୍କୁ ନେଇ ଟେକ୍ସାସରେ ଏକ ଅଭିଯାନ ଆରମ୍ଭ ହୋଇଥିଲା। ଏହା ଦ୍ୱାରା ଲୋକମାନଙ୍କ ମଧ୍ୟରେ ସାପକୁ ନେଇ ସଚେତନତା ସୃଷ୍ଟି କରାଯାଇଥିଲା। ପରେ ଜୁଲାଇ ୧୬କୁ ବିଶ୍ୱ ସାପ ଦିବସ ରୂପେ ଘୋଷଣା କରାଯାଇଥିଲା। ବିଶ୍ୱ ସାପ ଦିବସ ଲୋକମାନଙ୍କୁ ଏହି ପ୍ରଜାତିର ସରୀସୃପଙ୍କ ବିଷୟରେ ଅଧିକ ଜାଣିବା ପାଇଁ ପାଳନ କରାଯାଇଥାଏ । ଦୁନିଆରେ ଥିବା ସମସ୍ତ ପ୍ରାଣୀଙ୍କ ମଧ୍ୟରେ ସାପ ସବୁଠାରୁ ପୁରାତନ।
ବିଶ୍ୱ ସାପ ଦିବସ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଏହା ସମଗ୍ର ବିଶ୍ୱରେ ବିଭିନ୍ନ ପ୍ରଜାତିର ସାପ ବିଷୟରେ ସଚେତନତା ସୃଷ୍ଟି କରିଥାଏ। ସାପମାନଙ୍କ ସମ୍ପର୍କରେ ଲୋକଙ୍କ ମଧ୍ୟରେ ଏକ ନକାରାତ୍ମକ ଧାରଣା ରହିଥାଏ। ଅନେକେ ସାପକୁ ଭୟ କରନ୍ତି। ସମଗ୍ର ପୃଥିବୀରେ ଥିବା ୩,୫୦୦ ପ୍ରଜାତି ସାପ ମଧ୍ୟରୁ କେବଳ ୬୦୦ ପ୍ରଜାତି ବିଷାକ୍ତ। ଏହା ସାପଙ୍କ ପ୍ରଜାତିର ୨୫%ରୁ କମ୍‌। ସେମାନଙ୍କ ମଧ୍ୟରେ କେବଳ ୨୦୦ ପ୍ରଜାତିର ସାପ ମାନବ ଜୀବନ ପାଇଁ ବିପଦ ସୃଷ୍ଟି କରିଥା’ନ୍ତି। ପ୍ରତ୍ୟେକ କ୍ଷେତ୍ରରେ ପ୍ରକୃତିର ସନ୍ତୁଳନ ବଜାୟ ରଖିବାରେ ସାପ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥା’ନ୍ତି।

ରିପୋର୍ଟ: ବନ୍ଦନା ସେଠୀ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?