Odisha Elections 2024
Posted inଫୁରସତ

ବିଶ୍ୱ ନିମୋନିଆ ଦିବସ: ସଚେତନତା ହିଁ ନିଦାନ

ନିମୋନିଆ ମୁକାବିଲା ପାଇଁ ସଚେତନତା ସୃଷ୍ଟି ଲାଗି ବିଶ୍ୱ ନିମୋନିଆ ଦିବସ ପ୍ରତିବର୍ଷ ୧୨ ନଭେମ୍ବରରେ ପାଳିତ ହୋଇଥାଏ। ଜାତିସଂଘ ଓ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ମିଳିତ ଉଦ୍ୟମରେ ଏହି ଦିବସ ପାଳନ କରାଯାଇଥାଏ। ନିମୋନିଆ ଏକ ଘାତକ ସମସ୍ୟା। ସଚେତନତା ଦ୍ୱାରା ନିମୋନିଆରୁ ଦୂରେଇ ରହିବା ସମ୍ଭବ ହୋଇଥାଏ। ଏଡ୍‌ସ, ମ୍ୟାଲେରିଆ ଏବଂ ମିଳିମିଳା ତୁଳନାରେ ନିମୋନିଆରେ ଅଧିକଙ୍କ ମୃତ୍ୟୁ ଘଟିଥାଏ। ଏଥିଯୋଗୁ ପ୍ରତିବର୍ଷ ସାରା ବିଶ୍ୱରେ ୫ ବର୍ଷରୁ କମ୍‌ ବୟସ୍କ ୧୬ ଲକ୍ଷ ଶିଶୁଙ୍କ ଅକାଳ ମୃତ୍ୟୁ ଘଟିଥାଏ। ଏହାସହ ପ୍ରତିବର୍ଷ ନିମୋନିଆରେ ପୀଡ଼ିତ ଶିଶୁଙ୍କ ସଂଖ୍ୟା ହେଉଛି ୧୫.୫ କୋଟି। ଏହି ରୋଗରୁ ମୁକୁଳିବା ଲାଗି ପ୍ରତିଷେଧକ ବ୍ୟବସ୍ଥା ମଧ୍ୟ ରହିଛି। ତେବେ ଏ ସମ୍ପର୍କରେ ସମସ୍ତେ ଜାଣିବା ଦରକାର ଏବଂ ସଚେତନ ହେବା ମଧ୍ୟ ଜରୁରୀ। ନିମୋନିଆ ଯେକୌଣସି ବୟସର ଲୋକଙ୍କୁ ହୋଇପାରେ। ଏହାର ମୁଖ୍ୟ ଲକ୍ଷଣଗୁଡିକ ହେଲା ଶ୍ୱାସକ୍ରିୟାରେ କଷ୍ଟ, ଛାତି କାଟିବା, ଶୁଷ୍କ କଫ ଓ ଜ୍ୱର। ବିଶ୍ୱର ମୋଟ ଜନସଂଖ୍ୟାର ପ୍ରାୟ ୭ ପ୍ରତିଶତ ପ୍ରତିବର୍ଷ ନିମୋନିଆ ରୋଗରେ ପୀଡିତ ହେଉଥିବାବେଳେ ଚିକିତ୍ସା ଅଭାବରୁ ୪୦ ଲକ୍ଷ ଶିଶୁ ଓ ବୟସ୍କଙ୍କ ମୃତ୍ୟୁ ଘଟିଥାଏ। ନିମୋନିଆ ବିରୁଦ୍ଧରେ ସୁଲଭ ଚିକିତ୍ସା ଏବଂ ପ୍ରତିଷେଧକ ବ୍ୟବସ୍ଥା ବିଦ୍ୟମାନ ଅଛି। ନିମୋନିଆର ସାଧାରଣତଃ ଦୁଇଟି ବ୍ୟାକ୍ଟେରିଆ ହେମୋଫିଲସ ଏନ୍‌ଫ୍ଲୁଏଞ୍ଜା ଟାଇପ୍‌-ବି ଏବଂ ଷ୍ଟ୍ରେପଟୋକୋକସ ନିମୋନିଆ ଦ୍ୱାରା ହୋଇଥାଏ। ନିମୋନିଆର ପ୍ରତିଷେଧକ ପାଇଁ ଅର୍ଥୋମାଇକ୍ସୋଭାଇରିଡା ଟିକା ଦିଆଯାଇଥାଏ। ନିମୋନିଆର ପ୍ରତିରୋଧ ଏବଂ ନିୟନ୍ତ୍ରଣ ପାଇଁ ଗ୍ଲୋବାଲ ଆକ୍ସନ ପ୍ଲାନ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଏବଂ ୟୁନିସେଫ ଦ୍ୱାରା ବିଶ୍ୱ ନିମୋନିଆ ଦିବସରେ ୨୦୦୯ରେ ଆରମ୍ଭ ହୋଇଥିଲା।
ସୁରକ୍ଷାକୁ ପ୍ରତିପାଦିତ କରୁଥିବା ୧୦୦ରୁ ଅଧିକ ସଂଗଠନ ୧୨ ନଭେମ୍ବର ୨୦୦୯ରେ ପ୍ରଥମ ବିଶ୍ୱ ନିମୋନିଆ ଦିବସ ପାଳନ କରିବା ପାଇଁ ଏକତ୍ରିତ ହୋଇଥିଲେ। ବିଶ୍ୱ ନିମୋନିଆ ଦିବସ ଏହି ସ୍ବାସ୍ଥ୍ୟ ସଙ୍କଟ ପ୍ରତି ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସାହାଯ୍ୟ କରିବା ଏବଂ ଏହି ରୋଗର ମୁକାବିଲା ପାଇଁ ନୀତି ପ୍ରସ୍ତୁତି ତଥା ତୃଣମୂଳ ସଂଗଠକମାନଙ୍କୁ ଉତ୍ସାହିତ କରିଥାଏ। ଏହି ଦିବସ ପାଳନ ଅବସରରେ ନିମୋନିଆ ବିରୋଧରେ ସଚେତନା ସୃଷ୍ଟି କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶାନ୍ତି, ସୌହାର୍ଦ୍ଦ୍ୟ ରକ୍ଷା ଜରୁରୀ

ଆତଙ୍କବାଦ ବିରୋଧୀ ଦିବସ ପ୍ରତିବର୍ଷ ମେ’ ୨୧ରେ ଭାରତରେ ପାଳନ କରାଯାଏ। ଆତଙ୍କବାଦ ବିଷୟରେ ଲୋକଙ୍କୁ ସଚେତନ କରାଇବା ଏବଂ ଆତଙ୍କବାଦ ବିରୋଧରେ ଏକତାର ବାର୍ତ୍ତା...

ଇଭିଏମକୁ ଫୁଲମାଳ ପିନ୍ଧାଇଲେ ସ୍ବାଧୀନ ପ୍ରାର୍ଥୀ

ନାସିକ: ଚଳିତ ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ ସୋମବାର ଅନୁଷ୍ଠିତ ହୋଇ ଯାଇଛି। ତେବେ ଏହି ନିର୍ବାଚନ ଚାଲିଥିବାବେଳେ ମହାରାଷ୍ଟ୍ରର ନାସିକରୁ ଏକ...

ପ୍ରେମିକଙ୍କୁ ଭେଟିବା ପାଇଁ ୧୫୦୦ କିଲୋମିଟର ଗଲେ ଯୁବତୀ, ବିମାନରୁ ଓହ୍ଲାଇବା ପରେ ଯାହା ଘଟିଲା, ଜାଣିଲେ…

ଅନଲାଇନ ଡେଟିଂ ସବୁବେଳ ପାଇଁ ବିପଦପୂର୍ଣ୍ଣ ଅଟେ। ଅନେକ ଯୁବତୀ/ଯୁବକଙ୍କ ପାଇଁ ଏହା ବହୁତ ମଜାଦାର ହୋଇଥିବା ବେଳେ ଆଉ କିଛି ଯୁବତୀ ଯୁବକ ଏଥିରେ...

କଣ ଏହି ‘ଗଜଗାମିନୀ’ ଚାଲି? ଅଦିତିଙ୍କ ବାସ ୧୦ ସେକେଣ୍ଡର ଝଲକ୍‌ରେ ଲୋକେ ହେଉଛନ୍ତି ଦିୱାନା

ଫ୍ୟାଶନ ଦୁନିଆରେ ‘କ୍ୟାଟୱାକ’ ବିଷୟରେ ଆପଣ ନିଶ୍ଚୟ ବହୁତ ଶୁଣିଥିବେ। କିନ୍ତୁ କେବେ ସ୍ବାନ ଓ୍ବାକ୍‌ କିମ୍ବା ଗଜ ଗାମିନୀ ବିଷୟରେ ଶୁଣିଛନ୍ତି କି? ପ୍ରାୟତ...

ପ୍ରଥମ ରୋଜଗାରର ଶିହରଣ ଏବେ ବି ଅନୁଭବ କରେ:ସୌମ୍ୟଶ୍ରୀ ପାଣିଗ୍ରାହୀ

ସବୁବେଳେ ନାହିଁ ନାହିଁର ଜୀବନ ଜିଇଆସିଥିବା, ସବୁକଥାରେ କାଣ୍ଟଛାଣ୍ଟ କରୁଥିବା, ଅୟସର ସ୍ବପ୍ନ ଦେଖିବାକୁ ନିଜ ମନକୁ ହାଲ୍‌କା ଭାବେ ଆକଟ କରୁଥିବା ୨୦/୨୨ ବର୍ଷର...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ଶିର୍ଲି

ସିଙ୍ଗାପୁର: ସିଙ୍ଗାପୁରର ଶିର୍ଲି ଲିଙ୍ଗ୍‌ ନାମ୍ନୀ ଜଣେ ମହିଳା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମାତ୍ର ୩୪ ବର୍ଷ ବୟସରେ ଜେଜେ ମା’ ହୋଇଛନ୍ତି। ତାଙ୍କର ୧୭...

ବିଶ୍ୱର ସବୁଠୁ ଛୋଟ ମହିଳାଙ୍କୁ ଭେଟିଲେ ‘ଦ ଗ୍ରେଟ୍‌ ଖଲି’: ପରେ ଘଟିଲା….ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୫: ଦେଶର ଜଣେ ଜଣାଶୁଣା କୁସ୍ତି ଖେଳାଳି ‘ଦ ଗ୍ରେଟ୍‌ ଖଲି’ କିଏ ବା ନ ଜାଣେ ନାହିଁ। ସେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜିତିଛନ୍ତି।...

ନିରାପଦ ଏଚ୍‌ଆଇଭି ଟିକା ପାଇଁ ମିଳିତ ଉଦ୍ୟମ ଦରକାର

ସମଗ୍ର ବିଶ୍ୱରେ ଚିନ୍ତାର କାରଣ ସାଜିଥିବା ତଥା ଅନ୍ୟତମ ପ୍ରମୁଖ ରୋଗ ମଧ୍ୟରେ ଏଡ୍‌ସ (ଆକ୍ୟୁଆଡ ଇମ୍ୟୁନ ଡେଫିସିଏନ୍‌ସି ସଣ୍ଡ୍ରୋମ) ଅନ୍ୟତମ। ଏହାର ଏ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri