Posted inଫୁରସତ

ବିଶ୍ୱ ନିମୋନିଆ ଦିବସ: ସଚେତନତା ହିଁ ନିଦାନ

ନିମୋନିଆ ମୁକାବିଲା ପାଇଁ ସଚେତନତା ସୃଷ୍ଟି ଲାଗି ବିଶ୍ୱ ନିମୋନିଆ ଦିବସ ପ୍ରତିବର୍ଷ ୧୨ ନଭେମ୍ବରରେ ପାଳିତ ହୋଇଥାଏ। ଜାତିସଂଘ ଓ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ମିଳିତ ଉଦ୍ୟମରେ ଏହି ଦିବସ ପାଳନ କରାଯାଇଥାଏ। ନିମୋନିଆ ଏକ ଘାତକ ସମସ୍ୟା। ସଚେତନତା ଦ୍ୱାରା ନିମୋନିଆରୁ ଦୂରେଇ ରହିବା ସମ୍ଭବ ହୋଇଥାଏ। ଏଡ୍‌ସ, ମ୍ୟାଲେରିଆ ଏବଂ ମିଳିମିଳା ତୁଳନାରେ ନିମୋନିଆରେ ଅଧିକଙ୍କ ମୃତ୍ୟୁ ଘଟିଥାଏ। ଏଥିଯୋଗୁ ପ୍ରତିବର୍ଷ ସାରା ବିଶ୍ୱରେ ୫ ବର୍ଷରୁ କମ୍‌ ବୟସ୍କ ୧୬ ଲକ୍ଷ ଶିଶୁଙ୍କ ଅକାଳ ମୃତ୍ୟୁ ଘଟିଥାଏ। ଏହାସହ ପ୍ରତିବର୍ଷ ନିମୋନିଆରେ ପୀଡ଼ିତ ଶିଶୁଙ୍କ ସଂଖ୍ୟା ହେଉଛି ୧୫.୫ କୋଟି। ଏହି ରୋଗରୁ ମୁକୁଳିବା ଲାଗି ପ୍ରତିଷେଧକ ବ୍ୟବସ୍ଥା ମଧ୍ୟ ରହିଛି। ତେବେ ଏ ସମ୍ପର୍କରେ ସମସ୍ତେ ଜାଣିବା ଦରକାର ଏବଂ ସଚେତନ ହେବା ମଧ୍ୟ ଜରୁରୀ। ନିମୋନିଆ ଯେକୌଣସି ବୟସର ଲୋକଙ୍କୁ ହୋଇପାରେ। ଏହାର ମୁଖ୍ୟ ଲକ୍ଷଣଗୁଡିକ ହେଲା ଶ୍ୱାସକ୍ରିୟାରେ କଷ୍ଟ, ଛାତି କାଟିବା, ଶୁଷ୍କ କଫ ଓ ଜ୍ୱର। ବିଶ୍ୱର ମୋଟ ଜନସଂଖ୍ୟାର ପ୍ରାୟ ୭ ପ୍ରତିଶତ ପ୍ରତିବର୍ଷ ନିମୋନିଆ ରୋଗରେ ପୀଡିତ ହେଉଥିବାବେଳେ ଚିକିତ୍ସା ଅଭାବରୁ ୪୦ ଲକ୍ଷ ଶିଶୁ ଓ ବୟସ୍କଙ୍କ ମୃତ୍ୟୁ ଘଟିଥାଏ। ନିମୋନିଆ ବିରୁଦ୍ଧରେ ସୁଲଭ ଚିକିତ୍ସା ଏବଂ ପ୍ରତିଷେଧକ ବ୍ୟବସ୍ଥା ବିଦ୍ୟମାନ ଅଛି। ନିମୋନିଆର ସାଧାରଣତଃ ଦୁଇଟି ବ୍ୟାକ୍ଟେରିଆ ହେମୋଫିଲସ ଏନ୍‌ଫ୍ଲୁଏଞ୍ଜା ଟାଇପ୍‌-ବି ଏବଂ ଷ୍ଟ୍ରେପଟୋକୋକସ ନିମୋନିଆ ଦ୍ୱାରା ହୋଇଥାଏ। ନିମୋନିଆର ପ୍ରତିଷେଧକ ପାଇଁ ଅର୍ଥୋମାଇକ୍ସୋଭାଇରିଡା ଟିକା ଦିଆଯାଇଥାଏ। ନିମୋନିଆର ପ୍ରତିରୋଧ ଏବଂ ନିୟନ୍ତ୍ରଣ ପାଇଁ ଗ୍ଲୋବାଲ ଆକ୍ସନ ପ୍ଲାନ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଏବଂ ୟୁନିସେଫ ଦ୍ୱାରା ବିଶ୍ୱ ନିମୋନିଆ ଦିବସରେ ୨୦୦୯ରେ ଆରମ୍ଭ ହୋଇଥିଲା।
ସୁରକ୍ଷାକୁ ପ୍ରତିପାଦିତ କରୁଥିବା ୧୦୦ରୁ ଅଧିକ ସଂଗଠନ ୧୨ ନଭେମ୍ବର ୨୦୦୯ରେ ପ୍ରଥମ ବିଶ୍ୱ ନିମୋନିଆ ଦିବସ ପାଳନ କରିବା ପାଇଁ ଏକତ୍ରିତ ହୋଇଥିଲେ। ବିଶ୍ୱ ନିମୋନିଆ ଦିବସ ଏହି ସ୍ବାସ୍ଥ୍ୟ ସଙ୍କଟ ପ୍ରତି ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସାହାଯ୍ୟ କରିବା ଏବଂ ଏହି ରୋଗର ମୁକାବିଲା ପାଇଁ ନୀତି ପ୍ରସ୍ତୁତି ତଥା ତୃଣମୂଳ ସଂଗଠକମାନଙ୍କୁ ଉତ୍ସାହିତ କରିଥାଏ। ଏହି ଦିବସ ପାଳନ ଅବସରରେ ନିମୋନିଆ ବିରୋଧରେ ସଚେତନା ସୃଷ୍ଟି କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri