Posted inଖେଳ

ବିଶ୍ୱ ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ କୁସ୍ତି: ସୁଶୀଲଙ୍କୁ ଅଣଦେଖା, ମାନ୍‌ଙ୍କ ସ୍ଥାନରେ ଅମିତ

ନୂଆଦିଲ୍ଲୀ, ୨୩।୪(ପି.ଟି.)-ଆସନ୍ତା ବିଶ୍ୱ ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ କୁସ୍ତି ଟୁର୍ନାମେଣ୍ଟ ପାଇଁ ଭାରତୀୟ ଦଳରେ ନ୍ୟାଶନାଲ ଗୋଲ୍ଡ ମେଡାଲିଷ୍ଟ ସନ୍ଦୀପ ମାନ୍‌ଙ୍କ ସ୍ଥାନରେ ପୂର୍ବତନ ଏସୀୟ ଚାମ୍ପିୟନ ଅମିତ ଧନକର (୭୪ କେଜି)ଙ୍କୁ ସାମିଲ କରାଯାଇଛି। ଭେଟେରାନ ସୁଶୀଲ କୁମାରଙ୍କୁ ଅଣଦେଖା କରାଯିବା ଅର୍ଥ ତାଙ୍କ ପାଇଁ ପଥ ସରିଆସୁଥିବା ସୂଚନା ମିଳିଛି। ବୁଲଗେରିଆର ସୋଫିଆଠାରେ ଟୁର୍ନାମେଣ୍ଟ ମେ’ ୬ରୁ ୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଟୋକିଓ ଗେମ୍ସ ପୂର୍ବରୁ ଏହା ଅନ୍ତିମ କ୍ୱାଲିଫାଇଂ ଇଭେଣ୍ଟ।
ସୁଶୀଲ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିଥିଲେ। ପୂର୍ବରୁ ସେ ୨୦୦୮ ବେଜିଂ ଗେମ୍ସରେ ବ୍ରୋଞ୍ଜ ପଦକ ପାଇଥିଲେ। ଏଥର ଯୋଗ୍ୟତା ପର୍ଯ୍ୟାୟ ପାଇଁ ଚୟନ କରାଯାଇ ନ ଥିବାରୁ ୩୭ ବର୍ଷୀୟ ସୁଶୀଲ ଏ ସମ୍ପର୍କରେ ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ସହିତ ଆଲୋଚନା କରିବେ ବୋଲି କହିଛନ୍ତି। ଚୟନ କମିଟି ବୈଠକ ବସି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଡବ୍ଲ୍ୟୁଏଫ୍‌ଆଇ ପକ୍ଷରୁ ପ୍ରକାଶ କରାଯାଇଛି। ଧନକରଙ୍କ ବ୍ୟତୀତ ଫ୍ରିଷ୍ଟାଇଲ୍‌ ବିଭାଗ ପାଇଁ ସତ୍ୟବ୍ରତ କାଡିଆନ (୯୭ କେଜି) ଓ ସୁମିତ (୧୨୫ କେଜି)ଙ୍କୁ ଦଳରେ ନିଆଯାଇଛି। ଏସିଆନ କ୍ୱାଲିଫାୟର ଓ ଏସିଆନ ଚାମ୍ପିୟନଶିପ୍‌ରେ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିବାରୁ ସନ୍ଦୀପ ମାନ୍‌ଙ୍କ ଉପରେ ଚୟନ କମିଟି ଆସ୍ଥା ସ୍ଥାପନ କରିପାରିନାହିଁ। ଅନ୍ୟପକ୍ଷରେ ମାର୍ଚ୍ଚ ୧୬ରେ ଚୟନ ଟ୍ରାଏଲରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଅମିତଙ୍କୁ ସୁଯୋଗ ଦେବାକୁ କମିଟି ନିଷ୍ପତ୍ତି ନେଇଥିଲା। ଗ୍ରୀକୋ ରୋମାନ ଟିମ୍‌ରେ ସଚିନ ରାଣା (୬୦ କେଜି), ଆଶୁ (୬୭ କେଜି), ଗୁରପ୍ରୀତ ସିଂ (୭୭ କେଜି), ସୁନୀଲ (୮୭ କେଜି), ଦୀପାଂଶୁ (୯୭ କେଜି) ଓ ନବୀନ କୁମାର (୧୩୦ କେଜି)ଙ୍କୁ ନିଆଯାଇଛି। ଗ୍ରୀକୋ ରୋମାନ ଷ୍ଟାଇଲ୍‌ରେ କମିଟି ୬୦ କେଜି ଓ ୯୭ କେଜିରେ ନୂଆ ରେସ୍‌ଲରଙ୍କୁ ନେଇଛି। ପୂର୍ବରୁ ଏହି ଓଜନ ବର୍ଗରେ ଲଢ଼େଇ କରୁଥିବା ଜ୍ଞାନେନ୍ଦ୍ର ଓ ରବି ଏସିଆନ କ୍ୱାଲିଫାୟର ଏବଂ ଏସିଆନ ଚାମ୍ପିୟନଶିପ୍‌ରେ ଦୁର୍ବଳ ପ୍ରଦର୍ଶନ କରିଥିବାରୁ ବାଦ୍‌ ପଡ଼ିଛନ୍ତି। ତେବେ ଚୟନ ଟ୍ରାଏଲରେ ଦ୍ୱିତୀୟ ସ୍ଥାନରେ ଥିବା ସଚିନ ଓ ଦୀପାଂଶୁଙ୍କୁ ଆଉ ଏକ ସୁଯୋଗ ଦେଇଛି।
ଭାରତୀୟ ମହିଳା ଦଳରେ ସୀମା (୫୦ କେଜି), ନିଶା(୬୮ କେଜି) ଓ ପୂଜା (୭୬ କେଜି)ଙ୍କୁ ସାମିଲ କରାଯାଇଛି। ମହିଳା ବିଭାଗର କୌଣସି ଓଜନ ବର୍ଗରେ ପରିବର୍ତ୍ତନ ନ କରିବାକୁ କମିଟି ନିଷ୍ପତ୍ତି ନେଇଛି। କାରଣ ଏହି ୩ ରେସଲର ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା କିମ୍ବା ଏସିଆନ ଚାମ୍ପିୟନଶିପ୍‌ରେ ପଦକ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିମାନ ବନ୍ଦରରେ ଯାତ୍ରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୨ କର୍ମଚାରୀ ଆହତ

ବାରାଣସୀ,୧୬।୮: ରବିବାର (ଅଗଷ୍ଟ ୧୬, ୨୦୨୬) ବାରାଣସୀ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ହଠଶତ ଗୁଳି ଫୁଟିଥିଲା। ଏହି ଘଟଣାରେ ବିମାନବନ୍ଦରରେ ନିୟୋଜିତ ଦୁଇଜଣ AAICLAS ସ୍କ୍ରିନର…

ବ୍ୟବସାୟୀ ଅପହରଣ ଘଟଣାର ପର୍ଦ୍ଦାଫାଶ: ସାମ୍ନାକୁ ଆସିଲା ବଡ଼ କାରଣ: ‘ହନୁମାନ ପଇସା’ କାରବାରରୁ…

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ‘ହନୁମାନ ପଇସା’ କାରବାରକୁ କେନ୍ଦ୍ର କରି ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ…

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…

ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି – କହିଲେ ‘ଦେଶକୁ ଏକ ନୂତନ ଦିଗଦର୍ଶନ ଦେଇଥିଲେ’

ନୂଆଦିଲ୍ଲୀ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri